ନ୍ୟାୟବନ୍ତ ବିଚାରକ

କଥାଟିଏ-ଯାଯାବର

ଉଜ୍‌ବେକିସ୍ତାନର ନୂଆ ରାଜା କହିଲେ- ମୋର ଏମିତି ଜଣେ ବିଚାରପତି ଦରକାର, ଯେ କି ସ˚ପୂର୍ଣ୍ଣ ନ୍ୟାୟ ବିଚାର କରିପାରୁଥିବେ।
ବୃଦ୍ଧ ମୁଲ୍ଲା ନସିରୁଦ୍ଦିନ ସେଠି ଥିଲେ। ସେ କହିଲେ- ଜାହାଁପନା, ସେମିତି ଭୁଲ୍ କରନ୍ତୁ ନାହିଁ। ଆପଣଙ୍କ ବାପା ସେମିତି କରିଥିଲେ ଏବ˚ ବୁଦ୍ଧି ଶିଖିଲେ।
ରାଜା କହିଲେ- କେମିତି?
ମୁଲ୍ଲା କହିଲେ- ମଣିମା ପଚାରିଲେଣି ଯଦି ତେବେ ଶୁଣନ୍ତୁ। ଆପଣଙ୍କ ବାପା ରାଜା ଥିବା ବେଳେ ଠିକ୍‌ ଏଇ କଥା କହି ମୋତେ ବିଚାରକ ଭାବେ ନିଯୁକ୍ତ କଲେ। ଦିନେ ମୋ ପାଖକୁ ମୋ ପୁଅ ବିରୋଧରେ ଅଭିଯୋଗ ଆସିଲା। ମୁଁ ବିଚାର କରି ମୋ ପୁଅକୁ ପଚିଶ ପାହାର ମାଡ଼ର ରାୟ ଦେଲି। ସେଇଠୁ ପନ୍ଦର ଦିନ ପରେ ଯାଇ ଘରେ ପଶି ପାରିଲି। କାରଣ ମୋ ସ୍ତ୍ରୀ ମୋତେ ଘରେ ପୂରାଇ ଦେଲା ନାହିଁ। ତାର କିଛି ଦିନ ପରେ ଅଭିଯୋଗ ଆସିଲା ରାଣୀ ମା’ ଅର୍ଥାତ୍‌ ମଣିମାଙ୍କ ମା’ଙ୍କ ବିରୋଧରେ। ତାଙ୍କ କଥାରେ ବିଦୂଷକ ଘୋଡ଼ା ପିଠିରେ ଚଢ଼ି ନାଚ ଦେଖାଉ ଦେଖାଉ ଖସି ପଡ଼ି ପଞ୍ଜରା ହାଡ଼ ଭାଙ୍ଗିଛି। ବିଦୂଷକର ସ୍ତ୍ରୀ ନ୍ୟାୟ ପାଇବ ବୋଲି ଅଭିଯୋଗ କଲା। ମୁଁ ସବୁ ଶୁଣି ରାଣୀ ମା’ଙ୍କୁ ଶହେ ଥର କାନ ଧରି ବସଉଠ ହେବାକୁ ଆଦେଶ ଦେଲି। ଏତିକିରେ ରାଜା ମୋତେ ରାଜ୍ୟରୁ ତଡ଼ି ଦେଲେ ଯେ ତିନି ବର୍ଷ ପରେ ଗାଁକୁ ଫେରିଲି। ତେଣୁ ସେ ଭୁଲ୍ କରନ୍ତୁ ନାହିଁ। ବର˚ ଏମିତି ବିଚାରକ ରଖନ୍ତୁ ଯାହାଙ୍କ ରାୟରେ ସାପ ମରିବ ନାହିଁ କି ବାଡ଼ି ଭାଙ୍ଗିବ ନାହିଁ।

ସମ୍ବନ୍ଧିତ ଖବର