ସୁଖ ଦୁଃଖ ବଣ୍ଟା

କଥାଟିଏ-ଯାଯାବର

ଗୁରୁ ଓ ଶିଷ୍ୟ ଯାଉଥିଲେ। ସେମାନେ ଦେଖିଲେ ଯେ ଦୁଇଜଣ ବ୍ୟକ୍ତି ଯୁକ୍ତିତର୍କ ଓ କଳହ କରୁଛନ୍ତି। ଦୁହେଁ ମୁହଁକୁ ମୁହଁ ଯୋଡ଼ି ଅତି ଉଚ୍ଚ ସ୍ବରରେ ପରସ୍ପରକୁ କହି ଚାଲିଥିଲେ।
ଏହା ଦେଖି ଗୁରୁ ଶିଷ୍ୟକୁ କହିଲେ- ଦେଖ, ସେମାନେ ପରସ୍ପରର କେତେ ପାଖରେ, ଅଥଚ ପରସ୍ପର ଲାଗି ହୃଦୟ ବନ୍ଦ କରି ଦେଇଛନ୍ତି ବୋଲି ଏତେ ଉଚ୍ଚ ସ୍ବରରେ କଥା କହୁଥିବା ସତ୍ତ୍ବେ କାହାର କଥା କାହାକୁ ଭେଦୁ ନାହିଁ! କାହା କଥା କାହାକୁ ଶୁଭୁନାହିଁ!
ଶିଷ୍ୟ କହିଲା- ହଁ, ଗୁରୁଦେବ।
କିଛି ବାଟ ଗଲା ପରେ ସେମାନେ ଦେଖିଲେ ଯେ ଗୋଟିଏ ଘରର ବାରଣ୍ଡାରେ ଦୁଇ ଜଣ ବ୍ୟକ୍ତି ସୁଖଦୁଃଖ ହେଉଛନ୍ତି। ଧୀର ଆଳାପ ଚାଲିଛି। ଏହା ଦେଖି ଗୁରୁ କହିଲେ- ଏବେ ଦେଖ ଏମାନଙ୍କୁ। ସତ କହିଲ ପରସ୍ପରକୁ ଭେଦିବା ଲାଗି ଉଚ୍ଚ ସ୍ବରରେ କଥା କହିବା ଜରୁରୀ କି? ପରସ୍ପର ପ୍ରତି ହୃଦୟ ଖୋଲା ଥିଲେ ଧୀର କଥା ମଧ୍ୟ କାନକୁ ଶୁଣାଯାଏ।
ଶିଷ୍ୟ କହିଲା- ହଁ ଗୁରୁଦେବ। ତେବେ, ମୁଁ ଏବେ ଏହା ବି ଜାଣି ସାରିଲିଣି ଯେ କେବଳ ଧୀର କଥାରେ ହିଁ ମନକୁ ଛୁଇଁ ହୁଏ। ଧୀର କଥାରେ ହିଁ ସୁଖଦୁଃଖ ବାଣ୍ଟି ହୁଏ। ଉଚ୍ଚ ସ୍ବରରେ କଥା କହି ସୁଖଦୁଃଖ ବାଣ୍ଟି ହୁଏନା!

ସମ୍ବନ୍ଧିତ ଖବର