ଏକ ଆସିବାସୀ ଗଳ୍ପ।
ଥରେ ଜଙ୍ଗଲରେ ପଶୁପକ୍ଷୀମାନଙ୍କ ମଧ୍ୟରେ ବିଚାର ଆଲୋଚନା ଚାଲିଲା ଯେ କାହାକୁ ରାଜା ବୋଲି ବଛାଯିବ। ସବୁ ପ୍ରାଣୀ ନିଜ ନିଜ ମତ ରଖିଲେ। ଶେଷକୁ ହାତୀ ଓ ସିଂହ ଭିତରୁ କେହି ଜଣେ ରାଜା ହେବ ବୋଲି କଥା ଛିଡ଼ିଲା, କିନ୍ତୁ ଏ ଦୁହିଁଙ୍କ ଭିତରୁ କିଏ ହେବ, ସେ ନେଇ ଯୁକ୍ତିତର୍କ ବଢ଼ିଲା ସିନା କମିଲା ନାହିଁ।
ଏହି ସମୟରେ ସେଇ ବାଟେ ଜଙ୍ଗଲ ଦେବତା ଯାଉଥିଲେ। ଏଣୁ ପଶୁପକ୍ଷୀମାନେ ତାଙ୍କୁ ଘେରି ଯାଇ କହିଲେ- ଆଜ୍ଞା, କୋଉ ଜଣକୁ ହେଲେ ରାଜା ଭାବେ ବାଛି ଦିଅନ୍ତୁ।
ଜଙ୍ଗଲ ଦେବତା ସମସ୍ତଙ୍କ ଆଡ଼କୁ ଥରେ ଚାହିଁ ଦେଇ କହିଲେ- କାହିଁ ଜଙ୍ଗଲ ଗାଡ଼ିଆ କୂଳରେ ରହୁଥିବା ବେଙ୍ଗକୁ ତ ଦେଖୁନାହିଁ? ତାକୁ ଡକା ଯାଇ ନାହିଁ କି?
ପଶୁପକ୍ଷୀମାନେ କହିଲେ- ଆଜ୍ଞା, ବେଙ୍ଗକୁ କାହିଁକି ଡାକିବୁ? ତାକୁ ଜଙ୍ଗଲରେ କିଏ ବା ପଚାରେ? ଗାଡ଼ିଆ କୂଳରେ ତା’ର ଚଲାବୁଲା। ଜଙ୍ଗଲ ଭିତରକୁ େକବେ ପଶେ ନାହିଁ। ତାକୁ ଡାକିଲେ ଲାଭ ନାହିଁ।
ଦେବତା କହିଲେ- ହେଲେ ଦୁଇଟା କଥା। ସେ ହେଉଛି ଜଙ୍ଗଲର ସବୁଠୁ ଦୁର୍ବଳ ପ୍ରାଣୀ; ଦ୍ବିତୀୟରେ ସମସ୍ତେ ସେହି ଗାଡ଼ିଆକୁ ପାଣି ପିଇବାକୁ ଯାଆନ୍ତି। ତେଣୁ ତା’ର ଧାରଣା ଓ ମତ କ’ଣ ବୋଲି ପଚାର।
ବେଙ୍ଗକୁ ଏବେ ପଚରାଗଲା। ବେଙ୍ଗ କହିଲା ଭାଇମାନେ ସିଂହ ପାଣି ପିିଇବାକୁ ଅାସିଲେ ଆମେ ଲୁଚୁ। କାରଣ ସେ ତଳକୁ ଦେଖେନାହିଁ। ତା’ ପାଦ ତଳେ ଚାପି ହୋଇ ମୋ କିଛି ପିଲା ମରିଛନ୍ତି ମଧ୍ୟ। କିନ୍ତୁ ହାତୀ ସବୁବେଳେ ତଳକୁ ଅନାଇ ଧୀରେ ଚାଲେ। ମୋ ପିଲାମାନଙ୍କୁ ଦେଖିଲେ ଅଟକି ଯାଏ। ହାତୀ ପାଣି ପିଇବାକୁ ଆସିଲେ ଆମ ମନରେ ଭୟ ନ ଥାଏ।
ଜଙ୍ଗଲ ଦେବତା କହିଲେ- ହାତୀକୁ ରାଜା କର। ଏହାର କାରଣ ବଣର ଦୁର୍ବଳତମ ପ୍ରାଣୀ ପ୍ରତି ତା’ର ମନୋଭାବ ହିଁ କହୁଛି ଯେ ସେ ରାଜା ହେବାକୁ ଯୋଗ୍ୟ।
କଥାଟିଏ-ଯାଯାବର: ହାତୀ ରାଜା ହେଲା
ଏକ ଆସିବାସୀ ଗଳ୍ପ। ଥରେ ଜଙ୍ଗଲରେ ପଶୁପକ୍ଷୀମାନଙ୍କ ମଧ୍ୟରେ ବିଚାର ଆଲୋଚନା ଚାଲିଲା ଯେ କାହାକୁ ରାଜା ବୋଲି ବଛାଯିବ। ସବୁ ପ୍ରାଣୀ ନିଜ ନିଜ ମତ ରଖିଲେ। ଶେଷକୁ ହାତୀ ଓ ସିଂହ ଭିତରୁ କେହି ଜଣେ ରାଜା ହେବ ବୋଲି କଥା ଛିଡ଼ିଲା....
/sambad/media/media_files/4gXaeJpVRwjMhCybVeWv.jpg)