ମୁଲ୍ଲା ନସିରୁଦ୍ଦିନ କିଛି ନ କରି ଖାଲି ବସି ରହି ଦିନ କାଟୁଥିଲେ। ଯଦିଓ ତାଙ୍କର ଗୋଟିଏ ବେପାର ଥିଲା, ସେ ତା’ର ଧାର ଧାରୁ ନ ଥିଲେ। ତେଣୁ ତାଙ୍କ ପରିବାରର ଆର୍ଥିକ ସ୍ଥିତି ବିଗିଡ଼ିବାକୁ ଲାଗିଲା। ମୁଲ୍ଲାଙ୍କ ସ୍ତ୍ରୀ ଯେତେ ଆକଟ କଲେ ବି ମୁଲ୍ଲା ଶୁଣିଲେ ନାହିଁ। ଶେଷରେ ମୁଲ୍ଲାଙ୍କ ସ୍ତ୍ରୀ ମୁଲ୍ଲାଙ୍କ ଜଣେ ବୁଦ୍ଧିମାନ ବନ୍ଧୁଙ୍କ ପରାମର୍ଶ ମାଗିଲେ। 
ମୁଲ୍ଲାଙ୍କ ବନ୍ଧୁ କହିଲେ- ତୁମେ ତ ନିଜ ଗୋଡ଼ରେ ଟାଙ୍ଗିଆ ମାରିଛ, ଏବେ ମନ ଦୁଃଖ କାହିଁକି କରୁଛ? ମୁଲ୍ଲାଙ୍କ ସ୍ତ୍ରୀ କିଛି ବୁଝି ନ ପାରିବାରୁ ମୁଲ୍ଲାଙ୍କ ବନ୍ଧୁ କହିଲେ- ତୁମେ ସିନା ମୁଲ୍ଲାର ମାଆଙ୍କ ସହିତ ଝଗଡ଼ା କଲ ବୋଲି ସେ ଘରୁ ପଳାଇଗଲେ, କିନ୍ତୁ କଥା ହେଲା, ସେ ଗଲାବେଳେ ତୁମର ଭଲ ଭାଗ୍ୟକୁ ନେଇ ଚାଲିଗଲେ। ତାଙ୍କୁ ଫେରାଇ ଆଣ, ଦେଖିବ ସବୁକିଛି ଠିକ୍‌ ହୋଇଯିବ। 
ମୁଲ୍ଲାଙ୍କ ସ୍ତ୍ରୀଙ୍କ ମୁହଁ ଶୁଖିଗଲା। ସେ କହିଲେ ସେଇ ବଡ଼ପାଟିଆ ବୁଢ଼ୀକୁ ପୁଣି ଘରକୁ ଆଣିବାକୁ ହେବ? ଏବେ ତ ଆମେ ଦୁଇ ଜଣ ଚଳିବା‌ କଷ୍ଟକର। ପୁଣି ସେଥିରେ ଆଉ ଜଣେ? ଆଉ କିଛି ବାଟ ନାହିଁ?
ମୁଲ୍ଲାଙ୍କ ବନ୍ଧୁ କହିଲେ- ନା, ତାହା ହିଁ ଏକମାତ୍ର ଉପାୟ। 
ବାଧୢ ହୋଇ ମୁଲ୍ଲାଙ୍କ ସ୍ତ୍ରୀ ଶାଶୂଙ୍କ ପାଖକୁ ଗଲେ। ବହୁତ ଖୋସାମତ କରି ଘରକୁ ଆଣିଲେ। 
ଏଣେ ମାଆ ଘରକୁ ଆସିବା କ୍ଷଣି ଅଳସୁଆ ମୁଲ୍ଲାଙ୍କ ପିଳେହି ପାଣି ହୋଇଗଲା। ସେ ମାଆଙ୍କୁ ପ୍ରବଳ ଡରୁଥିଲେ। ଏବେ ପ୍ରତି ଦିନ ସକାଳୁ ମୁଲ୍ଲାଙ୍କ ମାଆଙ୍କ ଗର୍ଜନ ଆରମ୍ଭ ହୋଇଗଲା। ମୁଲ୍ଲା ବାଧୢ ହୋଇ ସକାଳୁ ଉଠି ବ୍ୟବସାୟ ସ୍ଥାନକୁ ଗଲେ ଏବ˚ ବେପାର ବୁଝାବୁଝି କଲେ। ବେପାର ଭଲ ଚାଲିଲା ଓ ଘରକୁ ଟଙ୍କା ଆସିଲା। ମୁଲ୍ଲାଙ୍କ ପତ୍ନୀ ଏବେ ଶାଶୂଙ୍କ ଗାଳିକୁ ସହି ସେବା କଲେ ଏବଂ ଜାଣିଲେ ‌େଯ ଶାଶୂ ହିଁ ଭାଗ୍ୟ ନିୟନ୍ତା। ନ ହେଲେ ମୁଲ୍ଲାଙ୍କୁ ପାରିବା ଦୁଃସାଧ୍ୟ।