ଗୋଟିଏ ରାଜ୍ୟରେ ଅଜଣା ଜନ୍ତୁର ଉତ୍ପାତରେ ଲୋକେ ଆତଙ୍କିତ ହୋଇପଡ଼ିଲେ। ରାଜ୍ୟର ରାଜା ବଛାବଛା ଶିକାରୀଙ୍କୁ ଡକାଇ ସେଇ ଜନ୍ତୁକୁ ମାରିବା ଲାଗି ନିୟୋଜିତ କଲେ। ଜନ୍ତୁଟି ଦିନରେ ଆକ୍ରମଣ କରୁଥିଲା ଓ ରାତିରେ ଦୁର୍ଗମ ପାହାଡ଼ ଖୋଲରେ ଶୋଇ ରହୁଥିଲା। ତେଣୁ ସ୍ଥାନୀୟ ଲୋକଙ୍କର କହିବାର କଥା ଥିଲା ଯେ ଶିକାରୀମାନେ କେବଳ ରାତିରେ ଗଲେ ହିଁ ତାକୁ ମାରିବାକୁ ସକ୍ଷମ ହେବେ।
ବଛାବଛା ଶିକାରୀମାନେ ସେଇ କାମରେ ଗଲେ। କିନ୍ତୁ ସେମାନେ ବିଫଳ ହେଲେ।
ରାଜା ବ୍ୟସ୍ତ ହୋଇ ସେମାନଙ୍କୁ ବିଫଳ ହେବାର କାରଣ ବାବଦରେ ପଚାରିଲେ। ସେହି ଗୋଟିଏ ଉତ୍ତର ମିଳୁଥିଲା ଯେ ବାଟ ଦୁର୍ଗମ। ପୁଣି ନିରନ୍ଧ୍ର ଅନ୍ଧକାର। ତେଣୁ ସେଥିରେ ତାକୁ ଠାବ କରି ମାରିବା କଷ୍ଟକର। ଜନ୍ତୁଟି ଆଲୋକ ଦେଖିଲା ମାତ୍ରକେ ସକ୍ରିୟ ହୋଇଯାଉଛି ଓ ଲୁଚିଯାଉଛି। ତେଣୁ ସାଙ୍ଗରେ ଆଲୋକ ନେଇ ଯିବା ବି ଅନୁଚିତ।
ଏହି ସମୟରେ ଆସିଲା ଜଣେ ଯୁବ ଶିକାରୀ। ସେ ବି ବିଫଳ ହୋଇ ଆସିଥିଲା। କିନ୍ତୁ ତା’ର ବିଫଳତାର କାରଣ ଭାବେ ସେ ଯାହା କହିଲା ତାହା ଥିଲା ଅନ୍ୟମାନଙ୍କ ଠାରୁ ଭିନ୍ନ। ସେ କହିଲା- ଅନ୍ଧକାର ଭିତରେ ଦୁର୍ଗମ ବାଟରେ ଚାଲିବାର ସାମର୍ଥ୍ୟ ହାସଲ କରିବା ପରେ ମୋର ଯିବାଟା ଉଚିତ ହୋଇଥାଆନ୍ତା। େମା ଦୁର୍ବଳତା କାରଣରୁ ମୁଁ ବିଫଳ ହେଲି। ଆଉ କିଛି ଦିନ ପରେ ମୁଁ ପୁଣି ଆସି ଚେଷ୍ଟା କରିବି।
ଏବେ ରାଜାଙ୍କ ମନରେ ଆଶା ସଂଚାର ହେଲା। ଯୁବକଟି ମଧ୍ୟ କିଛି ଦିନ ପରେ ଫେରିଲା। ଏବେ ସେ ଅନ୍ଧକାର ମଧ୍ୟରେ ଦୁର୍ଗମ ବାଟ ଚାଲିବାରେ ଦକ୍ଷ ହୋଇଥିଲା। ସାମନ୍ୟ ଶବ୍ଦ ହେଲେ ଲକ୍ଷ୍ୟ ସାଧି ତାହା ଭେଦ କରି ପାରୁଥିଲା। ଏବେ ସେ ସେହି ଜନ୍ତୁକୁ ଶିକାର କରିବାରେ ସଫଳ ହେଲା।
ରାଜା ତାକୁ ପୁରସ୍କାର ଦେଲେ ଓ କହିଲେ- ତୁମେ ଯେତେବେଳେ ହୃଦୟଙ୍ଗମ କଲ ଯେ ବିଫଳତାର କାରଣ ଅନ୍ୟ କୌଣସି କାରଣ ନୁହେଁ, କେବଳ ତୁମର ଦୁର୍ବଳତା, ମୁଁ ଆଶାବାଦୀ ଥିଲି ଯେ ତୁମେ ହିଁ ଦିନେ ସଫଳ ହେବ।
କଥାଟିଏ-ଯାଯାବର: ସଫଳତାର କାରଣ
ଗୋଟିଏ ରାଜ୍ୟରେ ଅଜଣା ଜନ୍ତୁର ଉତ୍ପାତରେ ଲୋକେ ଆତଙ୍କିତ ହୋଇପଡ଼ିଲେ। ରାଜ୍ୟର ରାଜା ବଛାବଛା ଶିକାରୀଙ୍କୁ ଡକାଇ ସେଇ ଜନ୍ତୁକୁ ମାରିବା ଲାଗି ନିୟୋଜିତ କଲେ। ଜନ୍ତୁଟି ଦିନରେ ଆକ୍ରମଣ କରୁଥିଲା...
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)