ଥରେ ଯୁବକଟିଏ ବାହା ହେବାର ଅଳ୍ପ ଦିନ ପରେ ଘର ଛାଡ଼ି କୁଆଡ଼େ ଚାଲିଗଲା। ସେ ଥିଲା ଘରର ରୋଜଗାରିଆ ପିଲା। ସେ ଗଲା ପରେ ପରିବାର ଭାରି ଦୁଃଖକଷ୍ଟରେ ଚଳିଲେ। ତାକୁ ଜାଣିଥିବା ଲୋକେ କହିଲେ- କିଛି ଦିନ ହେବ ସେ ଅନ୍ୟମନସ୍କ ରହୁଥିଲା। ଭାବନାରେ ବୁଡ଼ି ରହୁଥିଲା। ତେଣୁ ଘର ଛାଡ଼ିଦେଲା। କିନ୍ତୁ ଅଧିକା˚ଶ କହିଲେ- ବାହା ହୋଇ ଘରସ˚ସାର କରିବାର ଅଳ୍ପ ଦିନ ପରେ ଏମିତି ସବୁ କିଛି ଛାଡ଼ି ଚାଲିଯିବା ହେଉଛି ମସ୍ତ ବଡ଼ ଭୁଲ୍। ଏମିତି ଆଲୋଚନା ଚାଲିଥିବା ବେଳେ ପାଖରେ ବସିଥିବା ବୁଢ଼ା ଗାଁ ମୁଖିଆ କହିଲେ- ପାଚିଲା ବୋଲି ଝଡ଼ିଗଲା। ଦୁଃଖ କାହିଁକି କରୁଛ?
ଏ କଥା ଶୁଣି ଯୁବକର ଜଣେ ସ˚ପର୍କୀୟ ଟିକିଏ ଖପ୍ପା ହୋଇ ମୁଖିଆଙ୍କୁ କହିଲା- ଅଜା ତୁମେ ପୂରା ବୁଢ଼ା ହୋଇଗଲଣି। ତୁମେ ଝଡ଼ିଯାଉନାହଁ, ଅଥଚ ସେ ଭେଣ୍ଡିଆ ପିଲା ଝଡ଼ିଗଲା! ପୁଣି ତୁମେ କହୁଛ ଦୁଃଖ କରିବା ଉଚିତ ନୁହେଁ ?
ମୁଖିଆ କହିଲେ- ବାବୁରେ ସେଇ ତ ଦୁଃଖ। ସବୁ ଫଳ ପାଚିବା ଲାଗି ସମାନ ସମୟ ନିଅନ୍ତି ନାହିଁ। କେଉଁ ଫଳ ଦୁଇ ଦିନରେ ପାଚେ ତ କେଉଁ ଫଳ ମାସକରେ ପାଚେ। ପାଚିବା ପରେ ସେ ଗଛରୁ ଝଡ଼ିପଡ଼େ। ସେ ପିଲା ଶୀଘ୍ର ପାଚିଗଲା ବୋଲି ପରିବାର ରୂପକ ଗଛରୁ ଝଡ଼ିପଡ଼ିଲା। କିନ୍ତୁ ଆମ ଭଳି ଲୋକ ଜୀବନ ଯାକ ପାଚନ୍ତି ନାହିଁ। ମଲା ପର୍ଯ୍ୟନ୍ତ କଞ୍ଚା ରହନ୍ତି। ତେଣୁ ଶେଷ ପର୍ଯ୍ୟନ୍ତ ସ୍ତ୍ରୀ, ପିଲା ପରିବାର, ଘର ଦ୍ବାର ଆଦିକୁ ନେଇ ଘାଣ୍ଟି ହୁଅନ୍ତି।
ଯୁବକର ସଂପର୍କୀୟ ଜଣକ ଏହାର କ’ଣ ଉତ୍ତର ଦେବେ, ତାହା ବୁଝି ପାରିଲେ ନାହିଁ।
କଥାଟିଏ-ଯାଯାବର: ପାଚିଲା ଓ କଞ୍ଚା
ଥରେ ଯୁବକଟିଏ ବାହା ହେବାର ଅଳ୍ପ ଦିନ ପରେ ଘର ଛାଡ଼ି କୁଆଡ଼େ ଚାଲିଗଲା। ସେ ଥିଲା ଘରର ରୋଜଗାରିଆ ପିଲା। ସେ ଗଲା ପରେ ପରିବାର ଭାରି ଦୁଃଖକଷ୍ଟରେ ଚଳିଲେ। ତାକୁ ଜାଣିଥିବା ଲୋକେ କହିଲେ- କିଛି ଦିନ ହେବ ସେ ଅନ୍ୟମନସ୍କ ରହୁଥିଲା।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)