ଜଣେ ସୁଲତାନ ଥିଲେ, ଯିଏ ଦାନୀ ହିସାବରେ ଖଣ୍ଡମଣ୍ଡଳରେ ପ୍ରସିଦ୍ଧ ଥିଲେ। ତାଙ୍କ ପାଖକୁ ଯେ କେହି ଗଲେ ବି ସେ କିଛି ନା କିଛି ଦେଉଥିଲେ। ସେ ଜଣେ ମହାନ ଦାନୀ ବୋଲି ଅନେକ ପ୍ରଶସ୍ତି ମଧ୍ୟ ଶୁଣୁଥିଲେ। ଦିନେ ଜଣେ ଫକିର ତାଙ୍କ ପାଖକୁ ଆସିଲେ।
ସୁଲତାନ ପଚାରିଲେ- ଆପଣ କ’ଣ ଚାହାନ୍ତି କହନ୍ତୁ। ମାଗିବା ମାତ୍ରକେ ଦେବି।
ଫକିର କହିଲେ- ଯାହା ତୁମେ ସବୁଠାରୁ ଅଧିକ ମୂଲ୍ୟବାନ ବୋଲି ଭାବୁଛ, ତାହା ଦିଅ।
ସୁଲତାନ ତାଙ୍କ ଆଙ୍ଗୁଠିରେ ପିନ୍ଧିଥିବା ମୁଦି ବାହାର କରି ଦେଇଦେଲେ ଓ ଫକିର ତାହା ନେଇ ବାହାରି ଗଲେ।
ପର ଦିନ ମଧ୍ୟ ଫକିର ଆସିଲେ ଓ ସେହି ସମାନ କଥା କହି ଦାନ ଚାହିଁଲେ। ସୁଲତାନ ମଧ୍ୟ ଏକ ଅତ୍ୟନ୍ତ ମୂଲ୍ୟବାନ ଦ୍ରବ୍ୟ ଦାନ ଭାବେ ଦେଲେ। ଏମିତି କିଛି ଦିନ ବିତିଗଲା ପରେ ଦିନେ ରାଜାଙ୍କ ମନେ ହେଲା ଯେ ସେ ହୁଏତ ଜଣେ ଠକ ହାବୁଡ଼ରେ ପଡ଼ିଛନ୍ତି ଓ ଫକିରମାନଙ୍କ ପ୍ରତି ତାଙ୍କ ଦୁର୍ବଳତାର ଫାଇଦା ସେହି ଲୋକ ନେଉଛି।
ସୁତରାଂ, ପର ଦିନ ଫକିର ଦାନ ନେଇଗଲା ପରେ ସୁଲତାନ ତାଙ୍କୁ ନିରବରେ ଅନୁସରଣ କଲେ। କିଛି ବାଟ ଗଲା ପରେ ଫକିର ସେହି ଦାନକୁ ନଦୀ ଭିତରକୁ ଫିଙ୍ଗି ଦେଲେ। ସୁଲତାନ ଏହା ଦେଖି ତଟସ୍ଥ ହୋଇ ବିରସ ମନରେ ଫେରି ଆସିଲେ।
ପର ଦିନ ପୁଣି ଫକିର ଆସି ପହଞ୍ଚିଲେ। ଏଥର ସୁଲତାନ ତାଙ୍କୁ କହିଲେ- ଆପଣ ଦାନ ପାଇବା ଲାଗି ଯୋଗ୍ୟ ନୁହନ୍ତି। ମୋ ଠାରୁ ଅତି ମୂଲ୍ୟବାନ ସନ୍ତକ ସବୁ ନେଇ ଆପଣ ନଦୀ ମଧ୍ୟକୁ ଫିଙ୍ଗି ଦେଉଛନ୍ତି? ଏଣିକି ଆପଣଙ୍କୁ ଦାନ ମିଳିବ ନାହିଁ।
ଫକିର କହିଲେ- ମୁଁ ପ୍ରଥମରୁ ଜାଣିଥିଲି ଯେ ତୁମେ ଦାନୀ ପଦବାଚ୍ୟ ନୁହେଁ। କାରଣ ଦାନ କଲା ପରେ ବି ସେହି ଦ୍ରବ୍ୟ ପ୍ରତି ତୁମର ମୋହ ତୁଟୁ ନାହିଁ। ପ୍ରଥମେ ତୁମେ ନିଜକୁ ଦାନ ଦେବାର ଯୋଗ୍ୟ କର।
ଏହା କହି ଫକିର ସେଠାରୁ ଚାଲିଗଲେ।
କଥାଟିଏ-ଯାଯାବର: ଦାନ ଦେବାକୁ ଯୋଗ୍ୟ ତ?
ଜଣେ ସୁଲତାନ ଥିଲେ, ଯିଏ ଦାନୀ ହିସାବରେ ଖଣ୍ଡମଣ୍ଡଳରେ ପ୍ରସିଦ୍ଧ ଥିଲେ। ତାଙ୍କ ପାଖକୁ ଯେ କେହି ଗଲେ ବି ସେ କିଛି ନା କିଛି ଦେଉଥିଲେ। ସେ ଜଣେ ମହାନ ଦାନୀ ବୋଲି ଅନେକ ପ୍ରଶସ୍ତି ମଧ୍ୟ ଶୁଣୁଥିଲେ। ଦିନେ ଜଣେ ଫକିର ତାଙ୍କ ପାଖକୁ ଆସିଲେ।
/sambad/media/media_files/4gXaeJpVRwjMhCybVeWv.jpg)