ରମଣ ମହର୍ଷିଙ୍କ ସହିତ ସାକ୍ଷାତ କରିବାକୁ ଜର୍ମାନିର ଦଳେ ବିଦେଶୀ ସଂସ୍କୃତ ବିଦ୍ବାନ ମନ ବଳାଇଲେ। ସେଥି ଲାଗି ଭାରତରେ ଥିବା ସେମାନଙ୍କ ଯେଉଁ ବନ୍ଧୁ ବନ୍ଦୋବସ୍ତ କରୁଥିଲେ, ତାଙ୍କୁ ଏହି ବିଦ୍ବାନମାନେ ଲେଖିଲେ- ଆମେ ଶୁଣିଛୁ, ରମଣ ମହର୍ଷି ପ‌ରମେଶ୍ବରଙ୍କ ସତ୍ତାକୁ ଉପଲବ୍‌ଧି କରିପାରିଛନ୍ତି। ସେ ଅନୁଭୂତି କିପରି ତାହା ଆମକୁ ବୁଝାଇ ଦେବେ କି ପଚାରି ଆମକୁ ଲେଖିବ। ତାଙ୍କ ଲାଗି ଏଠାରୁ କି ଉପହାର ନେବୁ ତାହା ମଧ୍ୟ ତାଙ୍କୁ ପଚାରି ଲେଖିବ।
ସୁତରାଂ, ଭାରତରେ ରହୁଥିବା ସେଇ ବ୍ୟକ୍ତି ଜଣକ ରମଣ ମହର୍ଷିଙ୍କୁ ଭେଟି ସବୁ କଥା କହି ସାକ୍ଷାତ ଲାଗି ଉପଯୁକ୍ତ ସମୟ ମାଗିଲେ ଏବଂ ତା’ ସହିତ ପଚାରିଲେ- ସେମାନେ ଆପଣଙ୍କ ଲାଗି କେଉଁ ଉପହାର ଆଣିବେ କହନ୍ତୁ।
ରମଣ ମହର୍ଷି ହସିଲେ ଓ କହିଲେ- ଉପହାର ଦେବାକୁ ଯଦି ଚାହୁଁଛନ୍ତି ତେ‌େବ କହନ୍ତୁ ଆଲ୍‌ପ୍‌ସ ପର୍ବତ କୋଳରୁ ବିଶୁଦ୍ଧ ପବନକୁ ଗୋଟିଏ ବୋତଲରେ ଭରି ଆଣିବେ। 
ଏହା ଶୁଣି ସେହି ବ୍ୟକ୍ତି ବିସ୍ମିତ ହେଲେ ସିନା, ସେଇ ଖବର ହିଁ ପଠାଇଲେ। 
କିଛି ଦିନ ପରେ ଜର୍ମାନିରୁ ବିଦ୍ବାନ ଦଳ ଆସିଲେ। ସେମାନେ ସାଙ୍ଗରେ ଗୋଟିଏ ଖାଲି ବୋତଲ ବି ନେଇ ଆସିଥିଲେ। ତାକୁ ରମଣ ମହର୍ଷିଙ୍କ ଆଗରେ ଖୋଲି ଦେଇ କହିଲେ- ଏହା ହେଉଛି ଆଲ୍‌ପ୍‌ସର ବିଶୁଦ୍ଧ ପବନ। 
ରମଣ ମହର୍ଷି ହସିଲେ ଓ ମୃଦୁ ଭାବେ କହିଲେ- କାହିଁ, ଆଲ୍‌ପ୍‌ସର ପବନ? ମୁଁ ତ ଅନୁଭବ କରିପାରିଲି ନାହିଁ! ତୁମେମାନେ କିଛି ଅନୁଭବ କରିପାରିଲ କି?
ସେମାନେ ନିରବ ରହିଲେ। 
ରମଣ ମହର୍ଷି କହିଲେ- ସେମିତି ଈଶ୍ବରଙ୍କ ସାନ୍ନିଧ୍ୟର ଅନୁଭୂତିକୁ ଶବ୍ଦରେ ବନ୍ଦ କରି ଆଉ କାହା ପାଖରେ ପହଞ୍ଚାଇ ହେବନାହିଁ। ଏହା କେବଳ ଅନୁଭବର କଥା। ସେଥି ଲାଗି ତାଙ୍କ ପାଖରେ ପହଞ୍ଚିବାକୁ ହେବ। ଯେମିତି ମୋ‌େତ ଆଲ୍‌ପ୍‌ସର ବିଶୁଦ୍ଧ ପବନ ଲାଗି ତା’ର କୋଳକୁ ଯିବାକୁ ହେବ।