ଥରେ ଜାଣ ଜେନ୍ ଗୁରୁଙ୍କୁ ତାଙ୍କ ବନ୍ଧୁ କହିଲେ- ଗତ କାଲି, ମୁଁ ମାତ୍ରାଧିକ ଭାବେ ରାଗି ଗଲି। ତା’ ପରେ ବହୁତ ଅନୁତାପ କଲି। ଭାବୁଛି ଆଉ ରାଗିବି ନାହିଁ।
ଗୁରୁ କହିଲେ- ଅନୁତାପ କଲା ପରେ କେମିତି ଲାଗିଲା?
ବନ୍ଧୁ କହିଲେ- ବହୁତ ଶାନ୍ତି ଲାଗିଲା। ମୁଁ କେବେ ଏମିତି ରାଗେ ନାହିଁ। ହଠାତ୍ ରାଗି ଗଲି। ତା’ ପରେ ଅନୁତାପ ଆସିଲା। ମୁଁ ଭାବିଲି ମୋ ଦ୍ବାରା ଏମିତି ହୋଇପାରିଲା କେମିତି? ମୁଁ ମନେ ମନେ ମୋ ଭୁଲ୍ ଲାଗି କ୍ଷମା ମାଗିଲି। ନ ହେଲେ ମୁଁ ରାତିରେ ଶାନ୍ତିରେ େଶାଇ ପାରି ନ ଥାଆନ୍ତି।
ଗୁରୁ ଏହା ଶୁଣି କହିଲେ- କିନ୍ତୁ କିଛି ଲାଭ ହେବ ନାହିଁ।
ବନ୍ଧୁ ଜଣକ କହିଲେ- ତା’ ମାନେ? ତୁମେ କ’ଣ କହୁଛ ମୁଁ ବୁଝିପାରୁନାହିଁ।
ଗୁରୁ କହିଲେ- ପ୍ରଥମ କଥା ହେଲା, ରାଗି ସାରିବା ପରେ ଗ୍ଳାନିରୁ ମୁକ୍ତି ପାଇବା ଲାଗି ଅନୁତାପର ଇଲମ ପାଇଗଲ। ଏଣିକି ଅଧିକ ରାଗିବ। ପ୍ରତି ଥର ରାଗି ସାରିବା ପରେ ଅନୁତାପ କରି ଶାନ୍ତିରେ ଶୋଇବ। ପୁଣି ପର ଦିନ ରାଗିବ। ତେଣୁ ଲାଭ ନାହିଁ।
ଦ୍ବିତୀୟ କଥା ହେଲା, ତୁମ ଅନୁତାପରେ ବି ଅହଂକାର ଭରି ରହିଛି। ତୁମେ ଭାବୁଛ ଯେ ତୁମେ ଏଭଳି ଲୋକ ଯେ ତୁମ ଠାରେ କ୍ରୋଧ ଜାତ ହେବା କଥା ନୁହେଁ, ଅଥଚ ହୋଇଗଲା କିପରି? ଅହଂକାରୀ ଲୋକର କ୍ରୋଧ ଉପରେ ନିୟନ୍ତ୍ରଣ ନ ଥାଏ। ତେଣୁ ଲାଭ ନାହିଁ।
ବନ୍ଧୁ କହିଲେ- ତାହା ହେଲେ କ’ଣ କରିବି?
ଗୁରୁ କହିଲେ- ରାଗ ଆସିବ। ମନର କୋଉ ଭିତରୁ ରାଗ ହଠାତ୍ ଆସିଯିବ। େସତିକି ବେଳେ ସ୍ଥିର ହୋଇ ରାଗର ଗତିକୁ ଦେଖିବାକୁ ଚେଷ୍ଟା କରିବ। ଦେଖିବ ତୁମ ରାଗ ଏକ ଅଭିନୟ ଭଳି ଲାଗିବ ଏବଂ ତାହା ଶୀତଳ ହୋଇଯିବ।
କଥାଟିଏ-ଯାଯାବର: କିଛି ଲାଭ ନାହିଁ
ଥରେ ଜାଣ ଜେନ୍ ଗୁରୁଙ୍କୁ ତାଙ୍କ ବନ୍ଧୁ କହିଲେ- ଗତ କାଲି, ମୁଁ ମାତ୍ରାଧିକ ଭାବେ ରାଗି ଗଲି। ତା’ ପରେ ବହୁତ ଅନୁତାପ କଲି। ଭାବୁଛି ଆଉ ରାଗିବି ନାହିଁ। ଗୁରୁ କହିଲେ- ଅନୁତାପ କଲା ପରେ କେମିତି ଲାଗିଲା?
/sambad/media/media_files/4gXaeJpVRwjMhCybVeWv.jpg)