ଜଣେ ତରୁଣ ଗୌତମ ବୁଦ୍ଧଙ୍କ ପାଖରେ ଶିଷ୍ୟତ୍ବ ଗ୍ରହଣ କଲା ପରେ ଦିନେ ତାଙ୍କୁ ପଚାରିଲା- ମହାଭାଗ, ମୋତେ ଲାଗୁଛି ସତେ ଯେମିତି ମୋତେ କେହି ଭଲ ପାଆନ୍ତି ନାହିଁ। ମୁଁ ଯାହା କହିବାକୁ ବା କରିବାକୁ ଚାହୁଁଛି, ଅନ୍ୟମାନେ ତା’ର ବିରୋଧ କରୁଛନ୍ତି। ମୁଁ କ’ଣ କରିବି।
ସେତିକି ବେଳେ ଗୌତମ ବୁଦ୍ଧ ଏକ ବିଶାଳ ଅଶ୍ବତ୍ଥ ବୃକ୍ଷ ମୂଳରେ ବସିଥିଲେ। ସମୟ ଥିଲା ସକାଳ। ମୃଦୁ ମନ୍ଦ ପବନ ବହୁଥିଲା। ଗଛର ପତ୍ରଗୁଡ଼ିକ ସତେ ଯେମିତି ଆନନ୍ଦରେ ନାଚୁଥିଲେ।
ବୁଦ୍ଧ ଯୁବକଟିର ଧ୍ୟାନ ସେହି ପତ୍ରଗୁଡ଼ିକ ଆଡ଼କୁ ଟାଣି କହିଲେ- ପବନ ସହିତ ପତ୍ର କେମିତି ନାଚୁଛନ୍ତି ଦେଖୁଛ? ପବନ ବନ୍ଦ ହୋଇଗଲେ ଏ ନାଚ ବନ୍ଦ ହୋଇଯିବ। ଧରିନିଅ ଗୋଟିଏ ପତ୍ର ବିଚାର କଲା ଯେ ସେ ତା’ ନିଜ ଇଚ୍ଛାରେ ନାଚିବ ବା ସ୍ଥିର ରହିବ। ତାହା ହେଲେ ସେ କ’ଣ କରିବ? ହୋଇପାରେ, ଯେତେବେଳେ ପବନ ବହିବ ସେ ସ୍ଥିର ରହିବାକୁ ଚେଷ୍ଟା କରିବ ବା ପବନ ସ୍ଥିର ଥିବା ବେଳେ ସେ ନାଚିବାକୁ ଉଦ୍ୟତ ହେବ। ତା’ ଅର୍ଥ ପୂରା ବ୍ୟବସ୍ଥାର ବିପରୀତରେ ସେ ଯାଇପାରେ। ତାକୁ ଲାଗିପାରେ ସମସ୍ତେ ଯେମିତି ତା’ର ବିରୋଧରେ ନିୟୋଜିତ। ଏହାର କାରଣ କ’ଣ? ଏହାର କାରଣ ହେଉଛି ତା’ର ସ୍ବତନ୍ତ୍ର ଇଚ୍ଛା ବା ଗୋଟିଏ ଶବ୍ଦରେ କହିଲେ ଅହଂକାର।
ସେମିତି ତୁମକୁ ମୋର ଉପଦେଶ ତୁମେ ଅହଂକାରକୁ ତ୍ୟାଗ କର, ଦେଖିବ ତୁମେ ପୂରା ବ୍ୟବସ୍ଥାର ଅଂଶ ହୋଇଯାଇଛ। ତୁମ ପ୍ରତି କାହାର ବିରୋଧ ନାହିଁ। ତୁମେ ବି ପବନ ସହିତ ନାଚୁଛ। ଆଉ ଯଦି ଅହଂକାରକୁ ଜାବୁଡ଼ି ଧର, ତୁମକୁ ଲାଗିବ ପୂରା ବ୍ୟବସ୍ଥା ତୁମକୁ ହିଁ ବାଧା ଦେବାକୁ ବଦ୍ଧପରିକର। ଏବେ ବୁଝି ପାରିଲ ତ?
କଥାଟିଏ-ଯାଯାବର: ଅହଙ୍କାର ମୋଚନ
ଜଣେ ତରୁଣ ଗୌତମ ବୁଦ୍ଧଙ୍କ ପାଖରେ ଶିଷ୍ୟତ୍ବ ଗ୍ରହଣ କଲା ପରେ ଦିନେ ତାଙ୍କୁ ପଚାରିଲା- ମହାଭାଗ, ମୋତେ ଲାଗୁଛି ସତେ ଯେମିତି ମୋତେ କେହି ଭଲ ପାଆନ୍ତି ନାହିଁ। ମୁଁ ଯାହା କହିବାକୁ ବା କରିବାକୁ ଚାହୁଁଛି....
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)