ଜଣେ ଗୁରୁ ତାଙ୍କ ଶିଷ୍ୟକୁ ଦୀକ୍ଷା ଦେଲାବେଳେ କହିଲେ- ପ୍ରତିଜ୍ଞା କର, ତୁ ସଦାବେଳେ ସତ କହିବୁ।
ଶିଷ୍ୟ ତାହା ମାନିବ ବୋଲି ପ୍ରତିଶ୍ରୁତି ଦେଇ ଆଶ୍ରମ ଛାଡ଼ିଲା।
ଅନେକ ବର୍ଷ ପରେ ଶିଷ୍ୟଟି ଗୁରୁଙ୍କୁ ଦେଖା କରିବାକୁ ଗଲା। ଗୁରୁ ବୃଦ୍ଧ ହୋଇଯାଇଥିଲେ। ସେ ଶିଷ୍ୟକୁ ଦେଖି ବହୁତ ଖୁସି ହେଲେ। କିଛି ସମୟ କଥା ହେବା ପରେ ସେ ପଚାରିଲେ- ବାବୁରେ ତୁ ମୋର ଶେଷ କଥାଟି ମନେ ରଖିଛୁ ତ?
ଶିଷ୍ୟ କହିଲା- ମୁଁ ମନେ ରଖିଛି। କିନ୍ତୁ ମୋ ଶିଷ୍ୟ ଓ ଅନୁଗାମୀମାନଙ୍କୁ ସେହି ଶିକ୍ଷାଟି ଦେଇ ପାରୁନାହିଁ।
ଗୁରୁ କହିଲେ- କାହିଁକି?
ଶିଷ୍ୟ କହିଲା- ମୁଁ ସଦାବେଳେ ସତ କଥା ହିଁ କହିବାକୁ ଚେଷ୍ଟା କରିଛି। କିନ୍ତୁ ସେଇ ଅନୁଭୂତି ମୋ ଜ୍ଞାନୋଦୟ ବି କରିଛି।
ଗୁରୁ ଚୁପ୍ ପଡ଼ିଗଲେ। ତା’ ପରେ ସେ କହିଲେ- ତୁ କ’ଣ କହିବାକୁ ଚାହୁଁ ଖୋଲି କହ।
ଶିଷ୍ୟ କହିଲା- ମୁଁ ପ୍ରଥମେ ଭାବି ନେଇଥିଲି ଯେ ସତ କହିବା ସହଜ କଥା। ଏହା ଅତ୍ୟନ୍ତ ସରଳ, ସିଧା ଗାରଟିଏ ଭଳି। କିନ୍ତୁ ବାସ୍ତବରେ ଦେଖିଲି ଯେ ସତ କହି ବି େଯ ସତ ଶୁଣି ସହିବା ଲାଗି ଭଗବାନ କାନ ଓ ମନ ଦେଇ ନାହାନ୍ତି। ତେଣୁ ସତ କହିବା ମୋ ଲାଗି ଅପ୍ରୀତିକର ହୋଇଛି।
ଗୁରୁ କହିଲେ- ତାହା ହେଲେ ତୁ କ’ଣ କଲୁ?
ଶିଷ୍ୟ କହିଲା- ଗୋଟିଏ କାମ କଲି, ଯେତେବେଳେ ମିଛ କହିବାକୁ ପଡ଼ିଲା ମୁଁ ନିରବ ରହିଲି।
ଗୁରୁ ପଚାରିଲେ- ଏବେ କହ ତୋର ଶିଷ୍ୟମାନଙ୍କୁ ତୁ କେଉଁ ଅନ୍ତିିମ ଉପଦେଶ ଦେଉଛୁ?
ଶିଷ୍ୟ କହିଲା- ଆପଣଙ୍କ ଉପଦେଶ ମାନିବାବେଳେ ମୋର ଯେଉଁ ଅନୁଭୂତି ହୋଇଛି, ତହିଁରୁ ଶିଖି ସେମାନଙ୍କୁ କହୁଛି ଯେ ନିରବ ରହ। ଅତି ଆବଶ୍ୟକ ନ ହେଲେ କଥା କୁହନାହିଁ। କାରଣ କଥା ହିଁ ସବୁ ସମସ୍ୟାର ମୂଳ କାରଣ। ନିରବ ରହିଲେ ସର୍ବଦା ସତ କହିବାର ପ୍ରତିଶ୍ରୁତି ପାଳନ କରିବା ମଧ୍ୟ ସମ୍ଭବ।
କଥାଟିଏ-ଯାଯାବର: ନିରବ ରହ
ଜଣେ ଗୁରୁ ତାଙ୍କ ଶିଷ୍ୟକୁ ଦୀକ୍ଷା ଦେଲାବେଳେ କହିଲେ- ପ୍ରତିଜ୍ଞା କର, ତୁ ସଦାବେଳେ ସତ କହିବୁ। ଶିଷ୍ୟ ତାହା ମାନିବ ବୋଲି ପ୍ରତିଶ୍ରୁତି ଦେଇ ଆଶ୍ରମ ଛାଡ଼ିଲା। ଅନେକ ବର୍ଷ ପରେ ଶିଷ୍ୟଟି ଗୁରୁଙ୍କୁ ଦେଖା କରିବାକୁ ଗଲା।
/sambad/media/media_files/4gXaeJpVRwjMhCybVeWv.jpg)