କରୋନା କାଳୀନ ପ୍ରାରମ୍ଭିକ ଲକ୍‌ଡାଉନ୍‌ କାଳରେ ଯେଉଁ ବିମର୍ଷକର ଚିତ୍ର ସାମନାକୁ ଆସିଲା, ତାହା ହେଉଛି ୧୬ ଲକ୍ଷ ପ୍ରବାସୀ ଶ୍ରମିକଙ୍କ ସ୍ବଗୃହ ପ୍ରତ୍ୟାବର୍ତ୍ତନ। ଏମାନେ ସମସ୍ତେ ଜୀବିକା ଅନ୍ବେଷଣରେ ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୋଆ ଭଳି ରାଜ୍ୟକୁ ଯାଇ ଥାଆନ୍ତି। ଏହାର କାରଣ ଏମାନଙ୍କୁ କର୍ମସ˚ସ୍ଥାନ ଯୋଗାଇ ଦେବାରେ ଆମ ରାଜ୍ୟର ଅସାମର୍ଥ୍ୟ। ସେହି କାରଣରୁ ଓଡ଼ିଶା ଏକ ଶ୍ରମିକ ରପ୍ତାନିକାରୀ ରାଜ୍ୟରେ ପରିଣତ ହୋଇଛି।

Advertisment

ଏ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଆମ ରାଜ୍ୟରେ କର୍ମ ସ˚ସ୍ଥାନର ସୁଯୋଗ ସୃଷ୍ଟି କରିବାକୁ ହେବ। ସ˚ପ୍ରତି ଆମ ରାଜ୍ୟର ପ୍ରାୟ ସମସ୍ତ କୃଷିଭିତ୍ତିିକ କାରଖାନାରେ ତାଲା ଝୁଲୁଛି। ଏହାର ବିକାଶ କରାଗଲେ ମାନବ ସମ୍ବଳର ଏକ ବୃହତ୍‌ ଭାଗ ଲାଗି ଉଭୟ ଉଦ୍ୟୋଗ ଏବ˚ କୃଷି କ୍ଷେତ୍ରରେ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ। ଉଦାହରଣ ସ୍ବରୂପ କପଡ଼ା ଉଦ୍ୟୋଗ ବା ବୟନ ଶିଳ୍ପ। ଏକଦା ଓଡ଼ିିଶାରେ ତିନିଟି ବୃହତ୍‌ ଟେକ୍‌ସଟାଇଲ ମିଲ୍‌ ବା ଲୁଗା କଳ ଥିଲା। ସେଗୁଡ଼ିକ ହେଲା ଚୌଦାରରେ ଓଡ଼ିିଶା ଟେକ୍‌ସଟାଇଲ ମିଲ୍‌, ଝାରସୁଗୁଡ଼ାରେ ଭାସ୍କର ଟେକ୍‌ସଟାଇଲ ମିଲ୍‌ ଓ ବାରିପଦାରେ ମୟୂରଭ˚ଜ ଟେକ୍‌ସଟାଇଲ ମିଲ୍‌। ବର୍ତ୍ତମାନ ଏହି ତିନିଟି ଯାକ ଟେକ୍‌ସଟାଇଲ ମିଲ୍‌ ବନ୍ଦ ହୋଇ ପଡ଼ିଛି। ଭାସ୍କର ଟେକ୍‌ସଟାଇଲ ମିଲ୍‌ ୨୩୦୦ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତିି ପ୍ରଦାନ କରିଥିଲା। ସେହିଭଳି ଓଡ଼ିିଶା ଟେକ୍‌ସଟାଇଲ ମିଲ୍‌ ବନ୍ଦ ହେବା କାରଣରୁ ୧୦ ହଜାର ଶ୍ରମିକ ପ୍ରତ୍ୟକ୍ଷ ରୂପେ ପ୍ରଭାବିତ ହେଲେ। ୧୯୫୦ ମସିହାରେ ସ୍ଥାପିତ ଏହି କାରଖାନା ଦୀର୍ଘ ଅର୍ଧ ଶତାବ୍ଦୀ ଧରି ଓଡ଼ିିଶାର ଶିଳ୍ପ ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ନେଇଥିଲା। ସେହିପରି ରାଜ୍ୟରେ ୭ଟି କୋଅପରେଟିଭ ସ୍ପିନି˚ ମିଲ୍‌ ଥିଲା, ଯହିଁରୁ କେବଳ ଗୋଟିଏ ଚାଲୁଛି (କଳାହାଣ୍ତିର କେସିଙ୍ଗାରେ)। ସେହିପରି ରାଜ୍ୟର ୧୧ଟି ପାଓାରଲୁମ ବନ୍ଦ ହୋଇଯାଇଛି, ଯେଉଁ କାରଣରୁ ଏ ସବୁ ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ପାଇଥିବା ହଜାର ହଜାର ଲୋକ ଏବେ ବେକାର। ଏବେ ଓଡ଼ିିଶାର କଳାହାଣ୍ତି, ବଲାଙ୍ଗୀର, ରାୟଗଡ଼ା, କୋରାପୁଟରେ କପା ଚାଷ ହେଉଛି। ଏହି ଜିଲ୍ଲାର କପା ଚାଷୀମାନେ ସେମାନଙ୍କ ଉତ୍ପାଦକୁ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼ ବେପାରୀଙ୍କୁ ବିକ୍ରି କରୁଛନ୍ତି। ପୂର୍ବରୁ ଓଡ଼ିିଶାରେ ଗ˚ଜାମ, ଜଗତସି˚ହପୁର, ମୟୂରଭ˚ଜ, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, କଟକ ଆଦି ଜିଲ୍ଲାରେ ପ୍ରଚୁର କପା ଚାଷ ହେଉଥିଲା। ସୂତାକଳ, ପାଓାରଲୁମ, ଟେକ୍‌ସଟାଇଲ୍‌ସ ମିଲ୍‌ଗୁଡ଼ିିକୁ ଏହି ଅଞ୍ଚଳ କଞ୍ଚାମାଲ ଯୋଗାଉଥିଲେ। ଏବେ ଏହି ଉଦ୍ୟୋଗ ବନ୍ଦ ହେବା ପରେ କପା ଚାଷ ମଧୢ ବନ୍ଦ ହୋଇଯାଇଛି। ଏବେ ରାଜ୍ୟରେ ମାତ୍ର ୧ ଲକ୍ଷ ହେକ୍‌ଟର ଜମିରେ କପା ଚାଷ ହେଉଛି। ଦିନ ଥିଲା ୭ ଲକ୍ଷ ହେକ୍‌ଟରରୁ ଅଧିକ ଜମିରେ କପା ଚାଷ କରାଯାଉଥିଲା।

ସେହିଭଳି ଆଉ ଗୋଟିଏ ହେଲା ଚିନି ଶିଳ୍ପ। ଓଡ଼ିିଶାରେ ଆଖୁ ଏକ ଅର୍ଥକରୀ ଫସଲ ଭାବେ ବିଶେଷ ଆଦର ଲାଭ କରିଥିଲା। ହେଲେ ଏବେ ଆଉ ସେହି ସ୍ଥିତି ନାହିଁ। ଚିନି କଳ ବନ୍ଦ ହୋଇ ଯାଇଥିବାରୁ ଆଖୁ ଚାଷ ମଧୢ ଗଭୀର ଭାବେ ଆକ୍ରାନ୍ତ। ଓଡ଼ିିଶାର ୮ଟି ବୃହତ୍‌ ଚିନି କଳ ଭିତରୁ ଏବେ ଚାଲୁଛି ମାତ୍ର ଦୁଇଟି; ତାହା ପୁଣି କମ୍‌ କ୍ଷମତାରେ। ନୟାଗଡ଼, ବଡ଼ମ୍ବା, ବରଗଡ଼, ସୋନପୁର, ରାୟଗଡ଼ା ଓ ଧର୍ମଗଡ଼ଠାରେ ଥିବା ଚିନି କାରଖାନା ସବୁ ବନ୍ଦ ହୋଇ ପଡ଼ିିଛି। ଚାଲୁଛି କେବଳ ଢେଙ୍କାନାଳ ଓ ଆସ୍କାରେ ଥିବା ଚିନିକଳ। କପା ଚାଷ ଭଳି ବି ସମାନ ସ୍ଥିତି ହୋଇଛି ଆଖୁ ଚାଷରେ। ନୟାଗଡ଼ ଚିନି କାରଖାନାରେ କାମ କରୁଥିଲେ ୬୦୦ କର୍ମଚାରୀ ଓ ଆଖୁ ଯୋଗାଉଥିଲେ ୧୨ ହଜାର ଆଖୁ ଚାଷୀ। ଏବେ ସମସ୍ତେ ରୋଜଗାର ହରାଇଛନ୍ତି। ଅବଶିଷ୍ଟ ଚିନି କଳ ବାବଦରେ ମଧୢ ସେଇ ସମାନ କଥା କୁହାଯାଇପାରେ।

ଏବେ ଆସିବା କାଗଜ ଶିଳ୍ପକୁ। ଓଡ଼ିିଶା ହେଉଛି କାଗଜ ଶିଳ୍ପ ପାଇଁ ସର୍ବାଧିକ ଉପଯୁକ୍ତ ରାଜ୍ୟ। କାରଣ କାଗଜର ମୁଖ୍ୟ କଞ୍ଚାମାଲ ବାଉଁଶ ଆମ ରାଜ୍ୟରେ ବହୁଳ ଭାବେ ଉପଲବ୍‌ଧ। ହେଲେ ଆଜି ଓଡ଼ିିଶାରେ ୫ଟି କାଗଜ କଳ ଭିତରୁ ଦୁଇଟି ଚାଲୁଛି। ଓରିଏଣ୍ଟ ପେପର ମିଲ୍‌, ଟିଟାଗଡ଼ ପେପର ମିଲ୍‌ ଓ ସେବା ପେପର ମିଲ୍‌ (ଜୟପୁର) ବନ୍ଦ ହୋଇଯାଇଛି। କେବଳ ଚାଲୁଛି ଜେ.କେ. ଓ ଇମାମି କାଗଜ କଳ।

ସେହିପରି ଓଡ଼ିିଶାରେ ପ୍ରଚୁର ମକା ଚାଷ ହୋଇଥାଏ। ଦକ୍ଷିଣ ଓଡ଼ିିଶା (ଅବିଭକ୍ତ କୋରାପୁଟ, ଅବିଭକ୍ତ ଗ˚ଜାମ), ପଶ୍ଚିମ ଓଡ଼ିିଶାର କଳାହାଣ୍ତି, ଉତ୍ତର ଓଡ଼ିଶାର ମୟୂରଭ˚ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରଚୁର ମକା ଉତ୍ପାଦିତ ହୁଏ। କିନ୍ତୁ ଓଡ଼ିଶାରେ ଗୋଟିଏ ହେଲେ ବି ମକା ପ୍ରକିୟାକରଣ ଶିଳ୍ପ ସ୍ଥାପିତ ହୋଇପାରି ନାହିଁ। ଓଡ଼ିଶାର ମକାରେ ଆନ୍ଧ୍ର, ଛତିଶଗଡ଼ ବ୍ୟବସାୟୀ ମାଲାମାଲ। ବର୍ତ୍ତମାନ ଓଡ଼ିିଶାରେ ୨ ଲକ୍ଷ ହେକ୍‌ଟର ଜମିରେ ମକା ଚାଷ ହେଉଛି। ଏହା କିଛି କମ ନୁହେଁ। ଯଦି ଆମ ରାଜ୍ୟରେ ମକା ପ୍ରକିୟାକରଣ ଶିଳ୍ପ ହୁଅନ୍ତା, ତେବେ ଚାଷୀମାନେ ଲାଭବାନ ହେବା ସହିତ ମକା ପ୍ରକ୍ରିୟାକରଣ ପରେ ମୂଲ୍ୟଯୁକ୍ତ ହୋଇ ରାଜ୍ୟ ଲାଗି ରାଜସ୍ବ ଆୟରେ ସମର୍ଥ ହୁଅନ୍ତା।

ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟର ଲୋକଙ୍କୁ ବାହାରକୁ ଯିବାକୁ ନ ଦେଇ ନିଜ ରାଜ୍ୟରେ ସେମାନଙ୍କ ଲାଗି ରୋଜଗାର ସୃଷ୍ଟି କରିବା ସକାଶେ କୃଷିଭିତ୍ତିକ ଶିଳ୍ପ ଉପରେ ଗୁରୁତ୍ବ ପ୍ରଦାନ କରିବାକୁ ହେବ।

ମୋ- ୮୨୪୯୮୬୮୯୬୧