ଆରବର ରାଜା ଥିଲେ ଖୁବ୍ ଉଚ୍ଚାଭିଳାଷୀ ଓ ଲୋଭୀ। ସେ କେବଳ ରାଜ୍ୟ ଜୟ କରୁ ନ ଥିଲେ, ରାଜ୍ୟକୁ ଲୁଣ୍ଠନ କରି ଛାରଖାର କରି ଦେଉଥିଲେ। ତାଙ୍କର ଲକ୍ଷ୍ୟ ଥିଲା ପୃଥିବୀର ସବୁ ସୁନାର ମାଲିକ ହେବା।

Advertisment

ଥରକର କଥା। ଦୂରରେ ଥିବା ଗୋଟିଏ ରାଜ୍ୟକୁ ସେ ଆକ୍ରମଣ କରିବାକୁ ବାହାରିଲେ। ତାକୁ ଆକ୍ରମଣ କରି ବିଧ୍ବସ୍ତ କରିଦେଲେ ସିନା ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳକୁ ସମସ୍ତେ ସାଂଘାତିକ ଭାବେ କ୍ଳାନ୍ତ ହୋଇ ପଡ଼ିଥିଲେ। କିନ୍ତୁ ସେତେବେଳକୁ ବିଶ୍ରାମ ନେବାର ଜୁ ନ ଥିଲା। କାରଣ ସେମାନେ ଥିଲେ ଗୋଟିଏ ବିଶାଳ ମରୁଭୂମିର ମଧ୍ୟ ଭାଗରେ। ସେମାନଙ୍କ ପାଖରେ ପାଣି ସରିଯାଇଥିଲା। ଜଣକ ପରେ ଜଣେ ଶୋଷରେ ମରିବାକୁ ଲାଗିଥିଲେ। ଯାହା ପାଣି ଥିଲା ସେଥିରେ କେବଳ ରାଜାଙ୍କୁ ବଞ୍ଚାଇ ରଖାଗଲା। କିନ୍ତୁ ସେତକ ବି ସରିଗଲା। ଏବେ ସମସ୍ତେ ଘୋର ତୃଷାର୍ତ୍ତ, ପାଣି ନ ପାଇଲେ ପ୍ରାଣ ଛାଡ଼ିଯିବ।

ଏହି ସମୟରେ ଜଣେ ବୃଦ୍ଧ ଓଟ ପିଠିରେ ଆସୁଥିବାର ଦେଖାଗଲା। ତାଙ୍କ ପାଖରେ କିଛି ପାଣି ଥିଲା। ମୁମୂର୍ଷୁ ଆରବର ରାଜା ନିଜ ପାଖରେ ଥିବା ସମସ୍ତ ସୁନାକୁ ଦେଇ ପାଣି ପିଇବାକୁ ଚାହିଁଲେ।

ବୃଦ୍ଧ ହସିଲେ। ସେ କହିଲେ- ରାଜା, ସୁନା ବଦଳରେ ପାଣି ମାଗି ଏହି ମରୁଭୂମିରେ ପାଣିର ମୂଲ୍ୟକୁ ନ୍ୟୂନ କର ନାହିଁ। ପାଣି ହେଉଛି ଜୀବନ, ଯାହା ଦୁର୍ମୂଲ୍ୟ। ତେଣୁ ପାଣି ପିଅ ଓ ସାଷ୍ଟମ ହୁଅ।

ମରୁଭୂମିରୁ ପ୍ରାଣ ନେଇ ବାହାରିବା ପରେ ଆରବର ରାଜା ସଂପୂର୍ଣ୍ଣ ବଦଳି ଯାଇଥିଲେ। ତାଙ୍କ ଆଖିି‌େର ସୁନା ଆଉ ଆଗ ଭଳି ଝଟକୁ ନ ଥିଲା।