ଗଡ଼ଵାଲ୍‌ର ଶାଗୁଆ ଗାନ୍ଧୀ

ଅଭିରାମ ବିଶ୍ବାଳ

ବାତ୍ୟା, ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ, ଅଂଶୁଘାତ, ଭୂମିକ˚ପ, ଭୂସ୍ଖଳନ ଓ ମହାମାରୀ ଭଳି ବିପତ୍ତି ଉପୁଜିଲେ ପ୍ରକୃତି ସହ ମଣିଷ ସମାଜର ସ˚ପର୍କଗତ ସନ୍ତୁଳନର ବିଭିନ୍ନ ଦିଗ ଉପରେ ଚର୍ଚ୍ଚା ହୁଏ। ଏ ଏକବି˚ଶ ଶତାବ୍ଦୀରେ ମଧୢ ଜମି, ଜଳ, ଜଙ୍ଗଲ, ଜୀବଜନ୍ତୁ ଓ ଜଳବାୟୁ ପ୍ରସଙ୍ଗମାନ ରାଷ୍ଟ୍ର ସିଦ୍ଧାନ୍ତ ତଥା ସମାଜ ଚିନ୍ତନକୁ ବିଭିନ୍ନ ବାଗରେ ଆଲୋଡ଼ିତ କରିଚାଲିଛି। ଏହି ପୃଷ୍ଠଭୂମିରେ ଦେଖିଲେ ବି˚ଶ ଶତାବ୍ଦୀର ସପ୍ତମ ଦଶକରେ ହିମାଳୟର ପାଦଦେଶରେ ସ˚ଗଠିତ ହୋଇଥିବା ଚିପ୍‌କୋ ଆନ୍ଦୋଳନ ଥିଲା ଅତ୍ୟନ୍ତ ପ୍ରଭାବଶାଳୀ ଓ ଦୂରଦୃଷ୍ଟି ସ˚ପନ୍ନ। ସେ ଶାଗୁଆ ଆନ୍ଦୋଳନଟିକୁ ବନ ବା ପରିବେଶ ଆନ୍ଦୋଳନରୁ ଜନ ଆନ୍ଦୋଳନରେ ପରିଣତ କରିବାରେ ଅଗ୍ରଦୂତ ଓ ପ୍ରେରଣାଦାୟୀ ଭୂମିକା ଥିଲା ଆନ୍ଦୋଳନର ଅନ୍ୟତମ ସ˚ଶ୍ଳିଷ୍ଟ ପ୍ରବକ୍ତା ଓ ପ୍ରହରୀ ସୁନ୍ଦରଲାଲ୍‌ ବହୁଗୁଣାଙ୍କର। ବୃକ୍ଷ ଓ ଜଙ୍ଗଲ ବଞ୍ଚେଇବା ପାଇଁ ଯିଏ ନିଜ ଜୀବନକୁ ନିୟୋଜିତ କରିଥିଲେ ଶେଷରେ ସିଏ କରୋନା ସ˚କ୍ରମଣ ଜନିତ ରକ୍ତରେ ଅମ୍ଳଜାନ ସ୍ତରର ପତନ ଯୋଗୁଁ ଚାଲିଗଲେ, ୯୪ ବର୍ଷ ବୟସରେ; ଏକ ସାର୍ଥକ, ପରିପୂର୍ଣ୍ଣ, ପ୍ରାସଙ୍ଗିକ ଓ କର୍ମମୟ ଜୀବନ ଜିଇ ସାରି। ସମସ୍ତଙ୍କ ପାଇଁ ସିଏ ଥିଲେ ହିମାଳୟ, ଗଡ଼ଵାଲ୍‌ ଓ ପର୍ଯ୍ୟାବରଣର ଗାନ୍ଧୀ।

ଚିପ୍‌କୋ ଏକ ପାହାଡ଼ୀ, ଗଡ଼ଵାଲୀ ଶବ୍ଦ ଯାହାର ଅର୍ଥ ଜାବୁଡ଼ି, କୁଣ୍ଢେଇ ଓ କୋଳେଇ ଧରିବା; ଚିପ୍‌କୋ ଆନ୍ଦୋଳନ ପ୍ରସ˚ଗରେ ଗଛକୁ ଜାବୁଡ଼ି ଧରିବା ଏବ˚ କାଠ କଟାଳି ଓ ଠିକାଦାରମାନଙ୍କୁ ଗଛ କାଟିବାରୁ ନିବୃତ୍ତ କରିବା। ୧୯୬୪ ମସିହାର କଥା। ଗୋପେଶ୍ବର ଅଞ୍ଚଳରେ ଆରମ୍ଭ ହୁଏ ଦଶୋଲି ଗ୍ରାମ ସ୍ବରାଜ୍ୟ ସ˚ଘ; ପରେ ସ˚ଘ ବଦଳି ହୁଏ ମଣ୍ତଳ। ମଣ୍ତଳ ଗଠନରେ ପ୍ରମୁଖ ଅବଦାନ ଥିଲା ଚିପ୍‌କୋ ଆନ୍ଦୋଳନର ଅନ୍ୟତମ ବହୁଚର୍ଚ୍ଚିତ ବ୍ୟକ୍ତିତ୍ବ ଚଣ୍ତୀପ୍ରସାଦ ଭଟ୍ଟଙ୍କର। ଲକ୍ଷ୍ୟ ଥିଲା ଗାଁରେ କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଦେବା। ମଣ୍ତଳ ମଧୢ ବଡ଼ ବଡ଼ ଶିଳ୍ପ ପାଇଁ ବ୍ୟାପକ ଗଛକଟାକୁ ବିରୋଧ କରୁଥିଲା। ୧୯୭୦ ମସିହାରେ ଅଳକନନ୍ଦା ନଈରେ ଆସିଲା ଭୀଷଣ ବନ୍ୟା। ୨୦୦ରୁ ଅଧିକ ଲୋକ ସେଥିରେ ପ୍ରାଣ ହରେଇଲେ। ସେ ବନ୍ୟାର କାରଣ ଥିଲା ଅବିଚାରିତ ଗଛକଟା। ୧୯୭୩ ମସିହାର ମାର୍ଚ୍ଚ-ଏପ୍ରିଲ୍‌ରେ ମୁଣ୍ତ ଟେକିଲା ଚିପ୍‌କୋ ଆନ୍ଦୋଳନର ପ୍ରଥମ ଲହର। ଅଳକନନ୍ଦା ଉପତ୍ୟକାର ମଣ୍ତଳ ଗାଁରେ। ଜଙ୍ଗଲ ବିଭାଗ ସ୍ଥାନୀୟ ଲୋକଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ କୃଷି ଉପକରଣ ତିଆରି କରିବା ସକାଶେ ଅଳ୍ପ କିଛି ଗଛ କାଟିବା ପାଇଁ ଅନୁମତି ଦେଇ ନ ଥିଲା ବେଳେ ଖେଳସାମଗ୍ରୀ ଉତ୍ପାଦନକାରୀ ଏକ କମ୍ପାନିକୁ ବହୁସ˚ଖ୍ୟକ ଗଛ କାଟି ନେବା ପାଇଁ ତଥାସ୍ତୁ କହି ଦେଲେ। ପରେ ୧୯୭୪ ମସିହାର ମାର୍ଚ୍ଚ ମାସରେ ନିଲାମ ପରେ ରେନୀ ଗାଁ ଜଙ୍ଗଲରୁ ଗଛ କଟା ହେବାର ଥିଲା। ଗାଁର ପୁରୁଷମାନଙ୍କୁ ଡାକି ନିଆଗଲା କ୍ଷତିପୂରଣ ନିର୍ଦ୍ଧାରଣ ଆଲୋଚନା ସଭାକୁ। ଆଉ ସେପଟେ ଗଛ କାଟିବା ପାଇଁ କଟାଳିମାନଙ୍କୁ ପଠେଇ ଦିଆଗଲା। ସେଭଳି ଚକ୍ରାନ୍ତର ଆଭାସ ପାଇ ଗାଁରେ ଉପସ୍ଥିତ ଥିବା ମହିଳାମାନଙ୍କ ଭିତରୁ ଗୌରା ଦେବୀ, ସୁରକ୍ଷା ଦେବୀ, ସୁଦେଶା ଦେବୀ, ବଚନୀ ଦେବୀ ଓ ବିରୁସ୍କା ଦେବୀ ଗଛମାନଙ୍କ ଚାରିପଟେ ମାନବ ବଳୟ ତିଆରି କରି କହିଥିଲେ ଗଛ କାଟିବା ଆଗରୁ ଆମ ଦେହ ଉପରେ କରତ ଓ କୁରାଢ଼ି ଚଲାଅ। ସ୍ବାମୀଙ୍କୁ ହରେଇ ସାରିଥିବା ଜନଜାତିର ମହିଳା ଗୌରା ଦେବୀ କହିଥିଲେ- ମାରୋ ଗୋଲି ଔର‌୍‌ ଲୁଟ୍‌ ଲୋ ହମାରୀ ମାଇକେ! ସେ ଭଳି ଆଭିମୁଖ୍ୟ ପ୍ରମାଣିତ କରିଥିଲା ପରିବେଶ ପ୍ରଶ୍ନକୁ ନେଇ ସାମୂହିକ ପ୍ରତିବାଦ ଓ ସ୍ଥାନୀୟ ପ୍ରତିରୋଧ କ୍ଷେତ୍ରରେ ସାଧାରଣ ମହିଳାମାନଙ୍କ ନେତୃତ୍ବ। ଚିପ୍‌କୋ କବି ଭାବେ ଖ୍ୟାତ ଘନଶ୍ୟାମ ଶୈଲାନୀଙ୍କ ଲୋକଗୀତ, କବିତା ଓ ସଙ୍ଗୀତ ତୁଣ୍ତରୁ ତୁଣ୍ତ ହୋଇ ଚିପ୍‌କୋ ସନ୍ଦେଶକୁ ସବୁ ଲୋକଙ୍କ ପାଖରେ ପହଞ୍ଚାଇ ପାରିଥିଲା। ସଭିଏଁ ସମସ୍ବରରେ ଗାଇ ଚାଲିଲେ- ‘‘କ୍ୟା ହୈ ଜଙ୍ଗଲ କେ ଉପ୍‌କାର‌୍‌; ମିଟି, ପାନୀ ଔର‌୍‌ ବାୟର‌୍‌; ମିଟି, ପାନୀ ଔର‌୍‌ ବାୟର‌୍‌; ୟେ ହେ ଜିନ୍ଦେଗୀ କେ ଆଧାର‌୍‌।’’

ବନ୍ୟା, ମୃତ୍ତିକା କ୍ଷୟ ଓ ଭୂସ୍ଖଳନ ପଛରେ ଯେ ଜଙ୍ଗଲ କଟାର ହାତ ଥାଏ, ତାହା ଚିପ୍‌କୋ ଆନ୍ଦୋଳନ ଜୋର ଦେଇ କହିଲା। ଚିପ୍‌କୋ ଆନ୍ଦୋଳନ ଥିଲା ଅନେକ ଦୃଷ୍ଟିରୁ ବିଧିବଦ୍ଧ ଭାବେ ଗରିବମାନଙ୍କ ପରିବେଶବାଦ। ଆନ୍ଦୋଳନ ଖାଲି ପର୍ଯ୍ୟାବରଣରେ ସୀମିତ ରହିନଥିଲା; ପରିବେଶ ସହ ଯୋଡ଼ି ଦେଇଥିଲା କୃଷି, ପେଟପାଟଣା ଓ ପ୍ରାକୃତିକ ସଂସାଧନ ଉପରେ ଗୋଷ୍ଠୀ ଅଧିକାର ଭଳି ପ୍ରସଙ୍ଗମାନ। ପରିପୋଷଣକାରୀ ବିକାଶର ପ୍ରଶ୍ନ ମଧୢ। ଚିପ୍‌କୋ ଏକ ଗଣ ଆନ୍ଦୋଳନ ଥିଲା; କାରଣ ସେଥିରେ କୃଷକ, ନାରୀ, ଯୁବଗୋଷ୍ଠୀ, ବିଦ୍ୟାର୍ଥୀ ଓ ସାନ ସାନ ପିଲାମାନେ ସାମିଲ ହୋଇଥିଲେ; ପ୍ରକ୍ରିୟା ଦ୍ବାରା ଆନ୍ଦୋଳିତ ହୋଇଥିଲେ। ଏପରିକି ଭିନ୍ନ ଭିନ୍ନ ରାଜନୀତିକ ଦଳର କିଛି କିଛି ଲୋକ ସେମାନଙ୍କ ଦଳୀୟ ଦୃଷ୍ଟିଭଙ୍ଗୀ ସତ୍ତ୍ବେ ଚିପ୍‌କୋ ଆନ୍ଦୋଳନର ଆକର୍ଷଣକୁ ଏଡ଼େଇ ପାରିନଥିଲେ। ସେଭଳି କିଛି ଉତ୍ସାହୀ କର୍ମୀ ଥିଲେ ସମାଜବାଦୀ ଭାବନା, କମ୍ୟୁନିଷ୍ଟ ମତାଦର୍ଶ ଓ ସର୍ବୋଦୟ ଶିବିରର। ଆନ୍ଦୋଳନଟିର ନେତୃତ୍ବରେ ବହୁବାଦୀ ଦର୍ଶନର ପ୍ରତିଫଳନ ଘଟୁଥିଲା। ଗୁରୁତ୍ବପୂର୍ଣ୍ଣ କଥା ଏଇଆ ଯେ ଆନ୍ଦୋଳନକୁ ମିଳିଥିଲା ସୁନ୍ଦରଲାଲ ବହୁଗୁଣା ଓ ଚଣ୍ତୀପ୍ରସାଦ ଭଟ୍ଟଙ୍କ ଭଳି ଚୁମ୍ବକୀୟ, ଅସାଧାରଣ ଲୋକପ୍ରତିମାଙ୍କ ମାର୍ଗଦର୍ଶନ। ବହୁଗୁଣା ଥିଲେ ଗାନ୍ଧୀବାଦ ପ୍ରଭାବିତ; ଗାନ୍ଧୀବାଦୀ ଭଟ୍ଟ ମଧୢ ଜୟପ୍ରକାଶ ନାରାୟଣଙ୍କ ପ୍ରଭାବରେ ଆସିଥିଲେ। ଭଟ୍ଟ ଅଧିକ କାମ କରୁଥିଲେ ଅଳକନନ୍ଦା ପଟେ; ଆଉ ବହୁଗୁଣା ଭାଗିରଥୀ ନଈ ଆଡ଼େ। ବେଳେ ବେଳେ ପ୍ରଶ୍ନ ଉଠେ ଚିପ୍‌କୋ ଆନ୍ଦୋଳନ ଦୃଷ୍ଟିରୁ ଏ ଦୁହିଁଙ୍କ ଭିତରେ ବଡ଼ କିଏ? ଆଦ୍ୟ ଲୋକ ପ୍ରୟାସ ଓ ନେତୃତ୍ବ ଥିଲା ତ ଚଣ୍ତୀପ୍ରସାଦଙ୍କର; ଆନ୍ଦୋଳନଟିକୁ ବାହାରେ ଅଧିକ ପରିଚିତ, ଜନପ୍ରିୟ ଓ ବୌଦ୍ଧିକ ଗୁଣ ସ˚ପନ୍ନ ବୋଲି ଉପସ୍ଥାପିତ କରିପାରିଥିଲେ ସୁନ୍ଦରଲାଲ। ଦୁହିଁଙ୍କ ଭିତରୁ କେହି ଅନ୍ୟ ତୁଳନାରେ ସାନ ନ ଥିଲେ; ହେଲେ ଆନ୍ଦୋଳନଟି ଥିଲା ଦୁହିଁଙ୍କ ଠାରୁ ବଡ଼। ୧୯୭୪ ମସିହାର ବସନ୍ତ ଋତୁରେ ବହୁଗୁଣା ଭଟ୍ଟଙ୍କୁ ଚିପ୍‌କୋ ଆନ୍ଦୋଳନର ମୁଖ୍ୟ ସ˚ଚାଳକ ଅଭିହିତ କରିଥିଲେ। ଆଉ ଏବେ ୨୦୨୧ ମସିହାର ଗ୍ରୀଷ୍ମଋତୁରେ ବହୁଗୁଣାଙ୍କ ଦେହାନ୍ତ ପରେ ଭଟ୍ଟ ତାଙ୍କୁ ମହାପ୍ରତିଭାଧାରୀ ଚମକଦାର କର୍ମୀ ଭାବେ ଚିତ୍ରଣ କରିଛନ୍ତି। ଗଡ଼ଵାଲ୍‌ର ପାହାଡ଼ିଆ ନଈ ବାବଦରେ ଚଣ୍ତୀପ୍ରସାଦ ଏକଦା ଯାହା କହିଥିଲେ ତାହା ଅନେକ ମଜାରେ ସୁନ୍ଦରଲାଲଙ୍କ ପାଇଁ ମଧୢ ପ୍ରଯୁଜ୍ୟ- ‘‘ସିସେ ଜୈସେ ଚମକ୍‌ତା ହୁଆ ଜଲ୍‌ ଅର୍ଥାତ୍‌ କାଚ ଭଳି ସ୍ବଚ୍ଛ ଓ ଚିକ୍‌ଚିକ୍‌ କରୁଥିବା ପାଣି।

ଆଜିକାଲି ପୃଥିବୀର ଅନେକତ୍ର ବେଳେବେଳେ ଜୀବନ ଓ ଜୀବିକା ମଧୢରେ ଅଗ୍ରାଧିକାର ନିରୂପଣ ନେଇ ଅସୁବିଧା ଉପୁଜୁଥିଲା ଭଳି ଚିପ୍‌କୋ ଆନ୍ଦୋଳନ ସମୟରେ ସେମିତି ଅନେକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି ହେଉଥିଲା ଯେ ପରିବେଶ ପ୍ରବଣତା ବିକାଶ ପ୍ରକ୍ରିୟାକୁ, ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେବନି ତ? ବହୁଗୁଣାଙ୍କ ଏକ ସୁନ୍ଦର ବାଣୀ ସେ ସନ୍ଦେହ ମୋଚନ କରି ଦେଇଥିଲା- ଯେ, ପର୍ଯ୍ୟାବରଣ ହିଁ ଚିରସ୍ଥାୟୀ ଅର୍ଥନୀତି, ‘ଇକୋଲୋଜି ଇଜ୍‌ ପରମାନେଣ୍ଟ ଇକନମି’। ଚିପ୍‌କୋ ଆନ୍ଦୋଳନ ସ˚ପର୍କରେ ସିଏ ଜଣେ ଗାନ୍ଧୀବାଦୀର ମନୋଭାବ ଓ କାର୍ଯ୍ୟଶୈଳୀ ପୋଷଣ କରୁଥିଲେ। ସିଏ କହୁଥିଲେ- ଆମେ ମଣିଷମାନେ ପ୍ରକୃତିର ସୁଚିନ୍ତିତ ଓ ସମୁଚିତ ଉପଯୋଗ ନ କରି ତା’କୁ ଲୁଟି ଚାଲିଛେ, ପ୍ରକୃତିର କ˚ସେଇ ସାଜିଛେ। ତାଙ୍କ ପରିଧାନ, ଉଚ୍ଚାରଣ, ଆଚରଣ, ଖାଦ୍ୟପେୟ, କଥାବାର୍ତ୍ତା, ହସ ଓ ଭାବଭଙ୍ଗୀ- ସବୁଥିରେ ଫୁଟି ଉଠୁଥିଲା ଗାନ୍ଧୀ ଛାପ। ପୁଣି କଥା ଓ କାମର କେନ୍ଦ୍ରରେ ଗର୍ଭିତ ହୋଇଥିଲା ସବୁବେଳେ ପର୍ଯ୍ୟାବରଣୀୟ ସତ୍ୟ ଓ ସାମାଜିକ ନ୍ୟାୟର ଉପାଦାନ।

ସ୍ବାଧୀନତା ସ˚ଗ୍ରାମୀଟିଏ ଭାବେ ନିଜର ସର୍ବସାଧାରଣ ଜୀବନ ଆରମ୍ଭ କରିଥିଲେ ସୁନ୍ଦରଲାଲ ମାତ୍ର ୧୩ ବର୍ଷ ବୟସରେ ଶ୍ରୀ ଦେବ ସୁମନଙ୍କ ପ୍ରେରଣା ଓ ପ୍ରଭାବ ଯୋଗୁଁ। ସୁମନ ଥିଲେ ଗାନ୍ଧୀଙ୍କର ଜଣେ ବଡ଼ ଭକ୍ତ ଓ ଅନୁରାଗୀ। ଗଡଵାଲ ରାଜାରାଜୁଡ଼ାଙ୍କ ଦୌରାତ୍ମ୍ୟ ଓ ରାଜୁତିରୁ ସିଏ ସ୍ବାଧୀନ କରିବାକୁ ଚାହୁଁଥିଲେ ତେହରୀକୁ। ରାଜାଙ୍କ ବିରୋଧରେ ସିଏ ସେଥିପାଇଁ ସ୍ବର ଉତ୍ତୋଳନ କଲେ, ଲୋକଙ୍କୁ ଭେଳେଇଲେ। ସେଥିପାଇଁ ତାଙ୍କୁ ବିଦ୍ରୋହୀ ଘୋଷଣା କରାଗଲା ଓ ଗିରଫ କରି ଜେଲ୍‌ ପଠେଇ ଦିଆଗଲା। ଜେଲ୍‌ରେ ତାଙ୍କ ଖାଦ୍ୟରେ ବାଲି, ଗୋଡ଼ି ଓ କାଦୁଅ ମିଶେଇ ଦିଆଯାଇଥିଲା ଏବ˚ ସ˚ଜ ନ ହେଉଣୁ ତାଙ୍କ କମ୍ବଳକୁ ଓଦା କରି ଦିଆଯାଉଥିଲା। ଚଉରାଅଶୀ ଦିନ ଧରି ଜେଲ୍‌ରେ ଅନଶନ କରିଥିଲେ ସୁମନ ଏବ˚ ଶେଷରେ ତାଙ୍କ ପ୍ରାଣବାୟୁ ଉଡ଼ିଗଲା। ହେଲେ ତାଙ୍କ ମର ଶରୀରର ସତ୍କାର କରାନଯାଇ ଭିଲଙ୍ଗନା ନଈରେ ଫୋପାଡ଼ି ଦିଆଯାଇଥିଲା। ଶ୍ରୀଦେବଙ୍କର ପ୍ରଜାମଣ୍ତଳ ଆନ୍ଦୋଳନ ଓ ଉତ୍ତରାଖଣ୍ତ ଅ˚ଚଳର ଏକତ୍ରୀକରଣରେ ମଧୢ ଅଗ୍ରଣୀ ଭୂମିକା ଥିଲା। ସୁମନଙ୍କ ସାଙ୍ଗକୁ ବିନୋବା ଭାବେ, ଠକ୍‌କର ବାପା, ସରିଳା ବେନ୍‌ ଓ ମୀରା ବେନ୍‌ ପ୍ରମୁଖ ବହୁଗୁଣାଙ୍କୁ ବେଶ୍‌ ପ୍ରଭାବିତ କରିଥିଲେ। ସମୟ କ୍ରମେ ସିଏ ମଦ ଓ ଅସ୍ପୃଶ୍ୟତା ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ ଏବ˚ ଚିପ୍‌କୋ ପରେ ତେହରୀ ନଦୀବନ୍ଧ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ ଓ ହିମାଳୟକୁ ବ˚ଚେଇବା ନିମନ୍ତେ ଜନଜାଗୃତି ସୃଷ୍ଟି କରିବା ପାଇଁ ୪୮୭୦ କିଲୋମିଟର ବ୍ୟାପୀ କାଶ୍ମୀର-କୋହିମା ପଦଯାତ୍ରାର ନେତୃତ୍ବ ନେଇଥିଲେ। ବିମଳାଙ୍କ ସହ ବିବାହ ବେଳେ ପତ୍ନୀ ଏକ ସର୍ତ୍ତ ବାଢ଼ିଥିଲେ ଯେ ସିଏ ରାଜନୀତି ଛାଡ଼ିବେ, ପୂର୍ଣ୍ଣକାଳୀନ ସମାଜସେବୀ ହେବେ। ତାହା ହିଁ ହେଲା। ସିଏ ସତ୍ୟାଗ୍ରହ, ଅହି˚ସା ଓ ଅନଶନ ଆଦିକୁ ଆଧାର କରି ଆନ୍ଦୋଳନ କରି ଚାଲିଲେ। ଉତ୍ତରାଖଣ୍ତର ଜୀବନରେ ଆନ୍ଦୋଳନ ନ କଲେ ସେମିତି କିଛି ମିଳେନି; ସେ ଆନ୍ଦୋଳନଟି ସହ ପୁଣି ଅନଶନ ଧର୍ମଘଟ ଯୋଡ଼ି ହୋଇଥିବା ଦରକାର। କୁହାଯାଏ ଉତ୍ତରାଖଣ୍ତର ‘ଭୁଖ୍‌ ହର‌୍‌ତାଲ୍‌ ସଡ଼କ ଓ ଏକ୍ସପ୍ରେସ’ ସେଇ ଭଳିଆ ଆନ୍ଦୋଳନ ପରେ ହିଁ ସମ୍ଭବ ହୋଇପାରିଥିଲା ବୋଲି ନାମକରଣ ତଦନୁସାର ହୋଇଥିଲା।

ସାରା ବିଶ୍ବରେ ପ୍ରସିଦ୍ଧ ହୋଇଥିବା ଚିପ୍‌କୋ ଆନ୍ଦୋଳନ ଉପରେ ଲିଖିତ ଅନେକ ଗୁରୁତ୍ବପୂର୍ଣ୍ଣ ପୁସ୍ତକ ଭିତରୁ ଦୁଇଟିର ଲେଖକ ହେଲେ ରାମଚନ୍ଦ୍ର ଗୁହା ଓ ଶେଖର ପାଠକ। ୧୯୮୯ରେ ପ୍ରକାଶିତ ନିଜର ‘‘ଦି ଅନ୍‌କ୍ବାଏଟ ଉଡ୍‌ସ’’ (ଅଶାନ୍ତ ଅରଣ୍ୟ) ପୁସ୍ତକରେ ଗୁହା ସୂଚନା ଦେଇଥିଲେ ଯେ ଚିପ୍‌କୋ ଆନ୍ଦୋଳନର ପ୍ରକୃତ, ବିଧିବଦ୍ଧ ଓ ପୂର୍ଣ୍ଣାଙ୍ଗ ବିବରଣୀ ଲେଖୁଛନ୍ତି ଆଉ ଜଣେ ଯାହାଙ୍କ ନାଁ ଶେଖର ପାଠକ। ପାଠକ ଜଣେ ଐତିହାସିକ, ହିମାଳୟ ବିଶାରଦ, ଲେଖକ ଓ ଚିପ୍‌କୋ ଆନ୍ଦୋଳନ କର୍ମୀ ବା ଆକ୍‌ଟିଭିଷ୍ଟ। ନିକଟରେ ତାଙ୍କ ରଚିତ ‘ଦି ଚିପ୍‌କୋ ମୁଭ୍‌ମେଣ୍ଟ୍‌: ଏ ପିପୁଲ୍‌ସ୍‌ ହିଷ୍ଟ୍ରି’ (୨୦୨୧) ପ୍ରକାଶିତ ହୋଇଛି, ଯେଉଁଥିରେ ପାଠକ ଚିପ୍‌କୋ ଆନ୍ଦୋଳନକୁ ଏକ ତୃଣମୂଳ ସ୍ତରୀୟ ବନ ଓ ଜନ ଆନ୍ଦୋଳନ ଭାବେ ଦେଖିବା ସାଙ୍ଗକୁ ସେ ଆନ୍ଦୋଳନ ପ୍ରତି ଭଟ୍ଟ, ବହୁଗୁଣା ଓ ଗୌରା ଦେବୀ ସମେତ ଅନ୍ୟ ଅନେକ ଅନାମ ବ୍ୟକ୍ତିଙ୍କ ଅବଦାନ ଉଲ୍ଲେଖ କରିଛନ୍ତି। ଏ ଇ˚ରେଜୀ ପୁସ୍ତକଟି ପାଠକ ଆଗରୁ ହିନ୍ଦୀରେ ଲେଖିଥିବା ‘ହରିଭରି ଉମିଦ୍‌’ ଆଧାରିତ।

୧୯୭୩-୭୪ ପରେ ଭାରତରେ ସମ୍ଭବ ହୋଇଥିବା ଅନେକ ପରିବେଶଧର୍ମୀ ଆନ୍ଦୋଳନ ଚିପ୍‌କୋର ଛାପ ଓ ପ୍ରତିଫଳନ କିଛି କିଛି ବହନ କରୁଥିଲା। ଏଇ ଯେମିତି ବି˚ଶ ଶତାବ୍ଦୀର ନିରବ ଉପତ୍ୟକା, ନର୍ମଦା ବ˚ଚାଅ, ବୀଜ ବଚାଓ, ବାଲିଆପାଳ, ଚିଲିକା, ଗନ୍ଧମାର୍ଦ୍ଦନ ଓ ଗୋପାଳପୁର ଆନ୍ଦୋଳନ ପ୍ରଭୃତି। ଜନ ଆନ୍ଦୋଳନ କ୍ଷେତ୍ରରେ ଏବେ ବି ସକ୍ରିୟ ମେଧା ପାଟେକର ଓ ରାଜେନ୍ଦ୍ର ସି˚ହ ପ୍ରମୁଖ ସୁନ୍ଦରଲାଲଙ୍କ ପ୍ରୟୋଗର ପ୍ରେରଣାକୁ ଅନେକ ସମୟରେ ସ୍ବୀକାର କରିଥାନ୍ତି। ବହୁଗୁଣାଙ୍କ ବ୍ୟକ୍ତିତ୍ବ ଓ କୃତିତ୍ବରେ ଝଟକୁଥିଲା ହିମାଳୟର ପ୍ରଶାନ୍ତି, ଗଙ୍ଗାର ପବିତ୍ରତା ଓ ଗାନ୍ଧୀଜୀଙ୍କ ମଣିଷପଣିଆ। ଭାରତର ପରିବେଶ ଆନ୍ଦୋଳନ କ୍ଷେତ୍ରରେ ସିଏ ହିମାଳୟ ସମ ବ୍ୟକ୍ତିତ୍ବ।
ମୋ: ୮୯୧୭୬୮୩୫୩୬

ସମ୍ବନ୍ଧିତ ଖବର