ବିରଳ ବଳୟ ସୂର୍ଯ୍ୟୋପରାଗ

ଡକ୍ଟର ପ୍ରହ୍ଲାଦ ଚନ୍ଦ୍ର ନାୟକ

ସୂର୍ଯ୍ୟ ଉପରାଗ ବା ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣ ଚମତ୍କାର ପ୍ରାକୃତିକ ଦୃଶ୍ୟ। ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଗତି ଓ ସ୍ଥିତିକୁ ନେଇ ଘଟୁଥିବା ଏହି ମହାକାଶୀୟ ଘଟଣା ପ୍ରତି ବର୍ଷ ଏକ ବା ଏକାଧିକ ବାର ଘଟିଥାଏ। ଚଳିତ କ୍ୟାଲେଣ୍ତର ବର୍ଷରେ ଦୁଇଟି ଗ୍ରହଣ ଭାରତକୁ ଦୃଶ୍ୟ ହୋଇଥିଲା। ଚଳିତ ଡିସେମ୍ବର ମାସ ୨୬ ତାରିଖରେ ଗୋଟିଏ ସୂର୍ଯ୍ୟୋପରାଗ ଦେଖାଯିବ। ଏ ପରାଗ ଆମ ଦେଶର ବୃହତ୍‌ ଭାଗ ପାଇଁ ଖଣ୍ତଗ୍ରାସ ଭାବେ ଦୃଶ୍ୟ ହେବ। କେବଳ ଦକ୍ଷିଣସ୍ଥ କେରଳ ଓ ତାମିଲନାଡୁର କିଛି ଅଞ୍ଚଳକୁ ୧୧୮ କି.ମି ପ୍ରସ୍ଥର ଏକ ଛାୟାପଟି ପଥ ଉପରେ ବଳୟ ଉପରାଗ ବା ବଳୟୋପରାଗ ରୂପେ ଦେଖାଯିବ। ଏହି ବଳୟୋପରାଗ କ’ଣ ଏବ˚ ଆଗାମୀ ସୂର୍ଯ୍ୟୋପରାଗକୁ କିପରି ନିରାପଦ ଭାବେ ଲକ୍ଷ୍ୟ କରି ହେବ, ତାହାର ସ˚କ୍ଷିପ୍ତ ଆଲୋଚନା ଏଠାରେ ଦିଆଯାଇଛି। ସୂର୍ଯ୍ୟୋପରାଗରେ ପୃଥିବୀ ଓ ସୂର୍ଯ୍ୟ ମଧୢରେ ଚନ୍ଦ୍ର ଅବସ୍ଥାନ କରେ। ତେଣୁ ଅମାବାସ୍ୟା ଦିନ ହିଁ ଏହା ଘଟିଥାଏ। ଏ ତିନିଟିର କେନ୍ଦ୍ର ପ୍ରାୟ ଏକ ସରଳରେଖାରେ ରହିଲେ ଚନ୍ଦ୍ରର ଛାୟା ପୃଥିବୀର କେତେକ ଅଞ୍ଚଳ ଉପରେ ପଡ଼େ। ଉପଛାୟା ମଧୢରେ ରହୁଥିବା ଅଞ୍ଚଳକୁ ଆ˚ଶିକ ଗ୍ରାସ ଓ ପ୍ରଛାୟା ମଧୢସ୍ଥ କ୍ଷେତ୍ରକୁ ପୂର୍ଣ୍ଣ ଉପରାଗ ଦେଖାଯାଏ। ଚନ୍ଦ୍ର ଚଳମାନ ହୋଇଥିବାରୁ ତାର ଛାୟା ପୃଥିବୀ ଉପରେ ମଧୢ ଚାଲେ। ଫଳରେ ଗୋଟିଏ ସ୍ଥାନରେ ଛାୟା ପଡ଼ି କ୍ରମେ ଅତିକ୍ରମ କରିଯାଏ। ତେଣୁ ଗ୍ରହଣ ଆ˚ଶିକ ଭାବେ ଆରମ୍ଭ ହୋଇ ପୂର୍ଣ୍ଣଗ୍ରାସ/ବଳୟ ଗ୍ରାସ ଓ ପୁଣି ଆ˚ଶିକ ଗ୍ରାସ ଭାବେ ଶେଷ ହୁଏ।

କୌଣସି ବର୍ତ୍ତୁଳ ପିଣ୍ତର ବ୍ୟାସ ଦର୍ଶକର ଚକ୍ଷୁରେ ଯେଉଁ କୋଣ ଅଙ୍କନ କରେ, ତାର ଜ୍ୟାମିତିକ ପରିଭାଷା କୌଣିକ ବ୍ୟାସ। ଗାଣିତିକ ଭାବେ ଏହା ପିଣ୍ତର ପ୍ରକୃତ ବ୍ୟାସ ଓ ଦର୍ଶକ ଠାରୁ ଦୂରତାର ଅନୁପାତ। ଏହି ହିସାବରେ ସୂର୍ଯ୍ୟ ଓ ଚନ୍ଦ୍ରର ପୃଥିବୀ ପୃଷ୍ଠର ଦର୍ଶକଙ୍କ ପାଇଁ କୌଣିକ ବ୍ୟାସ ପ୍ରାୟ ସମାନ; ପରିମାଣ ପ୍ରାୟ ୩୦ ମିନିଟ୍‌। ମାତ୍ର ସୂର୍ଯ୍ୟର ପ୍ରତୀତ କକ୍ଷ (କ୍ରାନ୍ତିବୃତ୍ତ) ଓ ଚନ୍ଦ୍ରର କକ୍ଷ, ଉଭୟ ଉପବୃତ୍ତାକାର ହୋଇ ଥିବାରୁ ଭୂପୃଷ୍ଠରୁ ସେମାନଙ୍କ ଦୂରତା ସର୍ବଦା ସମାନ ରହେନା। ତେଣୁ ବିମ୍ବ-ବ୍ୟାସ କମ୍‌ ବେଶୀ ପ୍ରତୀତ ହୁଏ। ସୂର୍ଯ୍ୟର ସର୍ବାଧିକ ବିମ୍ବ-ବ୍ୟାସ ୩୨ ମିନିଟ୍‌ ୩୦ ସେେକଣ୍ତ ଓ ସର୍ବନିମ୍ନ ୩୧ ମିନିଟ୍‌ ୨୪ ସେ‌େକଣ୍ତ। ସେହିପରି ଚନ୍ଦ୍ରର ସର୍ବୋଚ୍ଚ ଓ ସର୍ବନିମ୍ନ ବିମ୍ବବ୍ୟାସ ଯଥାକ୍ରମେ ୩୩ ମିନିଟ୍‌ ୩୦ ସେ‌େକଣ୍ତ ଓ ୨୯ ମିନିଟ୍‌ ୧୫ ସେ‌େକଣ୍ତ। ଫଳରେ କେତେକ ଗ୍ରହଣ କାଳରେ ଚନ୍ଦ୍ର, ସୂର୍ଯ୍ୟକୁ ସ˚ପୂର୍ଣ୍ଣ ଢାଙ୍କି ଦେଇପାରେ। ସେତିକି ବେଳେ ପୂର୍ଣ୍ଣଗ୍ରାସ ଉପରାଗ ହୁଏ। ଆଉ କେବେ ସୂର୍ଯ୍ୟ ବିମ୍ବ ଚନ୍ଦ୍ରଠାରୁ ବଡ଼ ରହି ଏକ ଜ୍ବଳନ୍ତ ମୁଦ୍ରିକା ପରି ଦିଶେ। ଏହା ହିଁ ବଳୟ ସୂର୍ଯ୍ୟୋପରାଗ। ଏହା ଖୁବ୍‌ କମ୍‌ ବାର ଘଟେ। ଭାରତକୁ ୨୦୧୦ ପରେ ଏବେ ଡିସେମ୍ବର ୨୬ରେ ଦକ୍ଷିଣକୁ ଓ ୨୦୨୦ ଜୁନ୍‌ ୨୧ରେ କୁରୁକ୍ଷେତ୍ରାଦି ଭଳି ଉତ୍ତରାଞ୍ଚଳକୁ ଦେଖାଯିବ। ଆମ ରାଜ୍ୟକୁ ବିଗତ ପଚାଶ ବର୍ଷ ଭିତରେ ବଳୟ ଉପରାଗ ଦିଶିଥିବା ଭଳି ମନେ ହୁଏନା। ଆସନ୍ତା କାଲିର ସୂର୍ଯ୍ୟୋପରାଗ ପାଇଁ କଳନା କରାଯାଇଛି ଯେ ସୂର୍ଯ୍ୟର ବିମ୍ବମାନ ୩୨ ମିନିଟ୍‌ ୩୦ ସେ‌େକଣ୍ତ ଓ ଚନ୍ଦ୍ରର ୩୧ ମିନିଟ୍‌ ୫ ସେ‌େକଣ୍ତ ହେବ। ତେଣୁ ଉପରାଗର ପୂର୍ଣ୍ଣତା ସମୟରେ ସୂର୍ଯ୍ୟର ଧାର ବହ୍ନିବଳୟ ଆକାରରେ ଦେଖାଯିବ। ଏହି ବିରଳ ମନୋରମ ଦୃଶ୍ୟ କେରଳର କୋଜିକୋଡ, ତାମିଲନାଡୁର କୋଏମ୍ବାଟୁର‌୍‌ ଆଦି ସ୍ଥାନକୁ ଦୃଶ୍ୟ ହେବ। ଓଡ଼ିଶାକୁ ଦୃଶ୍ୟ ହେବ ସର୍ବାଧିକ ୫୧.୪% ଗ୍ରାସ।

ଏହା ଏକ ଦୁର୍ଲଭ ମହାଜାଗତିକ ଦୃଶ୍ୟ ହୋଇଥିବାରୁ ସ୍ବାଭାବିକ ଭାବେ ଅସ˚ଖ୍ୟ ମହାକାଶ ବ୍ୟାପାରପ୍ରେମୀ ଦକ୍ଷିଣ ଭାରତରେ ଏକତ୍ର ହେଉଛନ୍ତି। ଆମ ରାଜ୍ୟ ପାଇଁ ଖଣ୍ତଗ୍ରାସ ବି କମ୍‌ ଆକର୍ଷଣୀୟ ହେବନାହିଁ। ତେବେ ଏହାକୁ ଦେଖିବା ବେଳେ ନିମ୍ନ ପ୍ରଦତ୍ତ ସାବଧାନତା ଅନୁସରଣ କରିବାକୁ ହେବ। ପ୍ରଥମ କଥା ଖାଲି ଆଖିରେ ବା ଟେଲିସ୍କୋପ୍‌ରେ ବା ବାଇନୋ କୁଲାରରେ ସିଧା ସୂର୍ଯ୍ୟକୁ ଚାହିଁବା ନିଷେଧ। ସିଧା ଦେଖିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଉପଯୁକ୍ତ ଫିଲ୍‌ଟର ଓ ଫିଲ୍ମ ବ୍ୟବହାର କରାଯାଇପାରେ। ପରୋକ୍ଷ ଭାବେ ଗଛ ଛାଇରେ ଫାଙ୍କ ଦେଇ ପଡୁଥିବା ସୂର୍ଯ୍ୟର ପ୍ରତିବିମ୍ବମାନଙ୍କରୁ ଗ୍ରାସର କ୍ରମ ଖୋଜି ଦେଖାଯାଇପାରିବ। ସବୁଠୁଁ ନିରାପଦ ଉପାୟ: ଖଣ୍ତେ ପଟିଲି କିମ୍ବା ଗୋଟିଏ ଛୋଟ ବ୍ୟାଗ୍‌ ଉପରେ ରହୁଥିବା ଛୋଟ ଗୋଲାକାର କାଚ ଦର୍ପଣ (ଚୁମୁକି) ଅଠା ଦେଇ ଲଗାଇ ଏହି ଦର୍ପଣକୁ ସୂର୍ଯ୍ୟ ଆଡ଼କୁ ଦେଖାଇ ପ୍ରତିବିମ୍ବକୁ ଛାଇରେ ଥିବା କାନ୍ଥ କିମ୍ବା ପରଦାକୁ ପକାଇ ଉପରାଗର କ୍ରମ ଦେଖିହେବ।
ନୂଆଗାଁ, କେନ୍ଦ୍ରାପଡ଼ା
ମୋ-୯୪୩୭୪୯୩୨୫୩

ସମ୍ବନ୍ଧିତ ଖବର