ସେନା ବାହିନୀରେ ମହିଳା

ଦର୍ପଣ

ବିଗତ ଶତାବ୍ଦୀରେ ପ୍ରାୟ ସବୁ ଦେଶରେ ମହିଳାମାନେ ଅଧିକ ସଂଖ୍ୟାରେ ସେନାରେ ଯୋଗ ଦେବା ଫଳରେ ସାମରିକ କ୍ଷେତ୍ରରେ ସେମାନଙ୍କ ନିଯୁକ୍ତି ବଢ଼ିଛି, କିନ୍ତୁ ଏ କ୍ଷେତ୍ରରେ ଆଜି ବି ମହିଳାଙ୍କ ସମାନ ପ୍ରତିନିଧିତ୍ବ ସମ୍ଭବ ହୋଇପାରିନାହିଁ। ମହିଳାଙ୍କ ବାଧ୍ୟତାମୂଳକ ଯୋଗଦାନର ବ୍ୟବସ୍ଥା ଥିବା ଇସ୍ରାଏଲ୍, ମରୋକ୍କୋ ଓ ଦକ୍ଷିଣ କୋରିଆରେ ସେନାରେ ସର୍ବାଧିକ ମହିଳା ନିଯୁକ୍ତ ହୋଇଥାନ୍ତି। ନାଟୋର ୨୯ଟି ସଦସ୍ୟ ଦେଶ ମଧ୍ୟରୁ ୨୭ଟି ଦେଶକୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ୨୦୧୯ରେ ହଙ୍ଗେରିରେ ସର୍ବାଧିକ ୨୦% ମହିଳା ସେନା ଅଧିକାରୀ ଥିଲେ। ତା ପଛକୁ ଯୁକ୍ତରାଷ୍ଟ୍ର ଆମେରିକା (୧୭%), ଫ୍ରାନ୍ସ (୧୬%), ଜର୍ମାନୀ (୧୨%)ସେନାରେ ମହିଳାଙ୍କ ପ୍ରତିନିଧିତ୍ବ ସର୍ବାଧିକ ରହିଛି। ସର୍ବନିମ୍ନ ୦.୩% ମହିଳା ନିଯୁକ୍ତ କରୁଥିବା ନାଟୋ ସଦସ୍ୟ ରାଷ୍ଟ୍ର ହେଉଛି ତୁର୍କୀ। ଭାରତରେ ସମୁଦାୟ ନିଯୁକ୍ତ ସୈନ୍ୟମାନଙ୍କ ମଧ୍ୟରୁ ମାତ୍ର ୦.୭% ହେଉଛନ୍ତି ମହିଳା। ନିକଟରେ ଭାରତର ସୁପ୍ରିମ୍ କୋର୍ଟ ଦେଶର ସର୍ବୋଚ୍ଚ ପ୍ରତିରକ୍ଷା ଅନୁଷ୍ଠାନଗୁଡ଼ିକରେ ମହିଳାଙ୍କ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିଥିବାରୁ ଆଗକୁ ଅଧିକ ସଂଖ୍ୟକ ମହିଳା ସେନାବାହିନୀରେ ଯୋଗ ଦେବା ନିଶ୍ଚିତ।

ସମ୍ବନ୍ଧିତ ଖବର