କାବୁଲିଓ୍ୱାଲାର କେତେ ରୂପ!

ମନୋର˚ଜନ ହୋତା

ପିଲାଦିନେ ଗ୍ରାମାଞ୍ଚଳରେ ଓ ଛୋଟ ସହରଟିରେ ‘‘ହିଙ୍ଗୁ ହୈ’’, ‘‘ଜାଫ୍ରାଳ ହୈ’’ ଡାକ ଛାଡ଼ି ବିରାଟ ବିରାଟ ଚେହେରାର କାବୁଲିଵାଲାମାନେ ଏଇ ଦୁଇଟି ଜିନିଷ ସହିତ ଖଜୁରି, ପିସ୍ତା ବାଦାମ ପ୍ରଭୃତି ଶୁଖିଲା ଫଳ ବିକ୍ରି କରୁଥିବାର ଦେଖିଥିଲି। କାନ୍ଧରେ ବେଶ୍‌ ବଡ଼ ଥଳିମାନ ଥିଲା। ପ୍ରଥମେ ପ୍ରଥମେ ପିଲା ଚୋର ବୋଲି ଡର ଥିଲେ ମଧୢ ପରେ ତାଙ୍କ ବ୍ୟବହାର ଓ ମଧୁର କଥାବାର୍ତ୍ତା ଯୋଗୁ ଭୟଟା ଦୂର ହୋଇଯାଇଥିଲା। ହାଇସ୍କୁଲ୍‌ ଓ କଲେଜ୍‌ରେ ପଢ଼ିବା ବେଳେ ବିଶ୍ବକବି ରବୀନ୍ଦ୍ର ନାଥ ଠାକୁରଙ୍କ ‘‘କାବୁଲିଵାଲା’’ ଗଳ୍ପଟି ପଢ଼ିବାର ସୁଯୋଗ ମିଳିଲା। ସେଥିରେ ଏହିପରି ସାମଗ୍ରୀ ବିକ୍ରି କରୁଥିବା ଏକ କାବୁଲିଵାଲାର ମିନି ନାମକ ଏକ ଛୋଟ ଝିଅ ସହିତ ବନ୍ଧୁତ୍ବ, ଆଳାପ ଆଲୋଚନା ଓ ମଜା କଥା ମାଧୢମରେ ନିଜ ଦେଶରେ ଛାଡ଼ି ଆସିଥିବା ସେଇ ବୟସର ନିଜ ଝିଅକୁ ମନେ ପକାଇବାର ଏକ ଚମତ୍କାର ଉପସ୍ଥାପନା ଥିଲା। କଟକର ରେଭେନ୍‌ସା କଲେଜ୍‌କୁ ଆସିବା ପରେ ଏଇ ଗପକୁ ନେଇ ସ୍ବନାମଧନ୍ୟ ନିର୍ଦ୍ଦେଶକ ତପନ ସିହ୍ନାଙ୍କ ଦ୍ବାରା ଏକ ଚଳଚ୍ଚିତ୍ର ଦେଖି ମୁଗ୍‌ଧ ହୋଇଥିଲି। ୧୯୫୭ ମସିହାରେ ତିଆରି ଏହି ଚଳଚ୍ଚିତ୍ର ବହୁ ପୁରସ୍କାର ପାଇଥିଲା। ଏହାର ସ˚ଗୀତ ନିର୍ଦ୍ଦେଶନା ଦେଇଥିଲେ ପଣ୍ତିତ ରବି ଶଙ୍କର। ଏହି ସାଫଲ୍ୟରେ ଅନୁପ୍ରାଣିତ ହୋଇ ବିମଳ ରାୟ ପ୍ରଡକ୍‌ସନ୍‌ ଦ୍ବାରା ଏକ ହିନ୍ଦୀ ଚଳଚ୍ଚିତ୍ର ନିର୍ମିତ ହେଲା ୧୯୬୧ରେ। ସେତେବେଳକୁ ମୁଁ ରେଭେନ୍‌ସା କଲେଜ ଇ˚ରେଜୀ ବିଭାଗରେ ଅଧୢାପକ। ଏହାର ନିର୍ଦ୍ଦେଶକ ଥିଲେ ହେମେନ ଗୁପ୍ତ, ସ˚ଗୀତ ନିର୍ଦ୍ଦେଶନା ଦେଇଥିଲେ ସଲିଲ ଚୌଧୁରୀ ଓ ମୁଖ୍ୟ ଭୂମିକାରେ ଥିଲେ ବଲରାଜ ସାହନୀ। ଏହି ଛବିଟି ମଧୢ ଅତ୍ୟନ୍ତ ଉଚ୍ଚକୋଟୀର ଓ ଲୋକପ୍ରିୟ ହୋଇଥିଲା।

ଏ ପର୍ଯ୍ୟନ୍ତ ଏଇ ପର୍ଯ୍ୟାୟର କାବୁଲିଵାଲାଟି ଏକ ସରଳ, ଶାନ୍ତ, ଉଦାର ଓ ଭାବ ପ୍ରବଣ ଚରିତ୍ର। ଆଫଗାନିସ୍ତାନରେ ଛାଡ଼ି ଆସିଥିବା ପରିବାର ସଦସ୍ୟ ଓ ପିଲାପିଲିଙ୍କ ପାଇଁ ଝୁରି ହୋଇ ବିଷାଦଗ୍ରସ୍ତ ଓ ସମବେଦନା ପାଇଁ ଲାଳାୟିତ ଏକ ଚରିତ୍ର। ଏ ଭିତରେ ମୁଁ ଅଧୢାପକ ଚାକିରି ଛାଡ଼ି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌ରେ ଯୋଗଦେଲା ପରେ ପ୍ରଥମ ତିନି ଚାରି ବର୍ଷ ବିହାର, ଆସାମ ଓ ବ˚ଗଳା ରାଜ୍ୟରେ ବିଭିନ୍ନ ଶାଖାମାନଙ୍କରେ କାମ କରିଥିଲି। ସେତେବେଳେ ଦେଖିବାକୁ ମିଳିଲା କାବୁଲିଵାଲାର ଆଉ ଏକ ରୂପ। ଏ କାବୁଲିଵାଲାର ପୋଷାକ ପରିଚ୍ଛଦ ସମାନ ହେଲେ ମଧୢ ବଡ଼ ଥଳି ଜାଗାରେ ଏକ ବଡ଼ ଠେଙ୍ଗା। ବ୍ୟବସାୟ, ମହାଜନୀ କାରବାର, ଟଙ୍କା ଧାର ଦେବା ଓ ଆଦାୟ କରିବା। କିଛିଟା ମୋ ବ୍ୟାଙ୍କ୍‌ର ବ୍ୟବସାୟ ଭଳି। ଏହି କାବୁଲିୱାଲା ଅଭାବୀ ଲୋକଙ୍କୁ ଦରକାର ସମୟରେ ବିନା ଦ୍ବିଧାରେ ଋଣ ଦିଏ ଏବ˚ ଚୁକ୍ତି ମୁତାବକ ଠିକ୍‌ ସମୟରେ ଆଦାୟ ମଧୢ କରେ। ଋଣ ପରିଶୋଧ ବ୍ୟାପାରରେ କିଛିଟା ନିଷ୍ଠୁର ଓ ଅନୁକ˚ପାବିହୀନ ହେଲେ ମଧୢ ଏମାନେ କଦାଚିତ ଅନ୍ୟାୟ ଓ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ହେଉଥିଲେ। ଠେଙ୍ଗା ସହିତ ତାଙ୍କ ଚେହେରା ହିଁ ସିଦ୍ଧି ଲାଭ ପାଇଁ ଯଥେଷ୍ଟ ଥିଲା। ଏହାର ବ୍ୟବହାର ପ୍ରାୟ ଆବଶ୍ୟକ ହେଉନଥିଲା। ବ୍ୟାଙ୍କ୍‌ର କିଛି ବିପଥଗାମୀ କର୍ମଚାରୀ ଏଇ କାବୁଲିଵାଲାମାନଙ୍କ ଠାରୁ ଋଣ ନେଉଥିଲେ। ତେଣୁ ଲେଖକ ରାଞ୍ଚି, ପାଟନା, ଶିଲ˚ ଏବ˚ ଆସାନସୋଲ ଶାଖାରେ କାର୍ଯ୍ୟରତ ଥିଲା ବେଳେ ଦରମା ମିଳିବା ଦିନ ଏମାନଙ୍କୁ ଶାଖାର ମୁଖ୍ୟ ଦ୍ବାର ବାହାରେ ଠେଙ୍ଗା ଧରି ଛିଡ଼ା ହୋଇଥିବାର ଦେଖିଛି।

ଏହା ପରେ ଦୀର୍ଘ କାଳର ବ୍ୟବଧାନ। ସୋଭିଏତ୍‌ ୟୁନିଅନ୍‌ର ବିଲୟ ଘଟୁଥିବା ବେଳେ ଲେଖକ ମସ୍କୋରେ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ସୋଭିଏତ୍‌ ୟୁନିଅନ୍‌ ଓ ପୂର୍ବ ୟୁରୋପର ଦେଶମାନଙ୍କ ପାଇଁ ପ୍ରତିନିଧି ରୂପେ ନିଯୁକ୍ତ ଥିଲା। ଯେଉଁ ବିଲଡି˚ରେ ଆମେ ରହୁଥିଲୁ, ସେଥିରେ ପ୍ରାୟ ୪୫୦ ବିଦେଶୀ ପରିବାର ରହୁଥିଲେ। ସେଇ ବିଲ୍‌ଡି˚ରେ କିଛି ଆଫଗାନୀ ବା କାବୁଲିଵାଲା ପରିବାର ରହୁଥିଲେ। ଆମେ ସେଇ ପରିବାରମାନଙ୍କର ପୁରୁଷ ବା ସ୍ତ୍ରୀ ଲୋକମାନଙ୍କୁ କେବେ ବି ଦେଖିନାହୁଁ, ମାତ୍ର ମୋ ସାନ ଝିଅ ତାଙ୍କ ପିଲାମାନଙ୍କ ସହିତ ବନ୍ଧୁତ୍ବ କରି ପକାଇଥିଲା। ସାନ ସାନ ୧୦/୧୨ ବର୍ଷର ପୁଅ ଓ ଝିଅଗୁଡ଼ିକ ଅତ୍ୟନ୍ତ ସୁନ୍ଦର ଓ ପରୀ ଭଳି ଚେହେରାର ଥିଲେ। ଅନେକ ସମୟରେ ସେମାନେ ଆମ ଘରକୁ ଆସି ହିନ୍ଦୀ ଫିଲ୍ମର କ୍ୟାସେଟ୍‌ ମାଗି ନେଇ ଦେଖୁଥିଲେ। ଥରେ ଦୁଇ ଥର ସେମାନେ ତାଙ୍କ ଘରୁ କିଛି ଖାଦ୍ୟ ଓ ମିଠା ଆଣି ଦେଇଥିଲେ। ଅନ୍ୟ ସବୁ ବିଦେଶୀ ସେଠାରେ ବିଭିନ୍ନ ପ୍ରକାରର ଚାକିରିରେ ଥିଲା ବେଳେ, ଏଇ ଆଫଗାନ ପରିବାର କାହିଁକି ଥିଲେ ଓ କ’ଣ କରୁଥିଲେ, ତାହା ସଠିକ ଜଣା ପଡୁନଥିଲା। ମୁଁ ଜାଣିଲି ଯେ ଏଇ କାବୁଲିଵାଲାମାନେ ଆଫଗାନ ଯୁଦ୍ଧରେ ସୋଭିଏତ୍‌ ୟୁନିଅନ୍‌ର ଖୁବ୍‌ ସକ୍ରିୟ ଓ ନିକଟ ସହଯୋଗୀ ଥିଲେ।
୧୯୯୯ ଅଗଷ୍ଟରେ ଚାକିରିରୁ ଅବସର ଓ ଭୁବନେଶ୍ବରରେ ଅବସ୍ଥାନ। ସେହି ବର୍ଷ ଡିସେମ୍ବର୍‌ରେ କାଠମାଣ୍ତୁରୁ ଦିଲ୍ଲୀ ଆସୁଥିବା ଭାରତୀୟ ବିମାନର ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ବାରା ଅପହରଣ ଓ କାବୁଲିଵାଲା ତାଲିବାନଙ୍କ ସକ୍ରିୟ ସହଯୋଗିତାରେ କାନ୍ଦାହାର ବିମାନବନ୍ଦରରେ ଉତ୍କଣ୍ଠାପୂର୍ଣ୍ଣ କେଇଟି ଦିନ ଦେଶକୁ ସ˚କଟରେ ପକାଇଥିଲା। ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଭାରତୀୟ ଜେଲ୍‌ରୁ ମୁକ୍ତ କରି କାନ୍ଦାହାରରେ ଛାଡ଼ିବା ପରେ ବିମାନ ଓ ଯାତ୍ରୀମାନେ ମୁକ୍ତ ହୋଇଥିଲେ। ଏବେ ଆସିବା ବର୍ତ୍ତମାନର କାବୁଲିଵାଲାଙ୍କ ପାଖକୁ, ଯେଉଁମାନଙ୍କ ମଧୢରୁ ବେଶ୍‌ କିଛି କଠୋରପନ୍ଥୀ ତାଲିବାନ୍‌ ପାଲଟିଛନ୍ତି। ଏମାନେ ‘ସାରିୟା’ ଆଇନର ସମର୍ଥକ, ମହିଳା ସ୍ବାଧୀନତାର ବିରୋଧୀ ଓ ଖୁବ୍‌ ଦାମିକା ଅସ୍ତ୍ରଶସ୍ତ୍ରରେ ବଳୀୟାନ୍‌। ଆମେରିକା କାବୁଲ ଛାଡ଼ିବା ପରେ ସେମାନେ ସେଠାରେ ଏକ ଦୁଃଖଦ ସ୍ଥିତି ସୃଷ୍ଟି କରିଛନ୍ତି। ଯେଉଁ ଆଫଗାନମାନେ ତାଲିବାନ ସମର୍ଥକ ନୁହନ୍ତି, ସେମାନେ ବିପଦରେ ଓ ଆତଙ୍କରେ।

ଅଶୀ ବର୍ଷରୁ ଅଧିକ ଜୀବନ କାଳ ମଧୢରେ କାବୁଲିଵାଲାର କେତେ ରୂପ ଦେଖିବାର ଥିଲା! ଭବିଷ୍ୟତ୍‌ରେ ପୁଣି କ’ଣ ଦେଖିବା କିଏ ଜାଣେ?

ମୋ- ୯୯୩୭୨୩୦୧୫୦

ସମ୍ବନ୍ଧିତ ଖବର