ଇ˚ରେଜ ଲୋକମାନେ ନିଜର ଏକାନ୍ତତା ସମ୍ବନ୍ଧରେ ଅତ୍ୟନ୍ତ ସଚେତନ। ମୋ ଘର ମୋ ଦୁର୍ଗ ବୋଲି ସେମାନେ କହନ୍ତି। ସେମାନେ ତାଙ୍କର ଘରେ ଅତ୍ୟନ୍ତ ଗଭୀର ସ˚ପର୍କ ନ ଥିଲେ କାହାରିକୁ ଆତିଥ୍ୟ ଦେବା ପସନ୍ଦ କରନ୍ତି ନାହିଁ। ଇ˚ଲଣ୍ତରେ ସେଇ ଯୋଗୁ ସହରାଞ୍ଚଳମାନଙ୍କରେ କଫି ହାଉସ୍ ଥିଲା ଓ ସ˚ଭ୍ରାନ୍ତ ବ୍ୟକ୍ତିମାନେ ସେଠାରେ ଯାଇ ମିଳାମିଶା କରୁଥିଲେ। ଅଷ୍ଟାଦଶ ଶତାବ୍ଦୀରେ ଏଇ କଫି ହାଉସ୍ରୁ କେତେଗୁଡ଼ିଏ ଲଣ୍ତନର ସେଣ୍ଟ୍ ଜେମ୍ସ ଅଞ୍ଚଳରେ କ୍ଲବ୍ରେ ପରିଣତ ହେଲା। ସାମାଜିକ କ୍ଲବ୍ର ଜନ୍ମସ୍ଥାନ ହେଲା ଇ˚ଲଣ୍ତ। ଲଣ୍ତନ ଓ ଏଡିନବରାରେ ଅନେକ ପ୍ରାଇଭେଟ୍ କ୍ଲବ୍ ମଧୢ ଅଛି। ଜଣେ ବ୍ୟକ୍ତିର ସମାଜରେ ଆପେକ୍ଷିକ ଗୁରୁତ୍ବ କ୍ଲବ୍ର ‘ମେମ୍ବରସିପ୍’ ବା ସଦସ୍ୟତାରୁ ବିଚାର କରାଯାଏ। ସଞ୍ଜ ବେଳେ ଆସି କ୍ଲବ୍ରେ ପାନ କରିବା, ନାଚ କରିବା ଓ ବିଭିନ୍ନ ଖେଳ ଖେଳିବା ଇ˚ରେଜ ସାମାଜିକ ଜୀବନର ଏକ ଅ˚ଶ। ଅଧୁନା˚ ଅବଶ୍ୟ ଟି.ଭି ବାହାରି କ୍ଲବ୍ ଜୀବନକୁ ଅନେକା˚ଶରେ କ୍ଷୁଣ୍ଣ କରିଛି। ସେଇ ଇ˚ରେଜମାନେ ଆମେରିକା, କାନାଡା, ଭାରତ ଉପମହାଦେଶ ଓ ଅଷ୍ଟ୍ରେଲିଆ ଆଦି ଦେଶକୁ କ୍ଲବ୍ ଆଣିଥିଲେ। ଇ˚ରେଜମାନଙ୍କ ଦ୍ବାରା ପ୍ରତିଷ୍ଠିତ ଆମେରିକାର ମେରିଲାଣ୍ତସ୍ଥିତ ସାଉଥ ରିଭର କ୍ଲବ୍ ତିନି ଶହ ବର୍ଷରୁ ଅଧିକା ପୁରୁଣା। ନିଉୟର୍କ ମହାନଗରୀର ୟେଲ୍ କ୍ଲବ୍ ‘ମେମ୍ବରସିପ୍’ ହିସାବରେ ପୃଥିବୀର ସବୁଠାରୁ ବଡ଼ କ୍ଲବ୍। ଆମେରିକା ରାଜଧାନୀ ଵାସି˚ଟନ ଡି.ସିରେ ଭାରତୀୟ ଦୂତାବାସକୁ ଲାଗି କସମସ କ୍ଲବ୍। ସେଠାରେ ସଭ୍ୟ ପଦ ପାଇବା ନିମନ୍ତେ କୌଣସି ଦିଗରେ ଶ୍ରେଷ୍ଠତ୍ବ ପ୍ରତିପାଦିତ ହୋଇଥିବା ଆବଶ୍ୟକ। ଅନେକ ନୋବେଲ ପୁରସ୍କାର ବିଜେତା ଏଇ କ୍ଲବ୍ର ସଦସ୍ୟ।
ଇ˚ରେଜମାନେ ଭାରତକୁ କ୍ଲବ୍ ଆଣିଥିଲେ ଓ କଲିକତାରେ ବେଙ୍ଗଲ କ୍ଲବ୍ ୧୮୨୭ ମସିହାରେ ପ୍ରତିଷ୍ଠିତ ହେଲା। ତା’ର ଠିକ୍ ଦୁଇ ବର୍ଷ ପରେ କଲିକତାରେ ରୟାଲ୍ କାଲ୍କାଟା ଗଲ୍ଫ କ୍ଲବ୍ (୧୮୨୯)ର ପ୍ରତିଷ୍ଠା ହେଲା। ଏହା ଏକ ପୃଥିବୀ ପ୍ରସିଦ୍ଧ ଗଲ୍ଫ କ୍ଲବ୍। ଇଷ୍ଟ ଇଣ୍ତିଆ କମ୍ପାନି ଦେଶର ବିଭିନ୍ନ ଅଞ୍ଚଳ ଜୟ କରି, ଜିଲ୍ଲାମାନଙ୍କରେ କ୍ଲବ୍ ପ୍ରତିଷ୍ଠା କଲେ। କ୍ଲବ୍ରେ ପ୍ରବେଶ ସାମାଜିକ ପ୍ରତିଷ୍ଠା ଉପରେ ନିର୍ଭର କରୁଥିଲା। ଭାରତୀୟମାନଙ୍କୁ ସେଥିରେ ସଦସ୍ୟତା ମିଳୁନଥିଲା। ଜର୍ଜ ଅରେଵଲ ତାଙ୍କର ପୁସ୍ତକ ‘ବର୍ମିଜ୍ ଡେଜ୍’ (Burmese Days)ରେ କିପରି ଜିଲ୍ଲାର ଭାରତୀୟ ସିଭିଲ ସର୍ଜନ (ଏବର ସି.ଡି.ଏମ୍.ଓ) ମଧୢ ମେମ୍ବର ହୋଇ ପାରି ନ ଥିଲେ ତାହା ବର୍ଣ୍ଣନା କରିଛନ୍ତି। ଇ˚ରେଜ ଜିଲ୍ଲା ହାକିମମାନେ ସ˚ଜ ବେଳେ କ୍ଲବ୍ରେ ବସି ସରକାରୀ ନୀତି ନିର୍ଦ୍ଧାରଣ କରୁଥିଲେ। ଇ˚ରେଜ ଓ ଭାରତୀୟମାନେ ଶାସନ କଳରେ ଭାଗୀଦାର ହେଲା ପରେ ମେମ୍ବରସିପ୍ ନିୟମକୁ କୋହଳ କରାଗଲା। ଭାରତରେ ଅବସ୍ଥାପିତ ଇ˚ରେଜମାନେ କ୍ଲବ୍ରେ ବିଲିଆର୍ଡ, ଟେବୁଲ ଟେନିସ୍, ବ୍ରିଜ୍, ଲନ୍ ଟେନିସ୍ ଖେଳ ଆଦି ଖେଳି ଉପଭୋଗ କରୁଥିଲେ ଓ ବିଲାତରୁ ‘ପଂଚ୍’ (Punch) ଓ ଅନ୍ୟାନ୍ୟ ମାଗାଜିନ ମଗାଇ ପଠନ କରୁଥିଲେ। ଏବେ ମଧ୍ୟ ସେଭଳି କ୍ଲବ୍ ସବୁ ବଞ୍ଚି ରହିଛି, ଯେଉଁଠି ଧନୀକ ବ୍ୟବସାୟୀଙ୍କ ସ˚ଖ୍ୟା ଅଧିକ ଓ ସରକାରୀ ନୀତି ନିର୍ଦ୍ଧାରଣ ସେଠାରେ ହେଉନାହିଁ। ଦ୍ବିତୀୟ ମହାଯୁଦ୍ଧ ପରେ ଇ˚ରେଜ ଲୋକମାନଙ୍କର ମନୋଭାବରେ ପରିବର୍ତ୍ତନ ଘଟିଛି ଓ ନିଜର ଆତ୍ମବଡ଼ିମା କିଛିଟା ହ୍ରାସ ପାଇଛି। ସାହେବମାନଙ୍କ ଅପେକ୍ଷା ଆମ ଦେଶର କଳା ସାହେବମାନେ ଆର୍ମି ମେସ୍ ଓ କେତେକ ଆଭିଜାତପୂର୍ଣ୍ଣ କ୍ଲବ୍ରେ ଇ˚ରେଜୀ ଔପନିବେଶିକ ସ˚ସ୍କୃତିକୁ ବଜାୟ ରଖିବାକୁ ଅଧିକ ପ୍ରୟାସୀ ଥିଲା ପରି ମନେହୁଏ।
କ୍ଲବ୍ରେ ଇ˚ରେଜମାନେ ଭାରତୀୟମାନଙ୍କୁ ସମାନ ଭାବରେ ବ୍ୟବହାର କରୁ ନ ଥିବାରୁ ଭାରତୀୟମାନେ ଦିଲ୍ଲୀରେ ଚେମ୍ସ ଫୋର୍ଡ୍ କ୍ଲବ୍ ଗଠନ କରିଥିଲେ ଓ ବମ୍ବେର ପାର୍ସୀମାନେ ଇ˚ଲଣ୍ତର ସେଣ୍ଟ୍ ଜେମ୍ସ୍ କ୍ଲବ୍ ଛାୟାରେ ନେପିଆନ ରୋଡ୍ରେ ରିପନ କ୍ଲବ୍ ପ୍ରତିଷ୍ଠା କରିଥିଲେ। ସେ କ୍ଲବ୍ରେ ଯେଉଁ ଧାନସାନ (ପାର୍ସୀମାନଙ୍କର ଫ୍ରାଇଡ୍ ରାଇସ୍ ଓ ମା˚ସ ତରକାରି ମିଶା ଏକ ଖାଦ୍ୟ) ମିଳେ, ତାହା ଆଉ କେଉଁଠାରେ ମିଳେ ନାହିଁ। ପାର୍ସୀମାନେ ବଡ଼ କ୍ଲବ୍ ପ୍ରିୟ ଓ ତାଙ୍କର ଅବସର ସମୟ ବମ୍ବେରେ ପ୍ରାୟ ରିପନ କ୍ଲବ୍ ଓ ପାର୍ସୀ ଜିମ୍ ଖାନା କ୍ଲବ୍ରେ କଟେ। ରିପନ କ୍ଲବ୍ରେ ଅଣ-ପାର୍ସୀ ମେମ୍ବର ହୋଇପାରିବ ନାହିଁ ଓ ପାର୍ସୀ ଜଣେ ଅଣ-ପାର୍ସୀ ବିଭା କରିଥିଲେ, ଅଣ-ପାର୍ସୀ ଜଣକ ନିଜର ଜୀବନ ସାଥୀ ସହିତ କେବଳ ଆସିପାରିବ। ପାକିସ୍ତାନର ପ୍ରତିଷ୍ଠାତା ମହମଦ ଅଲ୍ଲୀ ଜିନ୍ନା ଏକ ପାର୍ସୀ ମହିଳାକୁ ବିବାହ କରିଥିଲେ ଓ ସ୍ତ୍ରୀ ସଙ୍ଗରେ ରିପନ କ୍ଲବ୍କୁ ଯାଉଥିଲେ। ଥରେ ଏକୁଟିଆ ଯିବାରୁ କ୍ଲବ୍ରେ ତାଙ୍କ ପ୍ରବେଶ ନିଷେଧ କରି ଦିଆଯାଇଥିଲା।
ଇ˚ରେଜମାନେ ଓଡ଼ିଶାରେ ପ୍ରଥମେ କଟକରେ ୧୮୬୫ରେ କଟକ କ୍ଲବ୍ ପ୍ରତିଷ୍ଠା କରିଥିଲେ। ମାଡ୍ରାସ ରେଜିମେଣ୍ଟ କଟକ ଛାଡ଼ି ଚାଲିଗଲା ପରେ ତାଙ୍କ ଅଫିସ୍ର ମେସ୍ଟି କ୍ଲବ୍ ହେଲା। ବର୍ତ୍ତମାନ ଯେଉଁଠାରେ ନେହରୁ ଷ୍ଟାଡିୟମ୍ ଓ ସତ୍ୟବ୍ରତ ଷ୍ଟାଡିୟମ୍ ଅଛି, ସେହି ଅଞ୍ଚଳଟି ଗଲ୍ଫ କୋର୍ସ ଥିଲା ଓ ବର୍ତ୍ତମାନର ରେଭେନ୍ସା ବିଶ୍ବବିଦ୍ୟାଳୟ ରେସ୍ କୋର୍ସ ପଡ଼ିଆ ଉପରେ ବିଦ୍ୟମାନ। କଟକ କ୍ଲବ୍ର ସଭ୍ୟ ସ˚ଖ୍ୟା ୧୫୦୦ରୁ ଅଧିକ ଓ ଏହା ପ୍ରାୟ ୧୬୧ଟି ବିଭିନ୍ନ କ୍ଲବ୍ ସହିତ ଅନୁବନ୍ଧିତ। ଏ ବର୍ଷ କଟକ କ୍ଲବ୍ରେ ଜଣେ ସ˚ଭ୍ରାନ୍ତ ମହିଳା ସଭାନେତ୍ରୀ ନିର୍ବାଚିତ ହୋଇ ଏକ ନୂତନ ଇତିହାସ ସୃଷ୍ଟି ହୋଇଛି।
ସଭ୍ୟ ସ˚ଖ୍ୟା ଦୃଷ୍ଟିରୁ ଭୁବନେଶ୍ବର କ୍ଲବ୍ ଓଡ଼ିଶାର ସର୍ବବୃହତ୍ କ୍ଲବ୍। ରେଳଷ୍ଟେସନ ପାଖରେ ଥିବା ଝୁନ୍ଝୁନ୍ଵାଲା ବଗିଚାରେ ମାତ୍ର ୨୩ ସଭ୍ୟଙ୍କୁ ନେଇ ୧୯୪୯ରେ ଆରମ୍ଭ ହୋଇଥିବା ଏ କ୍ଲବ୍ରେ ବର୍ତ୍ତମାନ ୭୫୦୦ରୁ ଅଧିକ ସଦସ୍ୟ ଏବଂ ଏହା ୧୯୨ଟି ବିଭିନ୍ନ କ୍ଲବ୍ ସହିତ ଅନୁବନ୍ଧିତ। ଏ କ୍ଲବ୍ର ପ୍ରଥମ ସଭାପତି ଥିଲେ ଖଲ୍ଲିକୋଟ ରାଜ ବାହାଦୁର, ଉପସଭାପତି ଚିଫ୍ ଇଞ୍ଜିନିୟର ବେନେଟ୍ ଓ ସେକ୍ରେଟାରି ଥିଲେ ମିସେସ୍ ବେନେଟ୍। କ୍ଲବ୍ ୧୯୫୪ରେ ଉଦ୍ୟାନ ମାର୍ଗରେ ଏକ ସରକାରୀ କ୍ବାର୍ଟର ପାଇଥିଲା ଓ ସେଠାରେ ୧୧ ବର୍ଷ ଚାଲିଲା ପରେ ବର୍ତ୍ତମାନର ଘରକୁ ୧୯୬୫ ମସିହାରେ ଉଠି ଆସିଲା। ତତ୍କାଳୀନ ରାଜ୍ୟପାଳ ଡକ୍ଟର ଅଯୋଧୢାନାଥ ଖୋସ୍ଲା ଏହାର ଉଦ୍ଘାଟନ କରିଥିଲେ ଓ ଲେଖକ ସେତେବେଳେ ରାଜ୍ୟପାଳ ଡକ୍ଟର ଖୋସ୍ଲାଙ୍କର ଏ.ଡି.ସି ଥାଇ ଏହି ଉଦ୍ଘାଟନ ଉତ୍ସବରେ ସାମିଲ୍ ହୋଇପାରିଥିଲା। ସେ ସମୟରେ କୃଷି ବିଶ୍ବବିଦ୍ୟାଳୟରେ ୧୨ ଜଣ ଆମେରିକାନ୍ ଅଧୢାପକ ଭାବେ କାର୍ଯ୍ୟରତ ଥିଲେ ଓ ସେମାନେ ସମସ୍ତେ ସପରିବାର କ୍ଲବ୍ରେ ମେମ୍ବର ହୋଇ ଏହି ଉଦ୍ଘାଟନ ଉତ୍ସବରେ ଅଗ୍ରଣୀ ଥିଲେ। ନିକଟ ଅତୀତରେ ଭୁବନେଶ୍ବର କ୍ଲବ୍ରେ ନିର୍ବାଚନ ସମାପନ ହୋଇଅଛି। ଏହା ସ˚ଭ୍ରମତା ଓ ଭାବର ସହିତ ସଂପନ୍ନ ହେଲା।
ବର୍ତ୍ତମାନ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ କ୍ଲବ୍ ହେଲାଣି ଓ ରାଜା ରାମମୋହନ ଲାଇବ୍ରେରି ସହାୟତାରେ ପ୍ରତି କ୍ଲବ୍ରେ ଗୋଟିଏ ଗୋଟିଏ ଛୋଟିଆ ପାଠାଗାର ମଧୢ ଅଛି। ପ୍ରାୟ ପ୍ରତି କ୍ଲବ୍ରେ ଟେଲିଭିଜନଟିଏ ଦୃଷ୍ଟିଗୋଚର ହୁଏ। ଲାଇବ୍ରେରି ପୁସ୍ତକଗୁଡ଼ିକ ପ୍ରାୟ ଅପଠିତ ଓ ଅନେକ ପରିବାରରେ ନିଜସ୍ବ ଟେଲିଭିଜନ ଥିବା ହେତୁ କ୍ଲବ୍ ସା˚ସ୍କୃତିକ ପ୍ରାଣ କେନ୍ଦ୍ର ହୋଇପାରୁନାହିଁ। କ୍ଲବ୍ଗୁଡ଼ିକ ବସ୍ତୁତଃ ଯୁବ କେନ୍ଦ୍ରରେ ପରିଣତ ହୋଇଛି ଓ ସବୁ ବୟସର ବ୍ୟକ୍ତି ଯୋଗ ଦେଉନାହାନ୍ତି।
ଏବେ ରୋଟାରି କ୍ଲବ୍ ବ୍ୟାପକ ପ୍ରସାର ଲାଭ କରିଛି। ରୋଟାରିର ଜନ୍ମସ୍ଥାନ ଆମେରିକା ଓ ପଲ୍ ହାରିସ୍ ନାମକ ଜଣେ ବ୍ୟକ୍ତି ରୋଟାରି ଆନ୍ଦୋଳନର ପ୍ରାଣ ପ୍ରତିଷ୍ଠାତା। ରୋଟାରି ଏକ ଆନ୍ତର୍ଜାତିକ ସ˚ସ୍ଥା। ପ୍ରଥମରେ ଆମେରିକାରୁ ଏହା କାନାଡା ଓ ଇ˚ଲଣ୍ତରେ ପ୍ରବେଶ କଲା ଏବଂ ପରବର୍ତ୍ତୀ କାଳେ ପୃଥିବୀର ସବୁ ଅଣ କମ୍ୟୁନିଷ୍ଟ ଦେଶମାନଙ୍କରେ ପ୍ରତିଷ୍ଠା ଲାଭ କରିଛି। ଓଡ଼ିଶାରେ ୧୯୪୫ରେ ପ୍ରଥମ ରୋଟାରି କ୍ଲବ୍ କଟକରେ ଆରମ୍ଭ ହେଲା। ସେତେବେଳେ ସମସ୍ତ ବିହାର, ବଙ୍ଗ ଓ ପୂର୍ବ ଭାରତ ଗୋଟିଏ ରୋଟାରି ଜିଲ୍ଲା (ଜିଲ୍ଲା ନମ୍ବର ୩୨୬) ଥିଲା ଓ କଟକ କ୍ଲବ୍ ଥିଲା ଜିଲ୍ଲାର ସପ୍ତମ କ୍ଲବ୍। ବି.କେ ଗୋଖଲେ ଆଇ.ସି.ଏସ୍ ୧୯୪୫ରେ କଟକକୁ ରାଜ୍ୟପାଳଙ୍କ ପରାମର୍ଶଦାତା ଭାବରେ ବଦଳି ହୋଇ ଆସିଲେ। ସେ ପାଟଣା ରୋଟାରି କ୍ଲବ୍ର ଉପ-ସଭାପତି ଥିଲେ ଓ କଟକରେ ଆସି ରୋଟାରିର ମୂଳଦୁଆ ପକାଇଲେ। ଉପସଭାପତି ହେଲେ ଡକ୍ଟର ପ୍ରାଣକୃଷ୍ଣ ପରିଜା ଓ ସେକ୍ରେଟାରି ଲିଙ୍ଗରାଜ ପାଣିଗ୍ରାହୀ। ତିନି ଜଣ ରାଜନେତା, ହରେକୃଷ୍ଣ ମହତାବ, ନିତ୍ୟାନନ୍ଦ କାନୁନ୍ଗୋ, ପଣ୍ତିତ ଗୋଦାବରୀଶ ମିଶ୍ର ମଧୢ ମେମ୍ବର ଥିଲେ। ବର୍ଗୀକରଣରେ ମହତାବଙ୍କୁ ଚାଷ କାର୍ଯ୍ୟ, କାନୁନ୍ଗୋଙ୍କୁ ହସ୍ତଶିଳ୍ପ ଓ ପଣ୍ତିତ ମିଶ୍ରଙ୍କୁ ଜୀବନବୀମା ବ୍ୟବସାୟ ବୋଲି ଦର୍ଶାଯାଇଥିଲା। ତା’ ପର ବର୍ଷ (୧୯୪୬) ମହତାବ ଓ କାନୁନ୍ଗୋ ମନ୍ତ୍ରୀ ହୋଇଗଲେ ମଧୢ ରୋଟାରି ସଦସ୍ୟ ଭାବେ କିଛି କାଳ ରହିଥିଲେ। ତା’ର ୧୦ ବର୍ଷ ପରେ ବ୍ରହ୍ମପୁରରେ ରୋଟାରି (୧୯୫୫) ପ୍ରତିଷ୍ଠା ହେଲା ଓ ଠିକ୍ ତା’ର ଆଉ ୧୦ ବର୍ଷ ପରେ (୧୯୬୫)ରେ ଭୁବନେଶ୍ବରରେ ରୋଟାରିର ପ୍ରତିଷ୍ଠା ହେଲା। ବର୍ତ୍ତମାନ ପ୍ରାୟ ପ୍ରତ୍ୟେକ ସହରରେ ରୋଟାରି ଓ ବଡ଼ ସହରମାନଙ୍କର ଏକାଧିକ ରୋଟାରି କ୍ଲବ୍ ଅଛି। ରୋଟାରିର ମହିଳା ଶାଖା (Inner Wheel) ଓ ଯୁବ ଶାଖା (Interact) ମଧୢ ଅଛି। ଗଲା କେତେବର୍ଷ ତଳେ ମହିଳାମାନଙ୍କୁ ରୋଟାରି ସଦସ୍ୟତା ପ୍ରଦାନ କରାହେଉଛି ଓ ମହିଳା ରୋଟାରି କ୍ଲବ୍ ଗଠିତ ହେଲାଣି। ରୋଟାରି କ୍ଲବ୍ଗୁଡ଼ିକ ସାମାଜିକ ଜୀବନର ଦୃଢ଼ୀକରଣ କରୁଅଛି। ରୋଟାରି ଛାୟାରେ ଲାୟନ୍ସ କ୍ଲବ୍ ମଧୢ ପ୍ରସାର ଲାଭ କରୁଛି। ଏଗୁଡ଼ିକ ସହରଭିତ୍ତିକ ଓ ଗ୍ରାମର ଭାଗବତ ଟୁଙ୍ଗୀର ବିକଳ୍ପ ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇପାରିନାହିଁ।
ଆଗ କାଳରେ ଗାଁମାନଙ୍କରେ ଭାଗବତ ଟୁଙ୍ଗୀ ଥିଲା। ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଲିଖିତ ପୁସ୍ତକ ଭାଗବତ ଟୁଙ୍ଗୀରେ ସନ୍ଧ୍ୟା ଅନୁଯାୟୀ ସଞ୍ଜବେଳେ ଗାଁର ଜମିଦାର ଠାରୁ ଜମାଦାର ପର୍ଯ୍ୟନ୍ତ ସମସ୍ତେ ଏକତ୍ର ହୋଇ ଭାଗବତ ପଠନ ସହିତ ସମସ୍ତ ଗ୍ରାମ୍ୟ ସମସ୍ୟାର ଆଲୋଚନା କରୁଥିଲେ। ଅନେକ ସମସ୍ୟାର ସମାଧାନ ହେଉଥିଲା। ଏହା ଗ୍ରାମର ସା˚ସ୍କୃତିକ ଜୀବନକୁ ବଳବତ୍ତର କରିବା ସହିତ ପାରସ୍ପରିକ ସହଯୋଗ ଓ ବୁଝାମଣାରେ ସହାୟକ ହେଉଥିଲା। ବର୍ତ୍ତମାନର ନିର୍ବାଚନ ଯୁଗରେ ଗ୍ରାମ୍ୟ ଜୀବନ ଦ୍ବିଧା ବିଭକ୍ତ ଓ ସହଯୋଗ ଅପେକ୍ଷା ପାରସ୍ପାରିକ ବିରୋଧର ଧାରା ଅଧିକ। କ୍ଲବ୍ର ଭାରତୀୟ ବିକଳ୍ପ ଭାଗବତ ଟୁଙ୍ଗୀ ଏବେ ଦୁର୍ବଳ ସ୍ଥିତିରେ ଏବଂ ଇଂରେଜଙ୍କ ସାଂଭ୍ରାନ୍ତ୍ୟର ପ୍ରତୀକ ଭାବେ ସହରର କେତେକ କ୍ଲବ୍ ଏବେ ବି ଚଳଚଞ୍ଚଳ।
ମୋ-୯୯୩୭୪୨୨୫୨୧