ରାଜ୍ୟରେ ନୂତନ ଶିକ୍ଷା ନୀତିର ରୂପାୟନ: ଦୁର୍ବଳତା ଓ ତା’ର ନିରାକରଣ

ଉଚ୍ଚ ମାଧୢମିକ ଶିକ୍ଷା - ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ

ପ୍ରଥମ ଜାତୀୟ ଶିକ୍ଷାନୀତି, ୧୯୬୮ ଅନୁସାରେ ଦେଶରେ ୧୦+୨ ଶିକ୍ଷା ବ୍ୟବସ୍ଥା ପ୍ରଚଳିତ ହେଲା। ତଦନୁସାରେ ପୂର୍ବ ପ୍ରଚଳିତ ୧୧ ବର୍ଷର ସ୍କୁଲ ଶିକ୍ଷା ଏବ˚ ସ୍ନାତକ ଡିଗ୍ରି ପାଇଁ ଆବଶ୍ୟକ ୪ ବର୍ଷର କଲେଜ ଶିକ୍ଷାର ପୁନର୍ବିନ୍ୟାସ କରି ବିଦ୍ୟାଳୟ ସ୍ତରରେ ୧୨ ବର୍ଷ ଏବ˚ ସ୍ନାତକ ଡିଗ୍ରି ପାଇଁ ୩ ବର୍ଷର ପାଠ୍ୟକ୍ରମ ନିର୍ଦ୍ଧାରିତ କରାଗଲା। ଆମ ରାଜ୍ୟରେ ଏହି ବ୍ୟବସ୍ଥା ଅଷ୍ଟମ ଦଶକରୁ ଚଳି ଆସୁଛି। ବିଦ୍ୟାଳୟ ସ୍ତରରେ ୧୨ ବର୍ଷ ମଧୢରୁ ପ୍ରଥମ ୧୦ ବର୍ଷରେ ମାଧୢମିକ ଶିକ୍ଷା ଶେଷ ହେଉଛି ଏବ˚ ଶେଷ ୨ ବର୍ଷ ଉଚ୍ଚ ମାଧୢମିକ ଶିକ୍ଷା ଦିଆଯାଉଛି, ଯାହା +୨ ନାମରେ ଅଧିକ ପରିଚିତ। ଶିଶୁଟି ୬ ବର୍ଷ ପ୍ରାପ୍ତ ହେଲେ ହିଁ ବିଦ୍ୟାଳୟରେ ପ୍ରବେଶ କରିପାରୁଥିବାରୁ ୧୬ ବର୍ଷ ବୟସରେ ମାଧୢମିକ ଶିକ୍ଷା ଶେଷ କରି ଉଚ୍ଚ ମାଧୢମିକ ଶିକ୍ଷାରେ ପ୍ରବେଶ କରୁଛି ଏବ˚ ୧୮ ବର୍ଷ ହେଲା ବେଳକୁ ଉଚ୍ଚମାଧୢମିକ ଶିକ୍ଷା ଶେଷ କରୁଛି। ୨୦୨୦ର ନୂତନ ଶିକ୍ଷାନୀତି ଅନୁସାରେ ମଧୢ ଶିଶୁଟି ୧୬ ବର୍ଷ ବୟସରେ ମାଧୢମିକ ଏବ˚ ୧୮ ବର୍ଷ ବୟସରେ ଉଚ୍ଚ ମାଧୢମିକ ଶିକ୍ଷା ଶେଷ କରିବ। ଅର୍ଥାତ୍‌ ଉଚ୍ଚ ମାଧୢମିକ ଶିକ୍ଷାର ଅବଧି ଦୁଇବର୍ଷ ହେବ ଏବ˚ ଏହା ଶିଶୁଟିର ୧୬ରୁ ୧୮ ବର୍ଷ ବୟସ ମଧୢରେ ସମାପନ ହେବ।

ପ୍ରଚଳିତ ବ୍ୟବସ୍ଥା ପରି ନୂତନ ଶିକ୍ଷାନୀତିର ପରିକଳ୍ପିତ ବ୍ୟବସ୍ଥାରେ ମଧୢ ଉଚ୍ଚ ମାଧୢମିକ ଶିକ୍ଷାର ପ୍ରଭୂତ ଗୁରୁତ୍ବ ରହିଛି। ଉଚ୍ଚ ମାଧୢମିକ ଶିକ୍ଷା ଶେଷ କରିଥିଲେ ହିଁ ଏବ˚ ଏଥିରେ ଯଥେଷ୍ଟ ଦକ୍ଷତା ଲାଭ କରିଥିଲେ ହିଁ ଜଣେ ଉଚ୍ଚଶିକ୍ଷା ପ୍ରାପ୍ତି ପାଇଁ ଯୋଗ୍ୟ ବିବେଚିତ ହେବ। ଇଞ୍ଜିନିୟରି˚, ଡାକ୍ତରୀ ପରି ବୈଷୟିକ ପାଠ୍ୟକ୍ରମମାନଙ୍କରେ ପ୍ରବେଶ ପାଇଁ ମଧୢ ଏହା ଯୋଗ୍ୟତା ନିର୍ଦ୍ଧାରଣ କରିବ। ଏହି ସବୁ ଦୃଷ୍ଟିରୁ ଆମର ପରିକଳ୍ପିତ ଜ୍ଞାନ-ଭିତ୍ତିକ ସମାଜର ଶିକ୍ଷା ବ୍ୟବସ୍ଥାରେ ଉଚ୍ଚ ମାଧୢମିକ ଶିକ୍ଷା ଅନେକ ଗୁରୁତ୍ବ ବହନ କରେ। ଅନ୍ୟ ପକ୍ଷରେ ଉଚ୍ଚ ମାଧୢମିକ ଶିକ୍ଷା ବୋଧହୁଏ ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ସବୁଠାରୁ ଅବ୍ୟବସ୍ଥିତ ଅଙ୍ଗ ଅଟେ। ଏଣୁ ନୂତନ ଶିକ୍ଷାନୀତିର ରୂପାୟନରେ ଉଚ୍ଚ ମାଧୢମିକ ଶିକ୍ଷା ବିଷୟରେ ଆମକୁ ଅଧିକ ଯତ୍ନଶୀଳ ହେବାକୁ ପଡ଼ିବ ଏବ˚ ଏଥିରେ ଥିବା ସମସ୍ୟା ଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ କିଛି ବଳିଷ୍ଠ ପଦକ୍ଷେପ ନେବାକୁ ପଡ଼ିବ।
ସର୍ବାଦୌ ପ୍ରଣିଧାନ ଯୋଗ୍ୟ ଯେ ଉଚ୍ଚ ମାଧୢମିକ ଶ୍ରେଣୀରେ ଅଧୢୟନ କରୁଥିବା ବିଦ୍ୟାର୍ଥୀମାନଙ୍କର ବୟସ ୧୬ରୁ ୧୮ ବର୍ଷ ହେବ। ଏହି ବୟସରେ ପିଲାମାନଙ୍କର ଶିକ୍ଷା ଗ୍ରହଣରେ ଆଗ୍ରହ ଏବ˚ ପାରଙ୍ଗମତାକୁ ଦୃଷ୍ଟିରେ ରଖି ନୂତନ ଶିକ୍ଷାନୀତିରେ ଏହି ସ୍ତରକୁ ସ୍କୁଲଶିକ୍ଷାର ଶେଷ ସୋପାନ ଭାବରେ ବିଚାର କରାଯାଇଛି। ଏହାର କାରଣ ହେଲା ଏହି ବୟସର ପିଲାମାନଙ୍କ ପାଇଁ କଲେଜ ସ୍ତରରେ ବ୍ୟବହୃତ ବ୍ୟାଖ୍ୟାନ ପଦ୍ଧତିରେ ଶିକ୍ଷାଦାନ ଉପଯୁକ୍ତ ନୁହେଁ। ବିନିମୟାତ୍ମକ ପଦ୍ଧତିରେ ଶିକ୍ଷାଦାନ ଅର୍ଥାତ୍‌ ଶ୍ରେଣୀ ଗୃହରେ ପାଠ୍ୟ ବିଷୟଟିକୁ ଟିକିନିଖି ରୂପେ ବୁଝାଇବା ଏବ˚ ଆଲୋଚନା ଓ ପ୍ରଶ୍ନୋତ୍ତର ଜରିଆରେ ବୁଝିବା ପ୍ରକ୍ରିୟାକୁ ସହଜ କରିବା ଦ୍ବାରା ହିଁ ଏ ବୟସର ଶିକ୍ଷାର୍ଥୀମାନଙ୍କର ଶିକ୍ଷା ଗ୍ରହଣ ଫଳପ୍ରସୂ ହୋଇପାରିବ। ଏହା ଦ୍ବାରା ଛାତ୍ରଛାତ୍ରୀମାନେ ବାସ୍ତବରେ ପାଠ୍ୟକ୍ରମରେ ଅ˚ଶଗ୍ରହଣ କରିପାରିବେ ଏବ˚ ଶିକ୍ଷାଦାନ ଶିକ୍ଷାର୍ଥୀ-କୈନ୍ଦ୍ରିକ ହୋଇପାରିବ। ଏହା ଦ୍ବାରା ଶିକ୍ଷା ଆହରଣ ପ୍ରକ୍ରିୟାରେ ଶିକ୍ଷାର୍ଥୀମାନଙ୍କ ଦ୍ବାରା ଅନୁଭବ ଏବ˚ ପ୍ରୟୋଗକୁ ନୂତନ ଶିକ୍ଷାନୀତିରେ ଯେଉଁ ଗୁରୁତ୍ବ ଦିଆଯାଇଛି, ତାହା ଉପଲବ୍‌ଧ ହୋଇପାରିବ।

କିନ୍ତୁ ଉଚ୍ଚ ମାଧୢମିକ ଶିକ୍ଷା ପାଇଁ ଆମ ରାଜ୍ୟର ଉପସ୍ଥିତ ବ୍ୟବସ୍ଥା ଏଥିପାଇଁ ଅନୁକୂଳ ନୁହେଁ। ଆମ ରାଜ୍ୟ‌େର +୨ ପାଠ୍ୟକ୍ରମ ପ୍ରଚଳିତ ହେଲାବେଳେ ଆରମ୍ଭରୁ ହିଁ ଏହି ଶ୍ରେଣୀଗୁଡ଼ିକୁ କଲେଜ ସ୍ତରରେ ରଖାଗଲା ଏବ˚ କଲେଜ ଶିକ୍ଷାର ଅଙ୍ଗ ରୂପେ ବିବେଚନା କରାଗଲା। ସ୍ଥଳ ବିଶେଷରେ ପୃଥକ୍‌ +୨ ମହାବିଦ୍ୟାଳୟ ମାନ ଖୋଲି ସେଥିରେ ଏକାଦଶ ଏବ˚ ଦ୍ବାଦଶ ଶ୍ରେଣୀର ଶିକ୍ଷା ଦିଆଗଲା। ଆଉ ଅନେକ କ୍ଷେତ୍ରରେ ଉପସ୍ଥିତ ସ୍ନାତକ (ଏପରିକି ସ୍ନାତକୋତ୍ତର) ମହାବିଦ୍ୟାଳୟ ମାନଙ୍କରେ ଏହି ଦୁଇଟି ଶ୍ରେଣୀକୁ ଯୋଡ଼ି ଦିଆଗଲା। ଆଜି ୪୦ ବର୍ଷ ପରେ ମଧୢ ସେହି ପରିସ୍ଥିତି ରହିଛି। ଯଦିଓ ଏହି +୨ ଅନୁଷ୍ଠାନଗୁଡ଼ିକୁ ଉଚ୍ଚ ମାଧୢମିକ ବିଦ୍ୟାଳୟ ରୂପେ ନାମକରଣ କରାଯାଇଛି, ତେବେ କେବଳ ନାମରେ ହିଁ ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକ ବିଦ୍ୟାଳୟ; ବାସ୍ତବରେ ଚାରିତ୍ରିକ ରୂପେ ସେଗୁଡ଼ିକ ସେହି କଲେଜ ହିଁ ରହିଛନ୍ତି। ଏହି ଅନୁଷ୍ଠାନ ଗୁଡ଼ିକରେ +୨ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କୁ ବ୍ୟାଖ୍ୟାନ ପଦ୍ଧତିରେ ହିଁ ଶିକ୍ଷାଦାନ କରାଯାଉଛି।

କିଛି ପରିସ˚ଖ୍ୟାନ ବୋଧହୁଏ ପ୍ରାସଙ୍ଗିକ ହେବ। ରାଜ୍ୟରେ ୨୦୩୨ଟି ଶିକ୍ଷାନୁଷ୍ଠାନରେ +୨ ଶିକ୍ଷା ଉପଲବ୍‌ଧ। ସେଥିରୁ ୧୬୪ଟି ସ˚ସ୍କୃତ ଶିକ୍ଷାକେନ୍ଦ୍ର, ଯାହାକୁ ବାଦ୍‌ ଦେଲେ ୧୮୬୮ଟି +୨ ଶିକ୍ଷାନୁଷ୍ଠାନ ରାଜ୍ୟ ଉଚ୍ଚ ମାଧୢମିକ ଶିକ୍ଷା ପରିଷଦ (ସି.ଏଚ୍‌.ଏସ୍‌.ଇ) ଦ୍ବାରା ନିୟନ୍ତ୍ରିତ। ଏଥି ମଧୢରୁ ୨୧୮ଟିରେ ଭୋକେସନଲ୍‌ ଶିକ୍ଷା ଦିଆଯାଏ ଏବ˚ ବାକୀ ୧୬୫୦ଟି ଶିକ୍ଷାନୁଷ୍ଠାନରେ +୨ କଳା, ବିଜ୍ଞାନ ଏବ˚ ବାଣିଜ୍ୟ ଧାରାର ଶିକ୍ଷା ଦିଆଯାଏ। ଏଥି ମଧୢରୁ ୫୫୭ଟି ଅନୁଷ୍ଠାନ ସେଲ୍‌ଫ୍‌-ଫାଇନାନ୍‌ସି˚ କ୍ରମରେ ପରିଚାଳିତ, ଯାହା ମଧୢରୁ ଅଧିକା˚ଶ ବାସ୍ତବରେ ମୁଖ୍ୟତଃ ଇଞ୍ଜିନିୟରି˚ ଏବ˚ ମେଡିକାଲ୍‌ ଆଦିରେ ପ୍ରବେଶ ପାଇଁ ପିଲାଙ୍କୁ ପ୍ରସ୍ତୁତ କରିଥା’ନ୍ତି। ଅବଶିଷ୍ଟ ୧୦୯୩ଟି +୨ ଅନୁଷ୍ଠାନ ସରକାରଙ୍କ ଦ୍ବାରା ପରିଚାଳିତ ଅଥବା ଅନୁଦାନ ପ୍ରାପ୍ତ ଏବ˚ ନିୟନ୍ତ୍ରିତ। ଏଗୁଡ଼ିକ ମଧୢରୁ ୭୮୨ଟି ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଅର୍ଥାତ୍‌ ପୃଥକ୍‌ ଓ ସ୍ବୟ˚ସମ୍ପୂର୍ଣ୍ଣ +୨ ଶିକ୍ଷାନୁଷ୍ଠାନ। ବାକୀ ୩୧୧ଟି ଅନୁଷ୍ଠାନ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ, ଅର୍ଥାତ୍‌ ଏ ଗୁଡ଼ିକ ସ୍ନାତକ ମହାବିଦ୍ୟାଳୟ ସହିତ ସ˚ଲଗ୍ନ ଏବ˚ ଏମାନଙ୍କର ବାସ୍ତବରେ ପୃଥକ୍‌ ଅସ୍ତିତ୍ବ ନାହିଁ।

ଆମ ରାଜ୍ୟରେ +୨ ଶିକ୍ଷାର ଉପସ୍ଥିତ ଆନୁଷ୍ଠାନିକ ବ୍ୟବସ୍ଥା ନୂତନ ଶିକ୍ଷାନୀତିର ପରିକଳ୍ପିତ ଉଚ୍ଚ ମାଧୢମିକ ଶିକ୍ଷା ପାଇଁ ଅନୁକୂଳ କି? ଶିକ୍ଷାଦାନରେ ଆଧୁନିକ ପଦ୍ଧତିମାନଙ୍କର ବ୍ୟବହାର ଉପରେ ନୂତନ ଶିକ୍ଷାନୀତିରେ ବିଶେଷ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ଉଚ୍ଚ ମାଧୢମିକ ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ସ˚ଖ୍ୟା ଉପଯୁକ୍ତ ହେବା ଦରକାର ଯଦ୍ଦ୍ବାରା ଶ୍ରେଣୀଗୃହ-ବିନିମୟ ସମ୍ଭବ ହୋଇପାରିବ। ଆମର +୨ ଶିକ୍ଷାନୁଷ୍ଠାନ ମାନଙ୍କରେ ବ୍ୟାଖ୍ୟାନ ପଦ୍ଧତିରେ ଶିକ୍ଷାଦାନ ହେଉଥିବାରୁ ଅତ୍ୟଧିକ ସ˚ଖ୍ୟକ ଛାତ୍ରଙ୍କୁ ଭର୍ତ୍ତି କରାଯାଇଥାଏ। ଗୋଟିଏ ଗୋଟିଏ ଶ୍ରେଣୀରେ ୬୪ରୁ ୧୨୮ ଯାଏଁ ବିଦ୍ୟାର୍ଥୀ ଥାଆନ୍ତି। ଏଣୁ ଉଚ୍ଚ ମାଧୢମିକ ଶିକ୍ଷା କ୍ଷେତ୍ରରେ ନୂତନ ଶିକ୍ଷାନୀତିର ରୂପାୟନ ପାଇଁ ଶ୍ରେଣୀଗୃହର ଛାତ୍ର ସ˚ଖ୍ୟାକୁ ଉପଯୁକ୍ତ ସ୍ତରରେ ସୀମିତ ରଖିବା ଉପରେ ପ୍ରାଥମିକତା ଦିଆଯିବା ଦରକାର। ପ୍ରତ୍ୟେକ ଶ୍ରେଣୀରେ ଛାତ୍ର ସ˚ଖ୍ୟା ୪୫ରୁ ୫୦ ମଧୢରେ ସୀମିତ ହେବା ଆବଶ୍ୟକ। ଯେଉଁ +୨ ଅନୁଷ୍ଠାନମାନଙ୍କରେ ଅଧିକ ବିଦ୍ୟାର୍ଥୀଙ୍କୁ ନେଇ ଶ୍ରେଣୀମାନ ଗଠିତ ହୋଇଛି, ସେଠାରେ ଅଧିକ ସେକ୍‌ସନ ମାନ ଖୋଲାଯିବା ଦରକାର, ଯଦ୍ଦ୍ବାରା ଶ୍ରେଣୀଗୃହରେ ଛାତ୍ର ସ˚ଖ୍ୟା ୪୫-୫୦ ମଧୢରେ ସୀମିତ ରହିପାରିବ।

ଆମର ଉଚ୍ଚ ମାଧୢମିକ ଶିକ୍ଷା କ୍ଷେତ୍ରରେ ସବୁଠାରୁ ଜଟିଳ ସମସ୍ୟା ରହିଛି ୩୧୧ଟି ସ୍ନାତକ ମହାବିଦ୍ୟାଳୟରେ ଯୋଡ଼ି ହୋଇ ରହିଥିବା +୨ ଶ୍ରେଣୀ ଗୁଡ଼ିକୁ ନେଇ। ଏହା ଅନସ୍ବୀକାର୍ଯ୍ୟ ଯେ +୨ ଶ୍ରେଣୀଗୁଡ଼ିକ ସ୍ନାତକ ମହାବିଦ୍ୟାଳୟ ସହିତ ସ˚ଲଗ୍ନ ଥିଲେ କେତେକ ବିଶେଷ ସୁଫଳ ମଧୢ ମିଳୁଥିଲା, ଯଦିଓ ଏହା ପରିକଳ୍ପିତ ନ ଥିଲା। ସ୍ନାତକ ମହାବିଦ୍ୟାଳୟ ମାନଙ୍କରେ ଥିବା ଉଚ୍ଚ ଶିକ୍ଷିତ ଏବ˚ ମେଧାବୀ ଶିକ୍ଷକମାନଙ୍କ ଠାରୁ ଶିକ୍ଷା ପାଇବାର ସୌଭାଗ୍ୟ ଏହି ଅନୁଷ୍ଠାନମାନଙ୍କରେ ପଢ଼ୁଥିବା +୨ ଶ୍ରେଣୀର ବିଦ୍ୟାର୍ଥୀମାନଙ୍କୁ ମିଳୁଥିଲା। ଏହି ଶିକ୍ଷକମାନଙ୍କର ପାଠ୍ୟ ବିଷୟବସ୍ତୁ ଉପରେ ଗଭୀର ଜ୍ଞାନ ଶିକ୍ଷାର୍ଥୀମାନଙ୍କ ପାଇଁ ବିଶେଷ ଲାଭଦାୟକ ହେବା ସଙ୍ଗେ ସଙ୍ଗେ ସେମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରେରଣା ଯୋଗାଉଥିଲା। ଓଡ଼ିଶା ମାଧୢମିକ ଶିକ୍ଷା ପରିଷଦରୁ ଯେଉଁ ବିଦ୍ୟାର୍ଥୀମାନେ ଭଲ ଭଲ ବୈଷୟିକ କଲେଜ ଏବ˚ ସର୍ବଭାରତୀୟ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରବେଶ ପାଉଥିଲେ, ସେମାନେ ପ୍ରାୟତଃ ଏହି କଲେଜମାନଙ୍କର ଛାତ୍ରଛାତ୍ରୀ ଥିଲେ। ତେବେ ମୋଟ ଉପରେ ଏହି ବ୍ୟବସ୍ଥାର ନକାରାତ୍ମକ ଫଳାଫଳ ଅତ୍ୟଧିକ, ଏବ˚ ଉଚ୍ଚ ମାଧୢମିକ ଶିକ୍ଷାରେ ଯେଉଁ ପରିବର୍ତ୍ତନ ଏବ˚ ସ˚ସ୍କାର ଆବଶ୍ୟକ ସ୍ନାତକ ମହାବିଦ୍ୟାଳୟ ସହିତ ସ˚ଲଗ୍ନ ଥାଇ, ତାହା ଅସମ୍ଭବ। ଏହି ଶିକ୍ଷାନୁଷ୍ଠାନ ମାନଙ୍କରେ ଅଧିକ ସେକ୍‌ସନ୍‌ ସୃଷ୍ଟି କରି +୨ ଶ୍ରେଣୀ ଗୁଡ଼ିକର ଛାତ୍ରସ˚ଖ୍ୟା ଆବଶ୍ୟକ ସ୍ତରକୁ କମାଇବା ସମ୍ଭବ ହେବନାହିଁ, କାରଣ ମୂଳ ଅନୁଷ୍ଠାନ ଗୁଡ଼ିକ ସେଥିପାଇଁ ଆବଶ୍ୟକ ସ˚ଖ୍ୟକ ଶ୍ରେଣୀ କକ୍ଷ ଯୋଗାଇ ଦେଇ ପାରିବେ ନାହିଁ। ସେହିପରି ଆବଶ୍ୟକ ସ˚ଖ୍ୟକ ଶିକ୍ଷକ ମଧୢ ଏହି ସ୍ନାତକ ଅନୁଷ୍ଠାନମାନଙ୍କରେ ମିଳି ପାରିବେ ନାହିଁ। ତେଣୁ ସ୍ନାତକ ମହାବିଦ୍ୟାଳୟ ସହିତ ଯୋଡ଼ି ହୋଇ ରହିଥିବା +୨ ଶ୍ରେଣୀ ଗୁଡ଼ିକ ପାଇଁ ଆବଶ୍ୟକତା ଅନୁଯାୟୀ ପୃଥକ୍‌ ଭିତ୍ତିଭୂମି ସୃଷ୍ଟି କରି ଏ ଗୁଡ଼ିକୁ ସ୍ବତନ୍ତ୍ର +୨ ଅନୁଷ୍ଠାନ ରୂପେ ପୁନର୍ଗଠନ କରିବା ଏକାନ୍ତ ଆବଶ୍ୟକ। ଏହା ହୋଇପାରିଲେ ସାରା ରାଜ୍ୟରେ ଗୋଟିଏ ପ୍ରକାରର ଉଚ୍ଚ ମାଧୢମିକ ଅନୁଷ୍ଠାନ ରହିବ।

ଉପରେ ବର୍ଣ୍ଣିତ ପଦକ୍ଷେପ ମାନ ନେଲେ ରାଜ୍ୟରେ ମାଧୢମିକ ଶିକ୍ଷାର ମାନରେ ଉନ୍ନତି ପାଇଁ ଆବଶ୍ୟକ ସର୍ବନିମ୍ନ ଭିତ୍ତିଭୂମି ସୃଷ୍ଟି ହୋଇ ପାରିବ। ରାଜ୍ୟ ଉଚ୍ଚ ମାଧୢମିକ ଶିକ୍ଷା ପରିଷଦ ନିୟନ୍ତ୍ରଣରେ ସମାନ ପ୍ରକାରର ଶିକ୍ଷାନୁଷ୍ଠାନ ମାନ ଉଚ୍ଚ ମାଧୢମିକ ଶିକ୍ଷାଦାନ କରିବେ, ଯାହାକୁ ସମସ୍ତ ବର୍ଗର ଛାତ୍ରମାନଙ୍କର ପହୁଞ୍ଚ ରହିବ। ଆହୁରି ମଧୢ ଏହି ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷାଦାନ ବିନିମୟାତ୍ମକ ଏବ˚ ଶିକ୍ଷାର୍ଥୀ-କୈନ୍ଦ୍ରିକ ହୋଇ ପାରିବ। ଏହି ଅନୁଷ୍ଠାନମାନଙ୍କରେ ଅଧୢୟନରତ ଶିକ୍ଷାର୍ଥୀମାନେ ସି.ବି.ଏସ୍‌.ଇ ଏବ˚ ଆଇ.ସି.ଏସ୍‌.ଇ ଅଧୀନସ୍ଥ ବିଦ୍ୟାଳୟମାନଙ୍କରେ ପ୍ରାପ୍ତ ଉଚ୍ଚ ମାଧୢମିକ ଶିକ୍ଷାର ସମକକ୍ଷ ସ୍ତରର ଶିକ୍ଷା ପାଇପାରିବେ। ଯଦି ଏପରି କିଛି ସ˚ସ୍କାର ଅଣା ନ ଯାଏ, ତେବେ ଦେଶର ଅନ୍ୟ ବୋର୍ଡମାନଙ୍କ ଅଧୀନରେ ଥିବା ଉଚ୍ଚ ମାଧୢମିକ ଶିକ୍ଷାନୁଷ୍ଠାନ ମାନଙ୍କରେ ପିଲାମାନେ ୪୫-୫୦ ଛାତ୍ରସ˚ଖ୍ୟା ଥିବା ଶ୍ରେଣୀକକ୍ଷରେ ପଢ଼ିଲା ବେଳେ ଆମ ପିଲାମାନେ ଶତାଧିକ ଛାତ୍ରଛାତ୍ରୀ ଥିବା ଶ୍ରେଣୀରେ ପଢ଼ିବାକୁ ବାଧୢ ହେବେ ଏବ˚ ଶ୍ରେଣୀଗୃହ-ବିନିମୟର ସୁଫଳରୁ ବଞ୍ଚିତ ହେବେ। ଫଳତଃ ଆମର ଉଚ୍ଚ ମାଧୢମିକ ଶିକ୍ଷା ବର୍ତ୍ତମାନ ପରି ଭବିଷ୍ୟତ୍‌ରେ ମଧୢ ଦୁର୍ବଳ ହୋଇ ରହିବ।

ଶିକ୍ଷାଦାନରେ ଆଧୁନିକ ପଦ୍ଧତି ମାନ ଅନୁସରଣ କରି ଶିକ୍ଷାକୁ ଅନୁଭବ ଏବ˚ ପ୍ରୟୋଗ ଉପରେ ପର୍ଯ୍ୟବସିତ କରିବା ନୂତନ ଶିକ୍ଷାନୀତିର ଉଦ୍ଦେଶ୍ୟ। ପ୍ରତ୍ୟେକ ବିଦ୍ୟାର୍ଥୀ ଏ ପରି ଶିକ୍ଷା ପାଇ ପାରିବା ପାଇଁ ସୁଯୋଗ ଏବ˚ ପହୁଞ୍ଚ ସୃଷ୍ଟି କରିବା ରାଜ୍ୟ ସରକାରଙ୍କର ଦାୟିତ୍ବ। ଯୁକ୍ତ ଦୁଇ ଶିକ୍ଷା କ୍ଷେତ୍ରରେ ସ୍ପଷ୍ଟ ନୀତିର ଅଭାବ ଏବ˚ ବିଶ୍ବବିଦ୍ୟାଳୟ ଶିକ୍ଷା ଓ ସମସ୍ତ ବୈଷୟିକ ଶିକ୍ଷାର ମୂଳଦୁଆ ସ୍ବରୂପ ଯୁକ୍ତ ଦୁଇ ଶିକ୍ଷାର ମାନର ଉନ୍ନତି ପାଇଁ ସରକାରଙ୍କର ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାରେ ଅବହେଳାରୁ ଆମର ଉଚ୍ଚ ମାଧୢମିକ ସ୍ତରର ଶିକ୍ଷା ବ୍ୟବସ୍ଥା ଅତି ଦୁର୍ବଳ ହୋଇ ରହିଛି। ଏହାର ଆମୂଳଚୂଳ ପୁନର୍ବିନ୍ୟାସ ବିନା ନୂତନ ଶିକ୍ଷାନୀତିରେ ଏହି ସ୍ତରର ଶିକ୍ଷା ପାଇଁ ଯେଉଁ ପରିକଳ୍ପନା ରହିଛି, ତା’ର ରୂପାୟନ ଅସମ୍ଭବ। ଏଥିପାଇଁ ସ୍ପଷ୍ଟ ନୀତି ନିର୍ଦ୍ଧାରଣ, ଟିକିନିଖି ଅନୁଧୢାନ ଉପରେ ଆଧାରିତ କାର୍ଯ୍ୟ-ଯୋଜନା ଏବ˚ ସର୍ବୋପରି ସାହସିକ ପଦକ୍ଷେପ ଲୋଡ଼ା। ଏହି ପ୍ରୟାସ କେବଳ ଆନୁଷ୍ଠାନିକ ପୁନର୍ବିନ୍ୟାସରେ ସୀମିତ ହୋଇ ପାରିବ ନାହିଁ। ଉଚ୍ଚ ମାଧୢମିକ ଶିକ୍ଷାଦାନ ପାଇଁ ଆବଶ୍ୟକ ଯୋଗ୍ୟ ଏବ˚ ପ୍ରଶିକ୍ଷିତ ମାନବ ସମ୍ବଳର ମଧୢ ଘୋର ଅଭାବ ରହିଛି। ଏ ପ୍ରକାର ମାନବ ସମ୍ବଳ ସୃଷ୍ଟି କରିବା ଏବ˚ ସେମାନଙ୍କୁ ଉଚ୍ଚ ମାଧୢମିକ ଶିକ୍ଷାନୁଷ୍ଠାନ ମାନଙ୍କରେ ଯୋଗ ଦେବା ପାଇଁ ଆକୃଷ୍ଟ କରିବା ମଧୢ ଗୋଟିଏ ଦୁରୂହ ବ୍ୟାପାର। ସରକାର ଏ ସବୁ ଦିଗ ପ୍ରତି ଦୃଷ୍ଟି ଦେବା ଏବ˚ ତାଙ୍କର ଚିନ୍ତନ ଜନସାଧାରଣଙ୍କୁ ଅବଗତ କରାଇବା ବାଞ୍ଛନୀୟ।

ମୋ: ୯୪୩୭୦୦୫୦୪୦

ସମ୍ବନ୍ଧିତ ଖବର