୩୧ ଅକ୍ଟୋବର ହେଲା ଇନ୍ଦିରା ଗାନ୍ଧୀଙ୍କର ସହିଦ ଦିବସ। ୩୭ ବର୍ଷ ପୂର୍ବେ ଏହି ଦିନ ଦେହରକ୍ଷୀମାନଙ୍କ ଗୁଳିରେ ତାଙ୍କୁ ହତ୍ୟାର ଶିକାର ହେବାକୁ ପଡ଼ିଥିଲା। ସ୍ବାଧୀନ ଭାରତର ସେ ଥିଲେ ତୃତୀୟ ପ୍ରଧାନମନ୍ତ୍ରୀ, ମାତ୍ର ହତ୍ୟାର ଶିକାର ହେବାରେ ପ୍ରଥମ; ମହିଳା ଭାବରେ ପ୍ରଧାନମନ୍ତ୍ରୀ ପଦ ଅଳ˚କୃତ କରିବାରେ ମଧୢ ସେ ଦେଶରେ ସର୍ବପ୍ରଥମ। ଇନ୍ଦିରାଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ଭାରତର ପାକିସ୍ତାନ ସହ ୧୯୭୧ରେ ଯେଉଁ ନିର୍ଣ୍ଣାୟକ ଯୁଦ୍ଧ ସ˚ଘଟିତ ହୋଇଥିଲା ଏବ˚ ପାକିସ୍ତାନ ଯେଉଁ ଦାରୁଣ ପରାଜୟର ସମ୍ମୁଖୀନ ହୋଇଥିଲା, ତାହା ତାକୁ ଆଉ ଭବିଷ୍ୟତ୍ରେ ଶତ୍ରୁତାର ସୀମା ନ ଲ˚ଘିବାକୁ ସତର୍କ କରି ଦେଇଥିଲା, କାରଣ ଯୁଦ୍ଧ ପରେ ପାକିସ୍ତାନ କେବଳ ବିଭାଜିତ ହୋଇନଥିଲା, ସାଙ୍ଗରେ ଦୁର୍ବଳ ମଧୢ ହୋଇପଡ଼ିଲା। ୧୯୭୧ରେ ବା˚ଲାଦେଶର ଗଠନ ତାକୁ ଅଧା ପ୍ରାଣ କରିଦେଲା। ଏହା ପରେ ମଧୢ ୧୯୯୮ରେ ‘କାରଗିଲ’ ଭଳି ଖଣ୍ତଯୁଦ୍ଧ ହୋଇଛି, ସୀମାନ୍ତରେ ଚୁକ୍ତି ଉଲ୍ଲଂଘନ ହୋଇ ଉଭୟ ଦେଶ ମଧୢରେ ଗୁଳି ବିନିମୟ ଘଟିଛି; ହେଲେ ପ୍ରାକ୍-୧୯୭୧ର ତିନିତିନିଥରର ଯୁଦ୍ଧ ସ୍ଥିତି (୧୯୪୭-୪୮, ୧୯୬୫ ଏବ˚ ୧୯୭୧) ଆଉ ଦେଶରେ ସୃଷ୍ଟି ହୋଇନାହିଁ। କେବଳ ଏତିକି ନୁହେଁ, ଇନ୍ଦିରା ଗାନ୍ଧୀଙ୍କ ଶାସନାବଧିରେ ୧୯୬୮ରେ ଦେଶରେ ‘ହରିତ୍ କ୍ରାନ୍ତି’ ଘଟିଛି ଏବ˚ ଖାଦ୍ୟାନ୍ନ ଉତ୍ପାଦନରେ ଦେଶ ସ୍ବାବଲମ୍ବୀ ସିଦ୍ଧ ହୋଇଛି; ୧୯୭୦ରେ ସ˚ଘଟିତ ହୋଇଥିବା ‘ଅପରେସନ ଫ୍ଲଡ୍’ ବା ଦୁଗ୍ଧ କ୍ରାନ୍ତି ମଧୢ ତାଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ।
ଏତେ ସବୁ ରାଷ୍ଟ୍ରୀୟ ଉପଲବ୍ଧି ସତ୍ତ୍ବେ ଇନ୍ଦିରାଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ଘୋଷିତ ଜରୁରୀ ପରିସ୍ଥିତି (୧୯୭୫) ସ୍ବାଧୀନତୋତ୍ତର ଭାରତ ଇତିହାସର ଏକ କଳାଦାଗ ସଦୃଶ ଏବ˚ ତା’ ଯୋଗୁଁ ଇନ୍ଦିରା ଏକ ସ୍ବେଚ୍ଛାଚାରୀ ପ୍ରଧାନମନ୍ତ୍ରୀର ଅପଖ୍ୟାତି ପାଇଥା’ନ୍ତି! ସେତେବେଳେ ଇନ୍ଦିରାଙ୍କ ସମସ୍ତ ବିରୋଧୀ ନେତା ଏବ˚ କର୍ମୀମାନଙ୍କୁ ସମୂଳେ ଜେଲ୍ରେ ରଖାଗଲା, ଗଣମାଧୢମଗୁଡ଼ିକ ଉପରେ ନାହିଁ ନ ଥିବା ଅଙ୍କୁଶ ଲାଗିଲା; ଗରିବ ଲୋକଙ୍କର ବସ୍ତି ଘର ଉଜୁଡ଼ିଲା ଏବ˚ ପରିବାର ଓ ଜନସ˚ଖ୍ୟା ନିୟନ୍ତ୍ରଣର ଲକ୍ଷ୍ୟ ହାସଲ ପାଇଁ ଅହେତୁକ ଭାବେ ସାଧୁ ସନ୍ନ୍ୟାସୀ, ଅବିବାହିତ ଯୁବକ ଏବ˚ ବୁଦ୍ଧଜନଙ୍କର ମଧୢ (ଅନେକ ସ୍ଥାନରେ) ବନ୍ଧ୍ୟାକରଣ କରାଗଲା। ଏହି ସବୁ ଯଥେଚ୍ଛାଚାର ହୁଏ’ତ ଇନ୍ଦିରାଙ୍କ ଅଜାଣତରେ ହୋଇଥାଇପାରେ। ମାତ୍ର ‘ଜରୁରୀ ପରିସ୍ଥିତି’ର କର୍ତ୍ତ୍ରୀ ଭାବରେ ତାଙ୍କୁ ହିଁ ଭୁଲ୍ ପାଇଁ ଦାୟୀ ମନେ କରାଗଲା।
ଇନ୍ଦିରା ଗାନ୍ଧୀଙ୍କ ସ˚ପର୍କରେ ଅନେକ ଲେଖକ ଲେଖା ଲେଖିଛନ୍ତି। ତନ୍ମଧୢରେ କେଥେରାଇନ ଫ୍ରେଙ୍କ୍, ପପୁଲ ଜୟକାର ଏବ˚ ଇନ୍ଦର ମାଲ୍ହୋତ୍ରାଙ୍କ ଦ୍ବାରା ଲିଖିତ ଇନ୍ଦିରାଙ୍କ ଜୀବନୀ ପୁସ୍ତକ ଅଧିକ ଚର୍ଚ୍ଚିତ। ପୁଣି, ଇନ୍ଦର ମାଲହୋତ୍ରାଙ୍କ ପୁସ୍ତକ ‘ଇନ୍ଦିରା ଗାନ୍ଧୀ’ଙ୍କୁ ତର୍କ ଓ ତଥ୍ୟ ଦୃଷ୍ଟିରୁ ଅଧିକ ବିଶ୍ବସନୀୟ ମନେ କରାଯାଏ। ଏହା ନା ଇନ୍ଦିରା ଗାନ୍ଧୀଙ୍କ ଅଯଥା ପ୍ରଶ˚ସା କରେ, ନା ଅହେତୁକ ସମାଲୋଚନା କରେ। ବର˚ ତାଙ୍କ ବ୍ୟକ୍ତିତ୍ବ ଏବ˚ କାର୍ଯ୍ୟକଳାପକୁ ଏକ ବ୍ୟାପକ ବିଶ୍ଳେଷଣାତ୍ମକ ପଟଳରେ ରଖିବାକୁ ପ୍ରୟାସ କରେ। ନିମ୍ନୋକ୍ତ ଆଲୋଚନାରେ ଇନ୍ଦର ମାଲହୋତ୍ରାଙ୍କ ପୁସ୍ତକର କେତୋଟି ପ୍ରସଙ୍ଗର ଅବତାରଣା ରହିଛି, ଯାହା ଇନ୍ଦିରାଙ୍କ ବ୍ୟକ୍ତିତ୍ବକୁ ପରଖିବାରେ ଆମକୁ ସାହାଯ୍ୟ କରିଥାଏ।
ଶିଶୁ ଇନ୍ଦିରାଙ୍କର ନାମକରଣ କରିଥିଲେ ତାଙ୍କ ପିତାମହ ମୋତିଲାଲ ନେହରୁ। ପୁତ୍ର ଜଵାହର ଏବ˚ ବୋହୂ କମଳାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହେବା ଶୁଣି ମୋତିଲାଲ ଖୁସିରେ ଅଧୀର ହୋଇପଡ଼ିଥିଲେ। ମାତ୍ର ପୁରୁଷତାନ୍ତ୍ରିକତାର ପ୍ରଭାବରେ ତାଙ୍କ ପତ୍ନୀ (ଇନ୍ଦିରାଙ୍କ ମାତାମହୀ) ସ୍ବରୂପ ରାଣୀ ଏକ କନ୍ୟାର ଜନ୍ମରେ ଖୁସି ନ ଥିଲେ। ନିଜର ମନ କଷ୍ଟକୁ ଲୁଚେଇ ନ ପାରି ସେ କହିଲେ, ‘‘ଏକ ପୁତ୍ରର ଜନ୍ମ ହୋଇଥିଲେ ଭଲ ହୋଇଥା’ନ୍ତା।’’ ଏହା ଶୁଣି ମୋତିଲାଲ ଖୁବ୍ କ୍ରୋଧିତ ହୋଇଥିଲେ ଏବ˚ ନାତୁଣୀର ନାଁ ନିଜ ଦିବ˚ଗତା ମା’ ଇନ୍ଦି ରାଣୀଙ୍କ ନାମ ଅନୁସାରେ ରଖିଥିଲେ। ମା’ ଇନ୍ଦିି ରାଣୀ ଥିଲେ ମୋତିଲାଲଙ୍କ ଦୃଷ୍ଟିରେ ଆଦର୍ଶ ସ୍ଥାନୀୟା, କାରଣ ସେ ଥିଲେ ଜଣେ ସ୍ବାଭିମାନୀ ଏବ˚ ଦାମ୍ଭିକା ମହିଳା। ପତି ଗଙ୍ଗାଧର ନେହରୁଙ୍କ ମୃତ୍ୟୁର ତିନି ମାସ ଉତ୍ତାରୁ ୧୮୬୧ ମସିହା ମେ ମାସରେ ପୁତ୍ର ମୋତିଲାଲଙ୍କ ଜନ୍ମ ହୋଇଥିଲା। ତା’ସତ୍ତ୍ବେ କେବଳ ଦମ୍ଭ ଏବ˚ ସାହସ ବଳରେ ପତିଙ୍କ ଅବର୍ତ୍ତମାନରେ ଇନ୍ଦି ରାଣୀ ପରିବାର ଚଳାଇଥିଲେ। ମା’ ଇନ୍ଦି ରାଣୀଙ୍କ ଅବର୍ତ୍ତମାନରେ ମୋତିଲାଲ ୧୯୧୭ରେ ନିଜ ନାତୁଣୀର ଜନ୍ମକୁ ମା’ର ପୁନରାଗମନ ବୋଲି ମନେ କରିଥିଲେ। ମୋତିଲାଲ ଅତ୍ୟନ୍ତ କ୍ରୋଧୀ ସ୍ବଭାବର ଥିଲେ। ମାତ୍ର ବଞ୍ଚିଥିବା ଯାକେ ନାତୁଣୀ ଇନ୍ଦିରା ଆଗରେ ମୋତିଲାଲଙ୍କ କ୍ରୋଧ କେବେ କାମ କରୁନଥିଲା। ନାତୁଣୀକୁ ଦେଖି ସେ ସର୍ବଦା ଥଣ୍ତା ପଡ଼ି ଯାଉଥିଲେ। ସେଥି ପାଇଁ ଅନେକ ସମୟରେ ଜେଜେଙ୍କୁ ମନାଇବାର ଦାୟିତ୍ବ ନେଉଥିଲେ ବାଳିକା ଇନ୍ଦିରା। ଇନ୍ଦିରାଙ୍କ ଜନ୍ମ ବର୍ଷରେ (୧୯୧୭) ରୁଷରେ ସାମାଜିକ ବିପ୍ଳବ ସ˚ଘଟିତ ହୋଇଥିଲା ଏବ˚ ରୁଷ ବିପ୍ଳବର ଜଣେ ମୁଗ୍ଧ ପ୍ରଶ˚ସକ ରୂପେ ଜଵାହର ନିଜ ଜନ୍ମିତ କନ୍ୟାକୁ ‘ବିପ୍ଳବର ସନ୍ତତି’ ବୋଲି କହିଥିଲେ। ଉଭୟ ଜଵାହର ଏବ˚ କମଳା ଆନନ୍ଦରେ କନ୍ୟା ଇନ୍ଦିରାର ନାଁରେ ‘ପ୍ରିୟଦର୍ଶିନୀ’ ଉପନାମକୁ ଯୋଡ଼ିଥିଲେ। ସାଙ୍ଗିଆ ନେହରୁ ଇନ୍ଦିରାଙ୍କ ପୂରା ନାମରୁ ଗାୟବ ରହିଲା।
କମଳାଙ୍କ ବାପ ଘର ମଧୢ କାଶ୍ମୀରୀ ପଣ୍ତିତ ଥିଲେ ଏବ˚ ସ˚ପତ୍ତି ତଥା ପଦ ମର୍ଯ୍ୟାଦାରେ ମୋତିଲାଲଙ୍କ ପରିବାର ତୁଳନାରେ ଆଦୌ ଊଣା ନ ଥିଲେ। ମାତ୍ର ମୋତିଲାଲଙ୍କ ପରିବାର ଭଳି, ସେମାନେ ପାଶ୍ଚାତ୍ୟର ପ୍ରଭାବ ଲାଭ କରିନଥିଲେ। ଏହାର ଦୁଃଖଦ ପରିଣାମ ଭୋଗିଥିଲେ ନେହରୁ ପରିବାରର ବୋହୂ କମଳା। ଶାଶୂ, ନଣନ୍ଦ ଏବ˚ ଏପରିକି ପତି ଜଵାହରଙ୍କର ବ୍ୟଙ୍ଗ ବିଦ୍ରୂପ ତାଙ୍କୁ ସହ୍ୟ କରିବାକୁ ପଡ଼ିଥିଲା। କିଶୋରୀ ଇନ୍ଦିରା ନିଜ ପରିବାର ଭିତରେ ନିତି ପ୍ରତି ଦେଖୁଥିଲେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧୢରେ କଳହ। ସେ ମା’ଙ୍କ ସପକ୍ଷରେ ଛିଡ଼ା ହେଉଥିଲେ। ମାତ୍ର ତାଙ୍କୁ ଲାଗୁଥିଲା ଯେ ଏକାକୀ ସନ୍ତାନ ଭାବରେ ମା’ଙ୍କୁ ଯଥୋଚିତ ସୁରକ୍ଷା ଦେଇପାରୁନାହାନ୍ତି। ତାଙ୍କ ଅବସୋସ ଥିଲା ଯେ ତାଙ୍କର କେହି ଭାଇ-ଭଉଣୀ ସାଙ୍ଗରେ ଥିଲେ ମା’ଙ୍କ ପ୍ରତି ଆକ୍ଷେପ ହୁଅନ୍ତା ନାହିଁ। ଏହି କାରଣରୁ, ଇନ୍ଦିରା ୧୯୪୨ରେ ପରିବାରର ଇଚ୍ଛା ବିରୋଧରେ ଯାଇ ଫିରୋଜଙ୍କ ସହ ବିବାହ କଲେ ଏବ˚ ବିବାହର ଚାରି ବର୍ଷ ମଧୢରେ ଦୁଇଟି ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଲେ; ରାଜୀବଙ୍କ ଜନ୍ମ ୧୯୪୪ରେ ଏବ˚ ସାନ ପୁଅ ସ˚ଜୟଙ୍କ ଜନ୍ମ ୧୯୪୬ ମସିହାରେ। ଏକାକୀ ସନ୍ତାନର ପୀଡ଼ାକୁ ନିଜେ ଅନୁଭବ କରିଥିଲେ ବୋଲି ତାଙ୍କର ଏହି ନିଷ୍ପତ୍ତି ଥିଲା।
ସମୟ କ୍ରମେ ଇନ୍ଦିରା ଏବ˚ ନିଜ ପତି ଫିରୋଜଙ୍କ ମଧୢରେ ଦୂରତା ବଢ଼ିଲା। ଏହାର ପ୍ରମୁଖ କାରଣ ଥିଲା ଫିରୋଜଙ୍କର ନିଜ ଶ୍ବଶୁର ଏବ˚ ପ୍ରଧାନମନ୍ତ୍ରୀ ଜଵାହରଙ୍କ ପ୍ରତି ରୁକ୍ଷ ଭାବ। ଲୋକସଭା ସଦସ୍ୟ ଭାବରେ ସେ ଜଵାହରଙ୍କର ଅଶାଳୀନ ସମାଲୋଚନା କଲେ; ପୁଣି, କେତେକ ନେହରୁ ବିରୋଧୀ, ଫିରୋଜଙ୍କୁ ଅସ୍ତ୍ର ଭଳି ଉପଯୋଗ କଲେ। ମା’ କମଳାଙ୍କ ମୃତ୍ୟୁ ପରେ ପିତାଙ୍କ ଘରେ ରହୁଥିବା ଇନ୍ଦିରା ଏହାକୁ ଅସହ୍ୟ ମନେ କରୁଥିଲେ। ହେଲେ ପତି-ପତ୍ନୀଙ୍କ ମଧୢରେ ଭଲ ପାଇବା କେବେ ଊଣା ହୋଇ ନ ଥିଲା। ୧୯୬୦ ମସିହାରେ ଫିରୋଜଙ୍କ ଦେହାନ୍ତ ହେଲା। ପତିଙ୍କ ବିୟୋଗକୁ ନିଜ ଜୀବନର ସବୁଠାରୁ ଅଧିକ ଦୁଃଖପୂର୍ଣ୍ଣ ଘଟଣା ବୋଲି ଇନ୍ଦିରା ଏକାଧିକ ଅନ୍ତରଙ୍ଗ ବନ୍ଧୁଙ୍କୁ ପତ୍ରରେ ଉଲ୍ଲେଖ କରିଛନ୍ତି। ବିଶେଷ କରି ପୁଅମାନଙ୍କ ଲାଳନ ପାଳନ ବେଳେ ସେ ଦିବ˚ଗତ ପତିଙ୍କ ଅନୁପସ୍ଥିତିକୁ ତୀବ୍ର ଭାବେ ଅନୁଭବ କରିଥିଲେ। କୈଶୋରାବସ୍ଥାରେ ତାଙ୍କର ପୁଅମାନେ ପିତାଙ୍କୁ ଖୁବ୍ ଝୁରୁଥିବାର ସେ ଲକ୍ଷ୍ୟ କରୁଥିଲେ। ଏହା ତାଙ୍କୁ ଅଧିକ ମନ କଷ୍ଟ ଦେଉଥିଲା।
୧୯୬୪ରେ ଜଵାହରଲାଲ ନିଜ ମୃତ୍ୟୁ ପୂର୍ବରୁ ଲାଲବାହାଦୁର ଶାସ୍ତ୍ରୀଙ୍କୁ ରାଜନୈତିକ ଉତ୍ତରାଧିକାରୀ ମନୋନୀତ କରିଥିଲେ ଏବ˚ ଏଥିରେ ଇନ୍ଦିରା ତିଳେ ମନଦୁଃଖ ସୁଦ୍ଧା କରି ନ ଥିଲେ। ଲାଲ ବାହାଦୁରଙ୍କ ଆକସ୍ମିକ ମୃତ୍ୟୁ ପରେ ୧୯୬୬ରେ କ˚ଗ୍ରେସ ଦଳର ସର୍ବୋଚ୍ଚ କର୍ତ୍ତୃତ୍ବଧାରୀ ‘ସିଣ୍ତିକେଟ’ ଇନ୍ଦିରାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ କଲେ। ସମ୍ଭବତଃ ସିଣ୍ତିକେଟ୍ର ଆଶା ଥିଲା, ଅତ୍ୟନ୍ତ ଲଜ୍ଜାଶୀଳା ଏବ˚ ସାଧାରଣତଃ ଚୁପଚାପ ରହୁଥିବା ଇନ୍ଦିରାଙ୍କୁ ସେମାନେ କେବଳ ମାଧୢମ କରିବେ ଏବ˚ ସିଣ୍ତିକେଟ୍ ହିଁ ପ୍ରକୃତରେ କ୍ଷମତା ପରିଚାଳନା କରିବେ। ପାର୍ଲାମେଣ୍ଟ୍ରେ ଇନ୍ଦିରା ଚୁପ୍ଚାପ ରହୁଥିଲେ ବୋଲି ରାମ ମନୋହର ଲୋହିଆ ତାଙ୍କୁ ତାଚ୍ଛଲ୍ୟ କରି ‘ମୂକ କଣ୍ଢେଇ’ର ଉପନାମ ଦେଇଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ହେବାର ବର୍ଷକ ମଧୢରେ ଇନ୍ଦିରା କେବଳ ଜଣେ ସୁଦକ୍ଷ ବକ୍ତାର ଦକ୍ଷତା ହାସଲ କରି ନ ଥିଲେ, ସାଙ୍ଗରେ ସିଣ୍ତିକେଟ୍ ହାତରେ ‘କଣ୍ଢେଇ’ ହେବାକୁ ସୁଦ୍ଧା ମନା କରିଦେଲେ ଏବ˚ ନିଜେ କ୍ଷମତାର ଡୋରି ପରିଚାଳନା କଲେ; ନିଜେ ଜଟିଳ ରାଜନୈତିକ ନିଷ୍ପତ୍ତିମାନ ନେଲେ। ପ୍ରଭାବଶାଳୀ ଏବ˚ ରକ୍ଷଣଶୀଳ କ˚ଗ୍ରେସ ନେତାଙ୍କ ମତ ବିରୋଧରେ ଯାଇ ସେ ୧୯୬୯ରେ ‘ବ୍ୟାଙ୍କ୍ ଜାତୀୟକରଣ’ ଏବ˚ ୧୯୭୧ରେ ରାଜା-ମହାରାଜାଙ୍କ ‘ପ୍ରିଭି ପର୍ସ’ର ଉଚ୍ଛେଦ କଲେ, ଯାହା ତାଙ୍କ ଦୃଢ଼ ନିଷ୍ପତ୍ତିର ପରିଚାୟକ ଥିଲା। ଏହି ସୂତ୍ରରେ, ପୂର୍ବ-ବଙ୍ଗର ମୁକ୍ତିଯୋଦ୍ଧାମାନଙ୍କୁ ସାହାଯ୍ୟ ଓ ସହଯୋଗକୁ ମଧୢ ଦେଖିହେବ। ଯେଉଁ ଦୃଢ଼ ମନୋବଳ ଏବ˚ ବ୍ୟବହାରିକତାର ଆଶା ରଖି ଜେଜେ ମୋତିଲାଲ ଦିନେ ଶିଶୁ ଇନ୍ଦିରାଙ୍କର ନାମକରଣ କରିଥିଲେ, ତାହା ଯେମିତି ପୂର୍ଣ୍ଣରୂପ ଲାଭ କରିଥିଲା। ଜନପ୍ରିୟତା ବୃଦ୍ଧି ହେବା ସହିତ ତାଙ୍କୁ କ୍ଷମତାର ମଙ୍ଗ ମିଳିଲା; ସେ ଯଥେଚ୍ଛାଚାରୀ ହେବାକୁ ଆରମ୍ଭ କଲେ।
୧୯୬୭ର ସାଧାରଣ ନିର୍ବାଚନ ସମୟର କଥା। ଭୁବନେଶ୍ବରର ନିର୍ବାଚନୀ ସଭାରେ ତାଙ୍କ ଉପରକୁ କେହି ଦୁର୍ବୃତ୍ତ ଟେକାମାଡ଼ କଲା ଏବ˚ ତାଙ୍କ ନାକରେ ଟେକା ବାଜି ଅଜସ୍ର ରକ୍ତ ବୋହିଲା। ଏଥିରେ ବିଚଳିତ ନ ହୋଇ ପ୍ରାଥମିକ ଚିକିତ୍ସା ଉତ୍ତାରୁ ଇନ୍ଦିରା ସାଙ୍ଗେ ସାଙ୍ଗେ ସଭା ଅବ୍ୟାହତ ରଖିଲେ। ସତେ ଯେମିତି, ଅପତତ୍ତ୍ବଙ୍କ ଆକ୍ରମଣରେ ବିଚଳିତ ହେବା ତାଙ୍କ ଜାତକରେ ନାହିଁ! ଏହି ଆତ୍ମବିଶ୍ବାସ ଏବ˚ ନିଡ଼ର ଭାବ ତାଙ୍କର ରହିଥିଲା ବୋଲି ସେ ନିଜ ଭାବୀ-ହତ୍ୟାକାରୀଙ୍କ ପ୍ରତି ମଧୢ ବିଶ୍ବାସ ଅତୁଟ ରଖିଥିଲେ, ଯାହାର ମୂଲ୍ୟ ସ୍ବରୂପ ତାଙ୍କୁ ୧୯୮୪ରେ ପ୍ରାଣବଳି ଦେବାକୁ ପଡ଼ିଥିଲା। ଭୁବନେଶ୍ବରର ଟେକାମାଡ଼ ଘଟଣା ପରେ ଯେତେବେଳେ ତାଙ୍କର ନାକକୁ ଅପରେସନ କରାଗଲା, ଇନ୍ଦିରା ଡାକ୍ତରଙ୍କୁ କହିଲେ, ‘କ୍ଷତକୁ ଏକ ସୁଯୋଗ ମନେ କରି ମୋର ନାକକୁ ଟିକିଏ କାଟି ଦିଅନ୍ତେ ନି?’ ଇନ୍ଦିରାଙ୍କ ଜୀବନୀକାରଙ୍କ ମତରେ ପିଲା ଦିନୁ ଇନ୍ଦିରା ତାଙ୍କ ନାକ ଲମ୍ବା ବୋଲି ଲଜ୍ଜା ଅନୁଭବ କରୁଥିଲେ। ମାତ୍ର ୧୯୮୪ରେ ହତ୍ୟାର ଶିକାର ମୃତା ଇନ୍ଦିରାଙ୍କ ଲମ୍ବା ନାକ ହିଁ ତାଙ୍କ ଶବାଧାରରେ ତାଙ୍କ ପରିଚୟର ପ୍ରତୀକ ରୂପେ ଦୃଶ୍ୟମାନ ହେଉଥିଲା। ‘ମୂକ କଣ୍ଢେଇ’ ଇନ୍ଦିରା ୧୯୬୭ ନିର୍ବାଚନ ବେଳେ ହିଁ ଦକ୍ଷିଣ ଭାରତରେ ‘ଇନ୍ଦିରା ଆମ୍ମା’ ଏବ˚ ମୋଟ ଭାରତରେ ‘ମଦର ଇଣ୍ତିଆ’ର ଉପନାମ ହାସଲ କଲେ। ୧୯୭୧ର ବା˚ଲାଦେଶର ବିଜୟ ପରେ ତାଙ୍କୁ ‘ଦୁର୍ଗା’ର ଶ୍ରଦ୍ଧା ନାମ ମଧୢ ଦିଆଗଲା। ଲୋକପ୍ରିୟତାର ଚରମୋତ୍କର୍ଷ ତାଙ୍କୁ କ୍ଷମତା ଠୁଳ କରିବାକୁ ପ୍ରବର୍ତ୍ତାଇଲା। ଇନ୍ଦିରାଙ୍କ ଆଜି ଯେଉଁମାନେ ନିନ୍ଦୁକ, ସେମାନେ ମଧୢ କ’ଣ ଏହି ପାଶର ଶିକାର ହେଉନାହାନ୍ତି? ଏହା ବି ଏକ ପ୍ରଶ୍ନ।
ଇନ୍ଦିରା ଗାନ୍ଧୀଙ୍କ ‘ସହିଦ ଦିବସ’ର ତିଥିରେ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ (୧୮୭୫-୧୯୫୦)ଙ୍କ ଜନ୍ମ (ଯଦିଓ ଜନ୍ମ ଆଧାରରେ ସର୍ଦ୍ଦାର ପଟେଲ ଇନ୍ଦିରାଙ୍କ ଠାରୁ ୪୨ ବର୍ଷ ବଡ଼) ସର୍ଦ୍ଦାର ପଟେଲ ହେବେ ଇନ୍ଦିରାଙ୍କ ପିତୃବତ୍, ପୂଜ୍ୟ ଜନ! ତା’ସତ୍ତ୍ବେ ଉଭୟଙ୍କ ମଧୢରେ ସାମଞ୍ଜସ୍ୟ ବି କିଛି କମ୍ ନୁହେଁ। ରାଜନୈତିକ ନିଷ୍ପତ୍ତି ନେବାରେ ସର୍ଦ୍ଦାର ପଟେଲ ଯେମିତି ଦୃଢ଼ ବଳ ଏବ˚ ଦୃଢ଼ ମନ, ଇନ୍ଦିରା ମଧୢ! ସର୍ଦ୍ଦାର ପଟେଲଙ୍କ ଦୃଢ଼ତା ଏବ˚ ବ୍ୟାବହାରିକତା ଯୋଗୁଁ ସ୍ବାଧୀନତୋତ୍ତର ଭାରତର ଏକତ୍ରୀକରଣ ସହଜ ଲଭ୍ୟ ହୋଇପାରିଲା; ୧୯୪୭ରେ ଦେଶର ସା˚ପ୍ରଦାୟିକ ବିଭାଜନ ସତ୍ତ୍ବେ, ଆମ ସ˚ବିଧାନ ଧର୍ମ ନିରପେକ୍ଷତାକୁ ଗୁରୁମନ୍ତ୍ର କଲା। ଅନ୍ୟଥା ପାକିିସ୍ତାନର ଦଶା ଭୋଗିବା ଆମର ନିୟତି ହୋଇଥା’ନ୍ତା! ସା˚ପ୍ରଦାୟିକ ଅପତତ୍ତ୍ବ ଆଗରେ ଇନ୍ଦିରା ମଧୢ ନତମସ୍ତକ ହୋଇ ନ ଥିଲେ ବୋଲି ସର୍ଦ୍ଦାର ପଟେଲ ହାସଲ କରିଥିବା ରାଷ୍ଟ୍ରୀୟ ଏକତା ଇନ୍ଦିରାଙ୍କ ସମୟରେ ଅକ୍ଷୁଣ୍ଣ ରହିଲା। ଏହି ଦୃଷ୍ଟିରୁ ଦେଖିଲେ, ସର୍ଦ୍ଦାର ପଟେଲ, ଜଵାହରଲାଲ, ରାଜେନ୍ଦ୍ର ପ୍ରସାଦ ଆଦି ସ୍ବାଧୀନତା ସ˚ଗ୍ରାମୀ ପ୍ରାପ୍ତ କରିଥିବା କଷ୍ଟଲବ୍ଧ ଜାତୀୟ ଏକତାକୁ ଇନ୍ଦିରା ଗାନ୍ଧୀ ଦୃଢ଼ ମୂଳ ଏବ˚ ଦୃଢ଼ ବଳ କଲେ; ବଳବତ୍ତର ରଖିଲେ। ସେଥି ପାଇଁ ଦୃଢ଼ ମନୋବଳ ଏବ˚ ନିର୍ଣ୍ଣାୟକ ରାଜନୈତିକ ନିଷ୍ପତ୍ତି ପାଇଁ ସର୍ଦ୍ଦାରଙ୍କୁ ‘ଲୌହମାନବ’ର ଉପନାମ ମିଳିଲେ, ତା’ପାଇଁ ଇନ୍ଦିରା ଗାନ୍ଧୀଙ୍କୁ ମଧୢ ‘ଲୌହ ମାନବୀ’ (Iron Lady)ର ଶ୍ରଦ୍ଧାନାମ ମିଳେ। ସମସାମୟିକ ଭାରତରେ ଇନ୍ଦିରାଙ୍କୁ ସର୍ଦ୍ଦାର ପଟେଲଙ୍କ ପ୍ରଚ୍ଛନ୍ନ ପ୍ରତିଦ୍ବନ୍ଦ୍ବୀ ଭାବରେ ନୁହେଁ, ବର˚ ପରିପୂରକ ରୂପରେ ଦେଖିବାର ହିଁ ଆବଶ୍ୟକତା ରହିଛି। ଶିଶୁ ଇନ୍ଦିରାଙ୍କ ନାମକରଣ ବେଳେ ମୋତିଲାଲ ଯେଉଁ ଦାମ୍ଭିକା ଏବ˚ ସ୍ବାଭିମାନୀ ମହିଳାଙ୍କୁ ମନରେ ରଖିଥିଲେ, ତାହା ଶେଷରେ ସର୍ଦ୍ଦାର ପଟେଲଙ୍କ ରାଜନୈତିକ ଦାୟାଦ ରୂପରେ ଇନ୍ଦିରାଙ୍କ ବ୍ୟକ୍ତିତ୍ବରେ ରୂପ ଲାଭ କରିଥିଲା।