ମଧୁସୂଦନ ଦାସଙ୍କୁ ମନେ ପକାଇ

ବିବେକ ପଟ୍ଟନାୟକ

ଆଜି ଯେତେବେଳେ କରୋନା ଭୂତାଣୁ ଦ୍ବାରା ଜାତ ‘ପାନ୍‌ଡେମିକ୍‌’ର କବଳରେ ପଡ଼ି ସମଗ୍ର ପୃଥିବୀ ଅଭୂତପୂର୍ବ ଭୟରେ ଜଡ଼ସଡ଼ ଏବ˚ ଯେତେବେଳେ ବିଜ୍ଞାନ ତଥା ପ୍ରାବିଧିକ ଉପଲବ୍‌ଧିର ଶୀର୍ଷ ସ୍ପର୍ଶ କରିଥିବା ଦର୍ପୀ ମନୁଷ୍ୟ ଜାତି ଆଜି ଗୋଟିଏ ଅପରିଚିତ, ବିଦେଶୀ ଏବ˚ ଅଦୃଶ୍ୟ ଭୂତାଣୁ ଦ୍ବାରା ଆହ୍ବାନର ସମ୍ମୁଖୀନ, ସେତିକି ବେଳେ ଆଜିକୁ ଠିକ ୧୭୨ ବର୍ଷ ତଳେ ଜନ୍ମ ଲାଭ କରିଥିବା ଉତ୍କଳଗୌରବ ମଧୁସୂଦନ ଦାସଙ୍କୁ ସ୍ମରଣ କରାଯିବାର ପ୍ରକୃଷ୍ଟ ସମୟ ଉପନୀତ ବୋଲି ବିଚାର କରିବାକୁ ହେବ। କାରଣ ସେ ଥିଲେ ସେହି ଅପରାଜେୟ ସାହସର ପ୍ରତୀକ, ଯାହା ତାଙ୍କୁ ସବୁ ପ୍ରକାର ବାଧା-ବିଘ୍ନ ଓ ଘାତ-ପ୍ରତିଘାତ ଅତିକ୍ରମ କରି ଗୋଟିଏ ବିଦେଶୀ ଶକ୍ତି ବିପକ୍ଷରେ ନିରନ୍ତର ସ˚ଗ୍ରାମ ଦ୍ବାରା ଏକ ନିଷ୍ପେଷିତ ଜାତିକୁ ତାର ହିମୀକୃତ ଭୟ କବଳରୁ ମୁକ୍ତ କରି ତାର ମହିମାବନ୍ତ ପ୍ରାଚୀନ ପରିଚିତିକୁ ପ୍ରତିଷ୍ଠା କରାଇବାରେ ସମର୍ଥ କରିଥିଲା।

ଇତିହାସ ବହିରେ ସେ ଜଣେ ପ୍ରସିଦ୍ଧ ଓକିଲ ଏବ˚ ଓଡ଼ିଶାର ରାଜନୈତିକ ଅସ୍ତିିତ୍ବର ନିର୍ମାତା ଭାବେ ଅଧିକ ପରିଚିତ। କିନ୍ତୁ, ଏହା ସହିତ ଜଣେ ପ୍ରଖ୍ୟାତ ବିଧାୟକ, ଜଣେ ସମାଜ ସ˚ସ୍କାରକ, ଜଣେ ଶିକ୍ଷାବିତ୍‌, ଜଣେ ମନନଶୀଳ ଚିନ୍ତକ, ଜଣେ ଆଗତଦ୍ରଷ୍ଟା ଏବ˚ ଜଣେ ଉଦ୍ୟୋଗୀ ଭାବେ ସେ ଓଡ଼ିଶା ଇତିହାସରେ ଏକ ଅମଳିନ ଚିହ୍ନ ଛାଡ଼ି ଦେଇ ଯାଇଛନ୍ତି।

ପାର˚ପରିକ ଭାବେ ଜଣେ ବିଧାୟକ ବିଧି-ବିଧାନ ପ୍ରଣୟନ କରୁଥିବା ସଭାର ସଦସ୍ୟ ଭାବେ ସାଧାରଣ ଲୋକଙ୍କ ପ୍ରତିନିଧିତ୍ବ କରିଥାଏ। ସେହି ଅନୁସାରେ ଏହି ଅନୁଷ୍ଠାନର ଏକ ସଭ୍ୟ ଭାବେ ଜଣେ ବିଧାୟକଙ୍କ ଦାୟିତ୍ବ ଦ୍ବିବିଧ: ଗୋଟିଏ ହେଉଛି ଆଇନ ତିଆରି ପ୍ରକରଣରେ ଅ˚ଶ ଗ୍ରହଣ କରି ବିଲ୍‌ ବା ଚିଠା ଉପସ୍ଥାପନ କରିବା ଏବ˚ ଦ୍ବିତୀୟରେ ଏହାକୁ ବ୍ୟବସ୍ଥାପକ କମିଟି ନିକଟକୁ ପ୍ରେରଣ କରିବା ସକାଶେ ତାର ଡ୍ରାଫ୍‌ଟ ପ୍ରସ୍ତୁତ କରିବା। ଉଭୟ ପ୍ରକରଣରେ ସେ ସ˚ଶ୍ଳିଷ୍ଟ ରହି ନିଜ ଆଦର୍ଶ ଆଧାରରେ ମତ ଦେଇ ରାଷ୍ଟ୍ରକୁ ଉଚିତ ଭବିଷ୍ୟତ୍‌ ପଥରେ ଅଗ୍ରସର ହେବା ଲାଗି ମାର୍ଗଦର୍ଶକର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଜଣେ ବିଧାୟକ ଭାବେ ସେ କାର୍ଯ୍ୟନିର୍ବାହୀକୁ ସର୍ବଦା ତାର ଉତ୍ତର-ଦାୟିତ୍ବ ନେଇ ସଚେତନ କରାଉଥିଲେ ଏବ˚ ସେଥି ଲାଗି ସେ ବଜେଟ୍‌ ଆଲୋଚନା ହେଉ ବା ଧ୍ୟାନ ଆକର୍ଷଣ ପ୍ରସ୍ତାବ ଅଥବା ମୁଲତବୀ ପ୍ରସ୍ତାବ ହେଉ କିମ୍ବା ଆସ୍ଥା ଭୋଟ ପ୍ରକ୍ରିୟା; ସେ ସବୁଥିରେ ସକ୍ରିୟ ଭାବେ ଅ˚ଶ ଗ୍ରହଣ କରୁଥିଲେ। ବ୍ୟବସ୍ଥାପକ ସଭାରେ ମଧୁବାବୁଙ୍କ ବିତର୍କ ଏବ˚ ଅଭିଭାଷଣର ଏକ ସ˚କଳନ ଓଡ଼ିଶାର ଦୁଇ ପ୍ରଖ୍ୟାତ ଇତିହାସକାର ଡକ୍ଟର ଏନ୍‌.କେ ସାହୁ ଏବ˚ ଡକ୍ଟର ପି.କେ. ମିଶ୍ରଙ୍କ ଦ୍ବାରା କରାଯାଇଛି, ଯହିଁରୁ ଏ ସବୁ ବିଷୟରେ ଜଣାପଡ଼ିଥାଏ।

ମଧୁସୂଦନ ଦାସ ଯେତେବେଳେ ଜଣେ ବିଧାୟକ ଥିଲେ, ସେତେବେଳେ ଆମ ଦେଶ ବ୍ରିଟିସ ଶାସନ ଅଧୀନରେ ଥିଲା ଏବ˚ ସେହି ସମୟରେ ସରକାରଙ୍କ ପ୍ରତିନିଧିମାନେ ପର୍ଯ୍ୟାୟ କ୍ରମେ ତା’ ମଧୢକୁ ପ୍ରବେଶ କରୁଥିଲେ। ୧୮୯୬ରୁ ସେ ବଙ୍ଗଳା ବିଧାନ ପରିଷଦର ସଦସ୍ୟ ଥିଲେ। ଯେତେବେଳେ ବିହାର ଏବ˚ ଓଡ଼ିଶା ପ୍ରଦେଶ ଗଠିତ ହେଲା, ସେ ବିହାର-ଓଡ଼ିଶା କାଉନସିଲର ପ୍ରତିିନିଧିତ୍ବ କଲେ। ତା’ ପରେ ସେ ‘ଇ˚ପେରିଆଲ୍‌ ଲେଜିସ୍‌ଲେଟିଭ କାଉନ୍‌ସିଲ୍‌’ର ସଦସ୍ୟ ଭାବେ ମଧୢ ଦାୟିତ୍ବ ନିର୍ବାହ କରିଥିଲେ। ଏହା ସହିତ ପ୍ରାଦେଶିକ ବ୍ୟବସ୍ଥାପକ ସଭାର ସଦସ୍ୟ ଭାବେ ‌େସ ମନ୍ତ୍ରୀ ପଦ ମଧ୍ୟ ଅଳଙ୍କୃତ କରିଥିଲେ।

ସେହି ପରିପ୍ରେକ୍ଷୀରେ ବିହାର-ଓଡ଼ିଶା ଭୂମି ଅଧିକାର ଆଇନର ପ୍ରବର୍ତ୍ତନରେ ତାଙ୍କର ଭୂମିକା ଥିଲା ଅତ୍ୟନ୍ତ ପ୍ରଭାବଶାଳୀ। ଏହି ଆଇନ ବଳରେ ଜମିଦାର ଏବ˚ ରୟତଙ୍କ ଭିତରେ ରହିଥିବା ପାର˚ପରିକ ସ˚ପର୍କ ନୂତନ ଭାବେ ସ˚ଜ୍ଞାୟିତ ହେଲା ଏବ˚ ତାହା କୃଷି କ୍ଷେତ୍ରରେ ଏକ ସ˚ସ୍କାର ଆଣିଲା। ଏହି ସ˚ପର୍କିତ ବିତର୍କରେ ଭୂମି ଅଧିକାର ସ˚ଦର୍ଭରେ ତାଙ୍କର ଗଭୀର ଜ୍ଞାନର ଝଲକ ଦେଖିବାକୁ ମିଳିଥିଲା।

ଯେତେବେଳେ ଗଭର୍ନର ଜେନେରାଲଙ୍କ ‘ଇ˚ପେରିଆଲ ଲେଜିସ୍‌ଲେଟିଭ୍‌ କାଉନ୍‌ସିଲ’ରେ ଫୌଜଦାରୀ ଆଇନରେ ସ˚ଶୋଧନ ଅଣାଯିବା ବାବଦରେ ବିତର୍କ ହେଲା, ସେତିକି ବେଳେ ସେ ବିତର୍କରେ ଭାଗ ନେଇ ଫୌଜଦାରୀ ମାମଲା ଓ ଦଣ୍ତବିଧି ଆଇନ ସମ୍ବନ୍ଧରେ ତାଙ୍କର ଅଭିଜ୍ଞତା ଆହରିତ ଗଭୀର ଜ୍ଞାନକୁ ସାବ୍ୟସ୍ତ କରିବା ସହିତ ତାକୁ ସିଦ୍ଧ କରିବା ଲାଗି ଖବରକାଗଜରୁୁ ସ˚ଗୃୃହୀତ ଅନେକ ପରିସ˚ଖ୍ୟାନ ଉପସ୍ଥାପନ କରିଥିଲେ।

ଯେତେବେଳେ ଆୟକର ଆଇନ ବାବଦରେ ଆଲୋଚନା ଚାଲିିଥିଲା, ସେତିକି ବେଳେ ସେ କରଦାତା ଏବ˚ କରନିର୍ଧାରଣକାରୀଙ୍କ ମଧୢରେ ସ˚ପର୍କର ଗୁରୁତ୍ବକୁ ଉପଲବ୍‌ଧି କରି କରଦାତା ପ୍ରକାଶ୍ୟ କରିଥିବା ତାଙ୍କ ଆୟ ସ˚ପର୍କିତ ବିବରଣୀକୁ ସୁରକ୍ଷିତ ରଖାଯିବା ଉପରେ ଜୋର ଦେଇଥିଲେ।

ପ୍ରାଥମିକ ଶିକ୍ଷା ଓ ନାରୀ ଶିକ୍ଷାର ଅବହେଳା ତଥା ପାରମ୍ପାରିକ ଶିକ୍ଷା ବ୍ୟବସ୍ଥାକୁ ହତାଦର କରି ପାଶ୍ଚାତ୍ୟ ଶିକ୍ଷା ବ୍ୟବସ୍ଥାର ଅନୁୁପ୍ରବେଶ କରାଇବାର ଅପଚେଷ୍ଟା, ସମାଜର ପଛୁଆ ବର୍ଗଙ୍କ ନିକଟରେ ଶିକ୍ଷା ଓ ଦକ୍ଷତା ବିକାଶର ମାଧ୍ୟମ ଉପଲବ୍‌ଧ କରାଇବାରେ ଉଦାସୀନତାକୁ ମଧୁବାବୁ ତାଙ୍କ ବଜେଟ୍ ଆଲୋଚନାରେ ଦୃଢ଼ ସ୍ବରରେ ସମାଲୋଚନା କରିଥିଲେ। ଯେଉଁ ସମୟରେ ୟୁରୋପୀୟ ଗଣତନ୍ତ୍ରଗୁଡ଼ିକ ମଧ୍ୟ ମହିଳାଙ୍କୁ ମତଦାନର ଅଧିକାର ଦେଇ ନ ଥିଲେ, ସେତେବେଳେ ମଧୁସୂଦନ ମହିଳାଙ୍କୁ ସମାନ ଅଧିକାର ପ୍ରଦାନ କରିବା ପାଇଁ ଯୁକ୍ତି ବାଢ଼ିଥିଲେ।

ପ୍ରାୟ ଶହେ ବର୍ଷ ପୂର୍ବେ ସ୍ଥାନୀୟ ପ୍ରଶାସନରେ ଯେତେବେଳେ ମଧୁ ବାବୁ ମନ୍ତ୍ରୀ ପଦରେ ଥିଲେ ସେତେେବଳେ ସାର୍ବଜନୀନ ସ୍ବାସ୍ଥ୍ୟ ପାଇଁ ସେ ସ୍ବାସ୍ଥ୍ୟ ସମ୍ପର୍କିତ ଶିକ୍ଷା ଓ ସ୍ବଚ୍ଛତାର ଗୁରୁତ୍ବ ପ୍ରସଙ୍ଗରେ ଧ୍ୟାନ ଆକର୍ଷଣ କରି ରୋଗ ପ୍ରତିରୋଧକୁ ଅଗ୍ରାଧିକାର ଦେଉଥିଲେ। ହଇଜା ଭଳି ମହାମାରୀ ରୋକିବା ପାଇଁ ମୁଖ୍ୟତଃ ଗ୍ରାମାଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ପରିଚ୍ଛନ୍ନତା ନେଇ ସଚେତନତା ସୃଷ୍ଟି କରିବା ପ୍ରତି ସେ ଗୁରୁତ୍ବାରୋପ କରୁଥିଲେ। କରୋନା ସମୟରେ ଏସବୁ କେତେ ପ୍ରାସଙ୍ଗିକ ତଥା ସାଂପ୍ରତିକ ମନେ ହେଉଛି ସତେ!

ଏହି ସଂଦର୍ଭରେ ଏକ ଉଲ୍ଲେଖନୀୟ କଥା ହେଉଛି ମଧୁବାବୁ ‘ଇଂପେରିଆଲ୍ ଲେଜିସ୍‍ଲେଟିଭ୍ କାଉନ୍‍ସିଲ୍‍’ର ସଦସ୍ୟ ଥିବା ସମୟରେ କ୍ଷମତା ବିକେନ୍ଦ୍ରୀକରଣ ପକ୍ଷରେ ଦୃଢ଼ ଯୁକ୍ତି ବାଢ଼ିଥିଲେ। ସ୍ଥାନୀୟ ପ୍ରଶାସନରେ ଜନସାଧାରଣଙ୍କ ସହଭାଗିତାର ବିଚାରର ସେ ହିଁ ଜନ୍ମଦାତା। ପରେ ଏହି ବିଚାର ଭାରତୀୟ ସମ୍ବିଧାନର ଅନୁଚ୍ଛେଦ-୪୦ରେ ପଞ୍ଚାୟତ ବ୍ୟବସ୍ଥାର ରୂପ ନେଇ କ୍ରମେ ୭୩ତମ ସଂଶୋଧନ ପରେ ଅନୁଚ୍ଛେଦ ୨୪୩ ଓ ୨୪୩ପି ଭାେବ ଗ୍ରାମ ସଭା, ପଞ୍ଚାୟତ ଓ ପୌରାଞ୍ଚଳ ସ୍ଥାପନର ମୂଳଭିତ୍ତିରେ ପରିଣତ ହେଲା।
ବିଧାୟକ ଥିବା ସମୟରେ ପ୍ରାଥମିକ ସ୍ତରରୁ ଶାସନତନ୍ତ୍ର ଓ ନ୍ୟାୟପାଳିକାର କ୍ଷମତାକୁ ପୃଥକ୍ କରିବା ନେଇ ତାଙ୍କର ଯୁକ୍ତି ଥିଲା ତାଙ୍କ ଦୂରଦୃଷ୍ଟିର ପରିଚାୟକ। ତାଙ୍କର ସେହି ବିଚାରରୁ ସମ୍ବିଧାନର ଅନୁଚ୍ଛେଦ- ୫୦ର ସୃଷ୍ଟି।

ବୈଜ୍ଞାନିକ ପଦ୍ଧତିରେ ସ୍ବଦେଶୀ ଔଷଧର ପୁନରୁଦ୍ଧାର ପ୍ରତି ତାଙ୍କର ଅହେତୁକ ସମର୍ଥନ ରହିଥିଲା। ଆୟୁର୍ବେଦ, ୟୁନାନୀ ଆଦି ଚିକିତ୍ସା ପଦ୍ଧତି ପ୍ରତି ତାଙ୍କର ସମର୍ଥନ ଆୟୁଷ ଚିକିତ୍ସା ବିଜ୍ଞାନ ଲାଗି ବାଟ କଢ଼ାଇଥିଲା।

ସଂଖ୍ୟାଲଘୁଙ୍କ ଠାରୁ ଆରମ୍ଭ କରି ଅନୁସୂଚିତ ଜାତି ଓ ଜନଜାତିଙ୍କ ସୁରକ୍ଷା କ୍ଷେତ୍ରରେ ମଧ୍ୟ ମଧୁବାବୁଙ୍କ ଅବଦାନ ଅବିସ୍ମରଣୀୟ। ମାନବିକ ମୂଲ୍ୟବୋଧ ଓ ପରମ୍ପରାକୁ ସୁରକ୍ଷା ଦେବା ସଙ୍ଗେ ସଙ୍ଗେ ସେ ଆଧୁନିକତାକୁ ମଧ୍ୟ ସମାନ ଗୁରୁତ୍ବ ଦେଉଥିଲେ। ସେ ବୈଷୟିକ ଶିକ୍ଷା ତଥା ଉଦ୍ୟୋଗ ବିକାଶ, ଖଣିଜ ଉତ୍ତୋଳନ ଓ ବୈଜ୍ଞାନିକ ପଦ୍ଧତିରେ କୃଷି ଇତ୍ୟାଦିର ଆଦ୍ୟପ୍ରବର୍ତ୍ତକ ବୋଲି କହିଲେ ଭୁଲ ହେବନାହିଁ। ସମ୍ବଲପୁର ସହ ଉପକୂଳବର୍ତ୍ତୀ ଅଞ୍ଚଳ ଓ ସାମୁଦ୍ରିକ ପୋତାଶ୍ରୟଗୁଡ଼ିକୁ ସଂଯୋଗ କରିବା ନିମନ୍ତେ ସେ ରାସ୍ତା ଓ ରେଳ ଯୋଗାଯୋଗର ବିକାଶକୁ ସର୍ବଦା ଗୁରୁତ୍ବ ଦେଉଥିଲେ। ଯେଉଁଁ ସମୟରେ ସାମ୍ରାଜ୍ୟବାଦର କବଳରେ ରାଜନୈତିକ ଅନ୍ଧକାର ଘୋଟି ରହିଥିଲା, ସେତେବେଳେ ମଧୁ ବାବୁ ଆଶାର ଆଲୋକବର୍ତ୍ତିକା ସାଜିଥିଲେ।

ମୋ: ୯୪୩୭୦୦୪୩୩୬
[email protected]

ସମ୍ବନ୍ଧିତ ଖବର