କେରଳରେ ତାଲିବାନ ସମର୍ଥକଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଛି ବୋଲି ବିଶପ ଯୋଶେଫ୍‌ କଲାରଙ୍ଗତ ଆରୋପ କରିଥିଲେ। ସେ କହିଥିଲେ ଯେ କେରଳର ବହୁସ˚ଖ୍ୟକ ଯୁବତୀ ‘ଲଭ୍‌ ଏବ˚ ନାରକୋଟିକ୍‌’ ଜିହାଦର ଶିକାର ହେବାରେ ଲାଗିଛନ୍ତି। ବିନା ଅସ୍ତ୍ରଶସ୍ତ୍ରରେ ଯୁବଶକ୍ତିଙ୍କୁ କବଳିତ କରିବା ପାଇଁ ଏକ ରୀତିମତ ଚକ୍ରାନ୍ତ ଚାଲିଛି। ସେହିପରି ସା˚ସଦ ଏବ˚ ପୂର୍ବତନ କେନ୍ଦ୍ର ମନ୍ତ୍ରୀ କେ.ଜେ. ଆଲ୍‌ଫୋନ୍‌ସ ଅଭିଯୋଗ କରିଥାଆନ୍ତି ଯେ କେରଳରେ ଉଗ୍ରବାଦ ପ୍ରତି ଆକର୍ଷଣ (ତାଲିବାନ ସମର୍ଥନ) ପଛରେ ରହିଛି ରାଜ୍ୟ ସରକାରଙ୍କ କୁଶାସନ ଏବଂ ଦୂରଦୃଷ୍ଟିର ଅଭାବ। ପ୍ରକାଶ ଥାଉ କି ଗତ ୨୫ ବର୍ଷ ଭିତରେ କେରଳର କେତେକ ଜିଲ୍ଲାରେ ତାଲିବାନ ସମର୍ଥକଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଛି। ନିମିଶା ଫାତିମା ନାମକ ଜଣେ ଯୁବତୀ ଇସଲାମୀୟ ଆତଙ୍କବାଦୀ ଗୋଷ୍ଠୀ ‘ଆଇ.ଏସ୍‌.ଆଇ.ଏସ୍‌.ରେ ଯୋଗ ଦେବା ପାଇଁ ଚାରି ବର୍ଷ ତଳେ କାବୁଲ ଚାଲି ଯାଇଥିଲେ। ପରେ ସେ ସେଠାରେ ଗିରଫ ହୋଇ ଜେଲ୍‌ରେ ରହିଥିଲେ। କିନ୍ତୁ ତାଲିବାନୀମାନେ ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେଇଯିବା ପରେ ପୂର୍ବ ସରକାର ଅମଳ‌େର ବନ୍ଦୀ ଥିବା ସମସ୍ତଙ୍କୁ ଖଲାସ କରି ଦିଆଯାଇଥିଲା। ଯଦିଓ ଏ ପର୍ଯ୍ୟନ୍ତ ନିମିଶା ଫାତିମାଙ୍କ କୌଣସି ଖୋଜ ଖବର ମିଳିନାହିଁ, ତାଙ୍କ ମା’ କିନ୍ତୁ ନିଜ ଝିଅ ଏବ˚ ନାତୁଣୀର ନିରାପଦ ସ୍ବଦେଶ ଆଗମନର ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ତେବେ, ଫାତିମାଙ୍କ ଭଳି ଅନେକ କେରଳୀ ଯୁବକ ଓ ଯୁବତୀ ଆଫଗାନିସ୍ତାନ ଯାଇ ଆତଙ୍କବାଦୀ ସ˚ଗଠନ ସହିତ ସାମିଲ ହେଉଥିବା ତଥ୍ୟ ମଧ୍ୟ ସାମନାକୁ ଆସୁଛି।

Advertisment

ଜଣେ ପାକିସ୍ତାନୀ ସାମ୍ବାଦିକ ଅମ୍‌ଜଦ୍‌ ଆୟୁବ ମିର୍ଜାଙ୍କ ଲେଖାରୁ ଜଣାଯାଏ ଯେ କାଶ୍ମୀର ଏବ˚ କେରଳରେ ଆତଙ୍କବାଦୀ ଗତିବିଧି ଚଳାଇବା ପାଇଁ ପାକିସ୍ତାନ ସରକାର ଏବ˚ ସେନା ସହଯୋଗ କରୁଛନ୍ତି। ବିଶ୍ବ ସମକ୍ଷରେ ତାଲିବାନର ଏକ ନିର୍ମଳ ଚରିତ୍ରର ସାର୍ଟିଫିକେଟ୍‌ ଦେଇ ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଶେଖ ରସିଦ୍‌ ଅହମ୍ମଦ କହିଥିଲେ ଯେ ଏବର ତାଲିବାନ ପୂର୍ବର ତାଲିବାନଙ୍କ ଭଳି ନୃଶ˚ସ ନୁହନ୍ତି। ଶାସନ, କୂଟନୀତି ଏପରି କି ବୌଦ୍ଧିକତାରେ ମଧ୍ୟ ତାଲିବାନମାନେ ଅନ୍ୟ ଠାରୁ କିଛି କମ୍‌ ନୁହନ୍ତି।
ଏହି ସଂଦର୍ଭରେ ବରିଷ୍ଠ କ˚ଗ୍ରେସ ନେତା ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁରଙ୍କ ଏକ ଟୁଇଟ୍‌ ପ୍ରଣିଧାନଯୋଗ୍ୟ। ତହିଁରେ ଏକ ଭିଡିଓ ଦିଆ‌ଯାଇଥିଲା, ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ ତାଲିବାନ ସେନା କାବୁଲର ସୀମାରେ ପହଞ୍ଚିବା ପରେ ସେମାନଙ୍କ ମଧୢରୁ ଦୁଇ ଜଣ ଉଲ୍ଲସିତ ହୋଇ ପରସ୍ପରକୁ ମାଲାୟଲମ ଭାଷାରେ ସମ୍ବୋଧନ କରୁଛନ୍ତି। ପରେ ଅବଶ୍ୟ କୁହାଯାଉଛି ଯେ ଭିଡିଓରେ ଦେଖିବାକୁ ମିଳିଥିବା ଦୁଇ ଜଣ ପ୍ରକୃତରେ ହେଉଛନ୍ତି ବେଲୁଚ ଜନଜାତି ସଂପ୍ରଦାୟର ଏବ˚ ସେମାନେ କହୁଥିବା ଭାଷା ହେଉଛି ‘ବ୍ରାହଭି’, ଯାହାର ମାଲାୟଲମ ସହିତ ସାମଞ୍ଜସ୍ୟ ରହିଛି। କିନ୍ତୁ ଏହା ସନ୍ଦେହକୁ ଦୂରୀଭୂତ କରିପାରୁନାହିଁ ଏବଂ ଲାଗୁଛି ଭାବମୂର୍ତ୍ତିକୁ ଉଜ୍ଜ୍ବଳ କରିବାକୁ ଏଭଳି କଥା କହି ସତ୍ୟକୁ ଲୁଚାଇବାର ଉଦ୍ୟମ ହେଉଛି।

ଆର‌୍‌ଏସ୍‌ଏସ୍‌ର ବରିଷ୍ଠ ନେତା ରାମମାଧବଙ୍କ ମତରେ ବ୍ରିଟିସ୍‌ ଶାସନ ସମୟରେ ୧୯୨୧ରେ କେରଳରେ ହୋଇଥିବା ‘ମୋପଲା ବିଦ୍ରୋହ’ରେ ଉଗ୍ର ମୌଳବାଦୀ ଚରିତ୍ର ଦେଖିବାକୁ ମିଳିଥିଲା। କେରଳର ବାମପନ୍ଥୀ ସରକାର ମୋପଲା ବିଦ୍ରୋହର ଶତବାର୍ଷିକୀ ସରକାରୀ ଭାବରେ ପାଳନ କରିଛନ୍ତି। ଏହା ପ୍ରକୃତରେ ଇସଲାମୀୟ ଉଗ୍ରବାଦ ଏପରିକି ଆତଙ୍କବାଦକୁ ପରୋକ୍ଷ ସମର୍ଥନ।

ଇତିହାସ କହେ ଯେ ୧୮୬୬ ମସିହାରେ କେତେ ଜଣ ଇସ୍‌ଲାମ୍‌ ବିଦ୍ବାନ ଉତ୍ତର ଭାରତର ଏକ କ୍ଷୁଦ୍ର ସହର ଦେଓବନ୍ଦ ଠାରେ ‘ଦାରୁଲ ଉଲୁମ ଦେଓବନ୍ଦ ସେମିନାରି’ର ପ୍ରତିଷ୍ଠା କରିଥିଲେ, ଯେଉଁଠାରେ ପିଲାଙ୍କୁ ବ୍ରିଟିସ୍‌ ଶାସନର ବିରୋଧ ପାଇଁ କଠୋରପନ୍ଥୀ ମୁସଲମାନ ହେବାକୁ ଶିକ୍ଷା ଦିଆଯାଉଥିଲା। ଦେଓବନ୍ଦର ଏହି ସେମିନାରି ପରବର୍ତ୍ତୀ କାଳରେ ଦକ୍ଷିଣ ଏସିଆର ବିଭିନ୍ନ ସ୍ଥାନରେ ତା’ର ଶାଖାମାନ ଖୋଲିଥିଲା। ତାଲିବାନ ଆନ୍ଦୋଳନର ପ୍ରତିଷ୍ଠାତା ମୁଲ୍ଲା ମହମ୍ମଦ ଓମାର ପାକିସ୍ତାନରେ ଥିବା ଏକ ଦେଓବନ୍ଦୀ ସେମିନାରିରୁ ସ୍ନାତକ ଭାବେ ଉତ୍ତୀର୍ଣ୍ଣ ହୋଇଥିଲା ବୋଲି ଜଣାପଡ଼ିଛି। ସଂପ୍ରତି ଦକ୍ଷିଣ ଏବ˚ ମଧୢ ଏସିଆରେ ହଜାର ହଜାର ଦେଓବନ୍ଦ ସେମିନାରି ଅଛି, ଯେଉଁଠାରୁ ଅନେକ ଉଗ୍ରବାଦୀ ଏବଂ ଆତଙ୍କବାଦୀ ସୃଷ୍ଟି ହେଉଛନ୍ତି।

ଏହା ଏକ ଚିନ୍ତାଜନକ ବିଷୟ। ଏହି ପରିପ୍ରେକ୍ଷୀରେ ଯୁବକଯୁବତୀମାନଙ୍କ ମନରେ ସୃଷ୍ଟ ଏଭଳି ଭାବନାକୁ ଦୂର କରିବାର ଉଦ୍ୟମ ହେବା ଉଚିତ। ଭାରତ ଭଳି ଏକ ରା‌ଷ୍ଟ୍ର ଯେଉଁଠି ବିବିଧ ଧର୍ମାବଲମ୍ବୀ ବେଶ୍‌ ନିରାପଦରେ ବସବାସ କରନ୍ତି, ସେଠାରେ ଆତଙ୍କବାଦ ପ୍ରତି ଏଭଳି ଆକର୍ଷଣର କାରଣ ଖୋଜି ତା’ର ମୂଳୋତ୍ପାଟନ କରିବାକୁ ହେବ।

ମୋ- ୯୪୩୭୨୭୦୬୦୫