ପଥପ୍ରାନ୍ତର ପ୍ରତିବାଦ

ବିଶ୍ୱ ୨୦୨୧ ରାଜନୀତି - ଅଭିରାମ ବିଶ୍ବାଳ

ଆଜି ସରିବାକୁ ଯାଉଥିବା ଚଳିତ ବର୍ଷଟିର ଚର୍ଚ୍ଚା ଚାଷୀ ଆନ୍ଦୋଳନର ଉଲ୍ଲେଖ ବିନା ଉଭୟ ଅସ˚ପୂର୍ଣ୍ଣ ଓ ଅସମ୍ଭବ। ଯେତେବେଳେ ଦେଶର କୃଷକମାନେ ଶୀତ, ବର୍ଷା, ଖରା ଓ ମହାମାରୀ ସତ୍ତ୍ବେ ରାଜରାସ୍ତାରେ ପଥପ୍ରାନ୍ତରରେ ବର୍ଷେ କାଳ ଧାରଣା, ରାଲି, ବନ୍ଦ, ବିକ୍ଷୋଭ, ପ୍ରତିବାଦ, ପ୍ରତିରୋଧ ଓ ଟ୍ରାକ୍ଟର ଶୋଭାଯାତ୍ରା ଆଦି ବାଟେ ଆନ୍ଦୋଳନ ଅବ୍ୟାହତ ରଖିଥିଲେ ସେତେବେଳେ ପୁଣି ଥରେ ପ୍ରମାଣିତ ହୋଇଗଲା ଯେ ଚାଷୀମାନେ ଆଦୌ ରାଜନୀତିକ ଚିନ୍ତାଚେତନା ତଥା ବୁଦ୍ଧି ଶୁଦ୍ଧି ରହିତ ସାମାଜିକ ବର୍ଗର ନୁହନ୍ତି। ଇତିହାସର ଅଳିଆଗଦା ପାଇଁ ଉଦ୍ଦିଷ୍ଟ ନୁହନ୍ତି ସେମାନେ। କୃଷକ ଆନ୍ଦୋଳନଟି ସାବ୍ୟସ୍ତ କଲା ଯେ ଏକତା, ଦୀର୍ଘ ସ˚ଘର୍ଷ ପାଇଁ ପ୍ରସ୍ତୁତି ଓ ଲମ୍ବା ଯାତ୍ରା ସକାଶେ ଧୈର୍ଯ୍ୟ ଆପାତତଃ ଅସମ୍ଭବ ଲାଗୁଥିବା ଲକ୍ଷ୍ୟକୁ ସମ୍ଭବ କରି ଦେଇପାରେ। ପରିଣାମ ସ୍ବରୂପ ତିନିଟି ଯାକ କୃଷି ଆଇନ ପ୍ରତ୍ୟାହାର କରାଗଲା ଗୁରୁ ନାନକ ଜୟନ୍ତୀ ଦିନ।

ନାନକ ଥରେ କହିଥିଲେ ଚାଷ ଈଶ୍ବରଙ୍କ ଜୀବନ ରକ୍ତ, ମଣିଷ ଜାତିର ବ˚ଚିବାର ଜୀବନ ଧାରା। ଗାୟକ ଓ ସ˚ଗୀତଜ୍ଞ ଏବ˚ ‘‘ବୁଲ୍ଲା କି ଜାଣା ମେଁ କୌଣ୍‌’’ ଗୀତ ଖ୍ୟାତି ସ˚ପନ୍ନ ରବି ଶେର‌୍‌ଗିଲ୍‌ଙ୍କ ମତରେ ନାନକଙ୍କ କେତେକ ବାଣୀରେ ଧାନ, ଗହମ, କପା, ଆଖୁ, ନଡ଼ିଆ, ସୋରିଷ, ଆମ୍ବ ଓ ସୂର୍ଯ୍ୟମୁଖୀର ଇ˚ଗିତଧର୍ମୀ ଉଲ୍ଲେଖ ରହିଛି। ଶ୍ରମ ଓ ସୃଜନୀ ବଳରେ କ୍ଷେତ ସହ ଅବିରତ ଯୋଡ଼ି ହୋଇଥିବା କୃଷକମାନେ ଖାଲି ଏ ସବୁ ଫସଲ ଅମଳ କରିପାରନ୍ତିନି; ସେମାନେ କହିପାରନ୍ତି ଯେ ସେମାନଙ୍କୁ ମଧୢ ଜଣା ଯେ ସ୍ବାୟତ୍ତତା ଓ ଐକ୍ୟର ସମନ୍ବୟ ଯେ କୌଣସି ଆନ୍ଦୋଳନର ସଫଳତା ସୁନିଶ୍ଚିତ କରିବାରେ ନିର୍ଣ୍ଣାୟକ ଭୂମିକା ବହନ କରିଥାଏ। ଆଲୋଚ୍ୟ କୃଷକ ଆନ୍ଦୋଳନଟିରେ ୪୦ ସରିକି ଚାଷୀ ୟୁନିଅନ୍‌ ବା ସ˚ଗଠନ ଭାଗ ନେଇଥିଲେ ‘ସ˚ଯୁକ୍ତ କିଷାନ ମୋର୍ଚ୍ଚା’ ପତାକା ତଳେ। ଯଦିଓ ଚାଷୀମାନେ ମୁଖ୍ୟତଃ ପଞ୍ଜାବ, ହରିଆନା, ଦିଲ୍ଲୀ, ଉତ୍ତରପ୍ରଦେଶ ଓ ରାଜସ୍ଥାନର ଥିଲେ; ଦେଶର ଅନ୍ୟ ଭାଗରୁ ମଧୢ ଅନେକ ଚାଷୀ ସ˚ଗଠନ ଆନ୍ଦୋଳନ ପ୍ରକ୍ରିୟାରେ ନିଜ ନିଜକୁ ସାମିଲ୍‌ କରିଥିଲେ। ଆନ୍ଦୋଳନର ତିନିଟି ଭୌଗୋଳିକ ପୀଠ ସି˚ଘୁ, ଟିକ୍ରି ଓ ଘାଜିପୁର ଥିଲା ଗୁରୁତ୍ବପୂର୍ଣ୍ଣ। ତିନିଟି ଯାକର ସୀମାୟତନ ଦୃଷ୍ଟିରୁ ଦିଲ୍ଲୀ ସହ ଜୈବିକ ସ˚ପର୍କ ରହିଛି। ପ୍ରଭାବଶାଳୀ ନେତୃତ୍ବ, ପରିସ୍ଥିତି ମୁତାବକ ସମୁଚିତ ରଣକୌଶଳ, ଅ˚ଶ ଗ୍ରହଣକାରୀ ସ˚ଗଠନଙ୍କ ଭିତରେ ତାଳମେଳ, ଆଭିମୁଖ୍ୟଗତ ଅ˚ଗୀକାରବଦ୍ଧତା, ସ˚ଚାର ମାଧୢମରେ ଉପସ୍ଥିତି ଓ ଅନ୍ନଦାତାଙ୍କ ପ୍ରତି ବୃହତ୍ତର ସମାଜର ସଦିଚ୍ଛା ଆନ୍ଦୋଳନ ପାଇଁ ବେଶ୍‌ କାମ ଦେଲା।

କୁହାଯାଉଛି ଆଗକୁ ଉତ୍ତରପ୍ରଦେଶ ଓ ପଞ୍ଜାବ ନିର୍ବାଚନ ନ ଥିଲେ ନିଷ୍ପତ୍ତି ହୁଏ’ତ ଅନ୍ୟପ୍ରକାରେ ହୋଇଥା’ନ୍ତା! କୃଷକ ଆନ୍ଦୋଳନର ଲୋକନୀତି ଯଦି ନିର୍ବାଚନ ସମୟରେ ପରାକ୍ରମଶାଳୀ ହେବାର ଆକଳନ କରାଯାଉଥାଏ ତେବେ କୃଷକମାନଙ୍କୁ ଓ ସେମାନଙ୍କ ଆନ୍ଦୋଳନକୁ ମାନିବାକୁ ପଡ଼ିବ। ଯେଉଁମାନେ ଦେଶର ମେରୁଦଣ୍ତ ସେମାନେ ରାଜନୀତିର, ଗଣତନ୍ତ୍ରର ଓ ନିର୍ବାଚନର ମେରୁଦଣ୍ତ ନ ହେବେ କାହିଁକି? ଏମିତିରେ ତ ପଞ୍ଜାବ ଓ ଉତ୍ତରପ୍ରଦେଶର ନିର୍ବାଚନୀ ରାଜନୀତିରେ ଚାଷୀମାନେ ସର୍ବଦା ପ୍ରମୁଖ ନିୟନ୍ତା ଭାବେ ଅବତୀର୍ଣ୍ଣ ହୋଇଥା’ନ୍ତି। ଚରଣ ସି˚ହଙ୍କ କଥା ଉଠିଲେ ତାଙ୍କର ଅନ୍ୟ ରାଜନୀତିକ ପରିଚୟ ପୂର୍ବରୁ ଚାଷ ଓ ଚାଷୀଙ୍କ ସହ ତାଙ୍କ ସ˚ପର୍କ ଏବ˚ ତଜ୍ଜନିତ ରାଜନୀତିକ ପରାକାଷ୍ଠା କଥା ଉଠିଥାଏ। ଏ ଥରକର ଚାଷୀ ଆନ୍ଦୋଳନ ସମୟରେ ଚରଣ ସି˚ହଙ୍କ ଛଡ଼ା ଅତୀତର ପ୍ରସିଦ୍ଧ କୃଷକ ପ୍ରେମୀ ଓ ଚାଷୀ ନେତା ପଞ୍ଜାବର ସାର‌୍‌ ଛୋଟୁରାମ୍‌, ବିହାରର ସହଜାନନ୍ଦ ସରସ୍ବତୀ, ରାଜସ୍ଥାନର ବଳଦେବ ରାମ ମିର୍ଦ୍ଧା, ଆନ୍ଧ୍ରର ଏନ୍‌.ଜି.ରଙ୍ଗା, ଉତ୍ତରପ୍ରଦେଶର ମହେନ୍ଦ୍ର ସି˚ ଟିକାୟତ, କର୍ଣ୍ଣାଟକର ଏମ୍‌.ଡି. ନଞ୍ଜୁନ୍ଦାସ୍ବାମୀ ଓ ମହାରାଷ୍ଟ୍ରର ଶରଦ ଯୋଷୀ ପ୍ରଭୃତିଙ୍କ କଥା ବାରମ୍ବାର ଉଠିଥିଲା। ହଁ, ଏମାନଙ୍କ ଭିତରୁ ଛୋଟୁରାମ୍‌ ସେଣ୍ଟ୍‌ ଷ୍ଟିଫେନ୍‌ସରୁ ପଢ଼ିଥିଲା ବେଳେ ରଙ୍ଗା ଅକ୍‌ସଫୋର୍ଡରୁ ଶିକ୍ଷା ଲାଭ କରିଥିଲେ।

ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲୌହ ମାନବ ସର୍ଦ୍ଦାର ପଟେଲଙ୍କର ଚାଷୀ ଆନ୍ଦୋଳନ ସହ ସ˚ପୃକ୍ତି ସଭିଁଙ୍କୁ ଜଣା। ଚ˚ପାରଣ ଚାଷୀ ସତ୍ୟାଗ୍ରହ ଗାନ୍ଧୀଙ୍କ ଜୀବନଦର୍ଶନକୁ ଏକ ଭିନ୍ନ ମୋଡ଼ ଦେଇଥିଲା। ତାଙ୍କୁ ଦେଖା କରିବାକୁ ନେହରୁ, ରାଜେନ୍ଦ୍ର ପ୍ରସାଦ, ମୌଲାନା ଆଜାଦ୍‌, ପଟେଲ୍‌, ସରୋଜିନୀ ନାଇଡୁ ଓ ରାଜା ଗୋପାଳଚାରୀ ଅପେକ୍ଷା କରିଥିଲେ ମଧୢ ଚାଷୀମାନେ ସାକ୍ଷାତ କରିବାକୁ ଆସିଛନ୍ତି ଶୁଣିଲେ ଗାନ୍ଧୀ ସେମାନଙ୍କୁ ଆଗ ଡାକି ଆଲୋଚନା କରୁଥିଲେ। ବର୍ଦ୍ଦୋଳିର କୃଷକ ସତ୍ୟାଗ୍ରହର କର୍ଣ୍ଣଧାର ସାଜିଥିବା ପଟେଲ କହୁଥିଲେ- ମୁଁ ପ୍ରଥମେ କୃଷକ, ପରେ ବାରିଷ୍ଟର।

ଜଣେ ସୈନିକ, ଜଣେ ଡାକ୍ତର, ଜଣେ ପୁଲିସ୍‌, ଜଣେ ରାଜନୀତି ବିଜ୍ଞାନୀ, ଅନେକ ଜାଠ୍‌ ନେତା, କେତେ ନା କେତେ ମହିଳା ଅଧିକାର କର୍ମୀ, ବହୁ ସ˚ଖ୍ୟାର ବରିଷ୍ଠ ନାଗରିକ, ଅଗଣିତ ବୁଦ୍ଧିଜୀବୀ ଓ ଦେଶବିଦେଶର ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ଲୋକେ ଆପଣା ଆପଣାର ଉପାୟରେ ଚାଷୀ ଆନ୍ଦୋଳନଟି ପାଇଁ ଅମ୍ଳଜାନ ଯୋଗାଇଥିଲେ। ସୈନିକ ଜଣକ ହେଲେ ଯୋଗିନ୍ଦର ସି˚ ଉଗ୍ରହଣ। ପଞ୍ଜାବର, ବୟସ ୭୫। ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ଦର୍ଶନ ପାଲ୍‌ କ୍ରାନ୍ତିକାରୀ ସ˚ଗଠନର। ଏକଦା ଦିଲ୍ଲୀ ପୁଲିସ୍‌ରେ କାମ କରିଥିବା ସେ ବ୍ୟକ୍ତି ଜଣକ ଅନ୍ୟ କେହି ନୁହନ୍ତି, ସିଏ ହେଉଛନ୍ତି ରାକେଶ ଟିକାୟତ- ଆନ୍ଦୋଳନର ସବୁଠୁଁ ଅଧିକ ପରିଚିତ ଓ ଚର୍ଚ୍ଚିତ ଚେହେରା, ଯିଏ ଏ ବର୍ଷ ଆରମ୍ଭରେ କହିଥିଲେ- ବିଲ୍‌ ଵାପ୍‌ସି ନେହିଁ ତୋ ଘର ଵାପ୍‌ସି ନେହିଁ। ଏବ˚ ତାହା ହିଁ ହେଲା। ପୁଣି ନିକଟରେ ଓଡ଼ିଶା ଆସିଥିଲା ବେଳେ ସିଏ କହିଛନ୍ତି- ଆଗକୁ ନ୍ୟୂନତମ ସମର୍ଥନ ମୂଲ୍ୟ ନିମନ୍ତେ ଦୀର୍ଘ ସ˚ଘର୍ଷ ହେବ। ରାକେଶ ମହେନ୍ଦ୍ର ସି˚ ଟିକାୟତଙ୍କ ପୁତ୍ର। ବି˚ଶ ଶତାବ୍ଦୀର ୮୦ ଦଶକରେ ମହେନ୍ଦ୍ରଙ୍କ ଡାକରାରେ ଦିଲ୍ଲୀର ବୋଟ୍‌ କ୍ଲବ୍‌ରେ ପାଞ୍ଚ ଲକ୍ଷରୁ ଅଧିକ ଚାଷୀ ଓ ଆନ୍ଦୋଳନକାରୀ ରୁଣ୍ତ ହେଉଥିଲେ। ତାଙ୍କ ୩୫ ଦଫା ସମ୍ବଳିତ ଦାବିପତ୍ର ଆଗରେ ରାଜୀବ ଗାନ୍ଧୀ ମଧୢ ମୁଣ୍ତ ନୁଆଁଇ ଆଖୁର ଦର ବଢେ଼ଇବା ସାଙ୍ଗକୁ ପାଣି ଓ ବିଜୁଳି ଟିକସ ଦର କମେଇଥିଲେ। ରାକେଶ ଟିକାୟତ ଯେତେବେଳେ କାନ୍ଦି ପକାଇଥିଲେ ସେତେବେଳେ ଅନେକ ଆନ୍ଦୋଳନକାରୀ କୋହ ଓ ଆବେଗରେ ପ୍ଳାବିତ ହୋଇଯାଉଥିଲେ।

ଘାଜିପୁର ସୀମାରେ ରାକେଶ ଜଣେ ୯୨ ବର୍ଷ ବୟସ୍କ କୃଷକ ଗୁରୁଜନଙ୍କୁ କାନ୍ଧରେ ବସେଇବା ଏକ ଆଇକନିକ୍‌ ଫଟୋଚିତ୍ରରେ ପରିଣତ ହୋଇସାରିଛି। ଏ ଆନ୍ଦୋଳନ ରାକେଶଙ୍କ ଭାବମୂର୍ତ୍ତିକୁ ଜନନେତାସୁଲଭ ଭାବମୂର୍ତ୍ତି ସ୍ତରକୁ ନେଇଯାଇଛି। ସେଇ ରାକେଶ ୨୦୧୪ରେ ଏକ ନିର୍ବାଚନ ଲଢ଼ି ୯୫୩୯ ଭୋଟ୍‌ ପାଇଥିଲେ ଏମିତି ଏକ ନିର୍ବାଚନ ମଣ୍ତଳୀରୁ ଯେଉଁଠି ଗାଉଁଲି ଭୋଟ୍‌ ଦାତାଙ୍କ ସ˚ଖ୍ୟା ଥିଲା ଅଧାରୁ ଅଧିକ। ଯାହା ରାଜନୀତି (ନିର୍ବାଚନ) ପାରେନି ତାହା ଲୋକନୀତି (ଚାଷୀର ଆନ୍ଦୋଳନ) ପାରେ। ଅନ୍ୟ ଅନେକ ପ୍ରସଙ୍ଗ ଭିତରେ ଚାଷୀ ଓ ବିକଳ୍ପ ରାଜନୀତି ପ୍ରସଙ୍ଗ ଅନୁଶୀଳନ କରିଥିବା କର୍ମୀ-ଚିନ୍ତକ-ଲେଖକ କିଶନ ପଟ୍ଟନାୟକଙ୍କ ପଟ୍ଟଶିଷ୍ୟ ଜେ.ଏନ୍‌.ୟୁ ପ୍ରଶିକ୍ଷିତ ରାଜନୀତି ବିଜ୍ଞାନୀ ଯୋଗେନ୍ଦ୍ର ଯାଦବ ମଧୢ ଏ କୃଷକ ଆନ୍ଦୋଳନ ସହ ସ˚ଶ୍ଳିଷ୍ଟ ଥିଲେ ଭାଷ୍ୟକାର, ମୁଖ୍ୟପାତ୍ର ଓ ଅର୍ଗାନିକ୍‌ ଇଣ୍ଟେଲେକ୍‌ଚୁଆଲ (ଓତପ୍ରୋତୋ ଜଡ଼ିତ ବୁଦ୍ଧିଜୀବୀ) ଆଦି ଭାବେ। ଗଲା ଅକ୍‌ଟୋବରରେ ଓଡ଼ିଶାର ଏକାଧିକ ମ˚ଚରେ ସିଏ ଏ ସ˚ସ୍କରଣର ଚାଷୀ ଆନ୍ଦୋଳନ ଓ ଲଖିମପୁର ଖେରୀ ହି˚ସାର ଚମତ୍କାର ବ୍ୟାଖ୍ୟା କରିଥିଲେ।

ଚଳିତ ବର୍ଷ ଅନ୍ୟ କିଛି ଯେ ଘଟିନି ତାହା ନୁହେଁ। କରୋନା ଓ ଡେଲ୍‌ଟା ପରେ ଉଠିଛି ପୁଣି ତୃତୀୟ ଲହରର ଭୟ, ଓମିକ୍ରନ୍‌ ପ୍ରଜାତିର ଆଗମନ ଜନିତ ନୂଆ ସ˚କ୍ରମଣ କଥା। ଭାରତରେ ଯେ ବହୁଦଳୀୟ ରାଜନୀତିକ ବ୍ୟବସ୍ଥା କାର୍ଯ୍ୟ କରୁଛି ତାହା ଆଉ ଥରେ ଫୁଟି ଉଠିଲା ବିଭିନ୍ନ ରାଜ୍ୟର ବିଧାନସଭା ଫଳାଫଳରୁ। ଆସାମରେ ବିଜେପି ଜିତିଲା ବେଳେ କେରଳରେ ଜିଣିଲା ସି.ପି.ଏମ୍‌ ଏବ˚ ପଶ୍ଚିମବଙ୍ଗରେ ତୃଣମୂଳ ଓ ତାମିଲ୍‌ନାଡୁରେ ଡି.ଏମ୍‌.କେ। ତେଣୁ ସବୁ ପ୍ରକାରର ମତାଦର୍ଶ- ବାମପନ୍ଥୀ, ଦକ୍ଷିଣପନ୍ଥୀ ଓ ମଧୢମପନ୍ଥୀ-ର ନିର୍ବାଚନୀ ସଫଳତା ବା ବିଫଳତା ମତଦାତାମାନେ ବୋତାମ ଟିପି ସମ୍ଭବ କରାଇଲେ। ଆମେରିକାରେ ଉଗ୍ର ଜାତୀୟତାବାଦୀ ଓ ଦକ୍ଷିଣପନ୍ଥୀ ସ୍ବଭାବର ଟ୍ର˚ପ୍‌ ନିର୍ବାଚନ ହାରିଲେ। ନୂଆ ରାଷ୍ଟ୍ରପତି ହେଲେ ବାଇଡେନ୍‌ ଓ ଉପରାଷ୍ଟ୍ରପତି ଭାରତୀୟ ବ˚ଶୋଦ୍ଭବ କମଳା ହାରିସ୍‌। ସେପଟେ ଇକ୍ବେଡର, ଚିଲି, ଆର୍ଜେଣ୍ଟିନା, ଉରୁଗୁଏ, ବଲିଭିଆ, ହସ୍ତୁରାସ୍‌ ଓ ମେକ୍‌ସିକୋ ଭଳି ଲାଟିନ୍‌ ଆମେରିକୀୟ ଦେଶରେ ମୋଟାମୋଟି ଗୋଲାପୀ ଜୁଆର- ବାମମାର୍ଗର ବିଜୟ। ଦିନେ ସେ ଭୂଖଣ୍ତ କାଷ୍ଟ୍ରୋ ଓ ଚେ ଗ୍ବାଭେରାଙ୍କ ଯୋଗୁଁ ବିପ୍ଳବରେ କମ୍ପୁଥିଲା। ଏଣେ ଆଫଗାନିସ୍ତାନରେ ଶାସନ ଭାର ପୁଣି ଥରେ ମୌଳବାଦୀ ଓ ସନ୍ତ୍ରାସମନସ୍କ ତାଲିବାନ କବ୍‌ଜାରେ। ଅତି ନିକଟରେ ଶୁଣିବାକୁ ମିଳିଲାଣି ସଶସ୍ତ୍ର ସେନା ସ୍ବତନ୍ତ୍ର କ୍ଷମତା ଅଧିନିୟମର ପୁନଃବିଚାର ଓ ସମ୍ଭାବ୍ୟ ପ୍ରତ୍ୟାହାର କଥା। ସକଳ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଟୋକିଓରେ ଦୁଇ ଦୁଇଟି ଅଲିମ୍ପିକ୍‌ ଅନୁଷ୍ଠିତ ହୋଇପାରିଲା। ଗୋଟିକରେ ଭାଗ ନେଇଥିଲେ ଅନ୍ୟମାନଙ୍କ ସହ କେତେକ ଦେଶର ଶରଣାର୍ଥୀ। ଅନ୍ୟଟି ଥିଲା ପାରାଲିମ୍ପିକ୍‌ ଯେଉଁଠୁ ସ୍ବର୍ଣ୍ଣ ଜିଣିଥିଲେ ଓଡ଼ିଶାର ପ୍ରମୋଦ।

ରାଜନୀତି ଲୋକନୀତି ସ୍ବଧର୍ମର ନ ହେଲେ ଖାଲି ମୁକାବିଲା ସାର ହୁଏ, ମୀମା˚ସା ମିଳେନି। ଆଧୁନିକତାର ସ୍ବଭାବ ନିରୂପଣ କରୁଥିବା ରାଜନୀତିର ବଡ଼ପଣିଆ ଏଇ ପାଇଁ ଯେ ତାହା ସମାଧାନ ଯୋଗାଇ ଦେଇଥାଏ, ଯେଉଁ ଖସଡ଼ାରେ ସବୁ ପକ୍ଷ ପାଇଁ ସ୍ଥାନ ଥାଏ। ଏଇ ସପ୍ତାହରେ ନୋବେଲ ବିଜେତା, ଦକ୍ଷିଣ ଆଫ୍ରିକୀୟ ଡେସମଣ୍ତ ଟୁଟୁ ଚାଲିଗଲେ। ସିଏ ସାରା ବିଶ୍ବ ପାଇଁ ଥିଲେ ଏକ ନୈତିକ କ˚ପାସ। ସାହିତ୍ୟ, ସଙ୍ଗୀତ, କ୍ରିକେଟ୍‌ ଓ ପଠନ ପ୍ରିୟ ଆର୍କ ବିଶପ୍‌ ଡେସମଣ୍ତ ଟୁଟୁ କହୁଥିଲେ- ଆମ ଶତ୍ରୁଙ୍କୁ, ପ୍ରତିପକ୍ଷଙ୍କୁ ଈଶ୍ବର ମଧୢ ସମ ଭାବେ ଭଲ ପାଆନ୍ତି।

ମୋ- ୮୯୧୭୬୮୩୫୩୬

ସମ୍ବନ୍ଧିତ ଖବର