ଏଇ କିଛି ଦିନ ତଳେ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଗଲା କୋରାପୁଟ ସାହିତ୍ୟୋତ୍ସବ। ଭୁବନେଶ୍ବରରେ କୋରାପୁଟ ସ୍ମରଣ କେତେକଙ୍କୁ ବିବ୍ରତ କରିଥାଇପାରେ। କିନ୍ତୁ ଏ ଥିଲା ମୋ ପାଇଁ ପରିଧି କେନ୍ଦ୍ରକୁ ଆସିବାର ଏକ ଭବ୍ୟ ଉଦାହରଣ। ସେଠାରେ ମୋର ପ୍ରସ୍ତାବଟି ଥିଲା ଏହି ଯେ ରାଜଧାନୀ ବା ଓଡ଼ିଶାର କେନ୍ଦ୍ରା˚ଚଳରେ କିଛି ବର୍ଷ ନୂଆ ବିକାଶ ବନ୍ଦ କରି ଦେଇ ଓଡ଼ିଶାର ପରିଧିସ୍ଥ କ୍ଷେତ୍ରରେ ଅନୁଷ୍ଠାନ ନିର୍ମାଣ ପାଇଁ ଯୋଜନା କରାଯାଉ: ଅର୍ଥାତ୍‌ ଅର୍ବାନ୍‌ ବା ମେଟ୍ରୋପଲିଟାନ୍‌ କେନ୍ଦ୍ରଗୁଡ଼ିକରେ କେବଳ ମେଣ୍ଟେନେନ୍‌ସ କାର୍ଯ୍ୟ କରାଯାଉ, ନୂଆ ନିର୍ମାଣର ନିବେଶ ଗ୍ରାମ୍ୟ, ଆରଣ୍ୟକ ଓ ପରିଧିସ୍ଥ ଅବହେଳିତ କ୍ଷେତ୍ରରେ କରାଯାଉ। ଏହି ଭଳି ପ୍ରତି ଦଶ ବର୍ଷରେ ଯଦି ତିନି ବର୍ଷ ପରିଧିରେ ପୁଞ୍ଜି ବିନିଯୋଗ ହୁଅନ୍ତା ଓ ସହରୀ କେନ୍ଦ୍ର ସ୍ଥଳରେ ‘ପ୍ଲାନ୍‌ ହଲିଡେ’ ସମ୍ଭବ ହୁଅନ୍ତା, ତେବେ ବିକାଶରେ ଅଧିକ ସମତୁଲତା ଓ କ୍ଷେତ୍ରୀୟ ସାମଞ୍ଜସ୍ୟ ଆସନ୍ତା ବୋଧହୁଏ। ବାସ୍ତବରେ ଏ କେନ୍ଦ୍ର-ପରିଧି ଦ୍ବୈତ ଓ ପାର୍ଥକ୍ୟ ବିକାଶର ଭାଷାରେ ପ୍ରବେଶ କଲାଣି ଅନେକ ଆଗରୁ। ବିଶ୍ବ ଉପନିବେଶ-ମୁକ୍ତ ହେବା ପରେ ପରେ ସପ୍ତମ ଦଶକରେ ଏ ସମସ୍ୟା ଏକ ଚାଲେଞ୍ଜ ଭାବରେ ମିଳିଥିଲା ସହର-ନିର୍ମାତା ଇ˚ଜିନିଅର ଓ ଆର୍କିଟେକ୍‌ଟ ମାନଙ୍କୁ। ଉପନିବେଶ-ମୁକ୍ତ ବିଶ୍ବ ପ୍ରକୃତ ଅର୍ଥରେ ଗୋଟିଏ ନିରୀହ ବିଶ୍ବ ନ ଥିଲା। ସାମ୍ରାଜ୍ୟବାଦ କବଳରୁ ମୁକୁଳିଥିବା ନୂଆ ରାଷ୍ଟ୍ରମାନଙ୍କୁ ପୁଞ୍ଜିର ଚମତ୍କାରୀ ନମୁନା ଦେଖାଇ ସ୍କାଇସ୍କ୍ରେପର‌୍‌ ଆଡ଼କୁ ଆକର୍ଷିତ କରି, ବିକାଶ ନାଁରେ ସେଥିପାଇଁ ଋଣ ଦେଇ ବଦାନ୍ୟ ବୋଲାଉଥିବା ପୂର୍ବତନ ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନଙ୍କର ଏହା ଥିଲା ନୂଆ ଆର୍ଥିକ ଓ ସା˚ସ୍କୃତିକ ସାମ୍ରାଜ୍ୟବାଦର ନବନିର୍ମାଣ ପାଇଁ ଯୋଜନା। ୧୯୬୨ ପର ଠାରୁ ୟୁରୋ-ଆମେରିକାନ୍‌ ମହାନଗରଗୁଡ଼ିକରେ ଗଢ଼ି ଉଠିଥିବା ମନୋଜ୍ଞ ସ୍ଥାପତ୍ୟ ଓ ନିର୍ମାଣ କଳାର ପ୍ରଶ˚ସା କଲା ବେଳେ ସେହି ସ୍ଥାପତ୍ୟମଣ୍ତିତ ସହର ତଳିର କି କଦର୍ଯ୍ୟ ଅବସ୍ଥା ଥିଲା, ତାହା ଯିଏ ଦେଖିଚି ସିଏ ଜାଣେ।

Advertisment

ବସ୍ତୁତଃ ଶିଳ୍ପ ବିପ୍ଳବ ଯେଉଁ କାରଖାନା-ଭିତ୍ତିକ ମହାନଗର (ଯେମିତି ସିକାଗୋ) ସୃଷ୍ଟି କରିଥିଲା ବା ଊନବି˚ଶ ଶତାବ୍ଦୀର ଲଣ୍ତନର କେନ୍ଦ୍ର ବାହାରେ ଯେଭଳି ଅନ୍ଧକାର ଥିଲା, ତା’ର ନିରାକରଣ ଜରୁରୀ ଥିଲା। ପ୍ରାଚୀନ ସାମ୍ରାଜ୍ୟମାନଙ୍କର ରାଜଧାନୀରେ ସବୁ ତକ ପ୍ରାଚୁର୍ଯ୍ୟର ଆଲୋକ ଓ ସେଠୁ ଯେଉଁ ଦିଗକୁ ଯେତେ ଅଧିକ ଦୂରକୁ ନଜର ବଢ଼ିବ ଅନ୍ଧକାର ସେତେ ବଢ଼ିବ; ଏ ଥିଲା ନଗର-ସଭ୍ୟତାର ଏକ ପରିଣତି। ଅସ୍ବାସ୍ଥ୍ୟକର ପରିବେଶ, ମୂଲ୍ୟବୋଧହୀନ ପ୍ରାଚୁର୍ଯ୍ୟ ଓ ଘନୀଭୂତ କେନ୍ଦ୍ର ଯେ ସଭ୍ୟତାର ପତନର କାରଣ ହୋଇପାରେ; ଏ କଥା ଐତିହାସିକମାନଙ୍କର ଅନୁମାନରେ ଥିଲା। ଆଉ କୋଉ ସଭ୍ୟତାରେ ଆଗ୍ରହ ନ ରଖନ୍ତୁ ପଛେ ୟୁରୋ-ଆମେରିକାନ୍‌ମାନେ ଗ୍ରେକୋ-ରୋମାନ୍‌ ସଭ୍ୟତାର ପତନର କାହାଣୀ ବେଶ୍‌ ଭଲ ଭାବରେ ପଢ଼ିଥିଲେ। ଏକ ଅଲିଖିତ ସତ୍ୟ ପ୍ରତିଷ୍ଠିତ ହୋଇ ସାରିଥିଲା ଯେ ରାଜା ଯେଉଁଠି ପ୍ରାଚୁର୍ଯ୍ୟର ପ୍ରଦର୍ଶନ ସେଇଠି। ଊନବି˚ଶ ଶତାବ୍ଦୀ ପର ଠାରୁ ଯୋଡ଼ା ହେଲା ଶିଳ୍ପ ଯେଉଁଠି ବିକାଶର ପ୍ରାଚୁର୍ଯ୍ୟ ସେଇଠି। ଅବଲୀଳା କ୍ରମେ ସା˚ସ୍କୃତିକ ପୀଠ ଓ ସହରଗୁଡ଼ିକ ଦୁର୍ବଳ ହୋଇ ପୁଞ୍ଜି ଓ ପୁଞ୍ଜିପତିଙ୍କୁ ବାଟ ଛାଡ଼ି ଦେଲେ। ଆମେ ଜାଣୁ ଯେ ଗୋଟିଏ ସମୟରେ ଯୁରୋପର ସା˚ସ୍କୃତିକ କେନ୍ଦ୍ରଗୁଡ଼ିକ ଜୀର୍ଣ୍ଣ ହୋଇ ପଡ଼ିଥିଲେ। ବିଶ୍ବ ସଭ୍ୟତାରେ ବହୁ ସା˚ସ୍କୃତିକ କେନ୍ଦ୍ର ଓ ମାନବିକ ଉତ୍କର୍ଷର ସ୍ଥଳୀ ପରିଧିସ୍ଥ ଓ ତେଣୁ ପ୍ରତ୍ୟାଖ୍ୟାତ ହୋଇ ପଡ଼ିଥିଲେ। ଏଇଭଳି ସମୟରେ ୧୯୬୬ରେ ଜନ୍‌ ଫ୍ରିଡ୍‌ମ୍ୟାନ୍‌ ଦେଲେ ତାଙ୍କର କେନ୍ଦ୍ର-ପରିଧି ବିକାଶ ତତ୍ତ୍ବ। ତାଙ୍କର କହିବାର ଥିଲା ଯେ ଦୀର୍ଘ କାଳ ଧରି ଆର୍ଥିକ ବିକାଶର ଲକ୍ଷ୍ୟ ସ୍ଥଳ ହୋଇଥିବା ରାଜ୍ୟ, ରାଷ୍ଟ୍ର ବା ବିଶ୍ବର କେନ୍ଦ୍ରୀୟ କ୍ଷେତ୍ରଗୁଡ଼ିକ ପରିଧିରେ ସୀମାନ୍ତରିତ ହୋଇ ପଡ଼ିଥିବା କ୍ଷେତ୍ରଗୁଡ଼ିକୁ ନିଜ ଆଡ଼କୁ ଆକର୍ଷିତ କରିବେ ଓ ପରିଣତି ସ୍ବରୂପ କେନ୍ଦ୍ର-ପରିଧି ସ˚ପର୍କ ହିଁ ହେବ ବିକାଶର ମଡେଲ। ଏ ମଡେଲ୍‌ର ବିବିଧ ଆଲୋଚନା ଆମ ପାଇଁ ଏହି ରଚନାର କ୍ଷେତ୍ର ବାହାରେ, କାରଣ ସେଗୁଡ଼ିକ ସବୁ ‘ସହରୀ ସାଂସ୍କୃତିକତା’ ଓ ‘ସହରୀ ଅର୍ଥନୀତି’ର ବ୍ୟାପାର। ଯେଉଁ ସହଜ କଥାଟି ମୁଁ ଲୋକକ୍ଷେତ୍ରରେ ଆପଣମାନଙ୍କୁ କହିବାକୁ ଚାହେଁ ତାହା ହେଲା ଏହି ଯେ ବିକାଶ କେନ୍ଦ୍ରକୁ ଛାଡ଼ି ପରିଧି-ଅଭିମୁଖୀ ହେଉ। ଏ କଥା ମୁଁ ଆଜି କହିପାରୁଚି କାରଣ ଭାରତରେ ଯାତାୟତ ଓ ଗମନାଗମନର ଅଭୂତପୂର୍ବ ଉନ୍ନତି ଘଟିଚି। ପରିଧି ଠିକ୍‌ ଅର୍ଥରେ ଆଉ ପରିଧି ହୋଇନାହିଁ। କିନ୍ତୁ ଆମର ବିକାଶର ରାଜନୀତି ପରିଧିକୁ ପରିଧିରେ ହିଁ ରଖି ଚାଲିଚି। ଅନ୍ୟ ଭାବରେ କହିଲେ ରୋଡ୍‌ ଟ୍ରାନ୍‌ସପୋର୍ଟ, ରେଳ ଓ ବ୍ୟୋମ ମାର୍ଗର ସମ୍ଭାବନାକୁ ଆମେ ଯଥାର୍ଥରେ ବ୍ୟବହାର କରି ପାରିନାହେଁ। ତା’ର ଗୋଟିଏ କାରଣ ହେଲା ପରିଧିର ଜନ ଜୀବନ, ପ୍ରାକୃତିକ ପ୍ରାଚୁର୍ଯ୍ୟ ଓ ସମ୍ଭାବନା ସହିତ ଆମର ଅପରିଚୟ। ଏ ଅପରିଚୟର କାରଣ ଏ ପରିଧି-କ୍ଷେତ୍ରଗୁଡ଼ିକ ବିଷୟରେ ଗବେଷଣାର ଅଭାବ ଓ ରାଜନୈତିକ ଅନାଗ୍ରହ। ଯେଉଁ କ୍ଷେତ୍ର ହାତ ପାଆନ୍ତାରେ, ଯେଉଁଠି ନାଗରିକ ରୂପ-ବିନ୍ୟାସ ଆନ୍ତର୍ଜାତିକ ଭାଷାରେ ‘ବିଶ୍ବସ୍ତରୀୟ’ ଓ ଯେଉଁଠି ପ୍ରଭାବଶାଳୀ ଲୋକେ ରହନ୍ତି, ଯେଉଁଠି ସର୍ବାଧିକ ପୁଞ୍ଜି ନିବେଶ ହୋଇସାରିଚି, ସେଇଠି ଆହୁରି ଅଧିକ ପୁଞ୍ଜି ନିବେଶ। ଠିକ୍‌ ସେତିକି ବେଳେ ପରିଧିରେ ବିଭିନ୍ନ ସମ୍ଭାବନାର ସୃଜନ ହୋଇ ଆମ ଅଲକ୍ଷ୍ୟରେ ମଉଳି ଚାଲିଚନ୍ତି।

ସ˚ଘୀୟ ଗଣତନ୍ତ୍ରରେ ବିକାଶର ଅର୍ଥ କ୍ଷେତ୍ରୀୟ ବିକାଶ। ରାଜ୍ୟ ବିକଶିତ ହେଲେ ଦେଶ ବା ରାଷ୍ଟ୍ର ବିକଶିତ ହେବ। ତେବେ, ଗଣତନ୍ତ୍ରରେ ରାଜନୈତିକ ଶକ୍ତିର କେନ୍ଦ୍ରୀୟତା। ଅର୍ଥାତ୍‌ ରାଜଧାନୀକୁ ଘେରି ଚାରି ପାଞ୍ଚଟି ସହରୀ କ୍ଷେତ୍ରରେ ବିକାଶକୁ ସଘନରୁ ସଘନତର କରାଯିବ ଓ ନ୍ୟୂନତମ ପୁଞ୍ଜି ବିଚ୍ଛୁରଣ ଦ୍ବାରା ପରିଧିସ୍ଥ ସମ୍ଭାବନାମୟ କ୍ଷେତ୍ରଗୁଡ଼ିକୁ କେବଳ ପାଣି ଛି˚ଚି ବଞ୍ଚାଇ ରଖାଯିବ। ଏ ତତ୍ତ୍ବ ଆମେ ପାଇଲେ କେଉଁଠୁ? କହିବାରେ ଦ୍ବିଧା ନାହିଁ ଯେ ସାମ୍ରାଜ୍ୟବାଦ ଓ ରାଜତନ୍ତ୍ର ହିଁ ଆଧୁନିକ ଗଣତନ୍ତ୍ରର ଭାଗ୍ୟଲିପି ଅନେକ ଆଗରୁ ଲେଖି ଦେଇଚନ୍ତି। ଗଣତନ୍ତ୍ରରେ ବି ଜଣେ ସର୍ବୋଚ୍ଚ ଲୋକପ୍ରତିନିଧି ନିଜକୁ ରାଜା ମଣି ପାରେ, ରାଜ ସୁଖ ଲୋଡ଼ି ପାରେ, ଟିକସଦାତାଙ୍କ ଅର୍ଥରେ କ୍ଷଣିକର ସନ୍ତୁଷ୍ଟୀକରଣକୁ ନେଇ ଗର୍ବ କରିପାରେ, ସମାଜର ମୂଳ ଦୁର୍ବଳ କରି ବ୍ୟକ୍ତି ପ୍ରତିଷ୍ଠାକୁ ଗୁରୁତ୍ବ ଦେଇ ପାରେ ଓ ତା’ର ନିଜ ରାଜଧାନୀକୁ ଆଲୋକ ଝଲମଲ କରି ଦୂର ଦୂରାନ୍ତର ବହୁ ସମ୍ଭାବନାମୟ କ୍ଷେତ୍ରକୁ ଅନ୍ଧକାରରେ ରଖିପାରେ। ସେ ଏଭଳି କଳ୍ପନା ମଧୢ କରିପାରେ ଯେ ଅଧିକ ମତ ପ୍ରାପ୍ତିର ସୁଯୋଗ ଯଦି କ୍ଷୁଦ୍ର ଜନବହୁଳ କ୍ଷେତ୍ରରୁ ମିଳୁଥାଏ, ତେବେ ବିକାଶ ସେଇଠି ରହୁ। ପରିଧିସ୍ଥ ଦୂର କ୍ଷେତ୍ରରେ ବିପୁଳ ପୁଞ୍ଜି ନିବେଶ କରି ମିଳିବ କ’ଣ?

ଜନ୍‌ ଫ୍ରିଡ୍‌ମ୍ୟାନ୍‌ଙ୍କ ‘କେନ୍ଦ୍ର ଓ ପରିଧି’ ବିକାଶ ତତ୍ତ୍ବ ଏତେ ଚର୍ଚ୍ଚିତ ହୋଇଚି, ଅଥଚ ତା’ର ନିିଷ୍କର୍ଷକୁ ସମୟ ସହିତ ବଦଳାଇ ପ୍ରାୟୋଗିତ କରିବାର ପ୍ରୟାସ କରାଯାଇନାହିଁ। ଏବେ ମଧୢ ‘ସହର ନିର୍ମାଣ’ରେ ଫ୍ରିଡ୍‌ମ୍ୟାନ୍‌ଙ୍କ ତତ୍ତ୍ବର ଚର୍ଚ୍ଚା ହୁଏ, କିନ୍ତୁ ଆଞ୍ଚଳିକ ସହରୀ ବିକାଶ କାହିଁକି ନ୍ୟୁୟର୍କ ସହରରେ ‘ହାର୍ଲେମ୍‌’କୁ ବିକଶିତ କରିପାରିଲା ନାହିଁ, ଏ ପ୍ରଶ୍ନ ପଚରାଯାଏ ନାହିଁ। ଯଦିବା ପଚରାଯାଏ, ଉତ୍ତର ମିଳେ ଯେ ତାହା ବର୍ଣ୍ଣବୈଷମ୍ୟର ବିଡ଼ମ୍ବିତ ସା˚ସ୍କୃତିକତାର ଏକ ଅଧୢାୟ।

ମୁଁ ବିଚାର କରେ ଯେ ଫ୍ରିଡ୍‌ମ୍ୟାନ୍‌ଙ୍କ କେନ୍ଦ୍ର-ପରିଧି ବିକାଶ ତତ୍ତ୍ବକୁ ଆବଶ୍ୟକତା ଅନୁସାରେ ପୁନର୍ବ୍ୟ˚ଜିତ କରି ଆମେ ପ୍ରୟୋଗ କରିପାରିବା। ଭାରତର ପ୍ରଧାନମନ୍ତ୍ରୀ ଯେତେବେଳେ ‘ପୂର୍ବୋଦୟ’ର ନୀତି ଘୋଷଣା କଲେ, ସେତେବେଳେ ସ୍ପଷ୍ଟ ଦିଶିଗଲା ଯେ ରାଜନୀତିର ଦୃଢ଼ ତର୍ଜନୀ ‘ପୂର୍ବଭାରତ’କୁ ଆଧୁନିକ ଭାରତର ସମ୍ଭାବନାମୟ ‘ପରିଧି’ ଭାବି ବିକାଶର ‘କେନ୍ଦ୍ର-ପରିଧି’ ତତ୍ତ୍ବକୁ ଏକ ନୂଆ ତର୍ଜମା ଦେଇଚି। ଏକଥା ସତ ଯେ ‘ପୂର୍ବଭାରତ’ ଏକ ସହଜ ସମତଳ ନୁହେଁ। ଏଠି ବହୁ ଭୌଗୋଳିକ, ଐତିହାସିକ ଓ ସା˚ସ୍କୃତିକ ଅସମନ୍ବୟର ପାଠ ବହୁକାଳ ଧରି ଅପଢ଼ା ହୋଇ ପଡ଼ିଚି। ୟାକୁ ପଢ଼ିବା ଆରମ୍ଭ କରି ଅନ୍ତଃପ୍ରବେଶ ଆରମ୍ଭ କରି ସାରିଲେଣି ଭାରତ ସରକାର। ସମନ୍ବୟ ମିଳିଗଲେ, ଭବିଷ୍ୟତ୍‌ର ନିର୍ମାଣ ହେବ। କିନ୍ତୁ ଅସଲ ସମସ୍ୟା ତ ରାଜ୍ୟରେ ହିଁ ରହିବ! ରାଜ୍ୟର ଯୋଜନା-ଦର୍ଶନ କ’ଣ? ଆମ ଓଡ଼ିଶା ସରକାର ହୁଅନ୍ତୁ ବା ଅନ୍ୟ ରାଜ୍ୟ ସରକାର ହୁଅନ୍ତୁ ସମସ୍ତଙ୍କର ଯୋଜନା-ଦର୍ଶନ କ’ଣ ସମାନ? ଗୋଟିଏ ରାଷ୍ଟ୍ର ଭିତରେ ରାଜ୍ୟମାନଙ୍କର ଆଭ୍ୟନ୍ତରୀଣ ସ˚ରଚନାରେ ବହୁ ବିବିଧତା ବିଦ୍ୟମାନ। କିନ୍ତୁ ବିଶ୍ବର ସବୁ ଗଣତାନ୍ତ୍ରିକ ଦେଶମାନଙ୍କରେ ବ୍ୟବହୃତ ‘ପ୍ଲାନି˚ ମଡେଲ୍‌’ ମୁଖ୍ୟତଃ ‘ଅର୍ବାନ୍‌’ ବା ‘ସହରୀ’। ଯୋଜନାର ବୃହତ୍ତର ବହିଃଦୃଶ୍ୟ ଓ ଅନ୍ତର୍ପାଠରେ ବୈଚିତ୍ର୍ୟ କାହିଁ? ସବୁ ଯୋଜନା ସତେ ଅବା ଗୋଟିଏ ଟେ˚ପ୍‌ଲେଟ୍‌ ବା ସାରଣୀରେ ଚାଲିଚନ୍ତି। ଆଉ ଗୋଟିଏ ଉପାଦାନ ଆମର ଯୋଜନା-ଦୃଷ୍ଟିରେ ଏବେ ପ୍ରବେଶ କରିଚି, ତାହା ହେଉଚି ‘ପ୍ରୋଜେକ୍ଟ ମୋଡ୍‌’ ବା ପ୍ରତି ବିତରଣୀୟ ହିତକୁ ଏକ ପ୍ରୋଜେକ୍ଟ ଭଳି ଚିହ୍ନିତ କରିବା, ତା’ର ‘ଅଭୀଷ୍ଟ’ (ମିସନ୍‌)କୁ ନେଇ ଅଗ୍ରସର ହେବା। ଆମ ରାଜ୍ୟରେ ମିସନ୍‌ ମୋଡ୍‌ରେ ଚାଲିଥିବା ଗୁଡ଼ିଏ ଯୋଜନା ସହିତ ଆମେ ପରିଚିତ। କିନ୍ତୁ ସେଗୁଡ଼ିକର ଉତ୍‌କ୍ଷେପଣ ପାଇଁ ଏସ୍‌.ପି.ଭି (ସ୍ପେସାଲ୍‌ ପ୍ରୋଜେକ୍ଟ ଭେହିକ୍‌ଲ) ସେଇ ପୁରୁଣା ମେସିନ୍‌ର ନୂଆ ନାମକରଣ ନୁହେଁ କି? ଇଏ କେବଳ ଆମ ରାଜ୍ୟର କଥା ନୁହେଁ, ଇଏ ଭାରତରେ ରାଜ୍ୟ ବିକାଶର କଥା। ନିଗେଲ୍‌ ଟେଲର‌୍‌ ନାମକ ଜଣେ ଲୋକକ୍ଷେତ୍ରର ବୁଦ୍ଧିଜୀବୀ ଥରେ ଯୋଜନାର ଦାର୍ଶନିକ ଭିତ୍ତିଭୂମି ବିଷୟରେ ଗୁରୁତ୍ବପୂର୍ଣ୍ଣ କଥାଟିଏ କହିଥିଲେ।

ସେ କହିଥିଲେ ଯେ ଯୋଜନାର ଦର୍ଶନରେ ଦୁଇଟି ଉପାଦାନ। ଗୋଟିଏ ତଥ୍ୟ, ଆରଟି ମୂଲ୍ୟ। ଅର୍ଥାତ୍‌ କୋଉ ତଥ୍ୟର ଆଧାରରେ ଆମେ ବିକାଶର ନିଷ୍ପତ୍ତି କରୁଚେ ଓ ତା’ର ମୂଲ୍ୟ କେତେ ମାନବୀୟ। ଅନ୍ୟ ଭାବରେ କହିଲେ ଯୋଜନା ପୂର୍ବରୁ ଯେଉଁ ଆଲୋଚନା ହୁଏ, ତାହା ସେଇ ପୁରୁଣା ଟେ˚ପ୍‌ଲେଟ୍‌ର ଆଧାରରେ ନା କିଛି ନୂଆ ତଥ୍ୟ ଥାଏ ସେଥିରେ? ତଥ୍ୟର ଅର୍ଥ ନୁହେଁ ପରିସ˚ଖ୍ୟାନ। ତଥ୍ୟର ଅର୍ଥ ସୁପ୍ରତିଷ୍ଠିତ ଦୃଷ୍ଟିକୋଣ ବା କହିପାରନ୍ତି ପ୍ରବୁଦ୍ଧ ଅନୁମାନ। ଏଥିରେ ରିସ୍କ୍‌ ବି ନିଆଯାଏ! ବିଫଳତା ବି ମିଳେ! କିନ୍ତୁ ଆଗକୁ ରାସ୍ତା ଖୋଲେ। ଆଧୁନିକ ଗଣତନ୍ତ୍ର ମାନଙ୍କରେ, ଏପରିକି ସ˚ଘୀୟ ଗଣତନ୍ତ୍ରରେ କେନ୍ଦ୍ର ବା ରାଜ୍ୟ କେହି ରିସ୍କ୍‌ ନିଅନ୍ତି ନାହିଁ, କାରଣ ରିସ୍କ୍‌ର ଅର୍ଥ ମତ ହ୍ରାସ, ମତ ହ୍ରାସର ଅର୍ଥ ପଦଚ୍ୟୁତି। ସତ୍ତାରୂଢ଼ କୌଣସି ରାଜନୈତିକ ଦଳ, ବିକାଶର ଦର୍ଶନକୁ ଗୁରୁତ୍ବ ଦିଏ ନାହିଁ। ଗୁରୁତ୍ବ ଦିଏ ସତ୍ତାଧିକାରର ପ୍ରବାହକୁ। ଏ ପ୍ରବାହ ଯେମିତି ଚାଲିଚି, ଚାଲିଥାଉ। ତେଣୁ ଯାହା ଥରେ ସଫଳତା ଦେଇଥିଲା ତାହା ଆଉ ଥରେ ପ୍ରୟୋଗ କରାଯାଉ, ତାହାହିଁ ବୁଦ୍ଧିମାନୀ। ଗୋଟିଏ ବଡ଼ ଯୋଜନା ଯଦି ପରିଧିରେ ଫେଲ୍‌ ହୋଇଯାଏ, ତେବେ କେନ୍ଦ୍ର ଥରିଯିବ। ଅଥଚ କେନ୍ଦ୍ରରେ ଯେତେ ଯୋଜନା ଫେଲ୍‌ ହେଲେ ବି ପରିଧିରେ ସ୍ପନ୍ଦନ ଟିକିଏ ହୁଏ ନାହିଁ। ପରିଧିରୁ ଆସି ଜଣେ ନେତା କେନ୍ଦ୍ରକୁ ଅଧିକାର କରିବାର ରାଜନୈତିକ ଦୃଷ୍ଟାନ୍ତ ଖୁବ୍‌ କମ୍‌। କାହିଁକି? ଏଇଥିପାଇଁ ଯେ କେନ୍ଦ୍ର ଓ ପରିଧି ବିଭେଦ ରାଜନୀତିକୁ ସୁହାଏ। କାହିଁକି ସୁହାଏ? କାରଣ ରାଜ୍ୟର ସମଗ୍ର ବୌଦ୍ଧିକ କଳକବ୍‌ଜା କେନ୍ଦ୍ରକୁ ସତ୍ୟାପନ (ଅଥେଣ୍ଟିକେସନ୍‌) ଦେବା କାର୍ଯ୍ୟରେ ନିୟୋଜିତ। ପରିଧିର ନିର୍ମାଣ କେନ୍ଦ୍ରକୁ ନିବୁଜ କରେ, ଦୃଢ଼ କରେ, ଏ ପ୍ରତ୍ୟୟର ଆଧାର ‘ତଥ୍ୟ’ ଓ ‘ମୂଲ୍ୟ’।

ତଥ୍ୟ ଓ ମୂଲ୍ୟର ଆଧାରରେ ବିଚାର କରନ୍ତୁ କୋରାପୁଟ, କଳାହାଣ୍ତି, ସମ୍ବଲପୁର ବା ସୁନ୍ଦରଗଡ଼ ଓଡ଼ିଶାର କେନ୍ଦ୍ର ହେବେ କିପରି? କୋଉଠି ଗୋଟିିଏ ଇସ୍ପାତ କାରଖାନା, କୋଉଠି ଗୋଟିଏ ବିଶ୍ବବିଦ୍ୟାଳୟ ବା କୋଉଠି ଗୋଟିଏ ଏୟାର୍‌ପୋର୍ଟ ନିର୍ମାଣ କରି ଦେଲେ ପରିଧି କେନ୍ଦ୍ରକୁ ଆସିବ ନାହିଁ। ପରିଧି ସତ୍ତା ବୃତ୍ତର ଚିନ୍ତନ ଓ ପ୍ରଭାବ କ୍ଷେତ୍ର ହୋଇ ପାରିଚି କି ନାହିଁ; ତାହା ହିଁ ପ୍ରମାଣ। ସେ ପ୍ରମାଣ ପାଇଁ ଉପାଦାନ ନିୟୋଜନ ଆମର ଯୋଜନା-ଦର୍ଶନର ଅ˚ଶ ହେବା କଥା। ସେହିଭଳି ଅନୁଷ୍ଠାନ ନିର୍ମାଣ କରି ପରିଧିକୁ ରାଜ୍ୟ ବିଶ୍ବର-କ୍ଷେତ୍ରର ଅ˚ଶରେ ପରିଣତ କରିବା ମଧୢ ଯୋଜନାର କାର୍ଯ୍ୟ। ବିତ୍ତ-ବିନିଯୋଗର ଦର୍ଶନ ସମକାଳୀନ ବିଶ୍ବରେ ଆଉ ସିଧାସଳଖ ‘ବ୍ୟୟବରାଦ’ରେ ନାହିଁ, ଏଥିରେ ବୈପ୍ଳବିକ ପରିବର୍ତ୍ତନ ଘଟିସାରିଚି। ବାର୍ଷିକ ବଜେଟ୍‌, ପୂର୍ବ ବଜେଟ୍‌ର ଟେ˚ପ୍‌ଲେଟ୍‌ ଉପରେ ‘ଇନ୍‌କ୍ରିମେଣ୍ଟ୍‌’ ନୁହେଁ। ବଜେଟ୍‌ ଗୋଟିଏ ସାମାଜିକ ଦର୍ଶନ। ବଜେଟ୍‌ରେ ‘ନିଉ ସର୍ଭିସେସ୍‌’ର ଅଧୢୟନ କଲେ ସ୍ପଷ୍ଟ ହେବ, ସମାଜରେ ନବ ଚିନ୍ତନର ବିତ୍ତୀୟ ମୂଲ୍ୟ କେତେ?

ଆପାତତଃ ଗୋଟିଏ ଦୃଶ୍ୟର ଅବତାରଣା କରୁଚି। ରାଜ୍ୟର ସତ୍ତାଧାରୀ ଦଳର ସରକାର ଦେଖିବେ ପରିଧି କିପରି କେନ୍ଦ୍ରର ନିକଟତର ହୋଇଚାଲିଚି ଓ କେନ୍ଦ୍ର ପରିଧିର କେତେ ନିକଟରେ ପହଞ୍ଚିଲାଣି। ୟା ଭିତରେ ରହିବ ସାମାଜିକ, ଅର୍ଥନୈତିକ, ନ୍ୟାୟିକ ଓ ଆଧୢାତ୍ମିକ ଦର୍ଶନ। ଲୋକଜୀବନକୁ ରାଜନୀତି ଦ୍ବାରା କବଳିତ କରିହୁଏ ନାହିଁ, ତାକୁ ନିୟନ୍ତ୍ରିତ କରିବା ମଧୢ କ୍ରମେ ଅସମ୍ଭବ ହୋଇଉଠୁଚି। ସୁଯୋଗର ସାମୟିକ ସୁଲଭତା, ପୁରସ୍କାର ଓ ତୁଷ୍ଟୀକରଣରେ ମଧୢ କେନ୍ଦ୍ର-ପରିଧି ବିନିମୟର ସୁଯୋଗ ନାହିଁ। କହିବା ନିଷ୍ପ୍ରୟୋଜନ ଯେ ଶାସନର ବିଶ୍ବସନୀୟତା ଆଉ ସର୍ବଶକ୍ତିମାନଙ୍କ ଅନୁଗ୍ରହ ଉପରେ ଆଧାରିତ ନୁହେଁ। ବର୍ତ୍ତମାନର ଶାସନ ପାଇଁ ନେତାମାନେ ଅଧିକ ଶିକ୍ଷିତ, ଅଧିକ ବୌଦ୍ଧିକ, ଅଧିକ ସମ୍ବେଦନଶୀଳ ଓ ଅଧିକ ସତ୍ୟବାଦୀ ହେବା ଜରୁରୀ। ଲୋକେ ସତ୍ୟବାଦୀକୁ ତତ୍କାଳ ପ୍ରତ୍ୟାଖ୍ୟାନ କରିପାରନ୍ତି, କିନ୍ତୁ ଶେଷରେ ମୁଣ୍ତରେ ବସାନ୍ତି ସେହିଭଳି ବ୍ୟକ୍ତିକୁ। ଲୋକ ଖରାପ ନୁହନ୍ତି, ବୋଧହୁଏ ସମକାଳୀନ ରାଜନୀତି ଖରାପ ଲୋକ ତିଆରି କରିବାର ଏକ କାରଖାନା। କୌଟିଲ୍ୟଙ୍କ ନୀତିଶାସ୍ତ୍ର ବା ମର୍ଗାନ୍‌ଥ୍ୟୁଙ୍କ କୂଟନୀତି ପଢ଼ିଥିବା କେହି କେହି ହସିପାରନ୍ତି ଯେ ବୁଦ୍ଧିମାନ, ସକ୍ଷମ ସୁହୃଦ୍‌ଟିଏ ପାଇଲେ ଏ ଦେଶର ଦରିଦ୍ର ଦୁଃଖୀ ମଣିଷ କୋଟିନିଧି ପାଏ, ତା’ ପକେଟ୍‌ରେ ପଇସା ଠୁଁସି ତା’ର ଆନୁଗତ୍ୟ ହାସଲ କରିବାର କ୍ରିୟାକୁ ସେ ଘୃଣା କରେ। ରାଜନେତାଙ୍କ ରାଜ୍ୟ-ରାଜନୀତିରେ କେନ୍ଦ୍ର-ପରିଧି ନିକଟତା ରାଜ୍ୟର ଭାବାତ୍ମକ ଏକତ୍ବର ଦୃଶ୍ୟ; ଏଠି ଅନୁଗୃହୀତ କେହି ନାହାନ୍ତି କି, ସୀମାନ୍ତରିତ କେହି ନାହାନ୍ତି।

ଶେଷର ପଦେ, କେନ୍ଦ୍ର-ପରିଧି ବିକାଶରେ ଗ୍ରାମକୁ ନେଇ। ନେତା ସହରୀ, ବକ୍ତା ସହରୀ, ଭୋକ୍ତା ସହରୀ, ତ୍ରାତା ସହରୀ, ଏମିତିକି ଗାଁ ମଣିଷର ସ୍ବପ୍ନ ବି ସହରୀ; ତେବେ ଗ୍ରାମୋଦୟର ବ୍ୟବସ୍ଥା-ପରିକଳ୍ପନା କରିବା କେମିତି? ମୁଁ ଭାବେ ଓଡ଼ିଶାର ପ୍ରକୃତ ଗ୍ରାମଗୁଡ଼ିକ ପରିଧିରେ। ନଗଡ଼ା ଭଳି ଆଉ କିଛି ବ୍ୟତିକ୍ରମ ମୋର ମନେହୁଏ, ଯାହା କିଛି ଓ ଯେଉଁମାନେ କେନ୍ଦ୍ରୀୟ ବିଚାର ଭିତରକୁ ଆସିନାହାନ୍ତି, ତାଙ୍କର ଆବିଷ୍କାର ଓ ସଶକ୍ତୀକରଣ କେନ୍ଦ୍ର-ପରିଧି ତର୍କର ଗୋଟିଏ ବଡ଼ ଅ˚ଶ ହୋଇ ଠିଆ ହେବ। ପରିଧିର ସଶକ୍ତୀକରଣର ଅର୍ଥ ନୁହେଁ କେନ୍ଦ୍ର ସହିତ ପ୍ରତିଦ୍ବନ୍ଦ୍ବିତା, ବର˚ ଏହା ଏକ କଳ୍ପନାଶୀଳ ମାନବୀୟ ଉଦାର ସହଭାଗିତା।

ମୋ- ୯୪୩୭୦୩୯୮୫୮