ଇ˚ରେଜୀ ମାନସିକତା ବନାମ ଓଡ଼ିଆ ଇଚ୍ଛାଶକ୍ତି

ବିତର୍କ: ଓଡ଼ିଆରେ ବୈଷୟିକ ଶିକ୍ଷା - ଅଜିତ ମହାନ୍ତି

ଇ˚ରେଜ ସାମ୍ରାଜ୍ୟବାଦ ରୂପାନ୍ତରିତ ହୋଇସାରିଛି। ଇ˚ରେଜ ସାମ୍ରାଜ୍ୟ ଆଉ ଭୌଗୋଳିକ ସୀମାରେ ବିସ୍ତାରିତ ନୁହେଁ; ଏହାର ବିସ୍ତାର ଆଧୁନିକ ଇ˚ରେଜୀ-ଶିକ୍ଷିତଙ୍କ ମନରେ। ଇ˚ରେଜୀ ଭାଷା ବିନା ଯେ ଆଧୁନିକତା, ପ୍ରଗତି, ଶିକ୍ଷା, ଗବେଷଣା, ବିଜ୍ଞାନ, ବୈଷୟିକ ଓ ଯାନ୍ତ୍ରିକ ପ୍ରୟୋଗ ଇତ୍ୟାଦି ସମ୍ଭବ, ଏ କଥା ଇ˚ରେଜୀ କବଳିତ ମନ ନେଇ ବୁଝି ହୁଏନା। ଇ˚ରେଜୀ ଭାଷାର ସାମ୍ରାଜ୍ୟବାଦର ଊର୍ଦ୍ଧ୍ବରେ ରହି ଭାଷା, ମାତୃଭାଷା ଓ ବହୁଭାଷାର ଜଗତ୍‌ କଥା ଚିନ୍ତା କଲେ ଏ କଥା ସ୍ପଷ୍ଟ ହୁଅନ୍ତା ଯେ ଜ୍ଞାନ କୌଣସି ନିର୍ଦ୍ଦିଷ୍ଟ ଭାଷାରେ ଆବଦ୍ଧ ନୁହେଁ; ଇ˚ରେଜୀ ଭାଷାର କୌଣସି ଏକଚାଟିଆ ଅଧିକାର ନାହିଁ ଆଧୁନିକ ଜ୍ଞାନ ଉପରେ। ନିଜସ୍ବ ଗୁଣ ଓ ସ୍ବୟ˚ ସମ୍ପୂର୍ଣ୍ଣତା ଦୃଷ୍ଟିରୁ କୌଣସି ଭାଷା ଅପୂର୍ଣ୍ଣ ନୁହେଁ, ଗୌଣ ନୁହେଁ।

ପ୍ରତ୍ୟେକଟି ଭାଷା ନିର୍ଦ୍ଦିଷ୍ଟ ସା˚ସ୍କୃତିକ ପରିବେଶରେ ସେହି ଭାଷାଭାଷୀଙ୍କ ଚିନ୍ତା, ଚେତନା, ଅନୁଭବ, ଜ୍ଞାନ ଇତ୍ୟାଦି ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରିବାକୁ ସମର୍ଥ। ଭାଷା ବ୍ୟବହାରର ପରିସର ବଢ଼ିଲେ ଭାଷା ଅଧିକ ଶାଣିତ ହୁଏ। ଶିକ୍ଷା ସମେତ ବିଭିନ୍ନ ସାମାଜିକ-ବୌଦ୍ଧିକ କ୍ଷେତ୍ରରେ ବ୍ୟବହୃତ ହେଲେ ହିଁ ଭାଷା ପୁଷ୍ଟ ହୁଏ ଏବ˚ ବ୍ୟବହାର ସ˚କୁଚିତ ହେଲେ ଭାଷା ଦୁର୍ବଳ ହୁଏ। ଇ˚ରେଜୀ ଭାଷା ମଧୢ କାଳକ୍ରମେ ଅନ୍ୟାନ୍ୟ ପ୍ରଭାବଶାଳୀ ଭାଷାମାନଙ୍କ ପ୍ରାଧାନ୍ୟରୁ ମୁକ୍ତ ହୋଇ ନିଜର ବ୍ୟବହାର ପରିସର ବ୍ୟାପ୍ତ କରିଥିବାରୁ ଦୃଢ଼ ହୋଇଛି। ଆମେ ଆମ ଭାଷାକୁ ବ୍ୟବହାରରୁ ବଞ୍ଚିତ କରିବା ଫଳରେ ଭାଷା ଦୁର୍ବଳ ମନେହୁଏ ଏବ˚ ପୁଣି ସେହି ଦୁର୍ବଳତାର ଦ୍ବାହି ଦେଇ ଭାଷାକୁ ଅନ୍ୟାନ୍ୟ ପରିସରରୁ ବଞ୍ଚିତ କରିବା- ଏହା ଭାଷାକୁ ମାରି ଦେବାର କାଳଚକ୍ର। ଓଡ଼ିଆ ଭାଷା କ’ଣ ସେଇ କାଳଚକ୍ରରେ ପଡ଼ିଥିବ ନାଁ ଆମେ ପ୍ରୟାସ କରିବା ଯେ ବିଭିନ୍ନ କ୍ଷେତ୍ରରେ, ଶିକ୍ଷାରେ, ସମାଜରେ ଏବ˚ ଉଚ୍ଚ-ବୈଷୟିକ ଶିକ୍ଷା ପରିସରରେ ଓଡ଼ିଆ ବ୍ୟବହୃତ ହୋଇ ଉନ୍ନତ ହେଉ? ଯଦି ନିଜ ଭାଷାକୁ ଉପେକ୍ଷା କରି ଇ˚ରେଜୀରେ ଶିକ୍ଷା ପଛରେ ଗୋଡ଼ାଇଥିବା, କେମିତି ମୁକୁଳିବା ଭାଷା-ମୃତ୍ୟୁର ସେଇ କାଳଚକ୍ରରୁ, ଯାହା ମ୍ୟାକଲେଙ୍କ ଯୋଜନାରେ ଆମ ଉପରେ ଲଦା ହୋଇଛି?

ଓଡ଼ିଆ ଭାଷାର ପୋଷଣ ଓ ପୁଷ୍ଟି ପାଇଁ ପ୍ରସଙ୍ଗ ଅନେକ। ତେବେ, ଆଜିର ଆଲୋଚନା ଇ˚ଜିନିୟରି˚ ଶିକ୍ଷାରେ ଓଡ଼ିଆର ବ୍ୟବହାର ଯାହାକୁ ଡିସେମ୍ବର ୧୫, ୨୦୨୧ ‘ସମ୍ବାଦ’ ସ୍ତମ୍ଭରେ ବିଶିଷ୍ଟ ଲେଖକ ରାଜେନ୍ଦ୍ର ନାରାୟଣ ଦାସ ଏକ ‘ଉଦ୍ଭଟ କଳ୍ପନା’ ଭାବରେ ବର୍ଣ୍ଣନା କରିଛନ୍ତି। ଆରମ୍ଭରୁ ଉଦାହରଣ ଦେଇ ଏଥିରେ କୁହାଯାଇଛି ଯେ ଭାଷାରେ ଦକ୍ଷତା ନ ଥିଲେ ଶ୍ରେଣୀର ପାଠ ବୁଝି ହୁଏ ନାହିଁ। ଏ କଥା ସତ୍ତ୍ବେ ଳେଖକଙ୍କ ସିଦ୍ଧାନ୍ତ ହେଲା ‘‘ଇ˚ଜିନିୟରି˚ ଇ˚ରେଜୀ ଛଡ଼ା ଅନ୍ୟ ଆଞ୍ଚଳିକ ଭାଷାରେ ପଢ଼ିବାର ଚିନ୍ତା କରାଯାଇ ନ ପାରେ, କାରଣ ଅଧିକା˚ଶ ଇ˚ଜିନିୟରି˚, ଡାକ୍ତରୀ ବା ବୈଷୟିକ ଛାତ୍ରଛାତ୍ରୀ ବେସରକାରୀ ସ୍କୁଲ୍‌ରେ ଇ˚ରେଜୀରେ ଶିକ୍ଷିତ ଏବ˚ ଓଡ଼ିଆ ଲେଖି କହି ପାରନ୍ତି ନାହିଁ।’’ ପ୍ରଶ୍ନ ହେଉଛି, ଭାଷାର ସେହି କାଳଚକ୍ରର: ଯେଉଁ ଓଡ଼ିଆମାନେ ଇ˚ରେଜୀ ମାଧୢମରେ ପଢ଼ି ଏବ˚ ଘରେ ଓଡ଼ିଆ ନ ଶିଖି ଓଡ଼ିଆ ଭାଷାକୁ ଉପେକ୍ଷାର କାଳଚକ୍ରରେ ପଡ଼ିବାର ସାଧନ, ଆମେ ସେଇମାନଙ୍କ କଥା ଚିନ୍ତା କରି, ସେଇମାନଙ୍କ ସହିତ ରହି ଓଡ଼ିଆକୁ ଆଉ ତଳକୁ ଠେଲିବା ନାଁ ଶିକ୍ଷାର ବିବିଧ କ୍ଷେତ୍ରରେ ଓଡ଼ିଆର ବ୍ୟବହାର ପଥ ସୁଗମ୍ୟ କରିବା? ଏ ଯେଉଁ ଇ˚ରେଜୀ-ମାଧୢମ ପିଲାଙ୍କ କଥା କୁହାଯାଉଛି ସେମାନେ ପ୍ରକୃତରେ କେତେ ସ˚ଖ୍ୟାର ତାହା ମଧୢ ଅନୁଧୢାନଯୋଗ୍ୟ। ସ୍କୁଲ୍‌ ଖର୍ଚ୍ଚ, ଗୁଣାତ୍ମକ ମାନ ଓ ଶିକ୍ଷାର୍ଥୀଙ୍କ ଉପରେ ପ୍ରଭାବ ଦୃଷ୍ଟିରୁ ମୁଁ ମୋର ଏକାଧିକ ପ୍ରକାଶିତ ଗବେଷଣା ନିବନ୍ଧରେ ଇ˚ରେଜୀ ମାଧୢମ ସ୍କୁଲ୍‌ଗୁଡ଼ିକ ଡୁନ୍‌ ସ୍କୁଲ୍‌ରୁ ଡୁମ୍‌ (ସର୍ବନାଶୀ) ସ୍କୁଲ୍‌ମାନଙ୍କର ବିଭିନ୍ନ ସୋପାନରେ ଥିବା କଥା କହିଛି। ଏଭଳି ବିଶିଷ୍ଟ ବିଦ୍ୟାଳୟମାନଙ୍କରେ ଧନୀ ଉଚ୍ଚ ବର୍ଗର ପିଲାଏ ଅନେକ ଅଧିକ ଖର୍ଚ୍ଚରେ ପଢ଼ନ୍ତି ଏବ˚ ଘରେ ତଥା ବିଦ୍ୟାଳୟରେ ଇ˚ରେଜୀ ପ୍ରୋତ୍ସାହୀ ବାତାବରଣ ଅଛି। କିନ୍ତୁ, ଏ ସୋପାନ ତଳକୁ ଥିବା ସ୍ବଳ୍ପ ଖର୍ଚ୍ଚର ସହର ତଳି ଓ ଗ୍ରାମୀଣ ଘରୋଇ ସ୍କୁଲ୍‌ମାନଙ୍କରେ ଇ˚ରେଜୀ ଶିକ୍ଷା ଅତ୍ୟନ୍ତ ନିମ୍ନ ମାନର, ସାମଗ୍ରିକ ଶିକ୍ଷା ମଧୢ ପ୍ରଭାବଶାଳୀ ନୁହେଁ। ତେଣୁ, ବସ୍ତୁତଃ ଓଡ଼ିଆରେ ବୈଷୟିକ ଓ ଯାନ୍ତ୍ରିକ ଶିକ୍ଷା ଦ୍ବାରା ଅସୁବିଧାରେ ପଡ଼ିବା ପିଲାମାନେ କେବଳ ଅତି ବିଶିଷ୍ଟ ଓ ବିଶିଷ୍ଟ ଇ˚ରେଜୀ ଶିକ୍ଷା ସୋପାନର, ଯେଉଁମାନେ ଓଡ଼ିଆ ପିଲାଙ୍କ ମଧୢରେ ମାତ୍ର ଶତକଡ଼ା ଆଠ ଭାଗ ଏବ˚ ଏଇ ପିଲାଙ୍କ ବାପାମାଆ ପିଲାଙ୍କୁ ଅଧିକ ଖର୍ଚ୍ଚରେ ବେସରକାରୀ ଇ˚ଜିନିୟରି˚ ଶିକ୍ଷାନୁଷ୍ଠାନରେ ଦେଇ ପାରିବେ ଏବ˚ ଦେବାକୁ ପସନ୍ଦ କରିବେ। ବର˚, ବର୍ତ୍ତମାନର ଇ˚ରେଜୀ ମାଧୢମ ଉଚ୍ଚ ଓ ବୈଷୟିକ ଶିକ୍ଷାରେ ଶତକଡ଼ା ବୟାନବେ ଭାଗ ପିଲାଙ୍କ ଦୁର୍ଦଶା ଚିନ୍ତନୀୟ କାରଣ, ଏହି ସ୍ତରର ଶିକ୍ଷାରେ ନିମ୍ନ ବର୍ଗ, ଆଦିବାସୀ ଓ ଅନ୍ୟାନ୍ୟ ବ˚ଚିତ ଶ୍ରେଣୀର ପିଲାମାନେ ଖୁବ୍‌ କମ୍‌ ସ˚ଖ୍ୟାର।

ସବୁ ପ୍ରକାର ପ୍ରୋତ୍ସାହନ ଓ ଆରକ୍ଷଣ ବ୍ୟବସ୍ଥା ସତ୍ତ୍ବେ ଗରିବ, ଗ୍ରାମୀଣ, ନିମ୍ନବର୍ଗ ଓ ଆଦିବାସୀ ପିଲାଙ୍କ ସ˚ଖ୍ୟା ସେମାନଙ୍କ ଆନୁପାତିକ ଜନସ˚ଖ୍ୟା ତୁଳନାରେ ଅନେକ କମ୍‌- ପ୍ରାୟ ୨୬ ପ୍ରତିଶତ। କାରଣ, ସେ ସ୍ତରର ପାଠ ପାଇଁ ଖର୍ଚ୍ଚ ଓ ଇ˚ରେଜୀ ଭାଷା ଉଭୟେ ବୋଝ। ଫଳରେ, ଅଧିକା˚ଶ ବ˚ଚିତ ଶ୍ରେଣୀର ପିଲା ଇ˚ରେଜୀ ଭାଷା ଯୋଗେ ମୁଖ୍ୟତଃ ଉଚ୍ଚ ଓ ବୈଷୟିକ ଶିକ୍ଷାରୁ ମଧୢ ବ˚ଚିତ। ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନଙ୍କ ମତରେ ଦାରିଦ୍ର୍ୟରେ ଥିବା ପିଲାଏ ସ୍କୁଲ୍‌ ଶିକ୍ଷା ପରେ ଉଚ୍ଚ ଓ ବୈଷୟିକ ଶିକ୍ଷା ଲାଭ କଲେ ହିଁ ଦାରିଦ୍ର୍ୟରୁ ବାହାରି ବିକାଶ ପାଇଁ ସମର୍ଥ ହେବେ। ଓଡ଼ିଆରେ ଇ˚ଜିନିୟରି˚ ଓ ବୈଷୟିକ ପାଠ ସରକାରୀ ସ୍ତରରେ ଉପଲବ୍‌ଧ ହେଲେ ଅଧିକା˚ଶ ଓଡ଼ିଆ ଜାଣିଥିବା ପିଲା ଉପକୃତ ହେବେ। ସ୍କୁଲ୍‌ ପାଠ ଶେଷ ପର୍ଯ୍ୟନ୍ତ ଇ˚ରେଜୀ ଥିବାରୁ ଓଡ଼ିଆ ମାଧୢମରେ ବୈଷୟିକ ପାଠରେ ନିଜର ଜ୍ଞାନ ଓ ବୁଝାମଣା ସହିତ ଆନୁଷଙ୍ଗିକ ପ୍ରସ୍ତୁତି ଓ କର୍ମଦକ୍ଷତା ପାଇଁ ଏମାନେ ଓଡ଼ିଆ, ଇ˚ରେଜୀ, ହିନ୍ଦୀ ଇତ୍ୟାଦି ବହୁଭାଷିକ ଦକ୍ଷତା-ସମ୍ପନ୍ନ ଭାବରେ ପରିଗଣିତ ହେବେ। ତେଣୁ ନିଯୁକ୍ତି, ଯୋଗାଯୋଗ ଏବ˚ ଅନ୍ତର୍ଜାତୀୟ କର୍ମକ୍ଷେତ୍ର ପାଇଁ ଏମାନଙ୍କର ପ୍ରସ୍ତୁତି ଅନେକ ଦିଗରୁ ଇ˚ରେଜୀ-ମାଧୢମରେ ଇ˚ଜିନିୟରି˚ ଶିକ୍ଷା ପ୍ରାପ୍ତମାନଙ୍କ ଠାରୁ ଭଲ ହେବ କାରଣ ବର୍ତ୍ତମାନର ବହୁରାଷ୍ଟ୍ରୀୟ କର୍ପୋରେଟ୍‌ ପରିଚାଳନାରେ ବହୁଭାଷିକତା ଓ ସା˚ସ୍କୃତିକ ବିବିଧତା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଅନ୍ୟାନ୍ୟ ଯେଉଁ ସମସ୍ୟାଗୁଡ଼ିକ ଓଡ଼ିଆରେ ଇ˚ଜିନିୟରି˚ ପାଠ ପ୍ରସ୍ତାବ ପ୍ରସଙ୍ଗରେ ଉଠାଯାଉଛି ତାହା ହେଲା ଅନୁବାଦ ସମସ୍ୟା ଓ ଓଡ଼ିଆରେ ପଢ଼ାଇବାରେ ଶିକ୍ଷକମାନଙ୍କର କଳ୍ପିତ ଅସାମର୍ଥ୍ୟ।

ପ୍ରଥମରୁ କହିରଖେ ଯେ ଅନୁବାଦର ପ୍ରାରମ୍ଭିକ ପ୍ରୟାସ ନିଶ୍ଚୟ କଷ୍ଟକର, କିନ୍ତୁ ଦୁଃସାଧୢ ନୁହେଁ। ଅନୁବାଦକୁ କଷ୍ଟକର କହି ତ ସମସ୍ୟାର ଆହ୍ବାନକୁ ଏଡ଼ାଇ ଦେଇ ହେବ ନାହିଁ। ମହାକାଶ ଗବେଷଣା ଯେବେ ଆରମ୍ଭ ହୋଇ ଆଗକୁ ବଢ଼ିଲା ଏହି ନୂତନ ଜ୍ଞାନକୁ ପ୍ରକାଶ କରିବା ପାଇଁ ବିଭିନ୍ନ ଭାଷାମାନେ ପ୍ରଥମେ ଚଳନ୍ତି ଓ ପରେ ମାନକ ଶବ୍ଦାବଳୀ ବ୍ୟବହାର କଲେ ଏବ˚ ଅନେକ ଭାଷା ଅନ୍ୟ ଭାଷାର ଶବ୍ଦାବଳୀକୁ ନିଜ ଭାଷାରେ ଗ୍ରହଣ କରିନେଲେ। ଭାଷା-ଭାଷା ମଧୢରେ ଅଭେଦ୍ୟ ପ୍ରାଚୀର ନାହିଁ। ଇ˚ଜିନିୟରି˚ ସ୍କୁଲ୍‌ ଭଳି ଅନେକ ଶବ୍ଦ, ଓଡ଼ିଆରେ ପ୍ରତିଶବ୍ଦ ଥିଲେ ମଧୢ ଚଳନ୍ତି ଓଡ଼ିଆରେ ଏସବୁର ବ୍ୟବହାର ରହିଛି। ଆମେ ପେଣ୍ତୁ ନ କହି ବଲ୍‌ କହୁଛୁ, ମେଜ, ଚଉକି, କଲମ ଇତ୍ୟାଦି ନ କହି ଟେବୁଲ୍‌, ଚେୟାର୍‌ ଓ ପେନ୍‌ ବ୍ୟବହାର କରୁଛୁ। ଠିକ୍‌ ସେହି ଭଳି ହିନ୍ଦୀ, ସ˚ସ୍କୃତ ସମେତ ଅନ୍ୟ ଭାରତୀୟ ଭାଷା, ତଥା ଲାଟିନ୍‌, ଗ୍ରୀକ୍‌, ଫ୍ରେଞ୍ଚ ଓ ସ୍ପାନିଶ୍‌ ଇତ୍ୟାଦି ଅନେକ ଭାଷାର ହଜାର ହଜାର ଶବ୍ଦ ଗ୍ରହଣ କରି ଇ˚ରେଜୀ ଭାଷା ମଧୢ ନିଜର ଶବ୍ଦାବଳୀକୁ ସମୟୋପଯୋଗୀ ଓ ଋଦ୍ଧିମନ୍ତ କରିଛି। ତେଣୁ ଇ˚ଜିନିୟରି˚ ପାଠର ଅନୁବାଦରେ ଶବ୍ଦ ଓ ଧାରଣା (Concept)ମାନ କଥିତ ଓଡ଼ିଆ ସହିତ ବର୍ତ୍ତମାନର ଇ˚ରେଜୀ ଶବ୍ଦମାନ ସମାନ୍ତରାଳ ଭାବରେ ଓ ସରଳ ବର୍ଣ୍ଣନା ସହିତ ରଖିହେବ। ଅନେକ ସମୟରେ ଅଯଥା ସ˚ସ୍କୃତ ଓ କ୍ଳିଷ୍ଟ ସାଧୁ ଶବ୍ଦରେ ଅନୁବାଦ କରିବା ଫଳରେ ଅନେକ ପରିଭାଷାରେ ଇ˚ରେଜୀରୁ ଅନୂଦିତ ଓଡ଼ିଆ ଶବ୍ଦ ଖୁବ୍‌ କ୍ଳିଷ୍ଟ ମନେହୁଏ ଯାହା ସାଧାରଣ ଛାତ୍ରଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ। ସାଧାରଣ ନିତିଦିନିଆ ଧାରଣା ଓ ବ୍ୟବହୃତ ଲୋକ ଭାଷାର ଶବ୍ଦମାନଙ୍କ ସହିତ ବିଜ୍ଞାନର ଶବ୍ଦାବଳୀ ଯେତେ ଅଧିକ ଯୋଡ଼ି ହେବ ଅନୁବାଦ ସେତିକି ସରଳ ଓ ସାବଲୀଳ ହେବ। ଓଡ଼ିଆ ଭାଷାର ଉନ୍ନତି ଓ ବିସ୍ତାରିତ ବ୍ୟବହାର ପାଇଁ ଅନୁବାଦର ଆହ୍ବାନ ନିଶ୍ଚୟ ସ୍ବୀକାର୍ଯ୍ୟ।

ବର୍ତ୍ତମାନ ଓଡ଼ିଶାରେ ଇ˚ଜିନିୟରି˚ ପାଠରେ ପ୍ରାୟ ସମସ୍ତ ଶିକ୍ଷକ ଓଡ଼ିଆ ଭାଷାଭାଷୀ। ସେମାନେ ନିଜ ଜ୍ଞାନ ଓ ଇ˚ଜିନିୟରି˚ ପାଠକୁ ଅତି ଶୁଦ୍ଧ ବା ସାଧୁ ଓଡ଼ିଆରେ ନ ହେଲେ ମଧୢ ନିଜ ଢଙ୍ଗରେ ଓ ପିଲାମାନଙ୍କୁ ବୁଝିହେଲା ଭଳି ଶୈଳୀରେ ପ୍ରକାଶ କରିପାରିବେ। ବିଶିଷ୍ଟ ଓଡ଼ିଆ ଭାଷାବିଦ୍‌ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ବଙ୍ଗଳାରେ ପଦାର୍ଥ ବିଜ୍ଞାନ ପଢ଼ାଯିବା ପ୍ରସଙ୍ଗରେ ସାର୍‌ ଜଗଦୀଶ ଚନ୍ଦ୍ର ବୋଷଙ୍କ କଥା ଉଦ୍ଧାର କରି କହନ୍ତି ଯଦି ଜଣେ ଓଡ଼ିଆ ନିଜେ ବୁଝିଥିବା ପାଠକୁ ଓଡ଼ିଆରେ କହିପାରିବ ନାହିଁ ତା’ର କାରଣ ନୁହେଁ ଯେ ସେ ଓଡ଼ିଆ ଜାଣିନାହିଁ। ବର˚ ସେ ପାଠ ଜାଣିନାହିଁ। ଓଡ଼ିଆ ଇ˚ଜିନିୟରି˚ ଶିକ୍ଷକମାନଙ୍କ ପାଇଁ ଓଡ଼ିଆରେ ପାଠ ପଢ଼ାଇବା ଅସାଧୢ ନୁହେଁ। ଏବେ ମଧୢ ଇ˚ରେଜୀରେ ପଢ଼ାଇଲା ବେଳେ ପିଲାଙ୍କ ଅସୁବିଧାକୁ ଲକ୍ଷ୍ୟ କରି ବିଭିନ୍ନ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଶିକ୍ଷକମାନେ ସ୍ଥଳ ବିଶେଷରେ ଓଡ଼ିଆ ବା ଅନ୍ୟାନ୍ୟ ଆଞ୍ଚଳିକ ଭାଷା ବ୍ୟବହାର କରନ୍ତି।

ଓଡ଼ିଆରେ ଇ˚ଜିନିୟରି˚ ପାଠ ବିଷୟରେ ଅନ୍ୟ ଯେଉଁ ସମସ୍ୟା କଥା ଉଠାଯାଉଛି ତାହା ହେଲା ଅନ୍ତର୍ଜାତୀୟ ଯୋଗାଯୋଗ ଓ ନିଯୁକ୍ତି। ମନେ ରଖିବାକୁ ହେବ ଯେ ଓଡ଼ିଆ ପିଲାଙ୍କ ଓଡ଼ିଆ-ମାଧୢମ ପାଠପଢ଼ା (ଯାହା ରାଜେନ୍ଦ୍ର ବାବୁଙ୍କ ସମେତ ଆମ ପିଢ଼ିର ନାଗରିକମାନଙ୍କ ଶିକ୍ଷା ବ୍ୟବସ୍ଥା ଥିଲା) ହେଉଛି ଆଧୁନିକ ଶିକ୍ଷା ବିଜ୍ଞାନରେ ଗବେଷଣା ଓ ପ୍ରୟୋଗ ସିଦ୍ଧ ମାତୃଭାଷାଭିତ୍ତିକ ଶିକ୍ଷା ବ୍ୟବସ୍ଥା। ଏ ବ୍ୟବସ୍ଥାରେ ବହୁଭାଷିକ ଦକ୍ଷତା ବୃଦ୍ଧି ହେଉଥିବାରୁ ଓଡ଼ିଆ-ପ୍ରଧାନ ଶିକ୍ଷା ହେଲେ ମଧୢ ଇ˚ରେଜୀ ସମେତ ଅନ୍ୟାନ୍ୟ ଭାଷାରେ ମଧୢ ସାଧାରଣ ଦକ୍ଷତା ବୃଦ୍ଧି ପାଏ। ତେଣୁ ଅତି ଉଚ୍ଚ ମାନର ନ ହେଲେ ମଧୢ ସାଧାରଣ ମାନର ଦକ୍ଷତା ନେଇ ଓଡ଼ିଆ ଇ˚ଜିନିୟରମାନେ ଇ˚ରେଜୀ ଓ ଅନ୍ୟ ଭାଷାରେ ଦେଶବିଦେଶରେ ନିଜକୁ ପ୍ରତିଷ୍ଠିତ କରିପାରିବେ, ଠିକ୍‌ ଯେପରି ନିଜ ନିଜ ଭାଷାରେ ପଢ଼ି ଏବ˚ ସର୍ବନିମ୍ନ ଇ˚ରେଜୀ ଦକ୍ଷତା ରଖି ଜାପାନ, ଚାଇନା, ସ୍ପାନିଶ୍‌ ଭାଷାଭାଷୀ ଓ ଫରାସୀ ଭାଷାଭାଷୀ ରାଷ୍ଟ୍ର ସମୂହର ଲକ୍ଷ ଲକ୍ଷ ଇ˚ଜିନିୟର ସଫଳ ଭାବରେ ବିଦେଶରେ ନିଯୁକ୍ତ। ତା’ଛଡ଼ା, ଦେଶୀ କରଦାତାଙ୍କ ଅର୍ଥରେ ଶିକ୍ଷିତମାନେ ବିଦେଶରେ ଗୋଲାମି କରିବା ତ ଜାତୀୟ ସ୍ବାର୍ଥରେ ନୁହେଁ, ତେଣୁ ଇ˚ଜିନିୟରି˚ ପାଠର ତାହା ମୂଳ ଲକ୍ଷ୍ୟ ନୁହେଁ।

ରାଷ୍ଟ୍ରର ଶିକ୍ଷା ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା କଥା। ମାତ୍ର ଇ˚ରେଜୀରେ ଶିକ୍ଷା, ବିଶେଷ କରି, ଉଚ୍ଚ-ବୈଷୟିକ ଶିକ୍ଷା ଦ୍ବାରା ଇ˚ରେଜୀ ଅଳ୍ପ କେତେକ ବିଶିଷ୍ଟ ସୁବିଧା ପ୍ରାପ୍ତ ଗୋଷ୍ଠୀଙ୍କର ବିକାଶ ଏବ˚ ଅନ୍ୟାନ୍ୟ ସ˚ଖ୍ୟାଗରିଷ୍ଠ ବଞ୍ଚିତ ଗୋଷ୍ଠୀ ପାଇଁ ବିନାଶର ଶିକ୍ଷା। ଗାନ୍ଧୀ ଯେ ଇ˚ରେଜୀ ଶିକ୍ଷା ବିରୋଧରେ ବାରମ୍ବାର ଚେତେଇ ଥିଲେ ଏକଥା କାହାକୁ ଅଛପା ନାହିଁ। ନେହରୁ ଇ˚ରେଜ ଜ୍ଞାନୀ ଓ ଅଜ୍ଞାନୀଙ୍କର ଦୁଇଟି ଜାତି କଥା କହିଥିଲେ; ଏବେ ଭଲ ଇ˚ରେଜୀ, ସାଧାରଣ ଇ˚ରେଜୀ ପାଠୁଆ ଏବ˚ ଇ˚ରେଜୀ ଅଜ୍ଞାନଙ୍କୁ ନେଇ ଅନ୍ୟ ଏକ ନୂତନ ଜାତିପ୍ରଥା।

ଇ˚ରେଜୀରେ ଇଞ୍ଜିନିୟରି˚ ଶିକ୍ଷାରେ ଉପକୃତ ଆଠ ଭାଗ ଏବ˚ ବଞ୍ଚିତ ବୟାନବେ ଭାଗ। ଆମ ଓଡ଼ିଆ ଭାଷା ବଞ୍ଚିଲେ, ଶିକ୍ଷାର ସମସ୍ତ ସୋପାନରେ ଉପଯୁକ୍ତ ଭାବରେ ବ୍ୟବହୃତ ହେଲେ ବଞ୍ଚିତମାନେ ବଞ୍ଚିବାର ନୂତନ ସମ୍ଭାବନା ପାଇବେ। ଇ˚ରେଜୀର ଭାଷା ସାମ୍ରାଜ୍ୟବାଦରୁ ମୁକୁଳି ଓଡ଼ିଆ ଭାଷା ଆଗକୁ ଯାଉ। ଭାଷା ଆନ୍ଦୋଳନ ଓ ଶାସ୍ତ୍ରୀୟ ମାନ୍ୟତା ପରେ ଜାଗ୍ରତ ଇଚ୍ଛାଶକ୍ତି ଆଗରେ ଓଡ଼ିଆରେ ଇ˚ଜିନିୟରି˚ ପାଠର ଆହ୍ବାନ କଠିନ ନିଶ୍ଚୟ, କିନ୍ତୁ ଦୁ‌େର୍ଜୟ ନୁହେଁ।

ପ୍ରାକ୍ତନ ପ୍ରଫେସର, ଜେଏନ୍‌ୟୁ
[email protected]

ସମ୍ବନ୍ଧିତ ଖବର