ଆଧୁନିକ ପ୍ରଯୁକ୍ତି ଓ ଇଂରେଜୀ ମୂଳରୁ ଏକାଠି

ବିତର୍କ : ଓଡ଼ିଆରେ ବୈଷୟିକ ଶିକ୍ଷା - ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

ବିଜ୍ଞାନର ଚରମ ଲକ୍ଷ୍ୟ ହେଲା ଜୀବନର ମାନ ବୃଦ୍ଧି। ଏଥିପାଇଁ ଏହାକୁ ରୂପାନ୍ତରିତ ହେବାକୁ ପଡ଼େ ଟେକ୍‌ନୋଲୋଜି ବା ବୈଷୟିକ ବିଦ୍ୟାରେ। ଅନ୍ୟ ପକ୍ଷରେ, ବୈଷୟିକ ବିଦ୍ୟା ଜୀବନକୁ ସମୁନ୍ନତ କରିବା ପାଇଁ ଉତ୍ପାଦମାନ ସୃଷ୍ଟି କରେ। ତେବେ, ଏହା ଅର୍ଥନୈତିକ ଦୃଷ୍ଟିକୋଣରୁ ଏବ˚ ବର୍ତ୍ତମାନର ପରିପ୍ରେକ୍ଷୀରେ, ସେଥି ସହିତ ପରିବେଶ ସହନୀୟ ହେବା ଉଚିତ।

ଏବେ ବିଜ୍ଞାନର ଦ୍ରୁତ ପ୍ରଗତି ଘଟିଚାଲିଛି ଏବ˚ ଏହି ଲକ୍ଷ୍ୟ ସାଧନ ଲାଗି ତାହାରି ସହିତ ତାଳ ଦେଇ ବଦଳିବାରେ ଲାଗିଛି ପ୍ରଯୁକ୍ତ ବିଦ୍ୟା। ପ୍ରତିଦିନ ଏହା ନୂତନ ନୂତନ ରୂପ ନେଇ ଉଭା ହେବାରେ ଲାଗିଛି। ବୈଷୟିକ ବିଜ୍ଞାନୀ ବା ଟେକ୍‌ନୋଲୋଜିଷ୍ଟ୍‌ମାନଙ୍କୁ ଏଥିସହିତ ପାଦ ମିଳାଇ ଚାଲିବାକୁ ହେଲେ ଆବଶ୍ୟକ ଆର୍ନ୍ତଜାତିକ ସ୍ତରରେ ଭାବର ଆଦାନ ପ୍ରଦାନ। ଅର୍ଥନୈତିକ ଜଗତ୍‌କରଣ ଏ ପ୍ରକ୍ରିୟାର ଆବଶ୍ୟକତା ବଢ଼ାଇଛି ଏବ˚ ସେଥିସହିତ ଏହାର ପଥକୁ ମଧୢ ସୁଗମ କରିଛି। ତେବେ, ଏହି ଭାବର ଆଦାନ ପ୍ରଦାନ ପାଇଁ ଲୋଡ଼ା ଏକ ସାଧାରଣ ମାଧୢମ, ଅର୍ଥାତ୍‌ ଭାଷା। ନିଃସନ୍ଦେହରେ ସେ ଭୂମିକା ନେଇଛି ଇଂରେଜୀ! ଏହି ପରିପ୍ରେକ୍ଷୀରେ ଏବେ ମନକୁ ଆସୁଛି ମାତୃଭାଷାରେ ବୈଷୟିକ ବିଦ୍ୟା ଇ˚ଜିନିଅରି˚ ପଢ଼ାଇବା ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ କଥା। ଏଥି ଅନୁଯାୟୀ ଦେଶର ଛ’ଟି ଆଞ୍ଚଳିକ ଭାଷାରେ କେତେକ କଲେଜରେ କ୍ରମେ ପରୀକ୍ଷାମୂଳକ ଭାବେ ଏହା କରାଯିବ। ଏଗୁଡ଼ିକ ହେଲା ହିନ୍ଦୀ, ବଙ୍ଗାଳୀ, ତାମିଲ, ତେଲୁଗୁ, ମରାଠୀ ଏବ˚ କନ୍ନଡ। ‘‘ଅଲ୍‌ ଇଣ୍ତିଆ କାଉନ୍‌ସିଲ୍‌ ଫର‌୍‌ ଟେକ୍‌ନିକାଲ୍‌ ଏଜୁକେସନ୍‌’’ ଏଥିପାଇଁ ୨୦ଟି ଶିକ୍ଷାନୁଷ୍ଠାନ ଚିହ୍ନଟ କରିଛି ଏବ˚ ତହିଁରୁ ୧୩ଟିକୁ ସ୍ବୀକୃତି ପ୍ରଦାନ କରି ସାରିଛି। ଏହା ବ୍ୟତୀତ ଓଡ଼ିଆ, ଅହମୀୟା, ମାଲାୟଲମ, ଗୁଜୁରାଟୀ ଏବ˚ ପଞ୍ଜାବୀକୁ ମଧୢ ଏଥିପାଇଁ ଅନୁମତି ମିଳିଛି। ତେଣୁ ଆଗାମୀ ଶିକ୍ଷାବର୍ଷରୁ ଆମ ରାଜ୍ୟର କେତେକ ଇ˚ଜିନିଅରି˚ କଲେଜରେ ଓଡ଼ିଆ ମାଧୢମରେ ଏ ଶିକ୍ଷା ଦିଆଯିବାକୁ କିଛି ସ୍ଥାନ ସ˚ରକ୍ଷଣ କରିବା ପାଇଁ ସଜବାଜ ଆରମ୍ଭ ହୋଇଛି।

ତେବେ, ବିଗତ ବର୍ଷ କେତେକ ରାଜ୍ୟରେ ଏ ଦିଗରେ ନିଆଯାଇଥିବା ପଦକ୍ଷେପର ଫଳାଫଳ ନୈରଶ୍ୟଜନକ ହୋଇଛି। ଉଦାହରଣ ସ୍ବରୂପ, ଉତ୍ତରପ୍ରଦେଶର ଗୋଟିଏ କଲେଜରେ ହିନ୍ଦୀରେ କ˚ପ୍ୟୁଟର ବିଜ୍ଞାନ ପଢ଼ାଇବା ପାଇଁ ୧୨୦ଟି ସ୍ଥାନ ସ˚ରକ୍ଷଣ କରାଯାଇଥିଲା। କିନ୍ତୁ ସେଥିପାଇଁ ଦରଖାସ୍ତ କରିଥିଲେ ମାତ୍ର ୩୨ ଜଣ। ସେହିପରି ଆନ୍ଧ୍ରପ୍ରଦେଶର ଏରୋଡ଼ ଠାରେ ଥିବା ଅନ୍ୟ ଏକ ଇ˚ଜିନିଅରି˚ କଲେଜରେ ତେଲୁଗୁ ମାଧୢମରେ ଶିକ୍ଷାଲାଭ ପାଇଁ ନାମ ଲେଖାଇଥିଲେ ମାତ୍ର ୨୪ ଜଣ। ଜନ ସଚେତନତାର ଅଭାବକୁ ଏହାର କାରଣ ରୂପେ ଦର୍ଶାଯାଉଛି। ତେବେ, ବାସ୍ତବ କଥା ହେଲା ଯେ ପିଲାଙ୍କ ଭବିଷ୍ୟତ୍‌କୁ ଦୃଷ୍ଟିରେ ରଖି ଅଭିଭାବକମାନେ ଏଥିରୁ ନିବୃତ୍ତ ରହୁଛନ୍ତି। ଆମ ରାଜ୍ୟରେ ମଧୢ ତାହାର ପୁନରାବୃତ୍ତି ଘଟିବାର ସମ୍ଭାବନା ଅତି ଉଜ୍ଜ୍ବଳ ମନେ ହୁଏ। ଏଣୁ ମାତୃଭାଷା ଉଚ୍ଚତର ବିଜ୍ଞାନ ଶିକ୍ଷା ଦେବା ପାଇଁ କିଛି ବର୍ଷ ତଳେ ହୋଇଥିବା ପ୍ରୟାସ ଭଳି ଏହା ମଧୢ ବିଫଳ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକଟ କରାଯାଉଛି। ଅତଏବ ସରକାରଙ୍କର ଏ ନିଷ୍ପତ୍ତି ଜନପ୍ରିୟ ହୋଇପାରେ କିନ୍ତୁ କେତେଦୂର ଜନକଲ୍ୟାଣକାରୀ ହେବ ଏବ˚ ଗ୍ରହଣୀୟ ହେବ, ତାହା ଏକ ପ୍ରଶ୍ନ।

ମାତୃଭାଷା ପ୍ରତି ଆକର୍ଷଣ ମଣିଷର ଜନ୍ମଗତ। କୁହାଯାଏ ଯେ ମାତୃ ଗର୍ଭରେ ଭ୍ରୂଣ ପ୍ରାୟ ୭ ମାସର ହେଲା ବେଳକୁ ସଙ୍ଗୀତ ଶୁଣିପାରେ ଏବ˚ ଭାଷା ଜାଣି ପାରେ। ଜନ୍ମ ହେଲା ପରେ ମଧୢ ସେହିଭଳି ସଙ୍ଗୀତ ଓ ଭାଷା ତା’ ମନକୁ ଛୁଇଁବା ଅବ୍ୟାହତ ରହେ। ସେଥିପାଇଁ ଶିକ୍ଷାର ଆଦ୍ୟ କାଳରେ ତାହା ମାତୃଭାଷାରେ ହିଁ ହେବା ଉଚିତ। ଏହାକୁ ସେ ଅଧିକ ହୃଦୟଙ୍ଗମ କରିପାରିବ। କିନ୍ତୁ ଉଚ୍ଚସ୍ତରର ଶିକ୍ଷା ପାଇଁ ଏହା ଯଥେଷ୍ଟ ନୁହେଁ, ବିଶେଷ କରି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ। ଏହା ଏକ ବିସ୍ତାରିତ ପରିସର ଆବଶ୍ୟକ କରେ। ପୁନଶ୍ଚ ଏକାଧିକ ଭାଷା ଶିକ୍ଷା ମସ୍ତିଷ୍କକୁ ଅଧିକ ଋଦ୍ଧିମନ୍ତ କରେ ଏବ˚ ଫଳରେ ତହିଁରେ ସୃଜନାତ୍ମକ ଚିନ୍ତାଧାରାର ଉଦ୍ରେକ ସହଜରେ ଘଟେ ବୋଲି ମଧୢ କହୁଛନ୍ତି ସ୍ନାୟୁବିଜ୍ଞାନୀମାନେ। ଏଣୁ କ୍ରମେ ଉଚ୍ଚ ଶ୍ରେଣୀରେ ମାତୃଭାଷା ସହିତ ଅନ୍ୟ କିଛି ଭାଷା ଶିକ୍ଷା କରିବା ମଧୢ ଉଚିତ। ଏଗୁଡ଼ିକ ମଧୢରେ ଇଂରେଜୀ ଯେ ପ୍ରଥମ ହେବା ଆବଶ୍ୟକ, ଏଥିରେ ଦ୍ବିମତ ହେବାର କିଛି ନାହିଁ। କାରଣ, ଏହି ଭାଷାରେ ପାରଦର୍ଶିତା ଲାଭ କରିବା ଆମ ଚିନ୍ତା ପ୍ରକ୍ରିୟାକୁ ଆନ୍ତର୍ଜାତିକ ସ୍ତରକୁ ସ˚ପ୍ରସାରିତ ହେବାର ଅବକାଶ ଦେଇପାରିବ।

ଆଧୁନିକ ବିଜ୍ଞାନର ଊନବି˚ଶ ଶତାବ୍ଦୀର ଶେଷ ଭାଗ ଏବ˚ ବି˚ଶ ଶତାବ୍ଦୀରେ ଦ୍ରୁତ ପ୍ରଗତି ଘଟିଥିଲା। ୟୁରୋପୀୟ ଦେଶମାନଙ୍କରେ ବିଶେଷ କରି ଇ˚ଲଣ୍ତରେ ଏବ˚ ଆମେରିକାରେ। ଏହି ଠାରେ ହିଁ ଶିଳ୍ପ ବିପ୍ଳବର ଅୟମାରମ୍ଭ ଏବ˚ ବିକାଶ ହୋଇଥିଲା। ତେଣୁ ଉଚ୍ଚତର ବିଜ୍ଞାନ ଏବ˚ ପ୍ରଯୁକ୍ତି ବିଦ୍ୟାର ମୂଳ ଭାଷା ଇ˚ରେଜୀ ହିଁ ହୋଇଆସିଛି। ଏ ପ୍ରକ୍ରିୟା ଏହିଭଳି ଅବ୍ୟାହତ ରହିବ। ସେଥିପାଇଁ ଆମକୁ ସେ ସ୍ତରରେ ତାହାରି ଆଶ୍ରୟ ନେବାକୁ ହେବ।

ଇ˚ଜିନିଅରି˚ରେ ମାତୃଭାଷା ପ୍ରଚଳନ ସପକ୍ଷରେ କେତେକ ଯୁକ୍ତି ବାଢ଼ନ୍ତି; ପ୍ରାଚୀନ ଭାରତରେ ବୈଷୟିକ ଶିକ୍ଷାର ଉଚ୍ଚ ମାନକୁ ଦର୍ଶାଇ। ସେତେବେଳେ ସ˚ସ୍କୃତରେ ହିଁ ଏହା ପ୍ରଦାନ କରାଯାଉଥିଲା। ସେହି ଜ୍ଞାନ ନେଇ ସେମାନେ ସୁଉଚ୍ଚ ମନ୍ଦିର ନିର୍ମାଣ ଠାରୁ ବିବିଧ ଧାତୁର ବ୍ୟବହାର ମଧୢ କରିପାରୁଥିଲେ। ଅବଶ୍ୟ ଏ କଥା ଯୁକ୍ତି ଦୃଷ୍ଟିରୁ ଉପାଦେୟ, କିନ୍ତୁ ବର୍ତ୍ତମାନର ବାସ୍ତବ କ୍ଷେତ୍ର ପାଇଁ ପ୍ରଯୁଜ୍ୟ ନୁହେଁ। କାରଣ ଯାନ୍ତ୍ରିକ ବିଜ୍ଞାନ ବା ବୈଷୟିକ ବିଦ୍ୟାର ପରିସର ଏବେ ଅନେକ ବ୍ୟାପକ ହୋଇସାରିଛି। ସେଇଥିପାଇଁ ଏପରିକି ଚାଇନା ଦୀର୍ଘ ଦିନ ଧରି ଅବହେଳା କରି ଆସିଥିବା ଇଂରେଜୀ ଭାଷା ଉପରେ ଏବେ ଗୁରୁତ୍ବ ପ୍ରଦାନ କଲାଣି।

ବର୍ତ୍ତମାନ ଆମ ଦେଶରେ ଇ˚ଜିନିଅରି˚ ବା ଯାନ୍ତ୍ରିକ ପ୍ରଯୁକ୍ତି ବିଦ୍ୟାର ମାନ ହ୍ରାସ ପାଉଥିବାର ଦେଖାଯାଉଛି। ଫଳରେ ବଢ଼ି ଚାଲିଛି ବେକାରଙ୍କ ସ˚ଖ୍ୟା। ଶିଳ୍ପପତି ପ୍ରେମଜୀଙ୍କ ମତରେ ଏମାନଙ୍କ ମଧୢରୁ ଅଧିକା˚ଶ ସ୍ନାତକ ଉପଯୁକ୍ତ ମାନର ନୁହନ୍ତି। କିନ୍ତୁ ଦିନ ଥିଲା ଯେତେବେଳେ ଆମ ଇ˚ଜିନିଅର୍‌, ଡାକ୍ତର ଏବ˚ ବୈଜ୍ଞାନିକମାନଙ୍କର ଆମେରିକା ସମେତ ୟୁରୋପୀୟ ଦେଶ ସମୂହରେ ଖୁବ୍‌ ଚାହିଦା ଥିଲା। ଶିକ୍ଷାର ମାନ ନିମ୍ନଗାମୀ ହେବା ଏହାର ପ୍ରଧାନ କାରଣ। ମାତୃଭାଷାରେ ଇ˚ଜିନିଅରି˚ ଶିକ୍ଷା ଏ ସମସ୍ୟାକୁ ଅଧିକ ଜଟିଳ କରିବ। କାରଣ, ଏଥିପାଇଁ ଆବଶ୍ୟକ ମାନର ପୁସ୍ତକ ନାହିଁ କି ଶିକ୍ଷକ ନାହାନ୍ତି। ତେଣୁ ପ୍ରଥମତଃ ଇଂରେଜୀ ପୁସ୍ତକଗୁଡ଼ିକୁ ଅନୁବାଦ କରିବାକୁ ପଡ଼ିବ। ତେବେ, ଅନୁବାଦ କଦାପି ମୂଳ ଲେଖାର ସମକକ୍ଷ ହୋଇନଥାଏ। ଅନ୍ୟ ପକ୍ଷରେ ଇଂରେଜୀ ଭାଷାରେ ଶିକ୍ଷାପ୍ରାପ୍ତ ଶିକ୍ଷକ ମଧୢ ମାତୃଭାଷାରେ ଦକ୍ଷତା ସହ ଶିକ୍ଷାଦାନ କରିପାରିବେ ନାହିଁ। ଏଣୁ ଏହା ଏ ଶିକ୍ଷାର ମାନ ଆହୁରି ହ୍ରାସ କରିବା ସମ୍ଭାବନା ରହିଛି। ପୁନଶ୍ଚ ଇତି ମଧୢରେ କିଛି ଇ˚ଜିନିଅରି˚ ପାଠ୍ୟ ପୁସ୍ତକ ଆମ ଭାଷାରେ ଅନୁବାଦ ହୋଇସାରିଛି। କିନ୍ତୁ, ସେଗୁଡ଼ିକ ଶିକ୍ଷକ କିମ୍ବା ଛାତ୍ର କାହାରି ଦ୍ବାରା ଆଦୃତ ହେଉନାହିଁ। ଅତଏବ ଏଥିରେ ବ୍ୟୟ ହୋଇଥିବା ସର୍ବସାଧାରଣଙ୍କର ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡ଼ିବା ହିଁ ସାର ହୋଇଛି।
ଆମ ଦେଶର ଅନେକ ଇ˚ଜିନିଅର ଆମେରିକା ସମେତ ବହୁ ୟୁରୋପୀୟ ଦେଶମାନଙ୍କୁ ଯାଇଥା’ନ୍ତି କର୍ମ ସନ୍ଧାନରେ। ଆମ ରାଜ୍ୟରେ ଏ ସମସ୍ୟା ଅଧିକ ଜଟିଳ। ଶିଳ୍ପ ତଥା ଅନ୍ୟାନ୍ୟ ଭିତ୍ତିଭୂମିର ଅଭାବରୁ ଏଠାରୁ ବହୁସ˚ଖ୍ୟକ ଇ˚ଜିନିଅର ବିଦେଶ କିମ୍ବା ବାଙ୍ଗାଲୋର ବା ଚେନ୍ନାଇ ଚାଲିଯାଇଥା’ନ୍ତି। ମାତୃଭାଷାରେ ଶିକ୍ଷାଲାଭ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏ ରାସ୍ତା ବନ୍ଦ ହୋଇଯିବ। ଏହା ବେକାରି ସମସ୍ୟାକୁ ଆହୁରି ଜଟିଳ କରିବ।

ଏଠାରେ ସୂଚନାଯୋଗ୍ୟ ଯେ ୧୯୭୦- ଦଶକରେ ଆମ ଦେଶର ବିଭିନ୍ନ ରାଜ୍ୟରେ ଆରମ୍ଭ ହୋଇଥିଲା ‘‘ଇ˚ରେଜୀ ହଟାଅ’’ ଅଭିଯାନ। ଏହା ଆମ ଶିକ୍ଷା ଉପରେ କିପରି ନକାରାତ୍ମକ ପ୍ରଭାବ ପକାଇଲା ତାହା ଆମର ଅଙ୍ଗେ ନିଭା କଥା। ବର୍ତ୍ତମାନର ଏ ଉଦ୍ୟମ ସେହିଭଳି ବିଫଳ ହେବାର ସମ୍ଭାବନା ଅତି ଉଜ୍ଜ୍ବଳ। ଏପରିସ୍ଥଳେ, ଏହା ଆଦୌ ଗ୍ରହଣୀୟ ନୁହେଁ।

ଅନ୍ୟ ପକ୍ଷରେ, ମାତୃଭାଷା ଆମ ସମସ୍ତଙ୍କର ପ୍ରିୟ- ଠିକ୍‌ ମା’ ଭଳି। ଏଣୁ ଏହାର ଉନ୍ନତି ଲାଗି ସରକାର ଯଥାଯଥ ନୀତିମାନ ପ୍ରଣୟନ କରିବା ଉଚିତ। ମାଧୢମିକ ଶିକ୍ଷାସ୍ତରରେ ଏବେ ଯେପରି ଅଧିକା˚ଶ ବିଷୟ ମାତୃଭାଷାରେ ଶିକ୍ଷାଦାନ କରାଯାଉଛି ଏବ˚ ଇ˚ରେଜୀକୁ ଗୋଟିଏ ବିଷୟ ରୂପେ ରଖାଯାଇଛି, ତାହା ସେହିପରି ରହିବା ଦରକାର। ତେବେ, ଇଂରେଜୀ ମାଧୢମ ପାଠ୍ୟକ୍ରମ ଏବ˚ ଉଚ୍ଚ ଶିକ୍ଷାରେ ମଧୢ ଏହାକୁ ସମାନ ଗୁରୁତ୍ବ ଦେଇ ପଢ଼ାଯିବା ଉଚିତ। ଅର୍ଥାତ୍‌, ସ୍ନାତକ ଶ୍ରେଣୀ, ଇ˚ଜିନିଅରି˚, ମେଡିକାଲ ଆଦିର ପାଠ୍ୟକ୍ରମରେ ମାତୃଭାଷାକୁ ଗୋଟିଏ ବିଷୟ ରୂପେ ରଖାଯାଉ। ଏହା ତା’ର ପ୍ରସାର ଏବ˚ ମାନ ବୃଦ୍ଧିରେ ସହାୟକ ହେବ।

ମୋ- ୯୯୩୭୯୮୫୭୬୭

ସମ୍ବନ୍ଧିତ ଖବର