୧୯୭୭ ମସିହାର କଥା। ମୁଁ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର ଶିକ୍ଷା ଆରମ୍ଭ କରିଥାଏ। ବିଷୟ ଇ˚ରେଜୀ। ଦିନେ କ୍ଲାସ୍ ସାରି କ୍ୟାମ୍ପସ୍ର ସରୁ ଚଲା ରାସ୍ତାରେ ଲାଇବ୍ରେରି ଆଡ଼େ ଯାଉଥାଏ। ଦେଖିଲି ରାସ୍ତା କଡ଼ରେ କତିପୟ ବିଦ୍ବାନଙ୍କ ଗହଳି। ଠିଆ ଠିଆ ସରଗରମ ଆଲୋଚନା ଚାଲିଥାଏ। ଆଲୋଚନାର ବିଷୟ ବୋଲି ଯାହା ଠଉରାଇଲି ତାହା ହେଲା ‘ମଙ୍ଗଳକାମୀ ଅର୍ଥନୀତି’ ଏବ˚ ‘ମୁକ୍ତ ବଜାର ଅର୍ଥନୀତି’ର ଆପେକ୍ଷିକ ସୁଗୁଣ ଓ କୁଗୁଣ। ବିଶ୍ବବିଦ୍ୟାଳୟ କୁଳପତି ଡକ୍ଟର ଦେବେନ୍ଦ୍ର ଚନ୍ଦ୍ର ମିଶ୍ର ସ୍ବୟ˚ ସେଠାରେ ମହଜୁଦ ଥିଲେ। ତାଙ୍କର କଥା କଟାକଟି ଚାଲିଥିଲା ଅର୍ଥନୀତି ବିଭାଗର ମୁଖ୍ୟ ଡକ୍ଟର ଏସ୍.ପି. ଗୁପ୍ତାଙ୍କ ସହିତ। ଯୁକ୍ତି, ପ୍ରତିଯୁକ୍ତି ଏବ˚ ବାକ୍ୟ ବିନିମୟ ଭିତରେ ବାତାବରଣ ଉଷ୍ମ କିନ୍ତୁ ସୌହାର୍ଦ୍ୟପୂର୍ଣ୍ଣ। ଅତଏବ ‘ଉପରିସ୍ଥ’ର ‘ଅଧୀନସ୍ଥ’ ପ୍ରତି ଆକ୍ରୋଶର ଲେଶ ମାତ୍ର ଚିହ୍ନ ନ ଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
କେଜାଣି କାହିଁକି ସେ ଦିନ ଅପରାହ୍ଣର ସେଇ ରାସ୍ତା କଡ଼ର ଛୋଟ ଦୃଶ୍ୟଟି ମୋ ମନରେ ଗଭୀର ରେଖାପାତ କରିବା ସଙ୍ଗେ ସଙ୍ଗେ ବିଶ୍ବବିଦ୍ୟାଳୟର ସ˚ଜ୍ଞାଟିଏ ନିରୂପଣ କରି ଦେଲା; ଯାହା ଆଜି ଯାଏ ମୋ ପାଇଁ ବିଶ୍ବବିଦ୍ୟାଳୟର ଆତ୍ମିକ ସ୍ବାସ୍ଥ୍ୟର ପରିମାପକ ହୋଇ ରହିଛି। ପରେ ମୋ ଶ୍ରେଣୀ ଗୃହରେ ଅଧୢାପକ ଡକ୍ଟର ଜନାର୍ଦନ ପଟେଲଙ୍କ ଠାରୁ ଦାର୍ଶନିକ ଵିଲ୍ ଡୁରାଣ୍ଟ୍ଙ୍କ ବିଶ୍ବବିଦ୍ୟାଳୟ ସମ୍ବନ୍ଧୀୟ ମନ୍ତବ୍ୟଟିଏ ଶୁଣିଲି: ଛାତ୍ରଛାତ୍ରୀଙ୍କ ହିଲ୍ଲୋଳ, ଶିକ୍ଷା ଆହରଣ ଓ ବଣ୍ଟନର ମାଦକତା ଏବ˚ ସୁରଭିତ ସ୍ବାଧୀନ ଚିନ୍ତନର ମଧୁର ସମାରୋହ ହେଉଛି ବିଶ୍ବବିଦ୍ୟାଳୟ। ଉପର ବର୍ଣ୍ଣିତ ଘଟଣାଟି ଏହି ଉକ୍ତିଟିକୁ ପ୍ରତିପାଦନ କରୁଥିଲା।
ବିଗତ ତିରିଶ ବର୍ଷ ଧରି ବିଭିନ୍ନ ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ଅବସରରେ ଏହି ଆଦର୍ଶ କ୍ରମେ ଅପସୃୟମାନ ହେଉଥିବା ଲକ୍ଷ୍ୟ କରି ମର୍ମାହତ ହୋଇଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର ଯେଉଁ ଛୋଟ ଘଟଣାଟିର ଅବତାରଣା କରିଛି, ତା’ର ପୁନରାବୃତ୍ତି ଆଜିକାର ବିଶ୍ବବିଦ୍ୟାଳୟର ପରିସରରେ ସମ୍ଭବ କି? କୌଣସି କୁଳପତିଙ୍କୁ କ୍ୟାମ୍ପସ୍ର ପାଦ ଚଲା ରାସ୍ତାରେ ବରିଷ୍ଠ ଅଧୢାପକଙ୍କ-କନିଷ୍ଠ ଅଧୢାପକଙ୍କ ପ୍ରଶ୍ନ ଉଠୁ ନାହିଁ-ସହ ଆଲୋଚନାରତ ଥିବାର ଦୃଶ୍ୟ ବର୍ତ୍ତମାନ ଆମର ଦୃଷ୍ଟି ପଥାରୂଢ଼ ହେଉଛି କି? ଏହା ମଧ୍ୟ ସତ ଯେ ବରିଷ୍ଠ ଅଧୢାପକମାନେ ସ୍ବାଧୀନ ମତ ପ୍ରକାଶ କରିବାକୁ କୁଣ୍ଠିତ। ସେମାନେ ନିଜ କ୍ୟାରିଅର୍ର ସୁରକ୍ଷା ନେଇ ସତର୍କ। ହେବା ମଧୢ ସ୍ବାଭାବିକ। ଦୀର୍ଘ କାଳ ଧରି କ୍ଷମତାର ଯେଉଁ କେନ୍ଦ୍ରୀକରଣ ଚାଲିଛି ଏବ˚ ପ୍ରଶାସନର ଶିକ୍ଷା ଉପରେ ପ୍ରାଦୁର୍ଭାବର ଯେଉଁ ବୃଦ୍ଧି ଘଟିଛି, ତାହାର ପ୍ରତିଫଳନ ବିଶ୍ବବିଦ୍ୟାଳୟରେ ହେବାକୁ ବାଧୢ। ଉତ୍ତମ ଶିକ୍ଷାଦାନ ପାଇଁ କୌଣସି ପ୍ରୋତ୍ସାହନ ନାହିଁ। ଯେ କୌଣସି ସରକାରୀ କାର୍ଯ୍ୟାଳୟ ପରି ବିଶ୍ବବିଦ୍ୟାଳୟରେ ମଧୢ ବଶମ୍ବଦତା ହେଉଛି ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଗୁଣ। ବିଡ଼ମ୍ବନାର କଥା ଯେ ବିଶ୍ବବିଦ୍ୟାଳୟ ଆଇନର ସ˚ଶୋଧନ ଶିକ୍ଷାନୁଷ୍ଠାନକୁ ସୁସ˚ଗଠିତ ଏବ˚ ସୁସ˚ହତ କରିବା ନାମରେ ପ୍ରଶାସନକୁ ଶିକ୍ଷା ଉପରେ ଅଧିରୂଢ଼ କରିବାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି।
କଥା ଛଳରେ କୁହାଯାଇପାରେ ଯେ ମୁକ୍ତ ମୌଖିକ ଉଚ୍ଚାଙ୍ଗ ଆଲୋଚନାର ବାତାବରଣର ଯେଉଁ ଦୃଷ୍ଟାନ୍ତ ମୁଁ ସମ୍ବଲପୁର ବିଶ୍ବବିଦ୍ୟାଳୟର ସେହି ଛୋଟ ଘଟଣା ମାଧୢମରେ ଉପସ୍ଥାପନ କରିଛି, ତାହା ପ୍ରତିନିଧି ସ୍ଥାନୀୟ ନୁହେଁ। କାରଣ ଏହା ଦୁଇ ଆଲୋଚକଙ୍କ ବ୍ୟକ୍ତିଗତ ଚରିତ୍ରର ସୂଚକ। ତେଣୁ ଏକ ବ୍ୟତିକ୍ରମ ଭିତ୍ତିରେ ଏକ ସାଧାରଣ ନିଷ୍କର୍ଷକୁ ଠିଆ କରାଯାଇପାରିବ ନାହିଁ। ମାତ୍ର କଥାଟି ଏତେ ସରଳ ନୁହେଁ ମଧ୍ୟ। ଶିକ୍ଷା ଅନୁକୂଳ ଏକ ପରିବେଶ ବ୍ୟକ୍ତିଗତ ଆଚାର-ବ୍ୟବହାରକୁ ସତତ ପ୍ରଭାବିତ କରେ। ଏକ ସ୍ବାୟତ୍ତ ଶିକ୍ଷା ଅନୁଷ୍ଠାନ ଏପରି ପରିବେଶ ସୃଷ୍ଟି କରିବା ଅଧିକ ସମ୍ଭବ। କିନ୍ତୁ ଯେଉଁ ସମାଜ ବ୍ୟବସ୍ଥାରେ ସ୍ବାୟତ୍ତତା ଯଥେଚ୍ଛାଚାରିତା ନାମରେ ଚିହ୍ନିତ, ସେଠି ଶିକ୍ଷା ପ୍ରଶାସନର ଗୁରୁ ଭାର ତଳେ ଆଣ୍ଠେଇ ପଡ଼ିବାକୁ ବାଧ୍ୟ।
କିନ୍ତୁ ସତ କଥା ହେଲା, (ଆଜିର)ବିଶ୍ବବିଦ୍ୟାଳୟର ଆଙ୍ଗିକ ସମୃଦ୍ଧି ତଥା କୋଠାବାଡ଼ିର ଚାକଚକ୍ୟ ଏହାର ଆତ୍ମିକ ଦୈନ୍ୟକୁ ଘୋଡ଼ାଇବାରେ ସର୍ବଦା ଅସମର୍ଥ ରହିବ।
ମୋ-୯୪୩୭୪୦୪୪୩୧