ଆଲୋକ ଓ ଶବ୍ଦ ପ୍ରଦର୍ଶନ ବ୍ୟବସ୍ଥା ପ୍ରାଚୀନ କୀର୍ତ୍ତିର ସୁରକ୍ଷା ପ୍ରତି ବିପଦ

ଶିବ ପ୍ରସାଦ ଅଧିକାରୀ

ଆମ ଦେଶର ଅନେକ ପ୍ରାଚୀନ କୀର୍ତ୍ତିରାଜିକୁ ଆଲୋକ ଓ ଶବ୍ଦ ମାଧୢମରେ ଆକର୍ଷଣୀୟ କରିବାର ପ୍ରକ୍ରିୟା ଚାଲୁଛି; ଯେମିତିକି ଦିଲ୍ଲୀର ଲାଲକିଲ୍ଲା, ମାଣ୍ତୁର ଜାହାଜମହଲ, ପୁଣେର ଶନିବାରଵାଡ଼ା, ମଦୁରାଇର ଭଗ୍ନ ରାଜପ୍ରାସାଦ ଇତ୍ୟାଦି। ପୁଣି ଲୋକଙ୍କ ଦାବି ହେତୁ ଦିନକୁ ଦିନ ଐତିହ୍ୟ ସ୍ଥଳ ମାନଙ୍କରେ ଏଭଳି ପ୍ରଦର୍ଶନର ସ˚ଖ୍ୟା ବଢ଼ିବାରେ ଲାଗିଛି। କିଛି ବର୍ଷ ତଳେ ଆମ ରାଜ୍ୟର ଧଉଳି ପାହାଡ଼ ଲେଜର୍‌ ଆଲୋକ ଓ ଐତିହାସିକ ବ୍ୟାଖ୍ୟା ମାଧୢମରେ ଆଦୃତ ହୋଇପାରିଛି। ପ୍ରାୟ ଦୁଇ ଦଶନ୍ଧି ପୂର୍ବେ ଉଦୟଗିରିର ରାଣୀ ଗୁମ୍ଫା ଠାରେ ଆଲୋକ ଓ ଶବ୍ଦ ପ୍ରଦର୍ଶନ ପାଇଁ ଆବଶ୍ୟକ ଯନ୍ତ୍ରପାତି ଲଗା ଯାଇଥିଲା, କିନ୍ତୁ ତାହା ଏବେ ବନ୍ଦ ହୋଇ ପଡ଼ିରହିଛି। କୋଣାର୍କ ଠାରେ ମଧୢ ଏହା ଚାଲିଛି। ତେବେ, ଏଭଳି ପ୍ରଦର୍ଶନ ଦ୍ବାରା ଐତିହାସିକ ସ୍ମାରକୀଗୁଡ଼ିକ ଉପରେ କିଭଳି ପ୍ରଭାବ ପଡୁଛି, ତାହା ଉପରେ ଏକ ଧାରଣା ଦେବା ଏହି ଲେଖାର ବିଷୟବସ୍ତୁ।

୧୯୯୧ ଠାରୁ ୨୦୦୯ ପର୍ଯ୍ୟନ୍ତ ଉତ୍କଳ ବିଶ୍ବଦିଦ୍ୟାଳୟର ଉଦ୍ଭିଦ ଓ ଜୈବ ପ୍ରଯୁକ୍ତି ବିଜ୍ଞାନ ବିଭାଗରେ ଗବେଷଣାରତ ଥିଲା ବେଳେ ପରୀକ୍ଷା କରି ଜାଣିବାକୁ ପାଇଥିଲୁ ଯେ ପଥର ନିର୍ମିତ ମନ୍ଦିର ଓ ଗୁମ୍ଫା ଗୁଡ଼ିକର କ୍ଷରଣ ଜନିତ କ୍ଷୟ ଏହାର ପୃଷ୍ଠରେ ବଢ଼ୁଥିବା କିଛି ନିର୍ଦ୍ଦିଷ୍ଟ କିସମର ନୀଳହରିତ ଶୈବାଳ ବା ନୀଳ ବ୍ୟାକ୍େ‌ଟରିଆ ଯୋଗୁଁ ହୋଇଥାଏ, ଯାହା ନିଆଳିସ୍ଥିତ ମାଧବ ମନ୍ଦିର, ଲିଙ୍ଗରାଜଙ୍କ ବେଢ଼ାସ୍ଥ ପାର୍ବତୀ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଦୃଶ୍ୟମାନ। ଏ ନେଇ ଆମ ରାଜ୍ୟର ଗଣମାଧ୍ୟମରେ ମଧ୍ୟ ଉଦ୍‌ବେଗମୂଳକ ପ୍ରଶ୍ନ ପ୍ରକାଶ ପାଇଛି; ଯେମିତି କି ମନ୍ଦିର ପୃଷ୍ଠରେ ନୀଳହରିତ ଶୈବାଳ ବଢ଼ିବା ଯୋଗୁଁ ପଥର ଖସୁଛି କି? ବା ଶିଉଳି ପଥର ଖାଏ କି? ଇତ୍ୟ‌ାଦି। ଏ ପରିପ୍ରେକ୍ଷୀରେ ପ୍ରାଚୀନ କୀର୍ତ୍ତିରାଜିର ବିଜ୍ଞାନଭିତ୍ତିକ ସ˚ରକ୍ଷଣ ଉପ‌େର ଗୁରୁତ୍ବ ପ୍ରଦାନ କରାଯିବା ଆବଶ୍ୟକ। ପ୍ରାୟ ଦୁଇ ଦଶନ୍ଧି ତଳେ ଛତିଶଗଡ଼ ରାଜ୍ୟ ସରକାରଙ୍କ ଠାରୁ ଏକ ଚିଠି ଏହି ଲେଖକକୁ ମିଳିଥିଲା, ଯହିଁରେ ପ୍ରସ୍ତାବିତ ଜଗଦଲପୁର ନିକଟସ୍ଥ ‘କୋଟୁମସର ଗୁମ୍ଫା’ରେ ଆଲୋକୀକରଣ କରିବା ଯଥାର୍ଥ କି ନୁହେଁ ତାହା ପଚରା ଯାଇଥିଲା। ସେହି ପ୍ରାକ୍‌ ଐତିହାସିକ ଗୁମ୍ଫାରେ ଆଲୋକ ସ˚ଯୋଗ କଲେ ସେଠାରେ ଥିବା ଆଖି ନ ଥିବା ମାଛ ବ˚ଶ ଲୋପ ପାଇବା ସହିତ ପ୍ରାକୃତିକ ପରିବେଶ ନଷ୍ଟ ହେବା ଯୁକ୍ତିକୁ ଗ୍ରହଣ କରି ସେଠାରେ ଆଲୋକ ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା। କିନ୍ତୁ ସେହି ଗୁମ୍ଫା ସନ୍ନିକଟ ଆମ ରାଜ୍ୟର ଗୁପ୍ତେଶ୍ବର ଗୁମ୍ଫାରେ ଆଲୋକୀକରଣ ହୋଇଛି, ଯାହା ଫଳରେ ସେଠାରେ ଥିବା ବିରଳ ‘ଷ୍ଟାଲଗମାଇଟିସ୍‌’ ଓ ‘ଷ୍ଟାଲେକାଇଟିସ୍‌’ଗୁଡ଼ିକ ଅନେକ କିସମର ନୀଳ ବ୍ୟାକ୍‌ଟେରିଆ ଦ୍ବାରା ଆଚ୍ଛାଦିତ ହୋଇସାରିଲାଣି।

ସେମିତି ଉଦୟଗିରିସ୍ଥ ରାଣୀ ଗୁମ୍ଫାର ଯେଉଁ ସ୍ଥାନରେ ନାଲି ଆଲୋକ ଲାଗିଥିଲା ସେହି ସ୍ଥାନରେ ନୀଳ ବ୍ୟାକ୍‌ଟେରିଆ ବଢ଼ିଥିଲା ଓ ପଥର କ୍ଷରଣର ମାତ୍ରା ଅତି ଦ୍ରୁତ ହୋଇଥିଲା। ତା’ ଛଡ଼ା ଉଚ୍ଚ ଶବ୍ଦର କଂପନର ପ୍ରତିକୂଳ ପ୍ରଭାବ ଦ୍ବାରା ଫାଟ ହୋଇ ପାଣି ଝରିବାର ଆଶଙ୍କା ସୃଷ୍ଟି ହୋଇଥିଲା। ପରେ ଅବଶ୍ୟ ଏହି କାର୍ଯ୍ୟକ୍ରମ ବନ୍ଦ ରହିଛି, କିନ୍ତୁ ଏହା ଦ୍ବାରା ଦୁଇ ହଜାରରୁ ଅଧିକ ପୁରୁଣା ଗୁମ୍ଫାର ଅସ୍ତିତ୍ବ ବିପଦସଂକୁଳ ହୋଇଥିଲା।

ଆମ ରାଜ୍ୟର ଅତୁଳନୀୟ ଐତିହ୍ୟ ସଂପଦ ହେଲା କୋଣାର୍କ। ଏହା କଳା ବର୍ଣ୍ଣର ଦେଖାଯାଏ। ଆମ ଗବେଷଣାରୁୁ ଜଣାଗଲା ଯେ ଏହାର ପଥର ପୃଷ୍ଠରେ ‘ହେସେଲିଆ ବିଶୋଇଡ଼ିଆ’ ନାମକ ଏକ ବହୁକୋଷୀ ନୀଳ ବ୍ୟାକ୍‌ଟେରିଆ ବଢ଼ି ଏହି କଳା ଆସ୍ତରଣ କରିଛି। ଏହା ଏତେ ଶକ୍ତ ଭାବରେ ପଥର ପୃଷ୍ଠରେ ଭିଡ଼ି ରହିଥାଏ ଯେ କୋରିଲେ ମଧୢ ଏହାକୁ ଛଡ଼ା ଯାଇପାରିବ ନାହିଁ। ତେବେ, ବର୍ଷା ଦିନେ ପାଣିରେ ଭିଜିଗଲେ ଏହା ସବୁଜ ବର୍ଣ୍ଣର ଦିଶେ ଏବଂ ଖୁବ୍‌ ବଢ଼େ। କିନ୍ତୁ ସେତେବେଳେ ଆଙ୍ଗୁଠି ସାହାଯ୍ୟରେ ବି ଏହାକୁ ଛଡ଼ାଇ ହୁଏ। ତେଣୁ ପାଣିରେ ବତୁରାଇ ଏହାକୁ ଛଡ଼ାଇବା କାମ କରାଗଲେ ସୁଦ୍ଧା ପଥର ସନ୍ଧିରେ ରହିଯାଉଥିବା ନୀଳ ବ୍ୟାକ୍‌ଟେରିଆ ପୁଣି ଆଲୋକ ସ˚ଶ୍ଲେଷଣ ପ୍ରକ୍ରିୟା ଦ୍ବାରା ପୁନର୍ବାର ବଢ଼ି କଳା ଆସ୍ତରଣ ସୃଷ୍ଟି କରେ। ‌ତେଣୁ ସ˚ଧୢା ପରେ ଉଜ୍ଜ୍ବଳ ଆଲୋକର ବ୍ୟବସ୍ଥା ଏହି ବ୍ୟାକ୍‌ଟେରିଆକୁ ଅଧିକ ବଢ଼ିବା ପାଇଁ ସୁଯୋଗ ଦେବା ସାର ହୋଇଥାଏ। ଏହା କୋଣାର୍କ ସମେତ ଅନ୍ୟାନ୍ୟ କୀର୍ତ୍ତିରାଜି ଓ ମନ୍ଦିର ପାଇଁ ମଧୢ ପ୍ରଯୁଜ୍ୟ। ପୁଣି ନାଲି ଆଲୋକ ବ୍ୟବହାର ବ୍ୟାକ୍‌ଟେରିଆ ବୃଦ୍ଧିକୁ ବହୁଗୁଣିତ କରେ। ‌େକବଳ ଆଲୋକ ନୁହେଁ, ଅଧିକ ଶବ୍ଦ ସୃଷ୍ଟି କରୁଥିବା ଯନ୍ତ୍ରପାତି ମନ୍ଦିର ପୃଷ୍ଠରେ କମ୍ପନ ସୃଷ୍ଟି କରିବା ଦ୍ବାରା କ୍ଷତିର କାରଣ ମଧ୍ୟ ହୋଇଥାଏ।

ଉତ୍କଳ ବିଶ୍ବବିଦ୍ୟାଳୟ ଓ ଇଟାଲିର ରୋମ୍‌ ତଥା ଫ୍ଲୋରେନ୍‌ସ ବିଶ୍ବବିଦ୍ୟାଳୟର ମିଳିତ ଅନ୍ତର୍ଜାତୀୟ ଗବେଷଣା ପ୍ରକଳ୍ପର ନିଷ୍କର୍ଷ କହିଥାଏ ଯେ ଏହି ପ୍ରାଚୀନ କୀର୍ତ୍ତିଗୁଡ଼ିକୁ ଅଳ୍ପ ନୀଳ ଆଲୋକ ଦ୍ବାରା ଉଦ୍‌ଭାସିତ କରାଗଲେ, ନୀଳ ବ୍ୟାକ୍‌ଟେରିଆ ନୀଳ ଆଲୋକର ସ˚ଶ୍ଲେଷଣ କରି ପାରୁ ନ ଥିବା ହେତୁ ବଢ଼ିପାରେ ନାହିଁ। ସୁତରାଂ, ନୀଳ ଆଲୋକ ଏ ଦିଗରେ ଗ୍ରହଣୀୟ। ଇଟାଲିର ରୋମ୍‌ ସହରରେ ଅବସ୍ଥିତ ପ୍ରାଚୀନ ‘କୋଲାସିଅମ’ ବା ଭୂ-ତଳେ ନିର୍ମିତ ‘କାଟାକୋମ୍ବ’ରେ ନୀଳ ଆଲୋକର ବ୍ୟବସ୍ଥା କରାଯାଇଛି। ସେମିତି ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଥିବା ପ୍ରାକ୍‌ ଐତିହ୍ୟ ଗୁମ୍ଫାଗୁଡ଼ିକରେ ମଧୢ ନୀଳ ଆଲୋକ ଖଞ୍ଜା ଯାଇଛି। ତେଣୁ ଆମ ଐତିହାସିକ କୀର୍ତ୍ତିରାଜିଗୁଡ଼ିକୁ ସଂରକ୍ଷଣ କରିବାକୁ ହେଲେ ମନଇଚ୍ଛା ଆଲୋକ ଓ ଶବ୍ଦ ବ୍ୟବସ୍ଥା ନ କରି ବିଜ୍ଞାନ ଦୃଷ୍ଟିକୋଣ ସମ୍ବଳିତ ଆଭିମୁଖ୍ୟ ପୋଷଣ କରିବା ଉଚିତ।

ମୋ: ୯୪୩୯୪୩୧୬୦୦

ସମ୍ବନ୍ଧିତ ଖବର