‘I am in the Nation and its uprising and I am Vasudeva, I am Narayana...’
(Shri Aurobindo: Uttarpara Speech)
ଲୋକକ୍ଷେତ୍ରରେ ଭାରତୀୟ ରାଷ୍ଟ୍ରବାଦର ଚର୍ଚ୍ଚା ଆଉ ପାଦେ ଆଗେଇବା ପୂର୍ବରୁ ରାଷ୍ଟ୍ର, ରାଜ୍ୟ, ଦେଶ ଓ କ୍ଷେତ୍ରକୁ ନେଇ ବିଦ୍ୟମାନ କେତେକ ଅସ୍ପଷ୍ଟତା ଦୂର କରିବାକୁ ହେବ। ଭାରତୀୟ ଜ୍ଞାନ-ପର˚ପରାରେ ଏସବୁ ଶବ୍ଦକୁ ନେଇ ପ୍ରତିଷ୍ଠିତ ବିଚାରରେ ଶଙ୍କା ନ ଥିଲା। ଗୋଟିଏ ଶାସିତ କ୍ଷେତ୍ର ରାଜ୍ୟରେ ଗଣା ହେଉଥିଲା, ସେ ରାଜ୍ୟ ସାର୍ବଭୌମତ୍ବହୀନ ହୋଇଥାଉ ପଛେ, ସେହିପରି ଦେଶ ଥିଲା ଶାସନ ଓ ସାର୍ବଭୌମତ୍ବ ନିର୍ବିଶେଷରେ ଏକ ବହୁ ଜନପଦ ସମ୍ବଳିତ ପ୍ରାକୃତିକ କ୍ଷେତ୍ର ବା ଅ˚ଚଳ ଏଠାରେ ଜନ୍ମ ନେଇଥିବା ବା ଏଠାରେ ବହୁକାଳ ଧରି ବସବାସ କରୁଥିବା ଲୋକ ସ˚ପ୍ରଦାୟ ପାଇଁ। କ୍ଷେତ୍ର ଥିଲା ଏକ ବିଶେଷ ଧର୍ମୀୟ, ସା˚ସ୍କୃତିକ, ଅର୍ଥନୈତିକ, ବାଣିଜ୍ୟିକ ବା ସାମରିକ ଅ˚ଚଳ। ଭାରତୀୟ ବାଙ୍ମୟର ବିଶେଷତ୍ବ ଏହି ଯେ ଏଗୁଡ଼ିକର ସ˚ଜ୍ଞା ଲୋକସୃଜିତ ଓ ବ୍ୟାବହାରିକ ମାର୍ଗରେ ଗୃହୀତ ହୋଇ ଯାଇଥିଲେ, ୟାକୁ ନେଇ ସ˚ଜ୍ଞାଗତ ଅସ୍ପଷ୍ଟତା ନ ଥିଲା। ୟାର କାରଣ ଥିଲା ଭାରତୀୟ ସଭ୍ୟତାର ପ୍ରାଚୀନତା ଓ ୟାର ସା˚ସ୍କୃତିକ ବିବର୍ତ୍ତନର ସୁଦୃଢ଼ ଲୋକସ୍ମୃତି ବା ଜାତୀୟ ସ୍ମୃତି। ଜ୍ଞାନ-ପର˚ପରାର ଶାସ୍ତ୍ର ରଚନା ମଧୢ ଜାତୀୟ ସ୍ମୃତିର ବ୍ୟାଖ୍ୟାନ ରଚନା କରି ଚାଲିଥିଲା ଓ ପୌରାଣିକ କଳ୍ପନାଶୀଳତା ସ୍ଥାନ, କାଳ ଓ ପାତ୍ର ସମସ୍ତଙ୍କୁ ଆତ୍ମସାତ୍ କରି ଜାତୀୟ ସ୍ମୃତିକୁ ସ୍ମରଣୀୟ ପାଠରେ ପରଣିତ କରିଥିଲା। ମୌଖିକ ପର˚ପରାରୁ ଲିଖନ ପର˚ପରାକୁ ହସ୍ତାନ୍ତରିତ ହେଲାବେଳେ କିଛି ସ୍ମୃତି ହଜି ଯାଇଥାଇପାରେ ବା କେତେକ ସ୍ମୃତିର ପାଠନ୍ୟାସ ପ୍ରମାଦପୂର୍ଣ୍ଣ ହୋଇଥାଇ ପାରେ, କିନ୍ତୁ ମୁଖ୍ୟ ସ୍ରୋତର ନୈତିକ ଓ ରାଜନୈତିକ ବିଚାରଧାରା ପ୍ରାକ୍-ବୈଦିକ କାଳରୁ ଅନ୍ତତଃ ପୌରାଣିକ କାଳ (ନବମ ଶତାବ୍ଦୀ) ପର୍ଯ୍ୟନ୍ତ ଅପରିବର୍ତ୍ତିତ ହୋଇ ରହିଥିଲା। କିନ୍ତୁ, ଆଧୁନିକ ରାଜନୀତି ବିଜ୍ଞାନ ଆମର ସହଜ-ବ୍ୟାଖ୍ୟାନକୁ ବଦଳାଇ ଦେଲା। ବଦଳିବା ଜରୁରୀ ମଧୢ ଥିଲା, କାରଣ ଭାରତ ଏକ କ୍ଷେତ୍ର ଥିଲା, ଏକ ଦେଶ ଥିଲା, କିନ୍ତୁ ସ୍ବଶାସିତ ନ ଥିଲା କି ସାର୍ବଭୌମ ନ ଥିଲା।
ଆଧୁନିକ ରାଜନୀତି ବିଜ୍ଞାନ କହିଲେ ପ୍ରଥମ ବିଶ୍ବଯୁଦ୍ଧ ପରର ‘ଥିଓରାଇଜେସନ୍’ କଥା କହିବି, କାରଣ ତା’ ପୂର୍ବର ବିଶ୍ବ ଇତିହାସ ପ୍ରାନ୍ତୀୟ ବା କ୍ଷେତ୍ରୀୟ ଇତିହାସ ଥିଲା। ପ୍ରଥମ ୟୁରୋପୀୟ ମହାଯୁଦ୍ଧକୁ ବିଶ୍ବଯୁଦ୍ଧ ବୋଲି କହିବାର ତାତ୍ପର୍ଯ୍ୟ ଥିଲା ଏହି ଯେ ୟୁରୋପୀୟ ସାମ୍ରାଜ୍ୟବାଦୀ ନୌଶକ୍ତି ସ˚ପନ୍ନ ଦେଶମାନେ ପ୍ରାୟ ସମଗ୍ର ବିଶ୍ବକୁ ସେତେବେଳକୁ ବାଣ୍ଟି ନେଇ ସାରିଥିଲେ। ତେଣୁ ୟୁରୋପୀୟମାନେ ଯୁଦ୍ଧ କରିବା ଅର୍ଥ ଉପନିବେଶମାନେ ଯୁଦ୍ଧ କରିବା ଓ ସେଇ ଅର୍ଥରେ ସମଗ୍ର ସାମ୍ରାଜ୍ୟବାଦଗ୍ରସ୍ତ ବିଶ୍ବ ଯୁଦ୍ଧ ଲିପ୍ତ ହେବା। ପ୍ରଥମ ବିଶ୍ବଯୁଦ୍ଧ ପରେ ଲିଗ୍ ଅଫ୍ ନେସନ୍ସ୍ର ସ୍ଥାପନ ବେଳକୁ ବିଶ୍ବ ଏଭଳି ଭାବରେ ନଷ୍ଟଭ୍ରଷ୍ଟ ହୋଇ ପଡ଼ିଥିଲା ଯେ ରାଜନୀତିର ବିଧିବଦ୍ଧ ପାଠ ପାଇଁ ମଧୢ ଜ୍ଞାନ ଯଥେଷ୍ଟ ନ ଥିଲା। ଗୁଡ଼ାଏ ଦେଶ, ରାଷ୍ଟ୍ର, ରାଜ୍ୟ ଓ କ୍ଷେତ୍ର ଥିଲେ, କିନ୍ତୁ ପରସ୍ପର ସହିତ ସ˚ପର୍କର ସୂତ୍ର ନ ଥିଲା। ଶାସକ-ଶାସିତର ଔପନିବେଶିକ ସ˚ପର୍କ ଭିତରେ ବି ସାର୍ବଭୌମତ୍ବର ସୀମିତ ପ୍ରୟୋଗ ପାଇଁ ଉପାୟ ଖୋଜା ଚାଲିଥିଲା। ଗ୍ରେକୋ-ରୋମାନ ସଭ୍ୟତାର ପୃଷ୍ଠଭୂମି ଥିବା ୟୁରୋପୀୟ, ମଧୢପ୍ରାଚ୍ୟର ପର୍ସିଆନ, ଚାଇନିଜ୍ ଓ ଆମ ଭାରତୀୟଙ୍କ ପାଇଁ ବିଶେଷ ଚିନ୍ତା ନ ଥିଲା, କାରଣ ସଭ୍ୟତାର ପୃଷ୍ଠଭୂମି ଥିବା ଦେଶମାନଙ୍କରେ ସ˚ଜ୍ଞାଗତ ସମସ୍ୟା ସା˚ସ୍କୃତିକ ଅର୍ଦ୍ଧଚେତନରେ ଥାଏ, ତାକୁ ସ୍ମରଣ କଲେ ଉତ୍ତର ମିଳିଯାଏ। ସମସ୍ୟା ଥିଲା ଆମେରିକାନ୍ଙ୍କର ଯେଉଁମାନେ ସଭ୍ୟତାହୀନ ନବୀନତାର ଇତିହାସ ନେଇ ଆସିଥିଲେ ଓ ନିଜର ରାଷ୍ଟ୍ରୀୟତା ସହିତ ଦକ୍ଷିଣ ଆମେରିକାର କ୍ଷେତ୍ରମାନଙ୍କୁ ନେଇ ଗୋଟିଏ ‘ଆମେରିକାନ୍ ପ୍ରଭାବକ୍ଷେତ୍ର’ର ନିର୍ମାଣ ଚାହୁଁଥିଲେ। ଏହା ଥିଲା ଆଟ୍ଲାଣ୍ଟିକ ସାଗରର ସେପଟେ ଥିବା ୟୁରୋପୀୟମାନଙ୍କ ସମବେତ ଶକ୍ତି ବିପକ୍ଷରେ ଏକ ରାଜନୈତିକ ପ୍ରାଚୀର। ରୁଜ୍ଭେଲ୍ଟ ଏ ପରିକଳ୍ପନା କରି ‘ଆମେରିକାନ୍ ଷ୍ଟେଟ୍ସ’ମାନଙ୍କର ଏକ ଶୀର୍ଷ ସମ୍ମିଳନୀ ମଣ୍ଟଭିଡିଓ (ଉରୁଗୁଏ/ଦକ୍ଷିଣ ଆମେରିକା)ରେ ଡାକିଥିଲେ ଯେ ୟୁରୋପୀୟ କଲୋନି ହେଲେ ମଧୢ ଆମେରିକାନ୍ମାନେ ଗୋଟିଏ ମ˚ଚରେ ଏକାଠି ହୋଇପାରିବେ। ୟାର ରାଜନୈତିକ ପରିଣତି ଏବେ ମଧୢ ଧୀରେ ଧୀରେ ଉନ୍ମୋଚିତ ହୋଇ ଚାଲିଚି।
ପୂର୍ବତନ ୟୁରୋପୀୟ କଲୋନିଗୁଡ଼ିକ କେତେ ୟୁରୋପୀୟ ବା କେତେ ଆମେରିକୀୟ ତା’ର ଉତ୍ତର ଏବେ ବି ମିଳୁନାହିଁ। ସବୁ ଆର୍ଥିକ ସ˚ପର୍କ ଉତ୍ତର ଆମେରିକା (ୟୁ.ଏସ୍.ଏ) ସହିତ, ଅଥଚ ଭାଷା ୟୁରୋପୀୟ। ଆର୍ଜେଣ୍ଟିନାରେ ଘରୋଇକରଣର ବିଶେଷଜ୍ଞ ସଦସ୍ୟ ଭାବରେ ଜନ୍ବୋର୍ଣ୍ଣ କମିଟିର ସଦସ୍ୟ ଥିବା ବେଳେ ମୁଁ ଏ ପ୍ରଶ୍ନ ଆର୍ଜେଣ୍ଟିନାର ବିତ୍ତମନ୍ତ୍ରୀଙ୍କୁ ପଚାରିଥିଲି। ସେ ଅତି ସହଜ ଉତ୍ତର ଦେଇଥିଲେ ଯେ ଆମେ ୟୁରୋ-ଆମେରିକାନ୍ ସାର୍ବଭୌମ ରାଷ୍ଟ୍ର! ଏଭଳି ଏକ ସ˚ଜ୍ଞା କିନ୍ତୁ ଆଧୁନିକ ରାଜନୀତି ବିଜ୍ଞାନରେ ବର୍ଜିତ। କାରଣ ଭାଷା ଓ ବାଣିଜ୍ୟିକ ନିୟନ୍ତ୍ରଣ ରାଷ୍ଟ୍ରର ସ˚ଜ୍ଞା ନିରୂପଣ ପାଇଁ ଜରୁରୀ ନୁହେଁ ବୋଲି ମଣ୍ଟଭିଡିଓ କନ୍ଫରେନ୍ସରେ ସିଦ୍ଧ ହୋଇଗଲା। ତାହା ମଧୢ ଆନ୍ତର୍ଜାତିକ ଆଇନ (ଇଣ୍ଟରନ୍ୟାସନାଲ ଲ’)ରେ ସାମିଲ ହୋଇଗଲା। ଆମେ ଉତ୍ତର ଔପନିବେଶିକ ଗଣତନ୍ତ୍ରମାନଙ୍କରେ ‘ରାଷ୍ଟ୍ର’ କହିଲେ ଯାହା ବୁଝୁ ତାହା ଏହି ମଣ୍ଟଭିଡିଓ କନ୍ଫରେନ୍ସରେ ଉତ୍ତର ଓ ଦକ୍ଷିଣ ଆମେରିକାନ୍ ରାଷ୍ଟ୍ରସମୂହଙ୍କ ଦ୍ବାରା ସ୍ଥିରୀକୃତ ସ˚ଜ୍ଞା। ଉତ୍ତର ଔପନିବେଶିକ କାଳରେ ରାଜନୀତି ବିଜ୍ଞାନରେ ରାଷ୍ଟ୍ର ବା ଷ୍ଟେଟ୍ରେ ଏହି ସ˚ଜ୍ଞା ଆମେ ପଢ଼ିଲୁ। କିନ୍ତୁ ସେତେବେଳେ ଆମର ଧାରଣା ନ ଥିଲା ଯେ ନେସନ୍ ବା ରାଷ୍ଟ୍ର ‘ଷ୍ଟେଟ୍’ଠାରୁ ବହୁ ଦିଗରୁ ବୃହତ୍ତର ଓ ଅର୍ଥପୂର୍ଣ୍ଣ ଏକ ବ୍ୟାପକ ଶବ୍ଦ।
ମଣ୍ଟଭିଡିଓ କନ୍ଫରେନ୍ସ ବା କନ୍ଭେନ୍ସନ୍ (ଡିସେମ୍ବର ୨୬, ୧୯୩୩)ରେ ଆମେରିକାନ୍ ରାଜ୍ୟମାନଙ୍କ ମଧୢରେ ସ୍ବାକ୍ଷରିତ ଚୁକ୍ତିର ଶିରୋନାମା ଥିଲା ‘କନ୍ଭେନ୍ସନ୍ ଅନ୍ ଦ ରାଇଟ୍ସ୍ ଆଣ୍ତ୍ ଡ୍ୟୁଟିଜ୍ ଅଫ୍ ଷ୍ଟେଟ୍ସ’। ଏ କନ୍ଭେନ୍ସନ୍ କାର୍ଯ୍ୟକାରୀ ହୋଇଗଲା ଠିକ୍ ବର୍ଷକ ପରେ ୨୬ ଡିସେମ୍ବର ୧୯୩୪ରେ ଓ ‘ଲିଗ୍ ଅଫ୍ ନେସନ୍ସ୍’ରେ ଏକ ଚୁକ୍ତି ଭାବରେ ଗୃହୀତ ହୋଇଗଲା ଜାନୁଆରି ୧୯୩୬ରେ। ଏଠି ଲକ୍ଷ୍ୟ କରିବାର କଥା ଯେ ରୁଜ୍ଭେଲ୍ଟଙ୍କ ନେତୃତ୍ବରେ ମାତ୍ର ଊଣେଇଶଟି ଆମେରିକାନ୍ ରାଜ୍ୟ ଯାହା କଲେ ତାହା ଲିଗ୍ ଅଫ୍ ନେସନ୍ସ୍ ଦ୍ବାରା ଆନ୍ତର୍ଜାତିକ ଆଇନରେ ପରିଣତ ହୋଇଗଲା। ଆମେରିକାନ୍ ରାଜ୍ୟମାନେ ପରସ୍ପର ସହିତ ଉତ୍ତମ ପଡ଼ୋଶୀ (ଗୁଡ୍ ନେବର୍) ହେବା ପାଇଁ ରୁଜ୍ଭେଲ୍ଟ ପାନ୍-ଆମେରିକାନ୍ ଏକକର ପରିକଳ୍ପନା କରିଥିଲେ, କିନ୍ତୁ ତାହା ଆମେରିକାନ୍ କୂଟନୀତି ଯୋଗୁଁ ଏକ ଆନ୍ତର୍ଜାତିକ ଆଇନରେ ପରିଣତ ହେଲା।
ଆମେରିକାନ୍ ପ୍ରଭୁତ୍ବର ପ୍ରଥମ କୂଟ ପ୍ରୟୋଗ ହୋଇଗଲା ଦକ୍ଷିଣ ଆମେରିକା ତଥା ଉତ୍ତର ଆମେରିକାର ଦ୍ରୋହୀ ଏକକ ରାଜ୍ୟମାନଙ୍କ ଉପରେ। କଥା ସେ ଯାଏଁ ଠିକ୍ ଥିଲା। କିନ୍ତୁ ବିଶ୍ବର ରାଷ୍ଟ୍ରମାନଙ୍କର ତଥାକଥିତ ସର୍ବୋଚ୍ଚ ବିବେକ ‘ଲିଗ୍ ଅଫ୍ ନେସନ୍ସ୍’ ୟାକୁ ଗ୍ରହଣ କଲା କାହିଁକି? କାହିଁକି ସେତେବେଳେ କେହି କହିଲେ ନାହିଁ ଯେ ରାଜ୍ୟ ରାଷ୍ଟ୍ର ନୁହେଁ! ବୋଧହୁଏ ‘ଲିଗ୍ ଅଫ୍ ନେସନ୍ସ୍’ ଭିତରକୁ ବିଶ୍ବ-ପ୍ରତିନିଧିତ୍ବର ପ୍ରକୃତି ପ୍ରବେଶ କରିନଥିଲା।
ଭାରତୀୟ ସମ୍ବିଧାନରେ ଆମେ ରାଷ୍ଟ୍ର ନିର୍ମାଣ କଲୁ, ରାଜ୍ୟ ନୁହେଁ। ଭାରତୀୟ ସମ୍ବିଧାନରେ ରାଷ୍ଟ୍ର ଭାରତୀୟ ସ୍ବହସ୍ତ ନିର୍ମିତ ସାର୍ବଭୌମ ଏକକ, ‘ଷ୍ଟେଟ୍’ ବା ‘ରିପବ୍ଲିକ୍’ ଏକ ଶାସକୀୟ ରୂପ। ରିପବ୍ଲିକ୍ ଅର୍ଥ ଏ ‘ଷ୍ଟେଟ୍’ର ମୁଖ୍ୟ ରାଷ୍ଟ୍ରପତି; ଯଦିଓ ଇଏ ଗଣତନ୍ତ୍ର ଓ ପାର୍ଲିଆମେଣ୍ଟାରି ବା ଲୋକପ୍ରତିନିଧି ପରିଚାଳିତ ସ˚ସଦୀୟ ବ୍ୟବସ୍ଥା ୟାର ନିୟାମକ।
ତେଣୁ ‘ଭାରତୀୟ ରାଷ୍ଟ୍ର’ ଆମେରିକାନ୍ ଷ୍ଟେଟ୍ ନୁହେଁ। ‘ଷ୍ଟେଟ୍’ ଆମ ‘ନେସନ୍’ର ଗୋଟିଏ କାର୍ଯ୍ୟବାହୀ ବ୍ୟବସ୍ଥା ବା ଅନୁଷ୍ଠାନ। ତେବେ ଏ ‘ରାଷ୍ଟ୍ର’ଟି କ’ଣ? ରାଜନୀତି ଶାସ୍ତ୍ରର ଆମେରିକାନ୍ ପଣ୍ତିତମାନେ ‘ଷ୍ଟେଟ୍’ ଓ ‘ନେସନ୍’କୁ ଗୋଳମାଳିଆ କରି ରଖିଲେ ଓ ନେସନ୍-ଷ୍ଟେଟ୍ ନାଁରେ ବି କାମ ଚଳିଲା। ସେଇଠି ୟୁରୋପୀୟମାନେ ‘ନେସନ୍’ ବା ରାଷ୍ଟ୍ରକୁ ତାଙ୍କର ଅସ୍ତିତ୍ବ ବିବେଚକ ଘୋଷଣା କରି ‘ସାର୍ବଭୌମତ୍ବ’କୁ ମୂଳ କରି ଧରିଲେ। ୟୁରୋପୀୟମାନେ ଊନବି˚ଶ ଶତାବ୍ଦୀରୁ ‘ରାଷ୍ଟ୍ର’ର ସାର୍ବଭୌମତ୍ବ ସହିତ ରାଷ୍ଟ୍ରୀୟତାର କଥା ଉଠେଇଥିଲେ। ସେଇଠି, ଭାରତରେ ‘ରାଷ୍ଟ୍ର’ ଏ ଅତି ପ୍ରାଚୀନ ଶବ୍ଦ। ‘ରାଷ୍ଟ୍ର’ ଶବ୍ଦ ଯେଉଁ ଅର୍ଥରେ ଭାରତୀୟ ବାଙ୍ମୟ ସ˚ସ୍କୃତରେ ବ୍ୟବହୃତ ହୋଇଛି ତା’ର କଳ୍ପନା ବିଶ୍ବର ଅନ୍ୟ କୌଣସି ପାଠରେ ନାହିଁ। ‘ରାଷ୍ଟ୍ର’ର ଅର୍ଥ କ୍ଷେତ୍ର, ଅ˚ଚଳ, ରାଜ୍ୟ, ଲୋକ, ବ୍ୟାପ୍ତି, ସାର୍ବଭୌମତ୍ବ, ସର୍ବାଧିକାର, ସ୍ବତ୍ବ, ପାଳନ, ଶାସନ ଇତ୍ୟାଦି; କିନ୍ତୁ ଯାହା ଅଧିକ ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଏହି ଯେ ‘ରାଷ୍ଟ୍ର’ ଲୋକକ୍ଷେତ୍ର, ଲୋକ ପ୍ରଶାସନ ବା ରାଜପଣର ଏକ ପ୍ରକୃତି। ଏ କଥା ମନୁସ୍ମୃତିରେ କୁହାଗଲା ଋକ୍ବେଦର ବିଶ୍ବଦୃଷ୍ଟିର ଆଲୋକରେ। ଋକ୍ବେଦର ବିଶ୍ବଦର୍ଶନ ବା ପ୍ରକୃତି ଦର୍ଶନ ହିଁ ସନାତନୀ ଭାରତ ନିବାସୀଙ୍କ ରାଷ୍ଟ୍ର। ୟାର ଶ୍ରେଷ୍ଠ ପ୍ରବକ୍ତା ଶ୍ରୀଅରବିନ୍ଦ।
୧୯୦୯ରେ ଆଲିପୁର ଜେଲ୍ରୁ ଖଲାସ ହେଲା ପରେ ଶ୍ରୀଅରବିନ୍ଦଙ୍କର ପ୍ରସିଦ୍ଧ ଉତ୍ତରପଡ଼ା ଭାଷଣରେ ଅଛି ଆମର ରାଷ୍ଟ୍ରୀୟତାର ଅଭିବ୍ୟକ୍ତି। ଏଇଠି ସେ କହିଲେ ସନାତନୀ ଭାରତୀୟତା ଭାରତୀୟଙ୍କ ରାଷ୍ଟ୍ରୀୟତା ଓ ସନାତନ ଧର୍ମ ହିଁ ଭାରତର ରାଷ୍ଟ୍ରବାଦ। ଏଇଥି ପାଇଁ ନୁହେଁ ଯେ ସନାତନ ଧର୍ମ କୌଣସି ଗୋଟିଏ ଲୋକ ସ˚ପ୍ରଦାୟର ଧର୍ମ। ଏଇଥିପାଇଁ ଯେ ଏ ଧର୍ମ ଏକ ବିଶ୍ବଧର୍ମ, ବିଶ୍ବର ଏକମାତ୍ର ଧର୍ମ ଯାହାର ପ୍ରତିଷ୍ଠା ମାନବଧର୍ମର ସୁରକ୍ଷା ପାଇଁ, ଜନ ପାଇଁ ନୁହେଁ ଜଗତ୍ ପାଇଁ। ସେଥିରେ ଶ୍ରୀଅରବିନ୍ଦ ସ୍ପଷ୍ଟ କଲେ ଯେ ଭାରତୀୟ ରାଷ୍ଟ୍ରବାଦ, ସର୍ବଧର୍ମ ସମନ୍ବୟର ସନାତନୀ ପ୍ରତିଷ୍ଠା, ତାହା ହିଁ ହିନ୍ଦୁତ୍ବର ରାଜନୈତିକ ଅର୍ଥଗୌରବ। ଆର୍ଯ୍ୟ ଓ ବନବାସୀ ତଥା ଦ୍ରାବିଡ଼ ଓ ବିଭିନ୍ନ ଆସ୍ଥା ଓ ବିଶ୍ବାସ ନେଇ ଭାରତକୁ ଆସିଥିବା ଲୋକ ସ˚ପ୍ରଦାୟ ଏ ଭୂମିର ଅଧିବାସୀ ଭାବରେ ଯେଉଁ ଚିରନ୍ତନ ମୂଲ୍ୟବୋଧର ଅ˚ଶ ହୋଇଯାଇଚନ୍ତି, ସେହି ମୂଲ୍ୟବୋଧର ନାମ ‘ରାଷ୍ଟ୍ର’। ତେଣୁ ଭାରତ ଭୂଖଣ୍ତ ହିଁ ବିଶ୍ବର ଏକମାତ୍ର ଭୂଖଣ୍ତ ଯେଉଁଠି ଧର୍ମ ଓ ରାଜନୀତି ଅଲଗା ଶବ୍ଦ ନୁହନ୍ତି, ସେଇ ଗୋଟିଏ ଶବ୍ଦ ‘ରାଷ୍ଟ୍ର’ର ଚିରନ୍ତନୀ ଦୁଇ ପାର୍ଶ୍ବ। ରାଷ୍ଟ୍ର, ଧର୍ମ ରକ୍ଷା କରେ ଜଗତ୍ରେ ମାନବ ମୂଲ୍ୟ ରକ୍ଷା କରି। ରାଷ୍ଟ୍ର ରାଜନୀତି କରେ ସେହି ସନାତନୀ ମୂଲ୍ୟବୋଧର ସୁରକ୍ଷା ପାଇଁ। ସବୁ ଭାରତୀୟଙ୍କ ଧର୍ମ ଭାରତୀୟତା। ଭାରତୀୟତାର ଅର୍ଥ ଭାରତୀୟ ରାଷ୍ଟ୍ରବାଦ।
୧୯୧୯ ବେଳକୁ ୟୁରୋପୀୟ ଚେତନାରେ ରାଷ୍ଟ୍ରବାଦର ଏକ ନୂଆ ତତ୍ତ୍ବ ପ୍ରବେଶ କରି ସାରିଥିଲା। ଜର୍ଜ ସୋରେଲ୍ ‘ରାଷ୍ଟ୍ର’ର ସ˚ଜ୍ଞାରେ ‘ଲୋକତତ୍ତ୍ବ’କୁ ସାମିଲ କରି ସାରିଥିଲେ। ଲୋକତତ୍ତ୍ବର ସୋରେଲୀୟ ତର୍ଜମା ସେତେବେଳେ ରାଷ୍ଟ୍ରବାଦ ନେଇ ଗୋଟିଏ ଅସ୍ପଷ୍ଟ ପରିବର୍ତ୍ତନ ଆଣିଥିଲା। କେହି ସ୍ବୀକାର ନ କଲେ ବି ଏ ପରିବର୍ତ୍ତନର ମୂଳପାଠ ଭାରତୀୟ ବ୍ୟାଖ୍ୟାନ ମାଧୢମରେ ୟୁରୋପୀୟ ଚେତନାକୁ ସ୍ପର୍ଶ କରିଥିଲା। ସୋରେଲ କି˚ବଦନ୍ତି (ମିଥ୍)କୁ ‘ଷ୍ଟେଟ୍’ର ଗୋଟିଏ ଚରିତ୍ର ବୋଲି କହିଲେ, କିନ୍ତୁ ତା’ର ବ୍ୟାଖ୍ୟା ପାଇଁ ତାଙ୍କ ପାଖରେ ୟୁରୋପୀୟ ଉପାଦାନ ନ ଥିଲା। ଭାରତୀୟଙ୍କ ପାଇଁ କି˚ବଦନ୍ତିର ବ୍ୟାପ୍ତି ପ୍ରବଳ, ଗ୍ରେକୋ-ରୋମାନ କି˚ବଦନ୍ତି ଠାରୁ ବହୁଗୁଣରେ ଗୁରୁତ୍ବପୂର୍ଣ୍ଣ। ଭାରତୀୟ କି˚ବଦନ୍ତିରେ ଇତିହାସ, ଐତିହ୍ୟ, ସ˚ସ୍କାର, ସ˚ସ୍କୃତି, ଜାତୀୟ ସ୍ମୃତି, ଲୋକବିଦ୍ୟା, ଲୋକାଚାର, ଧର୍ମ ଓ ଜୀବନଦର୍ଶନ ସବୁ ଓତପ୍ରୋତ ବା ୟା ଠାରୁ ଅଧିକ ଉଚିତ ହେବ କହିବା ଯେ ଭାରତର ଇତିହାସ, ଐତିହ୍ୟ, ସ˚ସ୍କାର, ସ˚ସ୍କୃତି, ଜାତୀୟ ସ୍ମୃତି, ଲୋକବିଦ୍ୟା, ଲୋକାଚାର, ଧର୍ମ ଓ ଜୀବନଦର୍ଶନ ସବୁଥିରେ କି˚ବଦନ୍ତୀୟ ନିର୍ମାଣ ବରାବର ଜାରି ରହିଚି। ଶ୍ରୀଅରବିନ୍ଦ ‘ରାଷ୍ଟ୍ର’ରେ ବସୁଦେବ ନାରାୟଣଙ୍କୁ ଦେଖିଲେ କାହିଁକି? ଏଇଥିପାଇଁ ଯେ ବସୁଦେବ ନାରାୟଣ ତାଙ୍କ ପାଇଁ କର୍ମକାଣ୍ତର ଔପଚାରିକ ଦେବତା ନ ଥିଲେ, ସେ ଥିଲେ ସର୍ବୋଚ୍ଚ ମାନବୀୟ ଉତ୍କର୍ଷର ଦୈବୀ ଉତ୍ସ।
ସ୍ବୀକାର କରିବାକୁ ହେବ ଯେ ଭାରତୀୟ ରାଜନୈତିକ ଚିନ୍ତନ ଠିକ୍ ସମୟରେ ‘ଧର୍ମ’ର ପ୍ରାସଙ୍ଗିକତାକୁ ରାଷ୍ଟ୍ର ସହିତ ଯୋଡ଼ି ପାରିଲା ନାହିଁ। ଗାନ୍ଧୀ ଧର୍ମ ସହିତ ରାଜନୀତିର ଯେଉଁ ଚିନ୍ତନ ଭୂମି ନିର୍ମାଣ କରିଥିଲେ ତାକୁ ସ˚ପୂର୍ଣ୍ଣ ଏଡ଼ାଇ ଦେଇ ‘ସାମାଜିକ ଲୋକତାନ୍ତ୍ରିକ ବ୍ୟବସ୍ଥା’ର ସାମ୍ବିଧାନିକ ବ୍ୟବସ୍ଥାର ଉଦ୍ଘାଟନ ହେଲା। ଏଥିରେ ଭାରତୀୟଙ୍କ ଭାରତୀୟତାର ପ୍ରାଚୀନତମ ସଭ୍ୟତାର ଲୋକାଦର୍ଶ ଓ ଲୋକପ୍ରକୃତି ପ୍ରତିଫଳିତ ହେଲାନାହିଁ। ରାଷ୍ଟ୍ର ପାଇଁ ଜୀବନ ମୂଲ୍ୟର ସୁରକ୍ଷା ଲୋଡ଼ା। ଐତିହ୍ୟ, ପର˚ପରା, ସ˚ସ୍କୃତି, ଧର୍ମ ଓ କି˚ବଦନ୍ତିର ସୁରକ୍ଷା ଲୋଡ଼ା। ସନାତନ ଧର୍ମ ଏଭଳି ଯେ ୟାକୁ ଆପଣ ଭାରତୀୟ ଲୋକାଦର୍ଶ ଓ ଲୋକ ପ୍ରକୃତି ବି କହିପାରିବେ। ୟାର କି˚ବଦନ୍ତୀୟ ବ୍ୟାଖ୍ୟାନ ଏପରି ଯେ ଏଥିରେ ସବୁ ଭାରତୀୟ ଅ˚ଶ ହୋଇପାରିବେ। ଭାରତୀୟଙ୍କ ଭିତରେ ସ˚ଖ୍ୟାଲଘୁ ଓ ସ˚ଖ୍ୟାଗୁରୁ ଏଭଳି କିଛି ନାହିଁ, କାରଣ ସନାତନୀ ରାଷ୍ଟ୍ର ଦୃଷ୍ଟିରେ ବିଭେଦ ନାହିଁ।
ରାଜନୀତି ବିଜ୍ଞାନର ରାଷ୍ଟ୍ରପାଠ ଭାରତ ପାଇଁ ଅଲଗା ଲେଖିବାକୁ ହେବ। ସ୍ମରଣରେ ରହୁ ଯେ ଏଠି ଐତିହ୍ୟର କ୍ଷେତ୍ର ଓ ଲୋକାସ୍ଥାର ପ୍ରାଚୀନ ଅନୁଷ୍ଠାନଗୁଡ଼ିକ ଆଧୁନିକୀକରଣର ସ˚କୀର୍ଣ୍ଣ ପରିଯୋଜନା ଦ୍ବାରା କ୍ଷୁଣ୍ଣ ହେବା ରାଷ୍ଟ୍ରଧର୍ମର ଅନୁକୂଳ ନୁହେଁ। ଐତିହ୍ୟକୁ ତା’ର ଧୂଳି, ମଳି ଓ ଧୂଆଁରେ ବ˚ଚେଇ ରଖିବାରେ ଆମର ମୌଳିକତା। ଖୋଳି, ତାଡ଼ି, ପାଲିସ୍ କରି, ଚକ୍ଚକ୍, ରଙ୍ଗାରଙ୍ଗ କରିବାରେ ପର˚ପରା ଦୃଷ୍ଟି କାହିଁ? ଭାରତୀୟମାନେ ଶୌଚ ନ ହୋଇ ପବିତ୍ର କ୍ଷେତ୍ର ମାଡ଼ନ୍ତି ନାହିଁ, ତେଣୁ ତାଙ୍କ ପାଇଁ ଶୌଚାଳୟ କରିବା ପାଇଁ କ୍ଷେତ୍ର ଉଜାଡ଼ିବାରେ କି ଦୂରଦୃଷ୍ଟି? ୟୁନେସ୍କୋର ହେରିଟେଜ୍ ଡକୁମେଣ୍ଟ୍ ଡେଟାବେସ୍ରେ ସଭ୍ୟତାଭିତ୍ତିକ ରାଷ୍ଟ୍ରମାନଙ୍କର ନିଜ ମନୁମେଣ୍ଟ୍କୁ ନେଇ ଉଦାର୍ତ୍ତ ଅହ˚କାର ଦେଖିବେ, ଅଧିକୃତ ସ˚ସ୍ଥା ୟାକୁ ଛୁଇଁବା ପାଇଁ ବି ସାହସ କରନ୍ତି ନାହିଁ। ଭାରତ ପାଇଁ ଭାରତର ଐତିହ୍ୟ ପୀଠଗୁଡ଼ିକ ଭାରତୀୟ ରାଷ୍ଟ୍ରୀୟତାର ଶ୍ରେଷ୍ଠ ଉପାଦାନ। ରାଷ୍ଟ୍ର ବ˚ଚାଇବା ପାଇଁ ଏଗୁଡ଼ିକ ବ˚ଚିବା ଦରକାର। ଦରିଦ୍ର ନିଃସମ୍ବଳ କିନ୍ତୁ ଭକ୍ତ ଓ ଗୃହୀ ଭାରତୀୟ ପାଇଁ ବସୁଦେବ ନାରାୟଣ ଧୂଳି, ଧୂଆଁ, ଗଳି ଓ ଲୋକ ସାଲୁବାଲୁ ବାଟରେ ଥା’ନ୍ତି, ସ˚ପନ୍ନତାରେ ନୁହଁ, ଅଭାବରେ ଥା’ନ୍ତି! ଅଭାବର ଦର୍ଶନ ନ ବୁଝିଲେ ଭାରତୀୟ ଧନୀକ, ବଣିକ, ରାଜନେତା ଓ ନିର୍ମାତା ‘ରାଷ୍ଟ୍ର’କୁ ବୁଝିବେ କ’ଣ? ରାଷ୍ଟ୍ରବାଦୀ ଚିନ୍ତକମାନେ ରାଷ୍ଟ୍ରୀୟତାକୁ ଗର୍ବର ସହିତ ଘୋଷଣା କରନ୍ତୁ ଓ ଦରିଦ୍ର ନାରାୟଣଙ୍କ ଆସ୍ଥାର ଆଲୋକରେ ‘ଭାରତ ବିଚାର’କୁ ଧର୍ମର ବଳ ଦିଅନ୍ତୁ।
ମୋ- ୯୪୩୭୦୩୯୮୫୮