କଟକ-ଐତିହ୍ୟର ଏକ ଅନାଲୋଚିତ ଦିଗ

ଅମିୟ ଭୂଷଣ ତ୍ରିପାଠୀ

ଆମ ଦେଶରେ ଐତିହ୍ୟ ସ˚ପନ୍ନ ପୁରାତନ ନଗରୀମାନଙ୍କ ତାଲିକା ପ୍ରସ୍ତୁତ କଲେ କଟକ ଏକ ପ୍ରମୁଖ ସ୍ଥାନ ଅଧିକାର କରିବ। ହଜାର ବର୍ଷର କଟକ କେଶରୀ ବ˚ଶର ରାଜତ୍ବ ସମୟରେ ନିର୍ମିତ ହୋଇଥିଲା ଓ ବିଭିନ୍ନ ରାଜବ˚ଶମାନଙ୍କ ରାଜୁତି ପରେ ମୋଗଲ, ମରାଠା ଓ ଇ˚ରେଜମାନଙ୍କ ଦ୍ବାରା ଅଧିକୃତ ହୋଇ ଓଡ଼ିଶାର ମୁଖ୍ୟ ପ୍ରଶାସନିକ କ୍ଷେତ୍ର ରୂପେ ଗଢ଼ି ଉଠିଲା। ମୋଗଲ ଶାସନ ସମୟରେ ମୁସଲମାନମାନେ ଆସି ରହିଲେ। ତା’ପରେ ମରାଠା ମାନେ ରହିଲେ, ଇ˚ରେଜ ଶାସନ ସମୟରେ ଖ୍ରୀଷ୍ଟଧର୍ମ ଗ୍ରହଣ କରି ଖ୍ରୀଷ୍ଟିଆନମାନେ ରହିଲେ। ଗୁରୁ ନାନକ ପଞ୍ଚଦଶ ଶତାବ୍ଦୀରେ ଜଗନ୍ନାଥ ଦର୍ଶନ ପାଇଁ ପୁରୀ ଆସିଲାବେଳେ ଶିଖ୍‌ମାନେ ବସତି ସ୍ଥାପନ କଲେ। ତା’ଛଡ଼ା ବଙ୍ଗଳାରୁ ବଙ୍ଗାଳୀ, ଦକ୍ଷିଣରୁ ତେଲୁଗୁ, ପଶ୍ଚିମରୁ ଗୁଜୁରାଟୀ ଓ ମାରଵାଡ଼ିମାନେ କଟକରେ ବସତି ସ୍ଥାପନ କରି କଟକକୁ ଋଦ୍ଧିମନ୍ତ ଓ ସମୃଦ୍ଧିଶାଳୀ କଲେ। ବିଭିନ୍ନ ସ˚ପ୍ରଦାୟ ଓ ଧର୍ମମାନଙ୍କ ପ୍ରତିଫଳକ ରୂପେ ମସ୍‌ଜିଦ୍‌, ଗୀର୍ଜା ଓ ଗୁରୁଦ୍ବାର ମାନ ଗଢ଼ି ଉଠିଲା ଓ କଟକର ବିଭିନ୍ନତା ମଧୢରେ ଏକତାର ଏକ ଅପୂର୍ବ ସମନ୍ବୟ ହେଲା। ବିଭିନ୍ନ ନିିର୍ମିତ ଐତିହ୍ୟ କଟକର ଅତୀତର ମହନୀୟତାର ମୂକସାକ୍ଷୀ। ବାରବାଟୀ ଦୁର୍ଗ, ମରଠା ବାରେକ୍‌, ମନ୍ଦିର, ମସ୍‌ଜିଦ, ଗୀର୍ଜା ଓ ବ୍ରିଟିସ୍‌ ରାଜତ୍ବ ସମୟରେ ନିର୍ମିତ ହୋଇଥିବା ବିଶାଳ ସୌଧମାନ, ବିଦ୍ୟାଳୟ, ମହାବିଦ୍ୟାଳୟ ,ବିଚାର ବିଭାଗୀୟ କୋର୍ଟ, ସରକାରୀ ଅଫିସ୍‌ମାନ କଟକର ଗର୍ବ। ଏମାନଙ୍କ ମଧୢରୁ କେତେକ ପ୍ରାଚୀନ ଐତିହ୍ୟ କାଳକ୍ରମେ ଅବଲୁପ୍ତ ହୋଇଯାଇଛି ସରକାରୀ ଅବହେଳା ଯୋଗୁଁ।

ପୂର୍ତ୍ତ ବିଭାଗର ଚିରାଚରିତ ରକ୍ଷଣାବେକ୍ଷଣ ପଦ୍ଧତିରେ ଏକ ସୌଧ ବିପଜ୍ଜନକ ଅବସ୍ଥାକୁ ଆସିଲେ ତାହା ଐତିହ୍ୟ ରକ୍ଷା ଦିଗରୁ ସ˚ରକ୍ଷଣ ଯୋଗ୍ୟ କି ନୁହେଁ ତାହା ବିଚାର ନ କରି ଧୂଳିସାତ୍‌ କରି ଦିଆଯାଏ। ତଥାପି ବିପଜ୍ଜନକ ବୋଲି ଘୋଷଣା କରାଯାଇଥିବା କିଛି ଐତିହ୍ୟକୁ ପ୍ରଗାଢ଼ ଚେଷ୍ଟା କରି ସ˚ରକ୍ଷଣ କରାଯାଇ ପାରିଛି। କିଛି ଉଦାହରଣ ହେଲା, ରେଭେନ୍‌ସା ବିଶ୍ବବିଦ୍ୟାଳୟର କନିକା ଲାଇବ୍ରେରି, ଓଡ଼ିଶାର ପ୍ରଥମ ବିଧାନସଭା ସର୍କିଟ୍‌ ହାଉସ୍‌। ଜାତୀୟ ସ୍ତରରେ ଖ୍ୟାତନାମା କଳା ଓ ସ˚ସ୍କୃତି ସ˚ରକ୍ଷଣ ନ୍ୟାସ (ଇନ୍‌ଟାକ)ର ଉଦ୍ୟମ ଏ ଦିଗରେ ଉଲ୍ଲେଖନୀୟ।

କଟକ ନଗର ଉପରେ ବହୁତ ପୁସ୍ତକ ଓ ପ୍ରବନ୍ଧମାନ ରଚିତ ହୋଇଛି। ଅଶୀ ଦଶକରେ ହଜାରେ ବର୍ଷ ପାଳନ ଉପଲକ୍ଷେ ବନ୍ଧୁ ସ୍ବର୍ଗତ ଗିରିଜା ଭୂଷଣ ପଟ୍ଟନାୟକଙ୍କ ଉଦ୍ୟମରେ ୨ ଭାଗ ବିଶିଷ୍ଟ ଏକ ପୁସ୍ତକ ସ˚କଳନ ବାହାରିଥିଲା। ଏ ଲେଖକ ବିଭିନ୍ନ ସମୟରେ କଟକ ଐତିହ୍ୟ ଉପରେ ନିଜ ଭୂମିକା ପାଳନ କରିଛି। ଜର୍ମାନୀରେ ଥିବା ବନ୍ଧୁ ରାଜେନ୍ଦ୍ର ନାରାୟଣ ଦାସ ୧୦୦ ପାଖାପାଖି ପ୍ରବନ୍ଧ ସ˚କଳନ କରି ଏକ ପୁସ୍ତକ ପ୍ରକାଶ କରିଛନ୍ତି। ଏ ଗୌରବମୟ ଐତିହ୍ୟର ଏକ ମୂଳ ଓ ପ୍ରାଥମିକ ପ୍ରସଙ୍ଗ ଯାହାକୁ ଆଧାର କରି ଲିଖନ, ଚିନ୍ତନ ଓ କଥୋପକଥନ ଚାଲିଛି। ତାହା ଜନସାଧାରଣଙ୍କ ଦୃଷ୍ଟିକୁ ଆସି ପାରିନାହିଁ। ତାହା ହେଲା କଟକର ବିଭିନ୍ନ ଅନୁଷ୍ଠାନ ଓ ଅନ୍ୟାନ୍ୟ ସ୍ଥାନ ମାନଙ୍କରେ ଥିବା ଅସ˚ଖ୍ୟ ନଥିପତ୍ର, ପୁସ୍ତକ ଓ ଦସ୍ତାବିଜ। ଏଥିରେ ସନ୍ଦେହ ନାହିଁ ଯେ ଶହ ଶହ ବର୍ଷ ଧରି ଓଡ଼ିଶାର ପ୍ରାଣକେନ୍ଦ୍ର ଥିବା କଟକ ବିଭିନ୍ନ ଶାସନାଧୀନରେ ବିଭିନ୍ନ ଭାଷାରେ ଯଥା ସ˚ସ୍କୃତ, ପାର୍‌ସିଆନ୍‌, ଓଡ଼ିଆ, ବଙ୍ଗାଳୀ ଓ ଇ˚ରେଜୀ; ଦୁର୍ମୂଲ୍ୟ ନଥିପତ୍ର ସୃଷ୍ଟି କରିଛି ବିଭିନ୍ନ ମାଧୢମରେ। ତାଳପତ୍ର, କପଡ଼ା ଓ କାଗଜ ଇତ୍ୟାଦି। ରେଭେନ୍‌ସା ପରି ପୁରାତନ ଶିକ୍ଷା ଅନୁଷ୍ଠାନ, ବ୍ରିଟିସ୍‌ ରାଜତ୍ବ ସମୟରେ ଗଢ଼ି ଉଠିଥିବା ବିଭିନ୍ନ ପ୍ରଶାସନିକ ବିଭାଗ ଯଥା ରାଜସ୍ବ, ପୁଲିସ୍‌, ବିଚାରାଳୟ, ଗ୍ରନ୍ଥାଗାର, ଧର୍ମ ସ˚ସ୍ଥାନମାନଙ୍କରେ ଦୁର୍ଲଭ ନଥିପତ୍ର ମାନ ଅଛି, ଯାହାର ଆକଳନ କରିବା ସମ୍ଭବ ନୁହେଁ ଓ ଯାହା କେବଳ କଟକ ନୁହେଁ, ସମଗ୍ର ଓଡ଼ିଶାର ଇତିହାସ ଓ ଐତିହ୍ୟର ଏକ ଏକ ସୁବର୍ଣ୍ଣ ଖଣି।

ଆମେ ଐତିହ୍ୟ ସୁରକ୍ଷା ଉପରେ ଆଲୋଚନା କଲା ବେଳେ ନିର୍ମିତ ଐତିହ୍ୟ ଉପରେ ଗୁରୁତ୍ବ ଦେଇଥାଉଁ। ତାହା ନିଶ୍ଚୟ ହେବା କଥା। କିନ୍ତୁ ପୁରାତନ ନଥିପତ୍ର ବିଷୟରେ ଭୁଲିଯାଉଁ। ତାଳପତ୍ର ପୋଥିରେ ସମଗ୍ର ଦେଶରେ ଓଡ଼ିଶା ଅଗ୍ରଣୀ। ସ˚ରକ୍ଷଣ ସ˚ସ୍ଥା ଇନ୍‌ଟାକ କେବଳ ରାଜ୍ୟ ସ˚ଗ୍ରହାଳୟରେ ପ୍ରାୟ ୭ ଲକ୍ଷ ତାଳପତ୍ରକୁ ଜୀବନ୍ୟାସ ଦେଇଛି। କିନ୍ତୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅବହେଳିତ ଅବସ୍ଥାରେ ଅସ˚ଖ୍ୟ ତାଳପତ୍ର ପୋଥି ଅଛି। ପୁରୀରେ ଚାଲିଥିବା ବର୍ତ୍ତମାନ ସୌନ୍ଦର୍ଯ୍ୟକରଣରେ ରଘୁନନ୍ଦନ ଲାଇବ୍ରେରିରୁ ବହୁତ ପୁରାତନ ନଥିପତ୍ର ବାହାରିଲା। ଏ ପର୍ଯ୍ୟନ୍ତ ଏ ନଥିପତ୍ରମାନଙ୍କ ସ˚ରକ୍ଷଣ ଉପରେ କୌଣସି ପଦକ୍ଷେପ ନିଆଗଲା ନାହିଁ। ୧୯୯୫ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ରାଜ୍ୟ ସ˚ଗ୍ରହାଳୟର ତାଳପତ୍ର ସ˚ରକ୍ଷଣ ପାଇଁ ଭାରତୀୟ କଳା,ସ˚ସ୍କୃତି ଓ ଐତିହ୍ୟ ସ˚ରକ୍ଷଣ ନ୍ୟାସ (ଇନ୍‌ଟାକ)କୁ ଆମନ୍ତ୍ରଣ କଲେ ଏବଂ ରାଜ୍ୟରେ ଏକ ପ୍ରୟୋଗଶାଳା ଆରମ୍ଭ ହେଲା। ତାଳପତ୍ର ଛଡ଼ା ଜାତୀୟ ମାନୁସ୍କ୍ରିପ୍‌ଟ ମିସନ୍‌ରେ ଜାତୀୟ ଅଭିଲେଖାଗାର ପଶ୍ଚିମବଙ୍ଗ, ମୁମ୍ବାଇ, ଦିଲ୍ଲୀର ବିଭିନ୍ନ ଅନୁଷ୍ଠାନମାନଙ୍କରେ ପୁସ୍ତକ ଦସ୍ତାବିଜ ଆଦି ସ˚ରକ୍ଷଣ ଏ ପ୍ରୟୋଗଶାଳାର ଅବଦାନ। ଏହାର ନିର୍ଦ୍ଦେଶିକା ମଲ୍ଲିକା ମିଶ୍ର ଜାତୀୟ ସ୍ତରରେ ଜଣେ ସ˚ରକ୍ଷଣ ବିଶେଷଜ୍ଞ ରୂପେ ପ୍ରତିଷ୍ଠା ଲାଭ କରିଛନ୍ତି। କାନାଡା, ଅଷ୍ଟ୍ରିଆ ଆଦି ଦେଶମାନଙ୍କରେ ପ୍ରଶିକ୍ଷଣ ଲାଭ କରି ଭୁବନେଶ୍ବର ପ୍ରୟୋଗଶାଳାକୁ ସ୍ବତନ୍ତ୍ର ରୂପ ଦେଇଛନ୍ତି।

ବର୍ତ୍ତମାନ ଆସିବା କଟକ ସହରକୁ। ଓଡ଼ିଶାର ଏହି ସର୍ବ ପୁରାତନ ସହରରେ ଏ ଦୁର୍ଲଭ ଐତିହ୍ୟର ସ˚ରକ୍ଷଣ ଦିଗରେ ଇନ୍‌ଟାକ ନେଇଥିବା କିଛି ପଦକ୍ଷେପ ଉପରେ ଆଲୋକପାତ କରିବି। ୨୦୧୯ରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ରେଭେନ୍‌ସା ବିଶ୍ବବିଦ୍ୟାଳୟର ପ୍ରସିଦ୍ଧ କନିକା ଲାଇବ୍ରେରିର ଛାତ ଓ କାନ୍ଥମାନଙ୍କରୁ ପାଣି ଗଳି ୧୦୦ ବର୍ଷର ଏ ପୁରାତନ ସୌଧ ବିପଜ୍ଜନକ ସ୍ଥିତିକୁ ଆସିଲା। କୁଳପତିଙ୍କ ଅନୁରୋଧ କ୍ରମେ ଏହି ଲେଖକ ବିଖ୍ୟାତ ଯନ୍ତ୍ରୀ ଓ ଇନ୍‌ଟାକ ସଭ୍ୟ ସ୍ବର୍ଗତ ଗୋପାଳଚନ୍ଦ୍ର ମିଶ୍ର ଓ କେନ୍ଦ୍ର ନିର୍ଦ୍ଦେଶିକା ମଲ୍ଲିକା ମିଶ୍ରଙ୍କୁ ନେଇ ରେଭେନ୍‌ସା ଯାଇଥିଲେ। ଅଟ୍ଟାଳିକାର ଅବସ୍ଥା ଛଡ଼ା ଅନ୍ୟ ଏକ ଦୃଶ୍ୟ ହୃଦୟବିଦାରକ ଥିଲା। ଖରା, ବର୍ଷା, ପାଣି ଖାଇ ଭିଜି ଯାଇଥିବା ପୁରାତନ ଗ୍ରନ୍ଥ ଓ ପୋଥିମାନଙ୍କୁ ଶୁଖା ଯାଇଥିଲା। ଆମ ଅନୁରୋଧକ୍ରମେ କୁଳପତି କନିକା ଲାଇବ୍ରେରିର ପୁରାତନ ପୁସ୍ତକ ଓ ନଥିପତ୍ର ସ˚ରକ୍ଷଣ ପାଇଁ ୨୫ ଲକ୍ଷ ଟଙ୍କାର ଏକ ପାଇଲଟ ପ୍ରୋଜେକ୍ଟ୍‌ ସରକାରଙ୍କୁୁ ପଠାଇଲେ। ସେ ପ୍ରସ୍ତାବ ଉଚ୍ଚ ଶିକ୍ଷା ବିଭାଗରେ ଶୀତଳଭଣ୍ତାରକୁ ଗଲା। ଏହା ହେଲା ବିଡ଼ମ୍ବନା। ଅଟ୍ଟାଳିକାର ସ˚ରକ୍ଷଣ ପାଇଁ ସରକାର ଟଙ୍କା ଦେଲେ ଓ ଏ କାମ ପୁଲିସ୍‌ ଗୃହନିର୍ମାଣ ନିଗମ ଦ୍ବାରା କାର୍ଯ୍ୟକାରୀ ହେଉଛି। କିନ୍ତୁ ନଥିପତ୍ର ପାଇଁ ମାତ୍ର ୨୫ ଲକ୍ଷ ଟଙ୍କା ମିଳିଲା ନାହିଁ। ମୁଁ ଏ ପ୍ରଚେଷ୍ଟାକୁ ଜାରି ରଖି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକଙ୍କୁ କିଛି ଅନୁଦାନ ପାଇଁ ଅନୁରୋଧ କଲି। ସେ ସଙ୍ଗେ ସଙ୍ଗେ ୧୦ ଲକ୍ଷ ଟଙ୍କା ଦେଲେ। ରେଭେନ୍‌ସା ବିକାଶ ଟ୍ରଷ୍ଟ ଦେଲା ୫ ଲକ୍ଷ ଓ ଅକ୍‌ଟୋବର ୨୦୨୧ରେ ଏ ପ୍ରକଳ୍ପର ଶୁଭାରମ୍ଭ ହେଲା। ସବୁଠାରୁ ସୁଖର କଥା ହେଲା, ରେଭେନ୍‌ସା ପ୍ରକଳ୍ପ କଟକ ଏହି ଅଦେଖା ଐତିହ୍ୟ ଦିଗରେ ପ୍ରଥମ ମାଇଲଖୁଣ୍ଟ ହୋଇଛି। କଟକରେ ଅନ୍ୟାନ୍ୟ ପୁରାତନ ସରକାରୀ ଅନୁଷ୍ଠାନମାନ ହେଲେ ବିଚାରାଳୟ, ରାଜସ୍ବ ପରିଷଦ, ପୁଲିସ୍‌ ଓ ଜିଲ୍ଲାପାଳଙ୍କ ଅଫିସ୍‌। ତା’ଛଡ଼ା ଅନ୍ୟାନ୍ୟ ଅନୁଷ୍ଠାନ ମାନ ମଧୢ ଅଛି। ରାଜସ୍ବ ପରିଷଦ ସଭ୍ୟ ଶର୍ମା ମହାଶୟଙ୍କ ସଙ୍ଗେ କଥାବାର୍ତ୍ତା କରି ଏପରି ଏକ ପ୍ରକଳ୍ପ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଲିି। ସେ ସଙ୍ଗେ ସଙ୍ଗେ ରାଜି ହେଲେ ଓ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଇଲେ। ସରକାରଙ୍କ ଅନୁମୋଦନ ଆସିଲା ପରେ ମାର୍ଚ୍ଚ ମାସରେ ରାଜସ୍ବ ପରିଷଦର ପୁରୁଣା ନଥିପତ୍ର ସ˚ରକ୍ଷଣ କାର୍ଯ୍ୟ ଆରମ୍ଭ କରାଯାଉଛି।

ଆନନ୍ଦର ବିଷୟ ହେଲା ଓଡ଼ିଶା ହାଇକୋର୍ଟର ମାନ୍ୟବର ପ୍ରଧାନ ବିଚାରପତି ଡକ୍ଟର ମୁରଲୀଧର ଜଣେ ଐତିହ୍ୟପ୍ରେମୀ। ତାଙ୍କ ତତ୍ତ୍ବାବଧାନରେ ଏକ ବୃହତ ପ୍ରକଳ୍ପର ପ୍ରସ୍ତାବ ସରକାରଙ୍କ ପାଖକୁ ଯାଇଛି। ଏଥିରେ ପୁରୁଣା ନଥିପତ୍ର, ପୁସ୍ତକ ସ˚ରକ୍ଷଣ, ରେକର୍ଡ ରୁମ୍‌ର ଉନ୍ନତୀକରଣ ଓ ବାରବାଟୀ ଦୁର୍ଗ ଭିତରେ ଥିବା ହାଇକୋର୍ଟ ସ˚ଗ୍ରହାଳୟର ସ˚ରକ୍ଷଣ ଏବଂ ଆଧୁନିକୀକରଣ ଇନ୍‌ଟାକ ସହିତ କଟକର ପିଲୁମୋଦୀ ସ୍କୁଲ୍‌ ଅଫ୍‌ ଆର୍‌କିଟେକ୍‌ଚର ମିଶି ଏ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏପ୍ରିଲ ୯ ତାରିଖରେ ହାଇକୋର୍ଟ ନଥିପତ୍ର ସ˚ରକ୍ଷଣ ଉପରେ ଏକଦିନିଆ ସେମିନାର ଆୟୋଜିତ କରିଥିଲେ। ଭାରତର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞମାନେ ଏ କର୍ମଶାଳାରେ ନିଜର ମତବ୍ୟକ୍ତ କରିଥିଲେ। ଏ ଆୟୋଜନର ଦାୟିତ୍ବ ଇନ୍‌ଟାକ ସ˚ରକ୍ଷଣ କେନ୍ଦ୍ରକୁ ଦିଆଯାଇଥିଲା। ପୁଲିସ୍‌ ଏକ ଅତି ପୁରାତନ ଅନୁଷ୍ଠାନ। ବିଭିନ୍ନ ସମୟରେ ବିଭିନ୍ନ ପୁଲିସ୍‌ ପ୍ରଥା ପ୍ରଚଳିତ ଥିଲା। ଇ˚ରେଜମାନେ ଓଡ଼ିଶା ଅଧିକାର କଲା ପରେ ମୋଗଲ ବନ୍ଦୀ ଅଞ୍ଚଳ ଛଡ଼ା ଓଡ଼ିଶାରେ ୨୬ଟି ଗଡ଼ଜାତ ଥିଲା, ଯେଉଁଠାରେ ରାଜାମାନଙ୍କ ସ୍ବତନ୍ତ୍ର ପୁଲିସ୍‌ ବାହିନୀ ଥିଲେ। ଏ ବିଭାଗରେ ମଧୢ ପୁରୁଣା ନଥିପତ୍ର ସ˚ରକ୍ଷଣର ଆବଶ୍ୟକତା ଅଛି। ୧୯୯୬ ମସିହାରେ ଖୋଲା ଯାଇଥିବା ପୁଲିସ୍‌ ସ˚ଗ୍ରହାଳୟର ଆଧୁନିକୀକରଣ ଆବଶ୍ୟକ। ସୁଖର କଥା, ବିଭାଗୀୟ ମୁଖ୍ୟ ଡି.ଜି ପୁଲିସ୍‌ ସୁନୀଲ ବ˚ଶଲ ଏ ଦିଗରେ ଆଗ୍ରହ ଦେଖାଇଛନ୍ତି ଓ ଏ ଐତିହ୍ୟ ସୁରକ୍ଷା ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ଆଶା। କଟକ ଜିଲ୍ଲାପାଳଙ୍କ ଦପ୍ତର ଆଉ ଏକ ସୁନାର ଖଣି। ୧୮୦୩ରେ ଇ˚ରେଜମାନେ ଓଡ଼ିଶା ଅଧିକାର କଲା ପରେ କଟକ ଏକ ଜିଲ୍ଲା ରୂପ ନେଲା। ୨୦୦ ବର୍ଷରୁ ଊର୍ଦ୍ଧ୍ବ ନଥିପତ୍ର ଓଡ଼ିଆ, ବଙ୍ଗାଳୀ, ପାର‌୍ସିଆନ୍‌ ଓ ଇ˚ରେଜୀରେ ବାହାରିବ।

ପୁରାତନ ନଥିପତ୍ର ସ˚ରକ୍ଷଣ ଉପରେ ବିଚାର କଲେ ଏହାର ଦୁଇଟି ଦିଗ ଉପରେ ଦୃଷ୍ଟି ଦେବାକୁ ପଡ଼ିବ। ପ୍ରଥମ ହେଲା ଗ୍ରନ୍ଥାଗାର ଓ ଦପ୍ତରମାନଙ୍କରେ ଥିବା ପୁସ୍ତକମାନ। ଏ ଶ୍ରେଣୀରେ ଥିବା ପୁରାତନ ଓ ଜରାଜୀର୍ଣ୍ଣ ପୁସ୍ତକମାନଙ୍କ ସ˚ରକ୍ଷଣ ଆବଶ୍ୟକ। ଦ୍ବିତୀୟରେ ହେଲା ରେକର୍ଡ ଫାଇଲ ଆଦି। ଏ ଶ୍ରେଣୀରେ ଥିବା ନଥିମାନଙ୍କ ଉପଯୁକ୍ତ ପରୀକ୍ଷା ଓ ତର୍ଜମା କରି ଯାହାର ଐତିହାସିକ ମୂଲ୍ୟ ଅଛି, ସେମାନଙ୍କ ସ˚ରକ୍ଷଣ ପାଇଁ ପଦକ୍ଷେପ ନେବା। ୧୦୦୦ ବର୍ଷ ପୁରୁଣା କଟକ ପାଇଁ ଏ ଯେଉଁ ପ୍ରଚେଷ୍ଟା ଆରମ୍ଭ ହୋଇଛି, ତାହା ବ୍ୟାପକ ହେବ ବୋଲି ଆଶା। ସରକାର ଏ ଦିଗରେ ଏକ ବିଧିବଦ୍ଧ ଯୋଜନା କରି ତା’ର ସଫଳ ରୂପାୟନ କରନ୍ତୁ। ଯେତେବେଳେ ଶହ ଶହ କୋଟି ଟଙ୍କାର ପ୍ରକଳ୍ପମାନ ଘୋଷଣା କରାଯାଉଛି, ଏପରି ଏକ ଅତୁଳନୀୟ ପ୍ରକଳ୍ପ ସରକାରଙ୍କ ଶୁଭଦୃଷ୍ଟି ଅଗ୍ରାଧିକାର ଭିତ୍ତିରେ ପାଇବା ଉଚିତ।

[email protected]

ସମ୍ବନ୍ଧିତ ଖବର