ଧୀରେ ଧୀରେ ଜଳ ଭରି ଆସୁଥିବା ଗୋଟେ ବୋରୱେଲ ଗହ୍ବରରେ ପଡ଼ିଯାଉଥିବା ଗୋଟିଏ ମୂକ ବଧିର ଶିଶୁର ଉଦ୍ଧାର କାର୍ଯ୍ୟ ଚାଲିଚି। ଉଦ୍ଧାରକାରୀମାନେ ବିପଦଗ୍ରସ୍ତ ଶିଶୁର ନିଶ୍ବାସପ୍ରଶ୍ବାସର ଶବ୍ଦ ଶୁଣି ପାରିଚନ୍ତି, ଦେଶରେ ହର୍ଷ ଓ ଆଶ୍ବସ୍ତି। ଭାରତୀୟମାନେ ଛତିଶଗଡ଼ର ଜା˚ଜଗୀର-ଚାମ୍ପା ଜିଲ୍ଲାର ଏକ ଅଜ୍ଞାତ ପଲ୍ଲୀର ଏଇ ମୂକ-ବଧିର ଶିଶୁର ଜୀବନ ପାଇଁ ପ୍ରାର୍ଥନା କରୁଚନ୍ତି। ଶିଶୁଟି ଜୀବନ ପାଇଁ ସ˚ଘର୍ଷ କରି ଚାଲିଚି। ମୁଁ ବି ପ୍ରାର୍ଥନା କରୁଚି। ଏ ରଚନା ଅଟକିଚି, ଆଖି ମୋର ଟେଲିଭିଜନ୍ ପର୍ଦ୍ଦା ଉପରେ। ଉତ୍କଣ୍ଠା ବଢ଼ି ଚାଲିଚି। ଜିଲ୍ଲାପାଳ କହୁଛନ୍ତି: ଆମେ ଶିଶୁ ପାଖରେ ପହଁଚିବାକୁ ଯାଉଚୁ, କିନ୍ତୁ ଶିଶୁ ରାହୁଲକୁ କୋଳରେ ନ ଧରିଲା ଯାଏଁ ଆମେ କହିପାରିବୁ ନାହିଁ ଯେ ମିଶନ୍ ସଫଳ ହେଇଚି। ହେ ପ୍ରଭୁ, ରାହୁଲକୁ ରକ୍ଷା କର! ମୋର ପ୍ରାର୍ଥନା କୋଟି କୋଟି ଭାରତୀୟଙ୍କ ପ୍ରାର୍ଥନା ସହିତ ମିଶି ନିର୍ମାଣ କରିଚି ମଧୢ ରାତ୍ରିରେ ସମ୍ବେଦନାର ଆକାଶ। ଏ ସମ୍ବେଦନାର ଆକାଶ ତଳେ ଦେଶ, ଦେଶବାସୀ, ରାଷ୍ଟ୍ର ଓ ଗଣତନ୍ତ୍ର! ରାଜନୀତି ଆଉ ସ୍ବାର୍ଥ ନୁହେଁ କି ବିଚାରଧାରା ନୁହେଁ, ରାଜନୀତି ଏ ମୁହୂର୍ତ୍ତରେ କରୁଣା, ସମ୍ବେଦନା ଓ ଅଧୢାତ୍ମ! ରାଜନୀତି ରାଜନୀତିଶୂନ୍ୟ ହେବାର ବିସ୍ମୟକାରୀ ଦୃଷ୍ଟାନ୍ତ ଏ ମାନବୀୟ ମହାନୁଭୂତି! ବିଶ୍ବ ଇତିହାସରେ ବିପଦରେ ପଡ଼ିଥିବା ପ୍ରାଣୀ ଓ ମାନବଙ୍କ ଉଦ୍ଧାର ପାଇଁ ଅନେକ ପ୍ରୟାସର ଦୃଷ୍ଟାନ୍ତ ଅଛନ୍ତି, ଗୋଟିକରୁ ଆରଟି ଆହୁରି ବଡ଼! ରାହୁଲ ଉଦ୍ଧାର କାହାଣୀ ହୁଏତ ଭାରତୀୟ ସମାଜର କରୁଣାର୍ଦ୍ର ହୃଦୟ ଓ ସ˚ଗଠିତ ଉଦ୍ଧାର ପ୍ରୟାସର ଏକ ଅଭୂତପୂର୍ବ ଦୃଷ୍ଟାନ୍ତ ଭାବରେ ଚର୍ଚ୍ଚିତ ହେବ।
ଏ ସମୟ ଆବେଗର, କିନ୍ତୁ ୟା ପଛରୁ ଆପଣ ରାଷ୍ଟ୍ର ଓ ଗଣତନ୍ତ୍ରର ଗୋଟିଏ ଭାବମୂର୍ତ୍ତି ଦେଖିପାରୁଚନ୍ତି କି? ସେ ଭାବମୂର୍ତ୍ତିଟି ଏହି ଯେ ବିପଦ ଓ ବିପର୍ଯ୍ୟୟ କାଳରେ ରାଷ୍ଟ୍ର ଏକ ରାଜନୈତିକ ସ˚ଗଠନ ନୁହେଁ, ରାଷ୍ଟ୍ର ଏକ ସ୍ପନ୍ଦନମୟ ଲୋକ ସମାଜ। ଆପଣ ହୁଏତ ଜାଣିଥିବେ ଯେ ରାଷ୍ଟ୍ର ସମାଜରେ ପରିଣତ ହୁଏ ବା ସମାଜ ରାଷ୍ଟ୍ରର ଇଚ୍ଛା ଶକ୍ତିକୁ ନିୟନ୍ତ୍ରିତ କରେ କେବଳ ଗଣତନ୍ତ୍ରରେ। ଅଗଣତାନ୍ତ୍ରିକ ରାଷ୍ଟ୍ରରେ ମାନବର ଜୀବନ ମୂଲ୍ୟ ଖୁବ୍ ବେଶି ଗୁରୁତ୍ବପୂର୍ଣ୍ଣ ନୁହଁ ବା ଆଦୌ ଗୁରୁତ୍ବପୂର୍ଣ୍ଣ ନୁହଁ। ତା’ର କାରଣ ହେଉଚି କ୍ଷେତ୍ର-ସ˚ଯୋଗରେ ପ୍ରାଣ ଶକ୍ତିର ଅଭାବ। କ୍ଷେତ୍ର-ସ˚ଯୋଗକାରୀ ସାର୍ବଭୌମତ୍ବ ଅଗଣତାନ୍ତ୍ରିକ ରାଷ୍ଟ୍ରରେ କେବଳ ସର୍ବାଧିକାରର ବ୍ୟାପାର, ଯାହାକୁ ରାଜନୈତିକ ଭୂଗୋଳରେ ସୀମାଙ୍କିତ କରାଯାଏ, ସୀମା-ସୁରକ୍ଷାରେ ପ୍ରତିଷ୍ଠିତ କରାଯାଏ, କିନ୍ତୁ ଯାହାର ନୈତିକ ପକ୍ଷ ନ ଥାଏ। ନୈତିକ ଅଧିକାର ବା ‘ମୋରାଲ୍ ଲେଜିଟିମେସି’ ହୃଦୟର ବ୍ୟାପାର, କ୍ଷେତ୍ରକୁ କ୍ଷେତ୍ର ସହିତ ଯୋଡ଼ିବାରେ ଗୋଟିଏ ମାତୃ ସ୍ଥାନ ବା ପିତୃ ସ୍ଥାନର ପରିକଳ୍ପନାରୁ ଏହା ଆସେ। ତର୍କ କରାଯାଇପାରେ ବିଶ୍ବର ଅନେକ ଅଗଣତାନ୍ତ୍ରିକ ରାଷ୍ଟ୍ରର ଲୋକେ ତାଙ୍କ ଦେଶ ବା ରାଷ୍ଟ୍ରକୁ ନେଇ ଗୌରବାନ୍ବିତ ମନେକରନ୍ତି; ସେଠି କ’ଣ କ୍ଷେତ୍ର-ସ˚ଯୋଗକାରୀ ପ୍ରାଣଶକ୍ତିର ଅଭାବ ଅଛି? ଆଗରୁ ଥରେ ‘ଆରବ ସ୍ପ୍ରିଙ୍ଗ’ (ମରୁଭୂମିରେ ବସନ୍ତ) ବିଷୟରେ ଲେଖିଥିଲି ଓ କହିଥିଲି କିପରି ଗଣତନ୍ତ୍ର ପ୍ରତିଷ୍ଠା କରିବାର ପ୍ରୟାସ ବାରମ୍ବାର ବିଫଳ ହୋଇ ଚାଲିଥିବା ସତ୍ତ୍ବେ ଆରବିକ୍ ଚୈତନ୍ୟରେ କିଭଳି ପର୍ସିଆନ୍ ଓ ଇଜିପ୍ସିଆନ୍ ସଭ୍ୟତାର ଏକତ୍ବ ଏବେ ମଧୢ ବିଦ୍ୟମାନ ଭାଷା ଓ ସ˚ସ୍କାରରେ। ଏପରିକି ମରୁ ପ୍ରାନ୍ତରର ଶୂନ୍ୟତାରେ ବି ସଭ୍ୟତାର ପ୍ରାଣଶକ୍ତି ଏବେ ବି ବ˚ଚିଚି। ଯେଉଁ ରାଷ୍ଟ୍ରମାନଙ୍କର ସଭ୍ୟତାର ପୃଷ୍ଠଭୂମି ନାହିଁ କି ଗଣତନ୍ତ୍ରର ସହାନୁବନ୍ଧନ ନାହିଁ, ସେ ରାଷ୍ଟ୍ରମାନଙ୍କରେ କୌଣସି ମାନବୀୟ ସୌମ୍ୟ ଭାବମୂର୍ତ୍ତି ନାହିଁ। ମୁଁ ଏ କଥା କହୁଚି ଭାରତୀୟ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରସଙ୍ଗରେ। ଆମର ଆଲୋଚନା ଅଧୁନା ଲୋକକ୍ଷେତ୍ରରେ ଭାରତୀୟ ରାଷ୍ଟ୍ରବାଦକୁ ନେଇ ଚାଲିଚି, ତେଣୁ ବିପଦ କାଳରେ ଭାରତର ଲୋକେ, ଭାରତୀୟ ରାଷ୍ଟ୍ର ଓ ଭାରତୀୟ ସମାଜ ଗୋଟିଏ ବୃହତ୍ ସମ୍ବେଦନଶୀଳ ସମାଜରେ ପରିଣତ ହେବାର ଚଳନ୍ତି ଦୃଶ୍ୟକୁ ନେଇ ରାଜନୀତି ବିଜ୍ଞାନରେ ତତ୍ତ୍ବ ବିଚାର ଅଧିକ ଆଲୋକିତ ହୋଇପାରେ।
ଅପେକ୍ଷାରେ ସୋମବାର ରାତି କଟିଲା। ମଙ୍ଗଳବାର ସାରାଦିନ ଉତ୍କଣ୍ଠା ଲାଗି ରହିଲା। ମଙ୍ଗଳବାର ମଧୢରାତ୍ରିରେ ରାହୁଲ ଉଦ୍ଧାର ହେଲା। ଲୋକେ ଓ ରାଷ୍ଟ୍ର ଆଶ୍ବସ୍ତ! ୟାପରେ କ’ଣ ହେବ? ରାହୁଲ ଭଲ ହୋଇଯିବ ଓ ଗୋଟିଏ ସ˚ପ୍ରସାରିତ ସ୍ପ୍ରିଙ୍ଗ ତା’ର ପୂର୍ବାବସ୍ଥାକୁ ଫେରିଲା ଭଳି ସବୁକିଛି ବିପଦ ପୂର୍ବର ଅବସ୍ଥାକୁ ଫେରିବ। କିଛି ଦିନ ପରେ ଏ ଘଟନା ଏକ ଐତିହାସିକ ବା ସ୍ମରଣୀୟ ଘଟନା ହୋଇ ବହୁ ବିପର୍ଯ୍ୟୟର ସ୍ମୃତି ଭଳି ଜାତୀୟ ସ୍ମୃତିରେ ଏକ ଅସ୍ପଷ୍ଟ ରେଖାଙ୍କନ ହୋଇ ରହିଯିବ, ଯାହା ସାଧାରଣ ଦୃଷ୍ଟିରେ ଦିଶିବ ନାହିଁ, କିନ୍ତୁ ରାଷ୍ଟ୍ରର ଆତ୍ମାରେ ମିଶିଯିବ, ତାହା ତତ୍ତ୍ବଦର୍ଶୀଙ୍କୁ ନିଶ୍ଚୟ ଦିଶିବ।
ରାଜନୀତି ବିଜ୍ଞାନରେ ରାଷ୍ଟ୍ରର ଅସ୍ତିତ୍ବ ବିଚାରକୁ ନେଇ ଆମେରିକାନ୍ ବିଶ୍ବ ବିଦ୍ୟାଳୟମାନଙ୍କରେ ଏକ ସୁଦୃଢ଼ ପର˚ପରା ଅଛି। ଏ ପର˚ପରା ଚଳନ୍ତି ରାଜନୀତିର ତତ୍ତ୍ବାୟନ ବା ‘ଥିଓରାଇଜେସନ୍’କୁ ଧରି ଏ ପର୍ଯ୍ୟନ୍ତ ଚାଲିଚି। ଏଥିରେ ଦୋ ମୁହାଁ ତତ୍ତ୍ବାୟନ (ଡବଲ୍ ଫେସ୍ଡ୍ ଥିଓରାଇଜେସନ୍) ଅବଶ୍ୟ ଅଛି, କିନ୍ତୁ ଏହାରି ଭିତର ଦେଇ କେତେକ ନୂଆ ଦୃଷ୍ଟିକୋଣ ବି ବିକଶିତ ହୋଇଚି। ସଦ୍ୟତମ ଉଦାହରଣ ଡୋନାଲଡ୍ ଟ୍ରମ୍ପଙ୍କୁ ନିର୍ମମ ବୌଦ୍ଧିକ ସମାଲୋଚନା କଲା ବେଳେ ଆମେରିକାନ୍ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ‘ରାଷ୍ଟ୍ରୀୟତା’ ବା ‘ନେସନାଲିଜମ୍’କୁ ନେଇ ବିସ୍ତୃତ ଆଲୋଚନା ପ୍ରସ୍ତୁତ କରିଚି, ଯାହା ଅଣ-ଆମେରିକାନ୍, ତଥାକଥିତ ଅବିକଶିତ ରାଷ୍ଟ୍ରମାନଙ୍କର ଦମ୍ଭ ଓ ଗରିମାକୁ ନୂଆ ଅର୍ଥରେ ବୁଝିବା ପାଇଁ ସହାୟକ ହୋଇଚି।
ମୋର ଦୃଢ଼ ବିଶ୍ବାସ ଯେ ବିଶ୍ବର କୌଣସି ଜ୍ଞାନ କ୍ଷେତ୍ର ଅମାନବୀୟ ନୁହେଁ। ବିଜ୍ଞାନ ଅମାନବୀୟ ଯାନ୍ତ୍ରିକତା ଦ୍ବାରା ପରିଚାଳିତ ହେଲା ବେଳେ ତା’ର ପଥରୋଧ କରିବା ପାଇଁ ବିଜ୍ଞାନର ମାନବୀୟ ପ୍ରତିରୋଧହାରୀ ଶକ୍ତି ବି ଅଛି। ମୋର ଏ ବିଶ୍ବାସ ଯେ ସମସ୍ତ ଜ୍ଞାନ ମାନବୀୟ ସ˚ରଚନାର ଗୁଣ, ପ୍ରାଣ ଓ ଚୈତନ୍ୟ ଦ୍ବାରା ନିର୍ମିତ। ତେଣୁ ଅବାନ୍ତର ନୁହେଁ ଯଦି ଏ ପ୍ରଶ୍ନ ମୁଁ ପଚାରେ: ରାଷ୍ଟ୍ରର ଗୋଟିଏ ଆତ୍ମା ଅଛି କି, ଯେମିତି ମଣିଷର? ୟାର ଉତ୍ତର ଖୋଜିବା ସମୟରେ ଏ ରାହୁଲ-ଉଦ୍ଧାର ଘଟନାରେ ମୁଁ ଭାବୁଚି ମୋତେ ମୋର ପ୍ରଶ୍ନର ଉତ୍ତର ମିଳିଯାଇଛି। ସେଇ ଉତ୍ତରର ଚର୍ଚ୍ଚା ବର୍ତ୍ତମାନ କେବଳ ଜରୁରୀ ନୁହେଁ, ଗଣତନ୍ତ୍ର ଓ ରାଷ୍ଟ୍ରର ବିଚାର ପାଇଁ ସମକାଳୀନ ବିଶ୍ବରେ ସବୁଠୁ ଗୁରୁତ୍ବପୂର୍ଣ୍ଣ।
ଆମେରିକାନ୍ ବିଶ୍ବବିଦ୍ୟାଳୟ ମାନଙ୍କରେ ଅଧୢାପନା କରୁଥିବା ମୋର କେତେକ ବିଦେଶୀ ବନ୍ଧୁ ଅଛନ୍ତି, ଯାହାଙ୍କ ସହିତ ‘ଆମେରିକାନ୍ ଲିବେରାଲ୍ ଟ୍ରାଡିସନ୍’କୁ ନେଇ ବେଳେ ବେଳେ ମୋର ଘମାଘୋଟ ଆଲୋଚନା ହୁଏ ଓ ପ୍ରାୟ ପ୍ରତି ଥର ଏକ ବିପଜ୍ଜନକ ମୋଡ଼ରେ ସମାପ୍ତ ହୁଏ। କିନ୍ତୁ ଆଲୋଚନା ପୁଣି ନୂଆ ଅର୍ଥବତ୍ତାର ସନ୍ଧାନରେ ପୁନର୍ନବା ହୁଏ। ୨୦୧୫ରେ ପେନ୍ସିଲ୍ଭେନିଆ ବିଶ୍ବବିଦ୍ୟାଳୟ ପ୍ରେସ ଦ୍ବାରା ପ୍ରକାଶିତ ଗୋଟିଏ ବହୁ ମୂଲ୍ୟ ଗବେଷଣା ଗ୍ରନ୍ଥର ସୂଚନା ମିଳିଥିଲା ଏହିଭଳି ଗୋଟିଏ ଆଲୋଚନାରୁ। ବହିଟିର ଶୀର୍ଷକ ‘ଏ˚ପାଥି ଆଣ୍ତ ଡିମୋକ୍ରାସି: ଫିଲିଙ୍ଗ୍, ଥିଙ୍କିଙ୍କ୍, ଆଣ୍ତ ଡେଲିବେରାସନ୍’, ଲେଖକ ମାଇକେଲ୍ ମୋରେଲ୍। ଶିରୋନାମାଟିକୁ ଓଡ଼ିଆରେ ଅନୁବାଦ କଲେ ଏହିଭଳି ହେବ: ‘ସମ୍ବେଦନା ଓ ଗଣତନ୍ତ୍ର: ଅନୁଭବ, ଚିନ୍ତନ ଓ ବିଚାର’। ରାଜନୀତି ବିଜ୍ଞାନରେ ସମ୍ବେଦନାର ପ୍ରାସଙ୍ଗିକତାକୁ ନେଇ ପୂର୍ବରୁ କୌଣସି ରଚନା ସହିତ ମୁଁ ପରିଚିତ ନ ଥିଲି। ଜନ୍ ପ୍ଲାଗେନାଜ୍ଙ୍କର ‘ମ୍ୟାନ୍ ଆଣ୍ତ ସୋସାଇଟି’ରେ କୋଉଠି ଗୋଟେ କ୍ଷୀଣ ସୂଚନାଟିଏ ପାଇଥିବା ଭଳି ଯଦିଓ ମନେପଡୁଚି, ସେ ମୋର ଛାତ୍ର ଜୀବନର କଥା, ସ୍ପଷ୍ଟ ମନେ ନ ପଡ଼ିବା ସ୍ବାଭାବିକ, ଏବେ ସେ ବହି ମିଳିଲା ନାହିଁ। କିଛି ମୋରେଲ୍ଙ୍କ ଗବେଷଣା ଗ୍ରନ୍ଥଟି ପଢ଼ିବାର ସୁଯୋଗ ମିଳିଲା।
ମୋରେଲ୍ଙ୍କ ବକ୍ତବ୍ୟ ମୁଖ୍ୟତଃ ରାଷ୍ଟ୍ରର ସମ୍ବେଦନଶୀଳତା ବିଷୟରେ। ସେ କହୁଚନ୍ତି ଯେ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ବର୍ଦ୍ଧିତ ବା ସୀମାନ୍ତରିତ କେହି ନାହାନ୍ତି, ସେହିଭଳି ସ˚ଖ୍ୟା ଗରିଷ୍ଠ ଲୋକସମାଜ ପାଇଁ କିଛି କରିବାର ଅର୍ଥ ନୁହେଁ ଯେ ସ˚ଖ୍ୟା ଲଘୁଙ୍କ ପ୍ରତି ଅନ୍ୟାୟ କରାଗଲା। ଏପରିକି ପରସ୍ପର ବିରୋଧୀ ଦୁଇଟି ନିଷ୍ପତ୍ତି ଦୁଇ ବିରୋଧୀ ଲୋକ ଗୋଷ୍ଠୀ ବା ସ˚ପ୍ରଦାୟ ପାଇଁ ନିଆଯାଇପାରେ। ୟା ମଧୢ ସମ୍ଭବ ଯେ ଗୋଟିଏ କ୍ଷୁଦ୍ର ମଣିଷ, ଯାହାର ଭୋଟ ଦାନର ଅଧିକାର ନାହିଁ, ତା ପାଇଁ ମଧୢ ରାଷ୍ଟ୍ରର ହୃଦୟ ଦ୍ରବୀଭୂତ ହୋଇପାରେ। ବ୍ୟତିକ୍ରମୀ ଲୋକ, ସ˚ପ୍ରଦାୟ, ବିଚାରଧାରା ଓ ବ୍ୟବସ୍ଥାମାନଙ୍କ ପ୍ରତି ମଧୢ ରାଷ୍ଟ୍ର ସମ୍ବେଦନାର ଦୃଷ୍ଟି ରଖିପାରେ। ହଁ ସମ୍ଭବ, କିନ୍ତୁ ରାଷ୍ଟ୍ରର ଏ ମାନବୀୟ କରୁଣାର ରାଜନୈତିକ ବିଚାର କରାଯାଇଚି କି? ଆମେରିକାନ୍ ବିଦେଶ ନୀତି ଓ ଗୃହ ନୀତିରେ ସମ୍ବେଦନାର କି ରୂପ ବିକଶିତ ହୋଇଚି? ପ୍ରଶ୍ନକୁ ସ୍ପଷ୍ଟ କରିବାକୁ ଯାଇ ମୁଁ ମୋର ଆମେରିକାନ୍ ପ୍ରଫେସର ବନ୍ଧୁଙ୍କୁ ଫ୍ରିଡ୍ମାନ୍ଙ୍କ ଦ୍ବାରା ବିକଶିତ ‘ବିପର୍ଯ୍ୟୟର ଅର୍ଥନୀତି’ (ଡିଜାଷ୍ଟର୍ ଇକୋନୋମିକ୍ସ)ର ଦୃଷ୍ଟାନ୍ତ ଦେଲି ଓ ରୁଷ-ୟୁକ୍ରେନ ଯୁଦ୍ଧ ଲାଗି ରହିବା ଆମେରିକାନ୍ ଅର୍ଥନୀତି ପାଇଁ ଶୁଭଙ୍କର ବୋଲି କହିଥିବା ଜୋ ବାଇଡେନ୍ଙ୍କର ନିନ୍ଦା ବି କଲି। ଅପ୍ରସ୍ତୁତ ବନ୍ଧୁ ମୋତେ ଭାରତୀୟ ଗଣତାନ୍ତ୍ରିକ ରାଷ୍ଟ୍ରର ସମ୍ବେଦନଶୀଳତା ଅନୁଧୢାନ କରିବା ପାଇଁ ପରାମର୍ଶ ଦେଇ କ୍ଷୁବ୍ଧ ହୋଇ ବାର୍ତ୍ତାଳାପ ବନ୍ଦ କଲେ।
ମୋ ଆଗରେ ମୋ ଦେଶ ଓ ରାଷ୍ଟ୍ରର ସଭ୍ୟତା ତଥା ଆଧୁନିକ ଇତିହାସ ଓ ସମ୍ବିଧାନ। କେବଳ ମୁଁ ନୁହେଁ, ଲୋକକ୍ଷେତ୍ରରେ ଆମେ ସମସ୍ତେ ଦେଖିପାରୁଚେ ଯେ ଭାରତୀୟ ରାଷ୍ଟ୍ରର ସମ୍ବେଦନଶୀଳତା ସମ୍ବିଧାନରେ ସ˚ଖ୍ୟା ଲଘୁର ଅଧିକାର ଓ ସମାନ ସୁଯୋଗ ଓ ଧର୍ମ ନିରପେକ୍ଷତାରେ ଉତ୍କୀର୍ଣ୍ଣ, କିନ୍ତୁ ତାର ପ୍ରୟୋଗରେ କେତେକ ବୈଚିତ୍ର୍ୟ ବିଦ୍ୟମାନ। ନେହରୁଙ୍କ ଠାରୁ ଶାସ୍ତ୍ରୀଙ୍କ ପର୍ଯ୍ୟନ୍ତ ଭାରତୀୟ ରାଷ୍ଟ୍ରର ଉପର ସ୍ତରର ନାଗରିକ-ପରିଚିତି ଥିଲା ଗାନ୍ଧୀବାଦୀ ସେବା ଓ ତ୍ୟାଗ ତଥା ଗାନ୍ଧୀରୂପ। ୟା’ର ସମ୍ବେଦନା ବ୍ୟକ୍ତ କରିବାର ଭାଷା ଥିଲା ‘ନିରପେକ୍ଷତା’, ଉଭୟ ବିଦେଶ ନୀତି ଓ ଶାସନ ତନ୍ତ୍ରରେ। ବିସ୍ମୟର କଥା ସମ୍ବେଦନାର ଭାଷା ‘ନିରପେକ୍ଷତା’ରେ ଅଭିବ୍ୟକ୍ତି ପାଇଲା କିଭଳି? ବସ୍ତୁତଃ ରାଷ୍ଟ୍ରର ସମ୍ବେଦନା ଆଇନରେ ଆବଦ୍ଧ ହୋଇ, ବିଚାରାଳୟକୁ ଚାଲିଯିବା ଗୋଟିଏ ଆପ୍ତ ବାକ୍ୟରେ ପରିଣତ ହୋଇଥିଲା। ଶାସ୍ତ୍ରୀଜୀଙ୍କ ପରେ ଶ୍ରୀମତୀ ଗାନ୍ଧୀ ‘ଶକ୍ତି’କୁ ରାଷ୍ଟ୍ର କେନ୍ଦ୍ରରେ ରଖିଲେ, ଯେତେବେଳେ ‘ସମ୍ବେଦନା’ ରାଷ୍ଟ୍ର ପ୍ରାଣରେ ଉପସ୍ଥିତ ରହିବା ବିଶେଷ ଜରୁରୀ ହେଲାନାହିଁ। କୁହାଯାଇପାରେ ଯେ ଭାରତୀୟ ଜନତା ପାର୍ଟି ଓ ଅଟଳଜୀ ତଥା ମୋଦୀଜୀଙ୍କ କାଳରେ ଉଭୟ ଗାନ୍ଧୀତ୍ବ ଓ ଶକ୍ତି-ସାମର୍ଥ୍ୟର ତତ୍ତ୍ବକୁ ପ୍ରତ୍ୟାଖ୍ୟାନ କରି ମାନବୀୟ କରୁଣାର ଗୋଟିଏ ନୂଆ ରାଷ୍ଟ୍ରବୋଧ ସହିତ ଆମେ ପରିଚିତ ହେଲେ। ୟାର ତିନୋଟି ଅଭିବ୍ୟକ୍ତି: ରାଷ୍ଟ୍ର ବା ରାଷ୍ଟ୍ରୀୟତାରେ ଦେଶମାତୃକା, ରାଷ୍ଟ୍ର ମାନସର ପରିକଳ୍ପନା ଓ କ୍ଷେତ୍ର-ସ˚ଯୋଗକାରୀ ବ୍ୟାଖ୍ୟାନ। ୟାର ଆଲୋଚନା ଅନାବଶ୍ୟକ, କାରଣ ପ୍ରଧାନମନ୍ତ୍ରୀଙ୍କର ଲୋକ ବିମର୍ଶ, ଆହ୍ବାନ ଓ ସବା ଶେଷ ଲୋକର ଜୀବନ ମାନ ଉନ୍ନତ କରିବାର ସ˚କଳ୍ପ ଆମ ସମ୍ମୁଖରେ। ଏଭଳି ପ୍ରୟାସ କ’ଣ ଏଥି ପୂର୍ବରୁ ହୋଇ ନ ଥିଲା? ନା, ଯେଉଁ ଲୋକ ବିମର୍ଶ, ଆହ୍ବାନ ଓ ସ˚କଳ୍ପ ଆମେ ବର୍ତ୍ତମାନ ଦେଖୁଚେ ସେଥିରେ ଏକ ସହଜ ନିବିଡ଼ତା ଅଛି! ଏଇ ସହଜ-ନିବିଡ଼ତାର ସୂତ୍ର ଗଣତନ୍ତ୍ର ସାଧାରଣୀକରଣ ବା ମାନବୀକରଣରେ। ତେଣୁ ରାଷ୍ଟ୍ରର ସମ୍ବେଦନା ରାଜନୈତିକ ସ˚ଖ୍ୟା ତତ୍ତ୍ବ ବା ପ୍ରତିନିଧି-ସର୍ବସ୍ବତାର ଉପରେ ସକାରାତ୍ମକ ହସ୍ତକ୍ଷେପରେ ଆସି ସ୍ଥିର ହେଲାଣି। ବସ୍ତୁତଃ, ସମ୍ବେଦନାର ଭାରତୀୟ ଉପସ୍ଥାପନା ହେଉଚି କରୁଣା।
କରୁଣା ହିଁ ଭାରତୀୟ ରାଷ୍ଟ୍ରର ଆତ୍ମା। ଏହା ମଧୢ ଭାରତୀୟ ସଭ୍ୟତାର ପ୍ରାଣ। ମୋରେଲ୍ ‘ଏ˚ପାଥି’ର ଯେଉଁ ତର୍ଜମା କରିଚନ୍ତି, ତହିଁରେ କର୍ତ୍ତବ୍ୟ ମୂଳ। ଭାରତୀୟ ରାଷ୍ଟ୍ର ପାଇଁ ‘ଏ˚ପାଥି’ ଆଇନ ପ୍ରଣୟନ ନୁହେଁ ବା ସବା ଶେଷ ଲୋକର ଅଧିକାର ସୁରକ୍ଷିତ କରିବା ନୁହେଁ। ଭାରତୀୟ ଗଣତାନ୍ତ୍ରିକ ରାଷ୍ଟ୍ରରେ ‘କରୁଣା’ର ଯୁଗ ଆରମ୍ଭ ହେଲା ରାଷ୍ଟ୍ରର ସ୍ପର୍ଶ କାତରତାରୁ। କ୍ଷୁଦ୍ରତମ ବ୍ୟକ୍ତିଟିଏ ପ୍ରଧାନମନ୍ତ୍ରୀଙ୍କ ବିମର୍ଶରେ ସ୍ଥାନ ପାଇବାର ଅର୍ଥ ରାଷ୍ଟ୍ର ଓ ନାଗରିକ ମଧୢରେ ଗୋଟିଏ ସୂକ୍ଷ୍ମ ବନ୍ଧନକୁ ପରିଚିତ ଦେବା। ଏ ସୂକ୍ଷ୍ମ ବନ୍ଧନ ସ୍ନିଗ୍ଧତାର, କରୁଣାର, କଠୋର କର୍ତ୍ତବ୍ୟପରାୟଣତା ବା ଆଇନ ପ୍ରଣୟନ ନୁହେଁ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟର ମୁକାବିଲା ବେଳେ ଅମଲାତନ୍ତ୍ରକୁ ଯେଉଁ ମନ୍ତ୍ର ଦେଲେ ଯେ ଗୋଟିଏ ବି ଜୀବନ ନଷ୍ଟ ହେବାକୁ ଦିଆଯିବ ନାହିଁ, ତାହା ଠିକ୍ ଅର୍ଥରେ ବୃହତ୍ତର ମାନବୀୟ କରୁଣାର ଅ˚ଶ ବିଶେଷ ନୁହେଁ କି? ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରାହୁଲର ଜୀବନ ରକ୍ଷା ପ୍ରୟାସ ସହିତ ଉଭୟ ବ୍ୟକ୍ତି ଓ ରାଜ୍ୟ ମୁଖ୍ୟ ଭାବରେ ସ˚ପୃକ୍ତ ହେଲେ, ଇଏ କରୁଣା ନୁହେଁ କି? ରାହୁଲର ରକ୍ଷାକାରୀ ପ୍ରଶାସନ, ଆର୍ମି, ଏନ୍ଡିଆର୍ଏଫ୍, ସାମ୍ବାଦିକ ଓ ଗଣମାଧୢମ ଯେଉଁ ଉଚ୍ଛ୍ବସିତ ଭାଷାରେ ନିଜର ଭୂମିକାକୁ କ୍ଷୁଦ୍ର କରି ଅନ୍ୟ ସମସ୍ତଙ୍କୁ ଶ୍ରେୟ ଦେଲେ, ତାହା କରୁଣାର ବିସ୍ତାର ନୁହେଁ କି?
ମୋରେଲ୍ଙ୍କ ‘ଏ˚ପାଥି’ ବା ସମ୍ବେଦନାର ତତ୍ତ୍ବ ଭାରତରେ ତିନିଟି ଦିଗରେ ବଦଳୁଚି। ଗୋଟିଏ ହେଲା ଦେଶାତ୍ମବୋଧର ଉଦୟ ଓ ରାଷ୍ଟ୍ରୀୟତାର ସଭ୍ୟତା-ଭିତ୍ତିକ ବ୍ୟାଖ୍ୟାନ। ଦ୍ବିତୀୟଟି ହେଲା ଉଭୟ ରାଷ୍ଟ୍ର-କେନ୍ଦ୍ର ଓ ରାଜ୍ୟମାନଙ୍କରେ କାରୁଣିକ ନେତୃତ୍ବର ଉଦୟ। ତୃତୀୟଟି ହେଲା ରାଜନେତାଙ୍କ ବ୍ୟକ୍ତିତ୍ବ ଓ ଅଭିବ୍ୟକ୍ତିରେ ନାଟକୀୟ ପରିବର୍ତ୍ତନ। ଏବେ ଭାରତରେ ଶକ୍ତି ଦେଖେଇ କେହି କାହାକୁ ଡରେଇବାରେ ସଫଳ ହେବ ନାହିଁ। ଜନତାର ହୃଦୟକୁ ସ୍ପର୍ଶ କରିବାର ଏକ ମାତ୍ର ଉପାୟ କରୁଣା। ରାଜନୀତିରେ ‘କରୁଣା’ର ପ୍ରବେଶ ପାଇଁ ଲୋକ ମାନସ ପ୍ରସ୍ତୁତ ଥିବାର ପ୍ରମାଣ ବି ମିଳୁଚି ସବୁ କ୍ଷେତ୍ରରେ। ଧନବନ୍ତ, ବଡ଼ିମାବନ୍ତ ଓ ସର୍ବଶକ୍ତିମାନ ନେତାଙ୍କୁ ସାଧାରଣ ନାଗରିକ ଆଉ ଭ୍ରୂକ୍ଷେପ ମଧୢ କରୁନାହିଁ। ପ୍ରତିଶ୍ରୁତିର ଭାଷା ମଧୢ ଜନମାନସରେ ଆଉ ରେଖାପାତ କରୁନାହିଁ। ୟାର କାରଣ ବି ଅଛି। ଯେଉଁ କାରଣ ପ୍ରତି ସ୍ବତଃ ଆମର ଦୃଷ୍ଟି ଆକର୍ଷିତ ହେଉଚି, ତାହା ହେଉଚି ପରିପକ୍ବ ଗଣତନ୍ତ୍ରରେ ରାଷ୍ଟ୍ରର ମାନବୀକରଣ, ଅର୍ଥାତ୍ ରାଷ୍ଟ୍ର ମଧୢ ଏକ ମାନବୀୟ ସ˚ରଚନା, ରାଜନୈତିକ ସମୀକରଣ ବା ସ˚ଖ୍ୟାବିଚାର ନୁହେଁ। ଭବିଷ୍ୟତର ରାଜନେତାମାନେ ରାଷ୍ଟ୍ରକୁ ଶକ୍ତିମାନ ରାଜନୈତିକ ଏକକ ଭାବରେ ନ ଦେଖି କାରୁଣିକ ମାନବୀୟ ବନ୍ଧନର ସ˚କଳ୍ପ ଭାବରେ ଦେଖିବେ। ରାଜନୀତି ଓ ରାଜନେତା ଉଭୟ ବଦଳିବେ, କାରଣ ମଣିଷ ଓ ମାନବ-ପାଠ ଉଭୟେ ବଦଳୁଚନ୍ତି। ନିଜ ଜୀବନର ଅର୍ଥ ଓ ଆକାର ବଦଳାଇବାର ମୌଳିକ ଅଧିକାର ଏକ ଜୀବନ ମୂଲ୍ୟରେ ପରିଣତ ହେବାର ପ୍ରକ୍ରିୟା ହେବ ଭବିଷ୍ୟତର ଭାରତୀୟ ରାଷ୍ଟ୍ରବାଦ। ଯେତେ ସାଧାରଣ ଲୋକ ସାଧାରଣତାର ପ୍ରତିନିଧିତ୍ବ କରିବେ, ସେତେ ମାନବୀୟ ଓ ସମ୍ବେଦନଶୀଳ ହେବ ରାଷ୍ଟ୍ର।
ପାଶ୍ଚାତ୍ୟ ରାଜନୀତି ବିଜ୍ଞାନରେ ଗଣତାନ୍ତ୍ରିକ ରାଷ୍ଟ୍ରର ଉଦ୍ଗମ ଓ ନବୋନ୍ମେଷ ବା ରେନାଁସାଁକୁ ହ୍ୟୁମାନିଷ୍ଟ ବା ମାନବବାଦୀ ପର˚ପରାର ପରିଣତି ବୋଲି ଯାହା କୁହାଯାଏ, ମୁଁ ତା’ର ବିରୋଧ କରୁଚି। ବର˚ କୁହାଯିବ ଯେ ସାମ୍ରାଜ୍ୟବାଦୀ ପର˚ପରାର ବିବର୍ତ୍ତନରୁ ମିଳିଥିବା ପାଶ୍ଚାତ୍ୟ ଜ୍ଞାନକୋଷରେ ସାଧାରଣ ମଣିଷ ଓ ତାର ରାଜନୈତିକ ଅଧିକାର ତଥା ସ˚କଳ୍ପକୁ ରୂପ ଦେବାରେ ପାଠ ହିଁ ନ ଥିଲା। ଭାରତରେ ରାଜନୀତିର ନୂଆ ପାଠ ଆରମ୍ଭ ହେଉଚି, ଏଥିରେ ରାଷ୍ଟ୍ରଛବି ଆତ୍ମାଟିଏ ଅଛି। ଏ ଆତ୍ମା ଦିଶେ ନାହିଁ ସିନା ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜକୁ ଅଭିବ୍ୟକ୍ତି ଦିଏ କରୁଣାରେ, ନାଗରିକ ପ୍ରାଣଶକ୍ତି ଏକାଠି କରେ। ଏଥିରେ ଆସ୍ଥା, ଧର୍ମ, ସମାଜ ଓ ଅଧିକାର ସମସ୍ତେ ଏକାଠି ହୁଅନ୍ତି, କେହି ଏଠି ପ୍ରତ୍ୟାଖ୍ୟାତ ନୁହେଁ କି ବର୍ଜିତ ନୁହେଁ।
ମୋ-୯୪୩୭୦୩୯୮୫୮