ଆମେରିକାର ବ˚ଧୁକ ସ˚ସ୍କୃତି

ଶରତ ଚନ୍ଦ୍ର ମିଶ୍ର

ୟୁରୋପୀୟମାନେ, ସେମାନଙ୍କ ମଧୢରେ ମୁଖ୍ୟତଃ ଇ˚ରେଜମାନେ ଯାଇ ପ୍ରଥମରେ ବର୍ତ୍ତମାନର ଆମେରିକାର ପୂର୍ବ ଉପକୂଳରେ ୧୩ଟି ଉପନିବେଶ ପ୍ରତିଷ୍ଠା କରିଥିଲେ। ଏଇ ପ୍ରତିଷ୍ଠା ସମୟରେ ସ୍ଥାନୀୟ ଅଧିବାସୀଙ୍କ ଉପନିବେଶମାନଙ୍କ ମଧୢରେ ଓ ଉପନିବେଶ ଓ ଉପନିବେଶ ମଧୢରେ ଭୀଷଣ ଗଣ୍ତଗୋଳ ଓ ଯୁଦ୍ଧ ଘଟୁଥିଲା। ଏକ ବିରାଟ ଅଞ୍ଚଳରେ ଘର କରି ଜଣେ ଜଣେ ଲୋକ ରହୁଥିଲେ। ତାଙ୍କର ସୁରକ୍ଷା ଥିଲା ପୋଷା ଶିକାରୀ କୁକୁର, ବ˚ଧୁକ ଓ ପରବର୍ତ୍ତୀ କାଳେ ନିଗ୍ରୋ କ୍ରୀତଦାସ। ବ˚ଧୁକ ମୁନରେ ସ୍ଥାନୀୟ ଅଧିବାସୀ ଓ ମେକ୍‌ସିକୋ ଓ ସ୍ପେନକୁ ପରାସ୍ତ କରି ଦେଶ ଗଠନ ହେଲା। ଏତଦ୍‌ ବ୍ୟତୀତ ମଧୢ ଆମେରିକା ଅଞ୍ଚଳ ଫ୍ରାନ୍‌ସ ଠାରୁ ଓ ଆଲାସ୍କା ରୁଷିଆ ଠାରୁ କ୍ରୟ ସୂତ୍ରରେ ପ୍ରାପ୍ତ ହୋଇଥିଲା। ଦେଶର ପ୍ରତିଷ୍ଠାରେ ସହାୟକ ହୋଇଥିବା ଦୁଇଟି ବସ୍ତୁ, ବ˚ଧୁକ ଓ ଡଲାର ଆମେରିକୀୟମାନଙ୍କର ଅତ୍ୟନ୍ତ ପ୍ରିୟ। ଅଧିକା˚ଶ ଆମେରିକୀୟଙ୍କ ବୈଠକ ଖାନାରେ ବିଶେଷତଃ ଗ୍ରାମାଞ୍ଚଳରେ ପୂର୍ବଜଙ୍କର ବ˚ଧୁକ ସଯତ୍ନରେ ରଖାଯାଇ ପ୍ରଦର୍ଶିତ ହୁଏ। ପ୍ରତି ସପ୍ତାହନ୍ତରେ ଆମେରିକାରେ କେଉଁଠି ନା କେଉଁଠି ବ˚ଧୁକ ମେଳା (Gun Show) ହୁଏ। ସପରିବାର ଏ ମେଳା ଦେଖିବାକୁ ଲୋକେ ଯାଆନ୍ତି ଓ ସାଧାରଣ ଦ୍ରବ୍ୟ ଖରିଦ କଲାଭଳି ଭିନ୍ନ ଭିନ୍ନ ପ୍ରକାରର ଓ ଶକ୍ତିର ବ˚ଧୁକ କିଣନ୍ତି। ଫଳତଃ ଆମେରିକାବାସୀଙ୍କ ପାଖରେ ବହୁ ସ˚ଖ୍ୟାରେ ବ˚ଧୁକ ଅଛି। ସୁଇଜରଲ୍ୟାଣ୍ତର ଏକ ସ˚ସ୍ଥାର ହିସାବ ଅନୁଯାୟୀ ଆମେରିକାବାସୀଙ୍କ ପାଖରେ ପ୍ରାୟ ୪୦୦ ମିଲିଅନ୍ ବ୍ୟକ୍ତିଗତ ବ˚ଧୁକ ଅଛି। ଅର୍ଥାତ୍‌ ପ୍ରତ୍ୟେକ ୧୦୦ ଜଣ ଆମେରିକୀୟଙ୍କ ପାଖରେ ହାରାହାରି ୧୨୦.୫ଟି ବ˚ଧୁକ ଅଛି। ପୃଥିବୀରେ କୌଣସି ଦେଶରେ ଜନସାଧାରଣଙ୍କ ବ୍ୟକ୍ତିଗତ ମାଲିକାନାରେ ଏତେ ବ˚ଧୁକ ନାହିଁ। ଆମେରିକା ପଛକୁ ଯୁଦ୍ଧ ପ୍ରପୀଡ଼ିତ ୟେମେନରେ ଶତକଡ଼ା ୫୨.୮ ବ˚ଧୁକ ଅଛି।

ସଭ୍ୟ ଜଗତରେ ବ˚ଧୁକ ଜନିତ ମୃତ୍ୟୁ, ଅପମୃତ୍ୟୁ ଓ ଆତ୍ମହତ୍ୟା ଆମେରିକାରେ ସର୍ବାଧିକ। ହତ୍ୟାକାଣ୍ତର ସତୁରି ଭାଗରେ ବ˚ଧୁକର ବ୍ୟବହାର ହୋଇଥାଏ। ପକ୍ଷାନ୍ତରେ ଇ˚ଲଣ୍ତରେ ମାତ୍ର ଶତକଡ଼ା ୪ ଭାଗ ହତ୍ୟାରେ ବ˚ଧୁକ ବ୍ୟବହାର ହୋଇଥାଏ। ୨୦୧୭ର ଏକ ସର୍ଭେ ଅନୁଯାୟୀ, ବ୍ୟକ୍ତିଗତ ମାଲିକାନାରେ ଥିବା ପୃଥିବୀର ବ˚ଧୁକରୁ ଅର୍ଦ୍ଧାଧିକ ଆମେରିକୀୟମାନଙ୍କ ପାଖରେ ଅଛି। ଏଥିରୁ ସ୍ପଷ୍ଟ ପ୍ରତିପାଦିତ ହୁଏ ଯେ, ଆମେରିକୀୟମାନେ ଅସ୍ତ୍ରଶସ୍ତ୍ର ରଖିବାକୁ ଭଲ ପାଆନ୍ତି।

ଆମ ଦେଶର ବ˚ଧୁକ ରଖିବା ନିୟନ୍ତ୍ରଣ ନିମନ୍ତେ Arms Act ଭଳି, ସେ ଦେଶରେ କୌଣସି ଆଇନ ନାହିଁ। କେବଳ ୧୮ ବର୍ଷରୁ କମ୍‌ ବୟସ୍କ ପିଲା ବ˚ଧୁକ କିଣିପାରିବେ ନାହିଁ। ଆମେରିକାରେ ବ˚ଧୁକକୁ ବ୍ୟକ୍ତି ସ୍ବାଧୀନତା ଓ ଦେଶପ୍ରେମର ପ୍ରତୀକ ବୋଲି ମନେ କରାଯାଏ। ତାଙ୍କର ସିନେମା, ସ˚ଗୀତ ଓ ଦୈନନ୍ଦିନ ଜୀବନରେ ବ˚ଧୁକ ବିଦ୍ୟମାନ।

ଆମେରିକାର ସମ୍ବିଧାନରେ ଦ୍ବିତୀୟ ସ˚ଶୋଧନରେ ବ˚ଧୁକ ରଖିବା ଉପରେ କୌଣସି କଟକଣା ରଖାଯିବ ନାହିଁ ବୋଲି ବ୍ୟବସ୍ଥା ହେଲା। ବ˚ଧୁକ ପାଖରେ ଥିଲେ, ଲୋକେ ନିଜକୁ ରକ୍ଷା କରିପାରିବେ ଓ ବ˚ଧୁକ ଚାଳନା ଜାଣିଥିଲେ, ଦରକାର ସମୟରେ ସୈନ୍ୟ ବାହିନୀରେ ଯୋଗ ଦେଇପାରିବେ ବୋଲି ଧାରଣା କରି, ଏ ଅଧିକାର ଦିଆହୋଇଥିଲା। ତେଣୁ ଜଣେ ବ˚ଧୁକଧାରୀ ଦେଶର ରକ୍ଷକ ଓ ଆବଶ୍ୟକ କାଳେ ସୈନିକ। ସମ୍ବିଧାନରେ ଉଲ୍ଲେଖ ଅଛି “A well Regulated Militia being necessary to the security of a free state. The Right of the people to keep and bear Arms shall not be infringed’’ ବର୍ତ୍ତମାନ ତାହାର ତର୍ଜ୍ଜମା କରାହେଉଛି ଯେ ଅବାଧ ବ˚ଧୁକ ରଖିବା ନାଗରିକର ଜନ୍ମଗତ ଅଧିକାର। ଦେଶରେ ନାଗରିକଙ୍କ ପାଖରେ ବ˚ଧୁକ ସ˚ଖ୍ୟା କମାଇବା ନିମନ୍ତେ, କୌଣସି ପ୍ରଚେଷ୍ଟା ସଫଳ ହୋଇନାହିଁ। ଆମେରିକା ଭଳି, ବ୍ରିଟିସମାନେ ଅଷ୍ଟ୍ରେଲିଆରେ ଉପନିବେଶ ସ୍ଥାପନ କରିଥିଲେ, ବ˚ଧୁକ ମୁନରେ ସ୍ଥାନୀୟ ଅଧିବାସୀଙ୍କୁ ଲୋପ କରି। ସେଠାରେ ମଧୢ ଅନେକ ଲୋକଙ୍କ ପାଖରେ ବ˚ଧୁକ। ସରକାର ୧୯୯୬ ମସିହାରେ ସାଧାରଣ ନାଗରିକମାନଙ୍କ ଠାରୁ ବ˚ଧୁକ ସବୁ କିଣିନେବାକୁ ଏକ ଯୋଜନା କରିଥିଲେ। ସେ ଯୋଜନା ସ˚ପୂର୍ଣ୍ଣ ବିଫଳ ହେଲା।

ଆମେରିକାରେ ମୂଳ ସ୍ରୋତ ହେଲା WASP (White Anglo-Saxon protestant)। ସେମାନେ ଦେଶଟାକୁ ନିଜର ବୋଲି ଭାବନ୍ତି ଓ ସବୁ କ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରନ୍ତି। ଏଇ ଶ୍ବେତବର୍ଣ୍ଣ ବ୍ୟକ୍ତିମାନଙ୍କର ପୂର୍ବ କ୍ରୀତଦାସ କୃଷ୍ଣବର୍ଣ୍ଣ ବ୍ୟକ୍ତି, ଆପ୍ରବାସୀ ଓ ମେକ୍‌ସିକୋ ବ˚ଶୋଦ୍ଭବ ହିସପାନିକ୍‌ଙ୍କ ପ୍ରତି ମାନସିକ ସ୍ତରରେ ଦ୍ବେଷ ଭାବ ଭରି ରହିଛି। ଏଇ ମାନଙ୍କର ସମ୍ମିଳିତ ସ˚ଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ଓ ଏକ ଆକଳନ ଅନୁସାରେ ଆଉ ମାତ୍ର କେତେ ବର୍ଷରେ ଗୋରା ଲୋକମାନେ ଆମେରିକାରେ ସ˚ଖ୍ୟାଲଘୁ ହୋଇଯିବେ। ବାରାକ ଓବାମାଙ୍କ ନିର୍ବାଚନ, କମଳା ହାରିସଙ୍କ ନିର୍ବାଚନ ଓ ବର୍ତ୍ତମାନ କୃଷ୍ଣବର୍ଣ୍ଣ ଆପ୍ରବାସୀମାନେ ଉଚ୍ଚପଦାଭିଷିକ୍ତ ହେବା ଯୋଗୁଁ ଶ୍ବେତବର୍ଣ୍ଣ ବ୍ୟକ୍ତିଙ୍କର ଆଶଙ୍କା ଓ ଦ୍ବେଷ ବୃଦ୍ଧି ପାଉଛି। ଦେଶରେ କେତେକ ଉଦଭ୍ରାନ୍ତ ଯୁବକ, ସୁଲଭ ବ˚ଧୁକ ପ୍ରାପ୍ତିର ସୁଯୋଗ ନେଇ, ନାନା ହତ୍ୟାକାଣ୍ତ ଘଟାଉଛନ୍ତି ଓ ପ୍ରତ୍ୟେକ ହତ୍ୟାକାଣ୍ତର ଶରବ୍ୟ ହେଉଛନ୍ତି ପ୍ରାୟତଃ ଅଣଶ୍ବେତ ବ୍ୟକ୍ତିମାନେ।

ପ୍ରତି ଅବିଚାରିତ ଗଣହତ୍ୟା ପରେ ଦେଶରେ ଉଦ୍‌ବେଳନ ସୃଷ୍ଟି ହୁଏ। କିଛି ଲୋକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ପାଇଁ ଦାବି କରନ୍ତି। ଅନ୍ୟମାନେ ବିରୋଧ କରନ୍ତି, ଯୁକ୍ତି କରନ୍ତି ଯେ ଗୁଳିକାଣ୍ତର କାରଣ ମାନସିକ ରୋଗ ଓ ଅଧିକା˚ଶ ବ˚ଧୁକ ମାଲିକ ଶାନ୍ତିପ୍ରିୟ ନାଗରିକ। ତେଣୁ କୌଣସି ନିୟନ୍ତ୍ରଣ ବ୍ୟକ୍ତିସ୍ବାଧୀନତାକୁ ବାଧା ଦେବ। କ˚ଗ୍ରେସରେ ବେଳେ ବେଳେ ବିଲ୍‌ ଆସେ। ସେ ବିଲ୍‌ ସମର୍ଥନ ଜୁଟାଇ ପାରେ ନାହିଁ। ଏଇବର୍ଷ ଏକାଧିକ ଗୁଳିକାଣ୍ତରେ ବ୍ୟତିବ୍ୟସ୍ତ ହୋଇ ଆମେରିକା ରାଷ୍ଟ୍ରପତି ସସ୍ତ୍ରୀକ ଶୋକସନ୍ତପ୍ତ ପରିବାରମାନଙ୍କୁ ଭେଟି ସାନ୍ତ୍ବନା ପ୍ରଦାନ କରିଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ଆଇନ୍‌ ପ୍ରଣୟନ କରିବାକୁ ସାହାସ ଜୁଟାଇ ପାରିନାହାନ୍ତି। ରାଷ୍ଟ୍ରପତି ଆଇନ୍‌ କରନ୍ତୁ ବୋଲିି କେତେକ ଦାବି କଲାବେଳେ, ଆଇନ୍‌ କ˚ଗ୍ରେସ ପ୍ରଣୟନ କଲେ ଅଧିକ ଉପଯୋଗୀ ହେବ ବୋଲି ରାଷ୍ଟ୍ରପତି ଯୁକ୍ତି କରୁଛନ୍ତି। ବ˚ଧୁକ କ୍ରୟ କରିବାର ସର୍ବନିମ୍ନ ବୟସ ୧୮ରୁ ୨୧କୁ ବୃଦ୍ଧି କରିବାକୁ ସେ ପ୍ରସ୍ତାବ କରୁଛନ୍ତି। ସେ ପ୍ରସ୍ତାବର ମଧୢ ବିରୋଧ ହେଲାଣି।

ବ˚ଧୁକ ନିୟନ୍ତ୍ରଣର ମୁଖ୍ୟ ବିରୋଧୀ ହେଲା ନ୍ୟାସନାଲ ରାଇଫଲ ଆସୋସିଏସନ (ଏନ୍‌ଆର୍‌ଏ)। ଗ୍ରାମାଞ୍ଚଳରେ ବାସ କରୁଥିବା ବ୍ୟକ୍ତିମାନେ କୌଣସି ପ୍ରକାର ନିୟନ୍ତ୍ରଣ ଚାହାନ୍ତି ନାହିଁ। ବ˚ଧୁକ ରଖିବା ଉପରେ ନିୟନ୍ତ୍ରଣ ନିମନ୍ତେ ଆଇନ୍‌ କଲେ ଗୋରା ଭୋଟରମାନଙ୍କ ସମର୍ଥନ ଚାଲିଯିବ ଭୟ କରି, ଦୁଇଟି ଯାକ ମୁଖ୍ୟ ରାଜନୈତିକ ଦଳ, ଏ ଦିଗରେ ଆଗଭର ହେଉନାହାନ୍ତି। ନ୍ୟାସନାଲ ରାଇଫଲ ଆସୋସିଏସନର ରିପବ୍ଲିକାନ ଦଳରେ ଅତ୍ୟନ୍ତ ପ୍ରଭାବ ଓ ଏନ୍‌ଆର୍‌ଏର ବିନା ସମର୍ଥନରେ କୌଣସି ବ୍ୟକ୍ତି ରିପବ୍ଲିକାନ ଦଳରେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନିମନ୍ତେ ମନୋନୟନ ପାଇବା ସମ୍ଭବ ନୁହେଁ। ହି˚ସାକାଣ୍ତର ଶିକାର ହେଉଥିବା ଅଧିକା˚ଶ ପରିବାର, ଡେମୋକ୍ରାଟିକ ଦଳର ସମର୍ଥକ ହେଲେ ମଧୢ, ସେଇ ଦଳ ମଝିରେ ମଝିରେ କ˚ଗ୍ରେସରେ ଆଇନ କରିବା ନିମନ୍ତେ ପ୍ରସ୍ତାବ ଦିଏ କିନ୍ତୁ ଆଇନ୍‌କୁ ପାସ କରିବା ନିମନ୍ତେ ସ˚ଖ୍ୟାଗରିଷ୍ଠତା ଯୋଗାଡ଼ କରିବାକୁ ଉଦ୍ୟମ କରେ ନାହିଁ। ଆଲ ଗୋର ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ, ନିର୍ବାଚିତ ହେଲେ ବ˚ଧୁକ ନିୟନ୍ତ୍ରଣ ଆଇନ୍‌ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ସେ ଅଳ୍ପ ଭୋଟରେ ହାରିଗଲେ। କୁହାଯାଏ ଯେ ତାଙ୍କୁ ପରାସ୍ତ କରିବା ନିମନ୍ତେ ଏନ୍‌ଆର୍‌ଏ ଧମକ ଦେଇଥିଲା ଓ ଆଲ ଗୋର ତାଙ୍କର ବିପୁଳ ଜନପ୍ରିୟତା ସତ୍ତ୍ବେ ନିର୍ବାଚନରେ ପରାସ୍ତ ହୋଇଥିଲେ। ମୋଟାମୋଟି ଭାବରେ ଆମେରିକା ପାଖରେ ବନ୍ଧୁକ ଅନେକ, ତା’ର ଦୁରୁପଯୋଗ ଅନେକ କିନ୍ତୁ ତାକୁ ନିୟନ୍ତ୍ରଣ କରିବା ନିମନ୍ତେ ଉପାୟହୀନ। ଏନ୍‌ଆର୍‌ଏ ତରଫରୁ କୁହାଯାଏ ଯେ, ସରକାର ହି˚ସା ନିୟନ୍ତ୍ରଣ କରନ୍ତୁ, ବ˚ଧୁକ ନିୟନ୍ତ୍ରଣ କରିବେ କାହିଁକି? ତାଙ୍କ ମତରେ “The only thing that stops a bad guy with a gun is a good guy with a gun’’ ଅର୍ଥାତ୍‌ ଜଣେ ଖଳ ବଂଧୁକଧାରୀ ବ୍ୟକ୍ତିକୁ ଆଉ ଜଣେ ବନ୍ଧୁକଧାରୀ ଭଲ ବ୍ୟକ୍ତି ହିଁ ଅଟକାଇପାରିବ। ତେଣୁ ଉତ୍ତମ ନାଗରିକଙ୍କ ପାଖରେ ଅସ୍ତ୍ରଶସ୍ତ୍ର ରହିବା ଆବଶ୍ୟକ।

ମୋ-୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର