ଗୌତମ ବୁଦ୍ଧ ଏବଂ ଆନନ୍ଦ ପଦବ୍ରଜରେ ଯାଉଥିଲେ। ବହୁତ ବାଟ ଚାଲିବା ପରେ କ୍ଳାନ୍ତ ଆନନ୍ଦ ବିଶ୍ରାମ ଲାଗି ବ୍ୟାକୁଳ ହୋଇ ଉଠିଲେ। ତେଣୁ ସେ ଜଣେ କୃଷକକୁ ପଚାରିଲେ- ନିକଟତମ ଗାଁଟି କେତେ ଦୂର?

ଚାଷୀ କହିଲା - ଅଳ୍ପ ବାଟ।

Advertisment

ଏବେ ଚାଷୀକୁ ଚାହିଁ ବୁଦ୍ଧ ଟିକିଏ ହସିଦେଲେ, ଚାଷୀ ମଧ୍ୟ ହସି ପକାଇଲା। ଆନନ୍ଦ ଏହା ଦେଖିଲେ କିନ୍ତୁ ତାର ରହସ୍ୟ ଭେଦ କରିପାରିଲେ ନାହିଁ।

ପୁଣି ଅନେକ ବାଟ ଚାଲିବା ପରେ ଆନନ୍ଦ ଧୈର୍ଯ୍ୟହରା ହୋଇଗଲେ। ଏଥର ବାଟରେ ଜଣେ ମହିଳାଙ୍କୁ ‌େସଇ ସମାନ ପ୍ରଶ୍ନ ପଚାରିଲେ। ମହିଳା ସେଇ ସମାନ ଉତ୍ତର ଦେଲେ- ଏଥର ବି ବୁଦ୍ଧ ହସିଦେଲେ। ମହିଳା ମଧ୍ୟ ହସି ପକାଇଲେ। ଆନନ୍ଦ ଏଥର ବି ଦେଖିଲେ କିନ୍ତୁ ବୁଦ୍ଧଙ୍କୁ ତାହାର ମର୍ମ ପଚାରିଲେ ନାହିଁ।

ପୁଣି ଅନେକ ବାଟ। ଏଥର ଆଉ ଚାଲି ପାରିବା ଅବସ୍ଥାରେ ନ ଥିଲେ ଆନନ୍ଦ। ସେ ଜଣେ ବାଟୋଇକୁ ସେଇ ସମାନ ପ୍ରଶ୍ନ ପଚାରିଲେ। ବାଟୋଇ ଉତ୍ତର ଦେଲେ-ଏଇ ଆଗରେ। ଏଥର ବି ବୁଦ୍ଧ ହସିଦେଲେ ଏବଂ ବାଟୋଇ ମଧ୍ୟ।

ଏଥର କିନ୍ତୁ ଆନନ୍ଦ ଛିଡ଼ା ହୋଇ ରହିଲେ ଏବଂ ବୁଦ୍ଧଙ୍କ ଠାରୁ ହସର ରହସ୍ୟ କ’ଣ ତାହା ଜାଣିବାକୁ ଅଡ଼ି ବସିଲେ।

ବୁଦ୍ଧ କହିଲେ- ଯେଉଁ ତିନି ଜଣଙ୍କୁ ତୁମେ ବାଟ ପଚାରିଲ ସେମାନେ ସମସ୍ତେ ଥିଲେ ଗୁରୁ ଶ୍ରେଣୀୟ। ସେମାନେ ଜାଣିଥିଲେ କେମିତି ଉତ୍ସାହ ଦେଇ ଆଗକୁ ବଢ଼ିବାକୁ ପ୍ରେରଣା ଦିଆଯାଇପାରେ। ପ୍ରକୃତରେ ବାଟ ବହୁତ ଲମ୍ବା। କିନ୍ତୁ ସତ ଶୁଣିଥିଲେ ତୁମେ ଆଉ ଆଗକୁ ଯାଇପାରନ୍ତ ନାହିଁ। ମୁଁ ସେଭଳି ଗୁରୁମାନଙ୍କୁ ଚିହ୍ନିପାରି ହସି ଦେଉଥିଲି। ସେମାନେ ବି ମୋର ହସର ଉଦ୍ଦେଶ୍ୟ ବୁଝି ହସି ଦେଉଥିଲେ। ଦେଖ ସେମାନେ ପ୍ରେରଣା ଦେଲେ ବୋଲି କ୍ଳାନ୍ତ ହୋଇଥିବା ସତ୍ତ୍ବେ‌ ତୁମେ କେ‌େତ ବାଟ ଆସି ପାରିଲ। ଏବେ କିନ୍ତୁ ଆଉ ଅଳ୍ପ ବାଟ ବାକି ଅଛି। ଚାଲ।