ବର୍ଣ୍ଣବୈଷମ୍ୟବାଦ ବିରୋଧୀ ଐତିହାସିକ କ୍ରିକେଟ ମ୍ୟାଚ : କୃଷ୍ଣକାୟ ଓ ଶ୍ବେତାଙ୍ଗଙ୍କ ଯୁଗଳବନ୍ଦୀ
ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା
ଚଳିତ ବର୍ଷ ‘ଇଣ୍ତିଆନ୍ ପ୍ରିମିଅର୍ ଲିଗ୍’ କ୍ରିକେଟ୍ ଅନୁଷ୍ଠିତ ହେବନାହିଁ। ୨୦୦୮ରେ ଏହି ଟୁର୍ନାମେଣ୍ଟ୍ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଏହାକୁ ବନ୍ଦ କରାଯାଇଛି। ‘ଆଇପିଏଲ୍’ର ଯେଉଁ ପ୍ରଶ˚ସକମାନେ ଏହା ଦ୍ବାରା ହତାଶ ହୋଇଛନ୍ତି, ସେମାନେ ଇ˚ଲିସ୍ କ୍ରିକେଟ୍-ପ୍ରେମୀ ବନ୍ଧୁଙ୍କ କଥା ଟିକିଏ ଭାବନ୍ତୁ। ୧୯୪୬ ପରେ ସେମାନେ ମଧ୍ୟ ପ୍ରଥମ ଥର ପାଇଁ ଅନୁରୂପ ଧରଣର କ୍ରିକେଟ୍ ଖେଳ ଦେଖିବାରୁ ବଞ୍ଚିତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେବା ପରଠାରୁ ପ୍ରତି ବର୍ଷ ଖରାଦିନେ ଇ˚ଲିସ୍ କଣ୍ଟ୍ରି ଚା˚ପିଅନ୍ସିପ୍ ଅନୁଷ୍ଠିତ ହୋଇଆସୁଛି। ଅନ୍ୟ ଦେଶ ସହ ଟେଷ୍ଟ୍ କ୍ରିକେଟ୍ ମଧ୍ୟ ଅନୁଷ୍ଠିତ ହୋଇଆସିଛି। ୧୯୭୦ରେ ଦକ୍ଷିଣ ଆଫ୍ରିକା ଦଳ ଇ˚ଲଣ୍ତ୍ରେ ଖେଳିବାର ଗସ୍ତସୂଚି ଚୂଡ଼ାନ୍ତ ହୋଇଥିଲା। ତତ୍କାଳୀନ ବର୍ଣ୍ଣବୈଷମ୍ୟବାଦୀ ସରକାରୀ ନୀତି କାରଣରୁ ଦଳର ସମସ୍ତ ଖେଳାଳି ଶ୍ବେତାଙ୍ଗ ଥିଲେ। ତେବେ, ଦକ୍ଷିଣ ଆଫ୍ରିକା ସହ କ୍ରୀଡ଼ା ସ˚ପର୍କ ଛିନ୍ନ କରିବା ପାଇଁ ଜୋର୍ ଦାବି ହେବା ସହ ଏକ ଆନ୍ଦୋଳନ ମୁଣ୍ତ ଟେକିଥିଲା। ୧୯୬୮-୬୯ ଶୀତଦିନେ ଇ˚ଲଣ୍ତ୍ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ମଧ୍ୟ ବର୍ଣ୍ଣବୈଷମ୍ୟ ନୀତି ଯୋଗୁଁ ବାତିଲ କରାଯାଇଥିଲା। ଇ˚ଲଣ୍ତ୍ ଦଳରେ ବାସିଲ୍ ଡ’ଅଲିଭିଏରାଙ୍କୁ ସାମିଲ କରାଯାଇଥିଲା, ଯିଏ ଥିଲେ ଅଣ-ଶ୍ବେତକାୟ। ସେ କେପ୍ ଟାଉନ୍ରେ ଜନ୍ମ ହୋଇଥିଲେ ଏବ˚ ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ନୀତି କାରଣରୁ ଦେଶ ଛାଡ଼ି ଇ˚ଲଣ୍ତ୍ର ନାଗରିକତ୍ବ ଗ୍ରହଣ କରିଥିଲେ। ଇ˚ଲଣ୍ତ୍ ଦଳରେ ତାଙ୍କୁ ନିଆଯାଇଥିବାରୁ ଦକ୍ଷିଣ ଆଫ୍ରିକା ଖେଳିବା ପାଇଁ ମନାକରିଦେଇଥିଲା।
ପର ବର୍ଷ ଶୀତ ଦିନେ କେବଳ ଶ୍ବେତକାୟଙ୍କୁ ନେଇ ଗଠିତ ଦକ୍ଷିଣ ଆଫ୍ରିକାର ରଗ୍ବି ଦଳ ଇ˚ଲଣ୍ତ୍ ଗସ୍ତରେ ଯାଇଥିଲା। ବାମପନ୍ଥୀ ବିଚାରଧାରା ସ˚ପନ୍ନ ସାପ୍ତାହିକ ‘ନିଉ ଷ୍ଟେଟସ୍ମ୍ୟାନ’ ପକ୍ଷରୁ, ‘ଆପାର୍ଥେଡ୍ ଇଜ୍ ନଟ୍ ଏ ଗେମ୍’ ଶୀର୍ଷକ ଏକ ନିବନ୍ଧ ମାଧ୍ୟମରେ ପ୍ରତିଯୋଗିତା ବାସନ୍ଦ କରିବା ପାଇଁ ଡାକରା ଦିଆଯାଇଥିଲା। ଏହାର ପ୍ରତିକ୍ରିୟାରେ ଖେଳ ସହ ରାଜନୀତିକୁ ନ ମିଶାଇବା ପାଇଁ ରକ୍ଷଣଶୀଳ ସାପ୍ତାହିକ ‘ସ୍ପେକ୍ଟାଟର୍’ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଗସ୍ତ ବାତିଲ ହୋଇ ନ ଥିଲା। ତେବେ, ଦକ୍ଷିଣ ଆଫ୍ରିକାର ‘ସ୍ପ୍ରି˚ବକ୍ସ’ ରଗ୍ବି ଦଳ ଚାରିଆଡ଼େ ବିରୋଧର ସମ୍ମୁଖୀନ ହୋଇଥିଲା। ଏକ ଘଟନାରେ ସେମାନଙ୍କ ବସ୍ ଅପହରଣ କରିନିଆଯାଇଥିଲା।
୧୯୭୦ରେ ଇ˚ଲିସ୍ କ୍ରିକେଟ୍କୁ ନିୟନ୍ତ୍ରଣ କରୁଥିବା ‘ମାର୍ଲିବନ୍ କ୍ରିକେଟ୍ କ୍ଲବ୍’ ଚରମ ରକ୍ଷଣଶୀଳ ଥିଲା। ବିବାଦ ବାବଦରେ ମାର୍ଟିନ୍ ଉଇଲିଅମ୍ସନ୍ ଏକ ସୁନ୍ଦର ମନ୍ତବ୍ୟ ଦେଇଥିଲେ: ଦକ୍ଷିଣ ଆଫ୍ରିକାର କ୍ରିକେଟ୍ ଗସ୍ତ ସୂଚିକୁ ଆଗେଇ ନେବା ପାଇଁ ଇ˚ଲିସ୍ କ୍ରିକେଟ୍ ସ˚ସ୍ଥା ବଦ୍ଧପରିକର। ଇ˚ଲଣ୍ତ୍ରେ ‘ଏମ୍ସିସି’ ଓ ‘ଆଇସିସି’ ମଧ୍ୟରେ ସେହି ସମୟରେ ହୋଇଥିବା ଆଲୋଚନାରେ ଗସ୍ତ ନୁହେଁ, ପିଚ୍ର ଲମ୍ବ ଏବ˚ ବଲ୍ର ଓଜନ ସ୍ଥାନ ପାଇଥିଲା। ପିଚ୍ର ଲମ୍ବ ୨୨ ୟାର୍ଡ୍ରୁ କିପରି ୨୦.୧୨ ୟାର୍ଡ୍କୁ; ଏବ˚ ବଲ୍ର ଓଜନ କିପରି ୫.୫ ଆଉନ୍ସରୁ ୧୫୫.୮ ଗ୍ରାମ୍କୁ କମାଯିବ, ତାହା ଥିଲା ଆଲୋଚନାର ମୁଖ୍ୟ ବିଷୟ।
ଅପରପକ୍ଷେ ଇ˚ଲଣ୍ତ୍ରେ ନିର୍ବାସିତ ହୋଇଥିବା ବର୍ଣ୍ଣବୈଷମ୍ୟ ବିରୋଧୀ ସକ୍ରିୟତାବାଦୀ ପିଟର୍ ହାଇନ୍ ଦକ୍ଷିଣ ଆଫ୍ରିକାର ଗସ୍ତ ବାତିଲ କରିବା ଦିଗରେ ପୂର୍ଣ୍ଣ ପ୍ରାଣରେ ଲାଗିଥିଲେ। ତାଙ୍କୁ ସମର୍ଥନ କରୁଥିଲେ ପ୍ରସିଦ୍ଧ କ୍ରିକେଟ୍ ଲେଖକ ଓ ପ୍ରସାରକ ଜନ୍ ଆର୍ଲଟ୍। ଜନ୍ ଥିଲେ ଆଜୀବନ ବର୍ଣ୍ଣବୈଷମ୍ୟ ବିରୋଧୀ ଏବ˚ ତାଙ୍କ ଉଦ୍ୟମରେ ହିଁ ଡି’ ଅଲିଭିଏରା ଇ˚ଲଣ୍ତ୍ ଆସିପାରିଥିଲେ। ପ୍ରତିଯୋଗିତାର ସିଧା ପ୍ରସାରଣରେ ଭାଗ ନେବା ପାଇଁ ଜନ୍ ମନା କରି ଦେଇଥିଲେ। ଅନେକ ସାମ୍ବାଦିକ ତାଙ୍କୁ ସମର୍ଥନ କରିଥିଲେ। ତେବେ, ଆୟୋଜକମାନେ ସେମାନଙ୍କ ପ୍ରତି କର୍ଣ୍ଣପାତ କରି ନ ଥିଲେ। ଜୁନ୍ ପ୍ରଥମ ଭାଗରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳାଯିବ ବୋଲି ୨୦ ମେ ୧୯୭୦ରେ ଘୋଷଣା କରାଯାଇଥିଲା।
ଘୋଷଣାର ତିନି ଦିନ ପରେ ମ୍ୟାଚ୍ ବାତିଲ ହୋଇଥିଲା। କେଉଁ କାରଣରୁ ଇ˚ଲିସ୍ କ୍ରିକେଟ୍ କର୍ତ୍ତୃପକ୍ଷ ହଠାତ୍ ନିଷ୍ପତ୍ତି ବଦଳାଇ ମ୍ୟାଚ୍ରୁ ଓହରି ଯାଇଥିଲେ? ସେତେ ବେଳେ ଇ˚ଲଣ୍ତ୍ରେ ଲେବର୍ ପାର୍ଟି ଶାସନ କ୍ଷମତାରେ ଥିଲା। ଏହି ଦଳର ସ˚ଖ୍ୟାଧିକ ସଦସ୍ୟ ବର୍ଣ୍ଣବୈଷମ୍ୟ ବିରୋଧୀ ଥିଲେ। ସ୍ବରାଷ୍ଟ୍ର ମନ୍ତ୍ରୀ ଜେମ୍ସ କାଲାଘାନ୍, ଦକ୍ଷିଣ ଆଫ୍ରିକାର ଗସ୍ତ କାର୍ଯ୍ୟକ୍ରମ ବାତିଲ କରିବା ପାଇଁ ଏକ କଡ଼ା ପତ୍ର ଲେଖି କ୍ରିକେଟ୍ କାଉନ୍ସିଲ୍ ଉପରେ ଚାପ ପକାଇଥିଲେ। ସରକାର ବିରୋଧରେ ନ ଯିବା ପାଇଁ କ୍ରିକେଟ୍ ଆୟୋଜକମାନେ ନିଷ୍ପତ୍ତି ନେଇଥିଲେ। କନ୍ଜର୍ଭେଟିଭ୍ ପାର୍ଟି କ୍ଷମତାରେ ଥିଲେ, ବୋଧହୁଏ ଗସ୍ତ କ୍ରମ ବାତିଲ ହୋଇ ନ ଥାଆନ୍ତା। ପରିଣାମ କ’ଣ ହୋଇଥାଆନ୍ତା, କେହି କହିପାରିବେନାହିଁ।
୧୯୭୦ରେ କାଉଣ୍ଟି ଚା˚ପିଅନ୍ସିପ୍ ସ୍ବାଭାବିକ ଭାବେ ହୋଇଥିଲା। ନ ହୋଇଥିଲେ ଟେଷ୍ଟ୍ କ୍ରିକେଟ୍ ଜନିତ ଶୂନ୍ୟ ସ୍ଥାନ ଆଉ କିପରି ପୂରଣ ହୋଇଥାଆନ୍ତା? କ୍ରିକେଟ୍-ପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ଅବଶିଷ୍ଟ ବିଶ୍ବ କ୍ରିକେଟ୍ ଦଳ (ଵାର୍ଲ୍ଡ ଇଲେଭେନ୍ ବା ବିଶ୍ବ ଏକାଦଶ) ଇ˚ଲଣ୍ତ୍ ସହ ପାଞ୍ଚଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲା। ‘ଗିନିଜ୍’ ସୁରା ନିର୍ମାତା କ˚ପାନି ଆର୍ଥିକ ସହାୟତା ପ୍ରଦାନ କରିଥିଲା। ଏହି କ˚ପାନି ପକ୍ଷରୁ କୋଡ଼ିଏ ହଜାର ପାଉଣ୍ତ୍ ଯୋଗାଇ ଦିଆଯାଇଥିଲା; ସେହି କାଳ ପାଇଁ ଏହା କିଛି କମ୍ ନୁହେଁ।
ଅର୍ଥାତ୍, ଆଜକୁ ଠିକ୍ ପଚାଶ ବର୍ଷ ତଳେ ଏହି ମାସରେ ଏକ ବହୁ-ଜାତୀୟ ବିଶ୍ବ ଦଳ ଇ˚ଲଣ୍ତ୍ ବିରୋଧରେ ମୋଟ ପାଞ୍ଚଟି ଟେଷ୍ଟ୍ ଖେଳିଥିଲା। ସର୍ବକାଳୀନ ମହାନ୍ କ୍ରିକେଟ୍ ଖେଳାଳି ଗାର୍ଫିଲ୍ଡ ସୋବର୍ସ୍ କପ୍ତାନ ଭାବେ ମନୋନୀତ ହୋଇଥିଲେ। ତାଙ୍କ ସହ ଆଉ ଚାରି ଜଣ େଵଷ୍ଟ୍ ଇଣ୍ତିଆନ୍ ମଧ୍ୟ ମନୋନୀତ ହୋଇଥିଲେ- ରୋହନ କହ୍ନାଇ, କ୍ଲାଇଭ୍ ଲଏଡ୍, ଲାନ୍ସ ଗିବ୍ସ ଓ ଡେରିକ୍ ମରେ। ଶ୍ବେତକାୟ ଦକ୍ଷିଣ ଆଫ୍ରିକୀୟ- ବାରି ରିଚାର୍ଡ୍ସ, ଗ୍ରାଏମ୍ ପୋଲୋକ୍, ଏଡି ବାର୍ଲୋ, ପିଟର୍ ପୋଲୋକ୍ ଓ ମାଇକ୍ ପ୍ରୋକ୍ଟର୍। ପାକିସ୍ତାନୀ- ଇନ୍ତଖାବ ଆଲମ ଓ ମୁସ୍ତାକ ମୋହମ୍ମଦ। ଅଷ୍ଟ୍ରେଲିଆନ୍- ଗ୍ରାହାମ୍ ମ୍ୟାକେନ୍ଜି ଏବ˚ ଆମ ଭାରତର- ଫାରୁକ ଇ˚ଜିନିଅର।
ଘରୋଇ ଦଳ ଇ˚ଲଣ୍ତ୍ ପ୍ରତିପକ୍ଷର ସମକକ୍ଷ ନ ଥିଲା। ତେବେ, ଇ˚ଲଣ୍ତ୍ ଦଳରେ ମଧ୍ୟ ଅନେକ ଅଭିଜ୍ଞ ଓ ନିପୁଣ ଖେଳାଳି ଥିଲେ। କପ୍ତାନ ଭାବେ ଇଲି˚ଵର୍ଥ୍ ଥିଲେ ବିଚକ୍ଷଣ ଓ ଅଭିଜ୍ଞ। ବ୍ୟାଟସ୍ମ୍ୟାନ୍ଙ୍କ ମଧ୍ୟରେ ଥିଲେ- ଜିଓଫ୍ ବଏକଟ୍ ଓ କଲିନ୍ କାଉଡ୍ରେ ଏବ˚ ବୋଲର୍ଙ୍କ ମଧ୍ୟରେ ଥିଲେ- ଜନ୍ ସ୍ନୋ ଓ ଡେରିକ୍ ଅଣ୍ତର୍ଉଡ୍। ଇ˚ଲଣ୍ତ୍ର ଉଇକେଟ୍-ରକ୍ଷକ ଆଲାନ୍ ନଟ୍ ସେତେ ବେଳେ ବିଶ୍ବରେ ସର୍ବଶ୍ରେଷ୍ଠ ଥିଲେ।
୧୭ ଜୁନ୍ ୧୯୭୦ରେ ଲର୍ଡ୍ସରେ ପ୍ରଥମ ଟେଷ୍ଟ୍ ଆରମ୍ଭ ହୋଇଥିଲା। ଠିକ୍ ଦୁଇ ମାସ ପରେ ଓଭାଲ୍ରେ ଶେଷ ଖେଳ ସରିଥିଲା। ନଟି˚ହାମ୍ରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍ ଇ˚ଲଣ୍ତ୍ ଜିତିଥିଲା। ବିଶ୍ବ ଏକାଦଶ ଅବଶିଷ୍ଟ ଟେଷ୍ଟ୍ ମ୍ୟାଚ୍ଗୁଡ଼ିକରେ ବିଜୟ ହାସଲ କରିଥିଲା। ଦର୍ଶକ ଚମତ୍କାର ବ୍ୟାଟି˚ ଦେଖିବାର ସୁଯୋଗ ପାଇଥିଲେ। ସୋବର୍ସ୍, ଲଏଡ୍ ଓ ବାର୍ଲୋ ଦ୍ବିଶତକ ହାସଲ କରିଥିଲେ। ବାର୍ଲୋ ଓ ତାଙ୍କ ସ୍ବଦେଶୀୟ ସାଥୀ ମାଇକ୍ ପ୍ରୋକ୍ଟର୍ ଚମତ୍କାର ବୋଲି˚ କରିଥିଲେ।
୧୯୬୫ରେ ଦକ୍ଷିଣ ଆଫ୍ରିକା ଯେତେ ବେଳେ ଇ˚ଲଣ୍ତ୍ ଗସ୍ତରେ ଆସିଥିଲା, ବାମହାତୀ ବ୍ୟାଟସ୍ମ୍ୟାନ୍ ଗ୍ରାଏମ୍ ପୋଲୋକ୍ ସୁନ୍ଦର ବ୍ୟାଟି˚ ଦେଖାଇଥିଲେ। ବିଶ୍ବ ଏକାଦଶ ପାଇଁ ତାଙ୍କଠାରୁ ସମାନ ଧରଣର ବ୍ୟାଟି˚ ଆଶା କରାଯାଉଥିଲା। ପ୍ରଥମ ଚାରିଟି ଟେଷ୍ଟ୍ରେ ସେ ମଧ୍ୟମ ଧରଣର ବ୍ୟାଟି˚ ପ୍ରଦର୍ଶନ କରିଥିଲେ। ଓଭାଲ୍ରେ ଅନୁଷ୍ଠିତ ଶେଷ ଟେଷ୍ଟ୍ରେ ଶତକ ହାସଲ କରିଥିଲେ। ଅତି ସହଜିଆ ଭାବେ ପ୍ରତ୍ୟେକ ବଲ୍ର ସାମନା କରିଥିଲେ। ଗାରି ସୋବର୍ସ୍ ଓ ସେ ମିଶି ଅଳ୍ପ ସମୟରେ ୧୫୦ ରନ୍ ଯୋଗ କରିଥିଲେ।
ଗ୍ରାଏମ୍ ପୋଲୋକ୍ଙ୍କର ସେହି ବ୍ୟାଟି˚ ‘ୟୁଟ୍ୟୁବ୍’ରେ ରହିଛି। ସେତେ ବେଳେ ଯାହା ଘଟିଥିଲା ସୁନ୍ଦର ଭାବେ ଲେଖାଯାଇଥିଲା। ତେବେ, ଏବେ ଜଣେ ଚାହିଁଲେ ସୋବର୍ସ୍-ପୋଲୋକ୍ ଯୋଡ଼ିର ବ୍ୟାଟି˚ ଉପଭୋଗ କରିପାରିବ। ଜନ୍ ଆର୍ଲଟ୍ ‘ଦ ଗାର୍ଡିଆନ୍’ରେ ଲେଖିଥିଲେ: ବିଶ୍ବର ଦୁଇ ଶ୍ରେଷ୍ଠ ବାମହାତୀ ବ୍ୟାଟସ୍ମ୍ୟାନ୍ ଶେଷ ମ୍ୟାଚ୍ରେ ବିଶ୍ବାସ ଓ ଦୃଢ଼ତାର ସହ ଚମତ୍କାର ଖେଳ ଦେଖାଇଥିଲେ। ସୋବର୍ସ୍ ଯଦିଓ ଏକ ଘଣ୍ଟା ବିଳମ୍ବରେ ପଡ଼ିଆକୁ ଓହ୍ଲାଇଥିଲେ, ଅଳ୍ପ କିଛି ସମୟ ମଧ୍ୟରେ କଭର୍ ଡ୍ରାଇଭ୍ ଓ ସ୍କ୍ବେଆର୍ କଟ୍ ଆଦି ମାରି ପୋଲୋକ୍ଙ୍କ ସହ ସମାନ ହୋଇ ଯାଇଥିଲେ। ତେବେ, କପ୍ତାନର ପ୍ରବୃତ୍ତି ତାଙ୍କୁ ଧୀର କରିଦେଇଥିଲା। ସେ ଆଉ ଲମ୍ବା ସଟ୍ ନ ଖେଳି, ବୋଲର୍ଙ୍କୁ ସାମନା କରିବା ପାଇଁ ପୋଲୋକ୍ଙ୍କୁ ଅଧିକ ସୁଯୋଗ ଦେଇଥିଲେ।
ଜନ୍ ଉଡ୍କକ୍ ‘ଦ ଟାଇମ୍ସ’ରେ ଲେଖିଥିଲେ: ସେ ଦୁହିଁଙ୍କ ମଧ୍ୟରେ କିଏ ଅଧିକ ବିଚକ୍ଷଣ ବ୍ୟାଟସ୍ମ୍ୟାନ୍, ଏହି ପ୍ରସଙ୍ଗରେ ଅନେକ ଦିନ ଧରି କ୍ରିକେଟର୍ମାନଙ୍କର ଆଲୋଚନା ଚାଲିଥିଲା। ଇ˚ଲଣ୍ତ୍ ପକ୍ଷର ବୋଲି˚ର ତୀବ୍ର ଆକ୍ରମଣର ମୁକାବିଲା ଦୁହେଁ ଦୃଢ଼ତାର ସହ କରିଥିଲେ। ସୋବର୍ସ୍ ଡ୍ରାଇଭ୍ ପରେ ଡ୍ରାଇଭ୍ ମାରି ନିଜର ପୂରା ଖେଳ ଉପଭୋଗ କରୁଥିଲେ। କିଛି ସମୟ ପରେ ପୋଲୋକ୍ଙ୍କ ଚମତ୍କାରୀ ଦେଖିବାକୁ ମିଳିଲା। ପୋଲୋକ୍ଙ୍କୁ ଅଧିକରୁ ଅଧିକ ସୁଯୋଗ ଦେଇ ସୋବର୍ସ ନିଜର ମହାନତା ପ୍ରଦର୍ଶିତ କରିଥିଲେ। ଗତକାଲି ପୋଲୋକ୍ ଅନ୍ୟମାନଙ୍କ ତୁଳନାରେ ଆଗରେ ଥିଲେ। ଏହି ସିରିଜ୍ରେ ପୂର୍ବରୁ ସୋବର୍ସ୍ ସର୍ବଦା ପ୍ରଥମ ରହିଥିଲେ।
ଆର୍ଲଟ୍ ନିଶ୍ଚିତ ଭାବେ ଏବ˚ ଉଡ୍କକ୍ ସ˚ଭବତଃ ଜାଣିଥିଲେ ଯେ, ସେମାନେ ଯାହା ଦେଖୁଥିଲେ, ତାହା ସମାଜ ଓ କ୍ରୀଡ଼ା ଦୃଷ୍ଟିରୁ ମହତ୍ତ୍ବପୂର୍ଣ୍ଣ। ପୋଲୋକ୍ ଓ ସୋବର୍ସ୍ ଏକତ୍ର କ୍ରିଜ୍ରେ ରହିବା, କେବଳ ଏକ କ୍ରୀଡ଼ା ନୈପୁଣ୍ୟ ବା ସୌନ୍ଦର୍ଯ୍ୟବୋଧ ନୁହେଁ; ଏହା ଏକ ଉତ୍ତମ ନ୍ୟାୟସଙ୍ଗତ ବିଶ୍ବର ଝଲକ ଥିଲା। ଏହା ପୂର୍ବରୁ କେବେ ଜଣେ ଶ୍ବେତକାୟ ଦକ୍ଷିଣ ଆଫ୍ରିକୀୟ ଏବ˚ ଜଣେ କୃଷ୍ଣକାୟ େଵଷ୍ଟ୍ ଇଣ୍ତିଆନ୍ କୌଣସି ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ଏକ ଦଳ ପକ୍ଷରୁ ଖେଳି ନ ଥିଲେ। ସୋବର୍ସ୍ଙ୍କ ଅଧିନାୟକତ୍ବରେ ଖେଳିଥିଲେ ପାଞ୍ଚ ପାଞ୍ଚ ଜଣ ଦକ୍ଷିଣ ଆଫ୍ରିକୀୟ ଶ୍ବେତକାୟ ଖେଳାଳି। ସେମାନେ ମନ ଲଗାଇ ଖେଳିଥିଲେ। ସୋବର୍ସ୍ଙ୍କ ଅଧୀନରେ ଖେଳିବାକୁ ନେଇ ସେମାନଙ୍କର କୌଣସି ଆପତ୍ତି ନ ଥିଲା। ଏହା ଥିଲା ବର୍ଣ୍ଣବୈଷମ୍ୟ ନୀତିର ତତ୍ତ୍ବ ଓ ପ୍ରୟୋଗକୁ ସ୍ପଷ୍ଟ ପ୍ରତ୍ୟାଖ୍ୟାନ। ଇ˚ଲଣ୍ତ୍ ପକ୍ଷରେ ମଧ୍ୟ ଦୁଇ ଜଣ ଦକ୍ଷିଣ ଆଫ୍ରିକୀୟ ଖେଳିଥିଲେ। ଜଣେ ଥିଲେ ଶ୍ବେତକାୟ ଟୋନି ଗ୍ରେଗ୍ ଏବ˚ ଅନ୍ୟ ଜଣକ କୃଷ୍ଣକାୟ ବାସିଲ୍ ଡି’ଅଲିଭିଏରା। ଦୁହେଁ ଏକତ୍ର ଖେଳିଥିଲେ, ଯାହା ସେମାନଙ୍କ ମୂଳ ଦେଶରେ ସେତେ ବେଳେ ଅକଳ୍ପନୀୟ ଥିଲା।
ଅଗଷ୍ଟ୍ ୧୯୭୦ରେ ମୋର ବୟସ ଥିଲା ବାର ବର୍ଷ। ସେତେ ବେଳକୁ ମୁଁ କ୍ରିକେଟ୍-ପାଗଳ ହୋଇସାରିଥିଲି। ମୁଁ ଖବରକାଗଜ ମାଧ୍ୟମରେ ଖେଳ ବାବଦରେ ଜାଣୁଥିଲି। ଏହି ନିବନ୍ଧ ଲେଖିବା ପୂର୍ବରୁ ମୁଁ କିଛି ପ୍ରାଥମିକ ଉତ୍ସରୁ ତଥ୍ୟ ସ˚ଗ୍ରହ କରିଥିଲି। ଗାରି ସୋବର୍ସ୍ ଓ ଗ୍ରାଏମ୍ ପୋଲୋକ୍ କୌଣସି ଏକ ମ୍ୟାଚ୍ରେ ଏକତ୍ର ଦର୍ଶକଙ୍କୁ ଆକର୍ଷିତ କରିଥିବା ମୋର ମନେଥିଲା। ତେବେ, ତାହା କେଉଁ ମ୍ୟାଚ୍ ନିର୍ଦିଷ୍ଟ ଭାବେ ମନେ ନ ଥିଲା। ଏ ବାବଦରେ କେବେ ରେଡିଓରେ ଶୁଣିଥିବି କି˚ବା କୌଣସି କ୍ରିକେଟ୍ ପତ୍ରିକାରେ ପଢ଼ିଥିବି। ବାପା ମୋ ପାଇଁ କ୍ରିକେଟ୍ ସ˚ପର୍କିତ ପତ୍ରିକା ମଗାଇବାର ବ୍ୟବସ୍ଥା କରିଥିଲେ। ଶ୍ବେତକାୟ ଓ କୃଷ୍ଣକାୟଙ୍କର ସେହି ଯୁଗଳବନ୍ଦୀ, ସୁଦୂର ଭାରତରେ ମୋ ଭଳି ଜଣେ ସ୍କୁଲ୍ ଛାତ୍ର ଉପରେ ସେତେ ବେଳେ ଗଭୀର ପ୍ରଭାବ ପକାଇଥିଲା। ଦକ୍ଷିଣ ଆଫ୍ରିକାରେ ବାସ କରୁଥିବା ଉଭୟ ଶ୍ବେତକାୟ ଓ କୃଷ୍ଣକାୟ ବାଳକମାନଙ୍କୁ ମଧ୍ୟ ପ୍ରଭାବିତ କରିଥିବ।
ଇ˚ଲଣ୍ତ୍ ଓ ବିଶ୍ବ ଏକାଦଶ ମଧ୍ୟରେ ହୋଇଥିବା ସେହି ପାଞ୍ଚଟି ମ୍ୟାଚ୍କୁ ପ୍ରଥମେ ଟେଷ୍ଟ୍ ମାନ୍ୟତା ଦିଆଯାଇଥିଲା। ପରେ ‘ଆଇସିସି’ ଉକ୍ତ ମାନ୍ୟତା ପ୍ରତ୍ୟାହାର କରିନେଇଥିଲା। ସେ ଯାହା ହେଉ, ମାନ୍ୟତା ପ୍ରତ୍ୟାହାର ପରେ ଯେଉଁମାନେ ସେହି ମ୍ୟାଚ୍ଗୁଡ଼ିକ ଖେଳିଥିଲେ, ସେମାନଙ୍କର କାରିଅର୍ ରେକର୍ଡ୍ରୁ ସେମାନେ ସେହି ମ୍ୟାଚ୍ଗୁଡ଼ିକରେ ହାସଲ କରିଥିବା କୃତିତ୍ବ ବାଦ୍ ପଡ଼ିଲା; ତେଣୁ, ସେ ବାବଦରେ ମୁଁ ଆଉ ଥରେ କିଛି କହିବି ନାହିଁ। ତେବେ, ଏହା ପୁଣି ଥରେ ଅବଶ୍ୟ କହିବି ଯେ, ପଚାଶ ବର୍ଷ ତଳେ ଖରା ଦିନେ ଇ˚ଲଣ୍ତ୍ରେ ଖେଳାଯାଇଥିବା ସେହି ମ୍ୟାଚ୍ଗୁଡ଼ିକ ଐତିହାସିକ ମହତ୍ତ୍ବ ବହନ କରୁଛି। କ୍ରିକେଟ୍ ମନୋର˚ଜନର ଏକ ଶାଖା ଭିନ୍ନ ଅନ୍ୟ କିଛି ହୋଇ ନ ପାରେ। କିନ୍ତୁ, ସେହି ମାସଗୁଡ଼ିକରେ ଏହାର ଭିନ୍ନ ଗୁରୁତ୍ବ ଥିଲା; ଯାହାର ପ୍ରଭାବ ପରେ ଦକ୍ଷିଣ ଆଫ୍ରିକା ଉପରେ ପଡ଼ିଥିଲା। ସେଠାରେ ବର୍ଣ୍ଣବୈଷମ୍ୟବାଦର ପତନ ଘଟିଥିଲା ଏବ˚ ତ୍ବଚାର ରଙ୍ଗ ସୁବିଧା-ସୁଯୋଗର ମାନଦଣ୍ତ ସ୍ଥିର କରିବାର ଏକ ପଦ୍ଧତି ଭାବେ ଅଗ୍ରହଣୀୟ ହୋଇଥିଲା।
ମୁଖ୍ୟତଃ ରାଜନୈତିକ କ୍ଷେତ୍ରରେ ବର୍ଣ୍ଣବୈଷମ୍ୟବାଦ ବିରୋଧୀ ଯୁଦ୍ଧ ଲଢ଼ା ଯାଇଥିଲା ଏବ˚ ଏହି ଅମାନବୀୟ ବାଦର ପରାଜୟ ହୋଇଥିଲା। ଏଥିରେ କ୍ରୀଡ଼ା ଏକ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା। ଗାରି ସୋବର୍ସ୍ ନା ଜଣେ ରାଜନୀତିଜ୍ଞ ଥିଲେ ନା ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନରେ ତାଙ୍କର ସେ ଭଳି କୌଣସି ବିଶେଷ ଭୂମିକା ଥିଲା। ତେବେ, ୧୯୭୦ ଖରାଦିନେ ତାଙ୍କର ଭୂମିକା ଭୁଲିବା ଭଳି ନୁହେଁ। ତାଙ୍କ ସହ ଓ ତାଙ୍କ ବିରୋଧରେ ଯେଉଁମାନେ ଖେଳିଥିଲେ, ସେମାନଙ୍କୁ ମଧ୍ୟ।