ଲକ୍‌ଡାଉନ୍‌ ବେ‌ଳେ ଚୋର!

ଅଣାକାର

ଚଳିତ ବର୍ଷ ଏପ୍ରିଲ ପ୍ରଥମ ଭାଗରେ ଦିଲ୍ଲୀରେ ଦୁଇଟି ଚୋରି-ମାମଲା ପୁଲିସ ଷ୍ଟେସନରେ ପହଞ୍ଚିଥିଲା। ପ୍ରଥମ କେସ୍‌ରେ ଦିଲ୍ଲୀର ମୁଣ୍ତକା ଅଞ୍ଚଳରୁ ଗୋଟିଏ ସରକାରୀ ମଦ ଦୋକାନରୁ ପ୍ରାୟ ଲକ୍ଷେ ଟଙ୍କାର ମଦ ବୋତଲ ଚୋରି ହୋଇଯାଇଥିଲା। ଦ୍ବିତୀୟ ଘଟଣା‌େର ଦିଲ୍ଲୀ ‘କନ୍‌ଜୁମର କୋପରେଟିଭ ହୋଲସେଲ ଷ୍ଟୋର୍’ରୁ ଅଠଚାଳିଶ ଘଣ୍ଟା ଭିତରେ ବହୁତ ମଦ ବୋତଲ ଗାଏବ ହୋଇଯାଇଥିଲା। କ୍ରମେ ଶୁଣାଯିବାକୁ ଲାଗିଲା ଯେ ଲକ୍‌ଡାଉନ୍‌ ଘୋଷଣା ପରେ ଏମିତି ଚୋରି ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧୢ ଘଟୁଛି। କେବଳ ମଦ ନୁହେଁ, ମହାରାଷ୍ଟ୍ର ଓ କୋଲକାତାରୁ ମସଲାମସଲି ସାମଗ୍ରୀ, ସାବୁନ, ଡିଟରଜେଣ୍ଟ ଓ ନଗଦ ଟଙ୍କା ଆଦି ଚୋରି ହେବାର ଖବର ମିଳିଲା। ଏବେ ‌ଦେଖିବାକୁ ମିଳୁଛି ଯେ ଲକ୍‌ଡାଉନ୍‌ କାଳରେ ଦେଶର ବିଭିନ୍ନ ସ୍ଥାନରେ ଦୋକାନରୁ ଚୋରି ଘଟଣା ବଢ଼ିଛି।

ଏଭଳି ଛୋଟକାଟର ଚୋରମାନେ ସାଧାରଣତଃ ଘରୁ ଚୋରି କରିଥାଆନ୍ତି। ତେଣୁ, କୌତୂହଳ ଜାତ ହୁଏ ଯେ ଚୋରମାନେ ‌େଦାକାନରୁ ଏଭଳି ଜିନିଷମାନ ଚୋରି କରୁଛନ୍ତି କାହିଁକି? ଆଗରୁ ଏଭଳି ଚୋରିର ଧାରା ବିଶେଷ ନ ଥିଲା! କାରଣ ଏୟା ହୋଇପାରେ ଯେ ଲକ୍‌ଡାଉନ୍‌ ବେଳେ ଘରେ ଗୃହସ୍ବାମୀଙ୍କ ଠାରୁ ଆରମ୍ଭ କରି ପରିବାରର ସମସ୍ତ ସଦସ୍ୟ ଏବେ ସର୍ବଦା ଘର ଭିତରେ ଉପସ୍ଥିତ। ପୁଣି ଲକ୍‌ଡାଉନ୍ କାଳରେ ଗୃହବନ୍ଦୀ ଥିବା ଲୋକଙ୍କ ଦୈନନ୍ଦିନ କାର୍ଯ୍ୟ ସୂଚିରେ ଯେମିତି ପରିବର୍ତ୍ତନ ଆସିଛି, ସେଥିରେ ନିଦ୍ରା ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଅଧିକାଂଶଙ୍କ ‘ଶରୀର ଘଡ଼ି’ ବା ‘ସିର୍କାଡିଆନ ସାଇକେଲ’ ଭାରସାମ୍ୟ ହରାଇଛି। ତେଣୁ ଅଧିକାଂଶ ଲୋକ ଦିନରେ ନିର୍ଘାତ ଶୋଉଛନ୍ତି ଏବଂ ରାତିରେ ପେଚା ତୁଲ୍ୟ ଚାହିଁ ରହୁଛନ୍ତି। ପୁଣି ଆଇ.ଟି. କ୍ଷେତ୍ରରେ ଲୋକେ ରାତି ତମାମ ଉଜାଗର ରହି ଘରୁ କାମ କରୁଛନ୍ତିି। ତେଣୁ ଚୋରମାନେ ଘରକୁ ଭରସି ପଶି ପାରୁନାହାନ୍ତି। ଏ‌େଣ ‌େଦାକାନ ବଜାର ବନ୍ଦ। ଗାଡ଼ି ମଟର ବନ୍ଦ ହେତୁ ସବୁ ଶୂନଶାନ। ତେଣୁ ବେଳ ଉଣ୍ଡି ସୁବିଧା ପାଇଲେ ଦୋକାନରୁ ଲୁଟ୍‌ କରିବା ସହଜ। ତେଣୁ ବୋଧହୁଏ ଏମିତି ନୂଆ ଚୋରିର ଧାରା ଆରମ୍ଭ ହୋଇଛି।

ପୁଣି ପାଠକ-ପାଠିକାମାନେ ଆଉ ଗୋଟିଏ କଥା ଭାବନ୍ତୁ ତ ଦେଖି! ଚୋରି ଭଳି ପେସାରେ ଥିବା ଲୋକମାନଙ୍କ ଏ ସଂସାରରେ କେହି ସାହା ଭରସା ଅଛନ୍ତି କି? ‌‌ସେମାନଙ୍କ ସଂଘ ବା ମହାସଂଘ ଅଛି କି? ସେମାନଙ୍କୁ ସାହାଯ୍ୟ କରିବା ଲାଗି ବା ସେମାନଙ୍କ ଅଧିକାର ଲାଗି ଲଢ଼ିବା ପାଇଁ କେଉଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଛି କି? କିନ୍ତୁ ସେମାନଙ୍କର ବି ପିଲା ପରିବାର ଅଛନ୍ତି। ତେଣୁ ସେମାନେ ନିଜ ଶିଙ୍ଗରେ ଏକା ଏକା ମାଟି ତାଡ଼ିବାକୁ ବାଧ୍ୟ। ପୁଣି ଧରା ପଡ଼ିଗ‌େଲ ବିଧା ଗୋଇଠା ଛଡ଼ା ଆଉ କେହି ପିଠିରେ ପଡ଼ିବାର ନାହିଁ। ଏଭଳି ସ୍ଥିତିରେ ଲକ୍‌ଡାଉନ୍‌ ବେଳେ ଛୋଟକାଟର ଚୋରମାନେ କରିବେ କ’ଣ? ଚଳିବେ କେମିତି? ସେମାନଙ୍କ ଦାନା ପାଣି ବୁଡ଼ିଗଲେ ସେମାନେ ଅନାହାରରେ ମରିଯିବେ ନାହିଁ କି? ତେଣୁ ବାଧ୍ୟ ହୋଇ ସେମାନେ ବୋଧହୁଏ ଘର ଚୋରି ଛାଡ଼ି ବନ୍ଦ ଦୋକାନ ଆଡ଼େ ମୁହାଁଇଛନ୍ତି!

ମୋ: ୯୪୩୭୦୨୬୬୫୧

ସମ୍ବନ୍ଧିତ ଖବର