ସ˚ଯମର ଅର୍ଥ

ସ˚ଯମୀ କରିବା ଲାଗି ଗୁରୁ ଦୁଇ ଜଣ ଶିଷ୍ୟଙ୍କୁ ବାଛିଲେ। ଇନ୍ଦ୍ରିୟଜାତ ପ୍ରବୃତ୍ତିକୁ ଜୟ କରିବାକୁ ସେମାନଙ୍କୁ କୁହାଗଲା।

କିଛି ଦିନ ପରେ ଗୁରୁ ଜଣେ ଶିଷ୍ୟକୁ ଡାକି କହିଲେ- ବାବୁରେ ତମେ ସ˚ଯମୀ ହେବା ଦରକାର ନାହିଁ।

ଏହା ଶୁଣି ଶିଷ୍ୟ ଚମକି ପଡ଼ିଲା। ସେ ଗୁରୁଙ୍କୁ କହିଲା- ମହାଶୟ, ମୁଁ ତ ସ˚ଯମ ପାଳନ କରିବାର ଅଭ୍ୟାସରେ କେଉଁଠି ହେଲେ ହାରି ଯାଇ ନାହିଁ। ମୁଁ ମୋର ଲୋଭ, କାମ, କ୍ରୋଧ ଆଦି ଇନ୍ଦ୍ରିୟରୁ ଜାତ ପ୍ରବୃତ୍ତିକୁ ଦମନ କରିବାରେ ମନପ୍ରାଣ ଢାଳି ଦେଇଛି। ଆପଣ ମୋତେ କାହିଁକି ନାପସନ୍ଦ କଲେ? ମୋର ସତୀର୍ଥକୁ କାହିଁକି ପସନ୍ଦ କଲେ, ତାହା ବୁଝାଇ ଦିଅନ୍ତୁ।

ଗୁରୁ କହିଲେ- ସ˚ଯମର ଅର୍ଥ ତୁମେ ଯାହା ବୁଝିଛ, ତାହା ହେଲା ନିୟନ୍ତ୍ରଣ। ଅର୍ଥାତ୍‌ ତୁମ ଭିତରେ ଭୋଗ ଲାଳସା ବଢ଼ିଲେ ବା ମୁଣ୍ତ ଟେକିଲେ ତୁମେ ତାର ନିୟନ୍ତ୍ରଣ କରିବ। ତୁମେ ତା ସହିତ ଯୁଦ୍ଧ କରିବ ଓ ତାକୁ ପରାସ୍ତ କରିବ। ତେଣୁ ତୁମ ଭିତରେ ସ˚ଯମ ନାମରେ ଯାହା ଚାଲିଛି ତାହା ରୀତିମତ ଗୋଟିଏ ଯୁଦ୍ଧ। କିନ୍ତୁ ସ˚ଯମର ଅର୍ଥ ନିୟନ୍ତ୍ରଣ ନୁହେଁ। ସ˚ଯମର ଅର୍ଥ ହେଲା, ନିଜକୁ ଏମିତି ଏକ ସ୍ତରକୁ ନେଇଯିବା ଯେଉଁଠି ଇନ୍ଦ୍ରିୟରୁ ଜାତ ପ୍ରବୃତ୍ତି ଆଦୌ ମୁଣ୍ତ ଟେକିବ ନାହିଁ। ତାହା ମୃତବତ୍‌ ଶୋଇ ରହିବ। ତୁମର ଆତ୍ମସ୍ଥ ଶକ୍ତି ଏଭଳି ଉଜ୍ଜ୍ବଳ ହେବ ଯେ କାମ, କ୍ରୋଧ ବା ଲୋଭ ସବୁ ମଳିନ ପଡ଼ିଯିବେ। ନିୟନ୍ତ୍ରଣ ବା ସ˚ଘର୍ଷର ଅବକାଶ ହିଁ ରହିବ ନାହିଁ। ସେଇଭଳି ଶକ୍ତିର ଅଧିକାରୀ ଜଣେ ବ୍ୟକ୍ତି ସ˚ଯମକୁ ବି ଉତ୍ସବାୟିତ କରିପାରିବ। ତୁମର ସତୀର୍ଥ ସେଇ ଶକ୍ତି ଓ ସାମର୍ଥ୍ୟର ଅଧିକାରୀ। ସ˚ଘର୍ଷ କରି ଯେଉଁ ସ˚ଯମ ହାସଲ କରାଯାଏ, ତାହା ଅନେକ ସମୟରେ ଭାଙ୍ଗିଯାଏ। ଏ କଥା ମନେ ରଖ।

ସମ୍ବନ୍ଧିତ ଖବର