ଜଣେ ଅତି ବିଚକ୍ଷଣ ଯୁବକ କର୍ମ ସଂସ୍ଥାନରେ ଯୋଗ ଦେବା ପରେ ଦ୍ରୁତ ଗତିରେ ପ‌େଦାନ୍ନତି ପାଇବାରେ ଲାଗିଲେ। ତାଙ୍କୁ ଲାଗିଲା ଏବେ ସର୍ବୋଚ୍ଚ ଆସନରେ ବସି ପାରିବା ଖୁବ୍‌ ସମ୍ଭବ ଏବଂ ବେଶୀ ଡେରି ମଧ୍ୟ ନୁ‌େହଁ। ତେଣୁ ପରବର୍ତ୍ତୀ ପଦୋନ୍ନତି ପାଇବାରେ ଟିକିଏ ବିଳମ୍ବ ତାଙ୍କୁ ଅସ୍ଥିର କରି ପକାଇଲା। ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟିବାରେ ଲାଗିଲା। ସେ ଏବେ ସ୍ଥିର କରି ‌େନଇଥିଲେ ଯେ ଯେନ ତେନ ପ୍ରକାରେଣ ପଦୋନ୍ନତି ନେବେ।

Advertisment

ତାଙ୍କର ଏଭଳି ମାନସିକ ସ୍ଥିତି ତାଙ୍କ ପିତାଙ୍କ ଦୃଷ୍ଟିକୁ ଏଡ଼ାଇ ଯାଇ ପାରିଲା ନାହିଁ। ସେ ତାଙ୍କୁ ପଚାରିଲେ- ପୁଅ, ତୁ ଏମିତି ଅସ୍ଥିର ହେଉଚୁ କାହିଁକି?

ଅଗତ୍ୟା ପୁଅ ନିଜ ମନ କଥା କହିଲା।

ବାପା କହିଲେ- ପୁଅ, କବୀର କହି ନାହାନ୍ତି କି ସବୁ କିଛି ତା’ ସମୟାନୁସାରେ ହୋଇଥାଏ! ମାଳୀ ଗଛ ମୂଳରେ ଶହେ ଘଡ଼ା ପାଣି ଢାଳିଲେ ବି ଋତୁ ଆସିଲେ ଯାଇ ଫଳ ଫଳିଥାଏ!

ପୁଅ କହିଲା- ବାପା, ତାହା ମୁଁ ଜାଣେ। କିନ୍ତୁ ମୁଁ ଏହା ବି ଜାଣେ ଯେ ନିଜେ ନ ଲାଗିଲେ କିଛି କାମ ହୁଏ ନାହିଁ।

ଏବେ ବାପା ଗମ୍ଭୀର ଦିଶିଲେ। ସେ କହିଲେ- ବାବୁ, ତୁମେ ଏବେ କୈଳାସ ପର୍ବତ ଶିଖରରେ ପହଞ୍ଚିବାକୁ ଯାଉଚ। ସେଭଳି ଉଚ୍ଚତାରେ ଖୁବ୍‌ ଜଗି ରଖି ଗୋଟିଏ ପରେ ଆଉ ଗୋଟିଏ ପାଦ ରଖିବାକୁ ହୁଏ। କୈଳାସ ଶୃଙ୍ଗରେ ଚାଲିବା ଓ ଆମ ସହର ରାସ୍ତାରେ ଚାଲିବା ଏକା କଥା ନୁହେଁ। ସହର ରାସ୍ତାରେ ଗୋଡ଼ ଖସିବାର ଅର୍ଥ କେବଳ ଏକ କଚଡ଼ା ଖାଇବା, କିନ୍ତୁ ତୁମେ ଯେଉଁଠି ସେଠି ଗୋଡ଼ ଖସିବାର ଅର୍ଥ ସିଧା ଶୃଙ୍ଗରୁ ପତନ ଓ ତା’ର ପରିଣାମ ବିଷୟ‌େର ତୁମେ ଭଲ ଭାବେ ଜାଣ। ତେଣୁ ସାଧୁ ସାବଧାନ। ଯାହା କରୁଛ ଭାବିଚିନ୍ତି କର।