ଥରେ ମୁଲ୍ଲା ନସିରୁଦ୍ଦିନଙ୍କ କୁଡ଼ିଆରେ ନିଆଁ ଲାଗିଗଲା। ନିଆଁ ବ୍ୟାପିଲା। କିଛି ସମୟ ଭିତରେ ପାଖ ପଡ଼ୋଶୀଙ୍କ ଘର ବି ପୋଡ଼ିଗଲା।
ଏହାର କିଛି ଦିନ ପରେ ବଜାରରେ ନସିରୁଦ୍ଦିନଙ୍କୁ ଦେଖି ଜଣେ ପଚାରିଲା- ମୁଲ୍ଲା, ତୁମ ଘର ପୋଡ଼ିଗଲା ପରା? ଭଗବାନଙ୍କ କି ଅନ୍ୟାୟ ବିଚାର କୁହ ତ! ତୁମେ ଫକଡ଼ରାମ, ତୁମ ପାଖରେ କିଛି ନାହିଁ। ଅଥଚ, ତୁମ ଘର ଖଣ୍ତିକ ବି ଉପର ବାଲା ସହିଲା ନାହିଁ ଯେ ନିଆଁ ଲାଗିଗଲା।
ମୁଲ୍ଲା କହିଲେ- ଅନ୍ୟାୟ ହେଲା? ତୁମ ଭଳି ବୁଦ୍ଦୁ ବୋଧହୁଏ କେହି ନାହାନ୍ତି! ମୋତେ ତ ଭାରି ମଜା ଆସିଲା। ଭାବିଲି ଭଗବାନ ବଡ଼ଲୋକ ଯେ ନିଆଁ ଲଗାଇ ଦେଲେ!
ସେହି ଲୋକ କିଛି ବୁଝି ନ ପାରି କହିଲା- ମଜା ଆସିଲା? ତୁମ ମତଲବ କ’ଣ?
ମୁଲ୍ଲା କହିଲେ- ମୋର କ’ଣ ଥିଲା ଯେ ଜଳିଯିବ। କେବଳ ଚାଳ ଘରଟା ଥିଲା। ଦେଖ, ମୁଁ ପୁଣି ତାକୁ ସଜିଲ କରି ସାରିଲିଣି। କିନ୍ତୁ ମୋ ପଡ଼ୋଶୀ ଅବଦୁଲ ଆଉ ଫଜଲୁଙ୍କ ମହଲ ଭଳିଆ ଘର ବି ନିଆଁରେ ଜଳିଗଲା! ସେଇଟା କ’ଣ କେବେ ସମ୍ଭବ ହୋଇଥାଆନ୍ତା? ମୋତେ ତ ଭାରି ମଜା ଆସିଲା। ମୁଁ କହିଲି ହେ ଉପରବାଲା ତୁମକୁ ଅନେକ ଧନ୍ୟବାଦ। ଏତେ ଦିନକେ ମୋ ମନୋବାଂଛା ପୂରଣ କଲ!