ଥରେ ଗୌତମ ବୁଦ୍ଧ ରାସ୍ତାରେ ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଅଟକାଇ ପ୍ରଶ୍ନ କଲା, ମହାତ୍ମା, ଅହ˚କାରକୁ ଜାଣିବି କେମିତି?
ବୁଦ୍ଧ କହିଲେ- ତୁମେ ମୋ ସହିତ ଆସ।
ଲୋକଟି ତାଙ୍କ ସହିତ ଚାଲିଲା। କିଛି ବାଟ ଗଲା ପରେ ସେମାନେ ଦେଖିଲେ ଯେ ଷଣ୍ଢଟିଏ କିଛି ଦୂରରୁ ସେମାନଙ୍କ ଆଡ଼କୁ ଆସୁଛି।
ଲୋକଟି ତାହା ଦେଖି ସେଇ ବାଟରେ ଯିବାକୁ ଡରିଲା। ବୁଦ୍ଧ ପଚାରିଲେ- କାହିଁକି ଡରୁଛ?
ଲୋକଟି କହିଲା- ସେ ଷଣ୍ଢଟି ଆମକୁ ମାରିବ। ତାର ଶିଙ୍ଗ ଦେଖୁଛନ୍ତି? ଏହା ଏକ ଅମଣିଆ ଷଣ୍ଢ ଭଳି ଲାଗୁଛି।
ବୁଦ୍ଧ କିଛି ନ କହି ଆଗକୁ ଚାଲିଲେ। ଏଥର ଲୋକଟି ତାଙ୍କ ପଛେ ପଛେ ଚାଲିବାକୁ ଲାଗିଲା। କେଇ ପାହୁଣ୍ତ ପରେ ଲୋକଟି ଭୀତତ୍ରସ୍ତ କଣ୍ଠରେ କହିଲା- ଦେଖନ୍ତୁ ସେ ଆମକୁ କେମିତି ଚାହୁଁଛି। ସେ ଆମକୁ ଆକ୍ରମଣ କରିବ।
ବୁଦ୍ଧ ସେମିତି ନିରବରେ ଆଗେଇ ଚାଲିଲେ। ଲୋକଟି ଏଥର ରହିଗଲା। ସେ କହିଲା- ମହାତ୍ମା, ସେ ମୋତେ ମାରିବ। ମୁଁ ଆପଣଙ୍କ ସହିତ ଯିବି ନାହିଁ। ଏହା କହି ସେ ପଛକୁ ଫେରିଲା ଏବ˚ ବୁଦ୍ଧ ନିରବରେ ଆଗେଇ ଚାଲିଲେ।
କିଛି ସମୟ ପରେ ଷଣ୍ଢଟି ତା ବାଟରେ ଚାଲିଗଲା। ଲୋକଟି ବି ଅନ୍ୟ ବାଟରେ ଆସି ବୁଦ୍ଧଙ୍କ ସହିତ ମିଶିଲା। ବୁଦ୍ଧ କହିଲେ- ଏବେ ଅହ˚କାରକୁ ଦେଖିପାରିଲ?
ଲୋକଟି ବିସ୍ମିତ ହୋଇ କହିଲା- ଅହ˚କାର?
ବୁଦ୍ଧ କହିଲେ- ମୁଁ ଦେଖିଲି ଗୋଟିଏ ଷଣ୍ଢ ରାସ୍ତାରେ ଆସୁଛି। କିନ୍ତୁ ତୁମେ ଦେଖିଲ ଷଣ୍ଢଟି ତୁମକୁ ମାରିଦେବାକୁ ଆସୁଛି। ପ୍ରକୃତରେ ତୁମ ଭିତରେ ‘ଅହ˚’ ପଶିଗଲା ବୋଲି ତୁମେ ନିଜକୁ ଗୁରୁତ୍ବ ଦେଇ ବହୁତ କଥା ଭାବିଗଲ। ଅହ˚କାରର ଏହା ହେଉଛି ଏକ ସାମାନ୍ୟ ରୂପ। ଏବେ ବୁଝିପାରିଲ ତ?