ରାଜକୁମାରଙ୍କୁ ନେଇ ରାଜା ଗଲେ ସନ୍ନ୍ୟାସୀଙ୍କ ଆଶ୍ରମକୁ। ସନ୍ନ୍ୟାସୀଙ୍କ ନିକଟରେ ରାଜାଙ୍କୁ ଦେବା ଲାଗି ଆସନ ବି ନ ଥିଲା। ସୁତରା˚, ରାଜା ଭୂମି ଉପରେ ବସିଲେ। କିନ୍ତୁ ରାଜଧାନୀକୁ ଫେରିବା ପରେ ରାଜା ତାଙ୍କ ଲୋକଙ୍କ ହାତରେ ସୁନ୍ଦର ଆସନ କେଇ ଗୋଟି ସନ୍ନ୍ୟାସୀଙ୍କ ପାଖକୁ ପଠାଇଲେ। ସନ୍ନ୍ୟାସୀ ତାହା ଗ୍ରହଣ କଲେ ବି ବ୍ୟବହାର କଲେ ନାହିଁ। ଏ କଥା ରାଜକୁମାରଙ୍କୁ ଭଲ ଲାଗିଲା ନାହିଁ। ସେ ଦିନେ ସନ୍ନ୍ୟାସୀଙ୍କୁ କହିଲେ- ଗୁରୁଦେବ, ଆପଣ ସଦାବେଳେ ଭୂମି ଉପରେ ବସୁଛନ୍ତି ଏବ˚ ସମସ୍ତଙ୍କୁ ଭୂମି ଉପରେ ବସିବାକୁ କହୁଛନ୍ତି। କାହିଁକି?
ସନ୍ନ୍ୟାସୀ କହିଲେ- ବାବୁ ମାଟି ବା ଭୂମିର ପଟାନ୍ତର ନାହିଁ। ମାଟି ଭଳି ମୂଲ୍ୟବାନ ଆଉ କିଛି ନାହିଁ। ତା’ ଉପରେ ବସିବା ଲାଗି ଆସନର କି ପ୍ରୟୋଜନ?
ରାଜକୁମାର ବୁଝିପାରିଲେ ନାହିଁ ମାଟି କେମିତି ମୂଲ୍ୟବାନ? ଗୁରୁ ଏ କଥା ଠିକଣା ଭାବେ ବୁଝିଗଲେ।
ସେଦିନ ଅପରାହ୍ଣରେ ସନ୍ନ୍ୟାସୀ ରାଜକୁମାରଙ୍କୁ ନେଇ ଆଶ୍ରମର ଉଦ୍ୟାନକୁ ଗଲେ। ସନ୍ନ୍ୟାସୀ କହିଲେ- ବାବୁ, ତୁମେ ଏଇ ଆମ୍ବ ଗଛକୁ ଦେଖୁଛ। ମୁଁ ଯେତେବେଳେ ତୁମ ଭଳି ଛୋଟ ପିଲା ଥିଲି, ଆମ୍ବ ଖାଇ ଖାମଖିଆଲ ଭାବେ ଟାକୁଆକୁ ଏଇଠାରେ ଫୋପାଡ଼ି ଦେଇଥିଲି। କିଛି ଦିନ ପରେ ଏଠାରେ ଆମ୍ବଗଛଟିଏ ଉଠିଲା। ତା’ ପର ଠାରୁ ଏଇ ଗଛ କେତେ ହଜାର ଆମ୍ବ ଦେଇ ସାରିଲାଣି ତା’ର ହିସାବ ନାହିଁ। ଏବେ ଟିକିଏ ଚିନ୍ତା କର ତ ଏହାଠାରୁ ବଡ଼ ଦାତା ଆଉ କିଏ ଅଛି? ପୁଣି ଦେଖ ସେ ତୁମକୁ ଯାହା ଦେଉଛି ତା’ର ପ୍ରତିଦାନରେ ତୁମ ଠାରୁ କିଛି ମାଗୁଛି କି? ଏଇ ମାଟି ସାରା ପ୍ରାଣୀଜଗତ୍ର ଭାର ସମ୍ଭାଳୁଛି, କେବେ ପ୍ରତିବାଦ କରୁଛି କି? ଏଭଳି ଗୁଣରେ ଗରୀୟାନ୍ ଯେଉଁ ଭୂମି ତା’ର ସ˚ସ୍ପର୍ଶରେ ଆସିବା ତ ଭାଗ୍ୟର କଥା। ତା’ ଉପରେ ବସିବା ଲାଗି ଆସନର କି ପ୍ରୟୋଜନ?
ରାଜକୁମାରଙ୍କ ମୁହଁରେ ହସ ଖେଳିଗଲା।