ଗତ ଜାନୁଆରି ମାସରେ ଯେତେବେଳେ ଚୀନ୍ର ଉହାନ ସହରରେ କରୋନା ମହାମାରୀ ବ୍ୟାପିଲା ଓ ପ୍ରାୟ ତିନି ହଜାର ଲୋକ ପ୍ରାଣ ହରାଇଲେ ସେତେବେଳେ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଲା ଯେ, ଚୀନ ଏହି ମୃତକଙ୍କ ସ˚ଖ୍ୟା ଲୁଚାଉଛି। ବାସ୍ତବରେ ପଚାଶ ଲକ୍ଷରୁ ଅଧିକ ଲୋକ ମଲେଣି। ଏକ ଦଳୀୟ କମ୍ୟୁନିଷ୍ଟ ଶାସନ ହେତୁ ଏହାର ସରକାର କେବଳ ଯେତେକ ତଥ୍ୟ ବାହାରକୁ ଜଣାଇବାକୁ ଚାହାନ୍ତି, ସେତକ ହିଁ ଜଣାଇଥାନ୍ତି। ସେତେବେଳେ ଉହାନ ସହରର ମୁଖ୍ୟ ଡାକ୍ତରଖାନାର ଜଣେ ଡାକ୍ତର ଏ ପ୍ରକାର ମହାମାରୀ ବ୍ୟାପିବାକୁ ଯାଉଛି ବୋଲି କହିବାରୁ ତାଙ୍କୁ ଚାକିରିରୁ ପଦଚ୍ୟୁତ କରାଗଲା। ସେ ବିଚରା ପରେ କରୋନା ରୋଗାକ୍ରାନ୍ତ ହୋଇ ପ୍ରାଣତ୍ୟାଗ କଲେ। ଉହାନର ଜଣେ ଟେକ୍ସଟାଇଲ୍ ବ୍ୟବସାୟୀ ପ˚ାଙ୍ଗ ବିନ୍ ଗୋଟିଏ ଭିଡିଓ ସାମାଜିକ ଗଣମାଧୢମରେ ପ୍ରସାରିତ କଲେ ଯେଉଁଥିରେ ଉହାନର ଗୋଟିଏ ସିଟି ବସ୍ରେ ଶବ ବୁହା ହେଉଥିବାର ଦୃଶ୍ୟ ଦେଖାଯାଉଥିଲା। ୫ ମିନିଟ୍ ମଧୢରେ ବସ୍ ମଧୢକୁ ଆଠଟି ଶବ ଲଦା ହେଉଥିବାର ଓ ପଛରୁ କେହି ଜଣେ କର୍ମଚାରୀ ଏକ, ଦୁଇ, ତିନି ଓ ଚାରି ବୋଲି ଗଣୁଥିବାର ଶୁଣାଯାଉଥିଲା। ଚୀନ ଚାହୁଁନଥିଲା, ତା’ ଦେଶରେ ଏପରି ଏକ ମହାମାରୀ ବ୍ୟାପିଛି ଓ ଏତେ ଲୋକ ମରୁଛନ୍ତି ବୋଲି ଚାରିଆଡ଼େ ପ୍ରଚାର ହେଉ ତଥା ଏଠାକାର ସରକାର ମହାମାରୀକୁ ରୋକି ପାରୁନାହାନ୍ତି ବୋଲି ଧାରଣା ସୃଷ୍ଟି ହେଉ। ସାମାଜିକ ଗଣମାଧୢମରେ ପ˚ାଙ୍ଗ ବିନ୍ଙ୍କର ଏହି ଭିଡିଓ ପ୍ରସାରିତ ହେବାର ଠିକ୍ ପରେ ପରେ ସେହି ବ୍ୟକ୍ତି ଜଣକ କୁଆଡ଼େ ଯେ ଅଦୃଶ୍ୟ ହୋଇଗଲେ ସେ କଥା ଏଯାଏ କେହି ଜାଣିନାହାନ୍ତି।
ଚୀନ୍ର ମୁଖ୍ୟ ମୋବାଇଲ୍ କମ୍ପାନି ‘ଚାଇନା ମୋବାଇଲ୍’ ଓ ଅନ୍ୟ ଛୋଟ ମୋବାଇଲ୍ କମ୍ପାନିମାନେ ୨୦୧୯ ଅକ୍େଟାବର ଠାରୁ ଡିସେମ୍ବର ମଧୢରେ ୨କୋଟି ସିମ୍ କାର୍ଡ ବିକ୍ରି କରିଥିଲେ। ଏବେ ସେମାନଙ୍କ ମଧୢରୁ ୧୭ଲକ୍ଷ ନମ୍ବରକୁ ଫୋନ୍ କଲା ବେଳକୁ ସେ ସବୁ ‘ସୁଇଚ୍ ଅଫ୍’ ଦେଖାଉଛି। ଅର୍ଥାତ୍ ଏହି ମୋବାଇଲ୍ଧାରୀମାନେ ମରିଛନ୍ତି ଓ ସେମାନଙ୍କ ମୋବାଇଲ୍ ଶବ ସହ ପୋତାଯାଇଛି। ଅବଶ୍ୟ ଏହି ଅଭିଯୋଗ ଏଯାଏ ପ୍ରମାଣିତ ହୋଇନାହିଁ। ତେବେ ଆହୁରି ଏକ ଅଭିଯୋଗ ଆସୁଛି ଓ ଆମେରିକା ପରି ଦେଶ ତଥା ଏହାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅଭିଯୋଗ କରନ୍ତି ଯେ, ପ୍ରକୃତି ଠାରୁ ସୃଷ୍ଟ ଜୀବାଣୁମାନେ ଏତେ ମାରାତ୍ମକ ହୋଇନଥାନ୍ତି। ସାରା ବିଶ୍ବକୁ ଆକ୍ରାନ୍ତ କରିନଥାନ୍ତି। ସାରା ବିଶ୍ବକୁ ଆକ୍ରାନ୍ତ କରିଥିବା କରୋନା ଭୂତାଣୁ ତେଣୁ ଉହାନର ଏକ ଗବେଷଣାଗାର (ଲାବେରେଟୋରି)ରୁ ସୃଷ୍ଟି କରାଯାଇଛି। ଚୀନ, ଭବିଷ୍ୟତରେ ଏକ ‘ଜୈବିକ ଅସ୍ତ୍ର’ ତିଆରି କରିବାକୁ ଚାହୁଁଥିଲା। ଆଗାମୀ ଦିନରେ ଦେଶଗୁଡ଼ିକ ମଧୢରେ ଯୁଦ୍ଧ ଶତ୍ରୁ ଦେଶର ପିଇବା ପାଣିରେ ବିଷ ମିଶାଇ ଦେବା, ସେ ଦେଶରେ ଜୀବାଣୁ ଛାଡି ଦେବା, ସେ ଦେଶର କମ୍ପ୍ୟୁଟରଗୁଡ଼ିକୁ ଖରାପ କରିଦେବା (ସାଇବର ୱାର୍)ଆଦିଙ୍କୁ ନେଇ କରାଯିବ। ଚୀନ ସେହି ମତଲବ ରଖିଥିଲା। କିନ୍ତୁ ଗବେଷଣାଗାରରେ ଜଣେ ମହିଳା ପ୍ରଶିକ୍ଷାର୍ଥୀଙ୍କ ଅସାବଧାନତା ଯୋଗୁ ଏହି ଭୂତାଣୁ ବାହାରକୁ ଆସି ଉହାନର ମାଛ ବଜାରରେ ଜଣେ ମାଛ ବିକାଳି ମହିଳାଙ୍କୁ ଆକ୍ରାନ୍ତ କଲା। ସେଇଠୁ ଚାରିଆଡ଼କୁ ବ୍ୟାପିଲା।
ଯଦି ଉହାନରୁ ଏହି ଭୂତାଣୁ ଇଟାଲି ପରି ହଜାର ହଜାର କିଲୋମିଟର ଦୂରରେ ଥିବା ଦେଶକୁ ମାଡ଼ିଆସିଥିଲା ଏବ˚ ଏବେ ପୃଥିବୀର ସବୁ ଦେଶକୁ ଊଣା ଅଧିକେ ବ୍ୟାପିଗଲାଣି, ତେବେ ସେହି ଚୀନ୍ର ବଡ଼ ବଡ଼ ସହର ସା˚ଘାଇ, ବେଜି˚କୁ ଗଲା ନାହିଁ କେମିତି? ସେହି ସହରଗୁଡ଼ିକରେ ଜଣେ ମଧୢ ମଲେ ନାହିଁ କେମିତି? ଅର୍ଥାତ୍, ଚୀନ ଏହି ଜୀବାଣୁ କଥା ଜାଣିଥିଲା ଓ କେମିତି ଏହାର ଆକ୍ରମଣରୁ ନିଜକୁ ସୁରକ୍ଷିତ ରଖିହେବ ସେ କଥା କାହାରିକୁ ଜଣାଇନଥିଲା।
ଗତ ୨୦ ବର୍ଷ ମଧୢରେ ପୃଥିବୀରେ କେତେକ ମହାମାରୀ ବ୍ୟାପିଛି। ଯଥା, ୨୦୦୨-୦୩ର (ସାର୍ସ) ତଥା ଏହା ପରର ବାର୍ଡ ଫ୍ଲୁ , ସ୍ବାଇନ୍ ଫ୍ଲୁ ଏବ˚ ଇବୋଲା ଇତ୍ୟାଦି। ସାର୍ସ ଜୀବାଣୁ ବତକ ପାଖରୁ, ବାର୍ଡ୍ ଫ୍ଲୁ କୁକୁଡ଼ା ପାଖରୁ ଓ ସ୍ବାଇନ୍ ଫ୍ଲୁ ଘୁଷୁରି ପାଖରୁ ବ୍ୟାପିଛି। ସେଥିପାଇଁ ଭାରତରେ ମଧୢ ଏକଦା କୁକୁଡ଼ା, ଘୁଷୁରିକୁ ମାରି ଦିଆଯାଇଥିଲା। ତେବେ ଏହି ରୋଗମାନଙ୍କ ମଧୢରୁ କେବଳ ଇବୋଲା ଆଫ୍ରିକାରୁ ଉତ୍ପତ୍ତି ହୋଇଥିଲା ବେଳେ ବାକି ସମସ୍ତ ଜୀବାଣୁ ବା ଭୂତାଣୁ ଚୀନ୍ରୁ ସୃଷ୍ଟ। ଚୀନ୍ରେ ଲୋକମାନେ ବନ୍ୟ ପ୍ରାଣୀ ଯଥା- ସାପ, ବେଙ୍ଗ, ମୂଷା, ମାଙ୍କଡ଼, କୁକୁର ଇତ୍ୟାଦିମାନଙ୍କର ମା˚ସ ଖାଇଥାନ୍ତି, ଯାହା ପୂରା ସିଦ୍ଧ ହୋଇନଥାଏ। ସେହି ଅନୁକ୍ରମରେ ବର୍ତ୍ତମାନର କରୋନା, ବାଦୁଡ଼ି ପାଖରୁ ସୃଷ୍ଟ ଯାହାକୁ ଚୀନାମାନେ ଖାଇଥାନ୍ତି। ଚୀନ୍ ମଧୢ ଘୋଷଣା କରିଛି ଯେ ଏହି ରୋଗ ବାଦୁଡ଼ି ପାଖରୁ ଆସିଛି। ଏ ସବୁ କଥାକୁ ଅନୁଶୀଳନ କଲେ ମନେ ହେବ ଆଗାମୀ ସମୟରେ ଚୀନ୍ରେ କେହି ଶିଳ୍ପ ପ୍ରତିଷ୍ଠା ପାଇଁ ଭରସା କରିବେ ନାହିଁ। ଚୀନ୍ରେ ଥିବା ଆନ୍ତର୍ଜାତିକ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ଥିବା ବିଦେଶୀ ଅଧୢାପକ ଓ ଛାତ୍ରମାନେ ଆଉ ସେଠାକୁ ଯିବେନାହିଁ।
ଏତିକିବେଳେ ଚୀନ ଉପରେ ଖୋଲାଖୋଲି ଯୁଦ୍ଧ ଘୋଷଣା କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଟ୍ରମ୍ପ୍ ‘କରୋନା ଭାଇରସ୍’କୁ ପ୍ରଥମରୁ ‘ଚାଇନା ଭାଇରସ୍’ ବୋଲି କହି ଆସିଛନ୍ତି। ଏବେ ସେ କହୁଛନ୍ତି ଯେ, ଏପରି ଏକ ଭୂତାଣୁର ଅବସ୍ଥିତି ବିଷୟରେ ଚୀନ ଜାଣିଥିଲା,କିନ୍ତୁ କାହାରିକୁ ଜଣାଇନଥିଲା। ଏହି ଭୂତାଣୁ ଉହାନର ଗବେଷଣାଗାରରେ ସୃଷ୍ଟି ହୋଇଛି। ତେଣୁ ଏହାର ତଦନ୍ତ ହେବା ଉଚିତ। ଯେପରି ଭାବରେ ଟ୍ରମ୍ପ୍, ଚୀନ ବିରୋଧରେ ଗୁରୁତର ଅଭିଯୋଗ କରୁଛନ୍ତି ତାହା ସାରା ଆମେରିକା ପକ୍ଷରୁ ବା ଏହାର ସମ୍ବାଦପତ୍ର ଓ ଗଣମାଧୢମ ପକ୍ଷରୁ କରାଯାଉନାହିଁ। ଟ୍ରମ୍ପ୍, ଚୀନ ଉପରେ ଖୋଲା ଆକ୍ରମଣ କରିବାର କାରଣ ହେଲା, ଆଗାମୀ ନଭେମ୍ବରର ରାଷ୍ଟ୍ରପତି ନିର୍ବାଚନରେ ସେ ନିଶ୍ଚିତ ଜିତିବେ ବୋଲି ଧରି ନେଇଥିଲେ। କିନ୍ତୁ ଆକସ୍ମିକ କରୋନା ସଂକ୍ରମଣଜନିତ ଅପରିକଳ୍ପନୀୟ ମୃତ୍ୟୁ ତାଙ୍କ ପ୍ରତି ଜନତାର ବିଶ୍ବାସକୁ ଦୋହଲାଇ ଦେଇଛି। କରୋନାକୁ ପ୍ରସଙ୍ଗ କରି ଲଢ଼ିଲେ ସେ ନିଶ୍ଚିତ ହାରିବେ ବୋଲି ବୁଝିସାରିଛନ୍ତି। କେବଳ ଚୀନ ଉପରେ ସବୁ ଦୋଷ ଲଦିଦେଲେ ଓ ସେହି ଦେଶ ବିରୋଧରେ ଏକ ବାତାବରଣ ସୃଷ୍ଟି କଲେ ସେ ହୁଏତ ଜିତିଯାଇପାରନ୍ତି ବୋଲି ଧାରଣା କରୁଛନ୍ତି। ଚୀନ୍କୁ ଆକ୍ରମଣ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପ୍, ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ (ଡବ୍ଲ୍ୟୁଏଚ୍ଓ) ଓ ଏହାର ମହାନିର୍ଦ୍ଦେଶକ ଇଥିଓପିଆ ନିବାସୀ ଟେଡ୍ରୋସ୍ ଆଦାନୋମ୍ ଘେବ୍ରେୟେସସ୍ଙ୍କୁ ଚୀନ୍ର ଦଲାଲ୍ ବୋଲି ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନକୁ ଆମେରିକା ପକ୍ଷରୁ ଦିଆଯାଉଥିବା ବାର୍ଷିକ ୪୦-୫୦ କୋଟି ଡଲାର ଅନୁଦାନକୁ ବନ୍ଦ କରିବାର ଧମକ ଦେଇଛନ୍ତି। ଚୀନ ୮.୬ କୋଟି ଡଲାର ଅନୁଦାନ ଦେଇଥାଏ। ଚୀନ ମଧୢ ଅପର ପକ୍ଷରେ ଚାହୁଁଛି ଯେ, ଆଗାମୀ ନିର୍ବାଚନରେ ଟ୍ରମ୍ପ୍ ଯେମିତି ହେଲେ ପରାସ୍ତ ହୁଅନ୍ତୁ। ତେଣୁ ସେ ଦେଶ ପକ୍ଷରୁ ପ୍ରଚାର ହେଉଛି, ଆମେରିକାର ସେନାବାହିନୀ ଏହି ଜୀବାଣୁ ସୃଷ୍ଟି କରି ଚୀନ୍ରେ ଛାଡ଼ିଦେଇଛି। ଚୀନ ଏହି ମହାମାରୀ ରୋକିବାରେ ପୂର୍ଣ୍ଣ ସଫଳ ହୋଇଥିବା ବେଳେ ଡୋନାଲ୍ଡ ଟ୍ରମ୍ପ୍ ସମ୍ପୂର୍ଣ୍ଣ ଅସଫଳ ବୋଲି ଚୀନ ପ୍ରଚାର କରୁଛି। ଯେଉଁଭଳି ଭାବରେ ଟ୍ରମ୍ପ୍ ଚୀନ ବିରୋଧରେ ଅଭିଯୋଗ ଆଣୁଛନ୍ତି, ଅତୀତରେ ଆମେରିକା-ସୋଭିଏତ ୟୁନିୟନ୍ର ଶୀତଳ ଯୁଦ୍ଧ ପରି ଅବସ୍ଥା ସୃଷ୍ଟି ହେଲାଣି ବୋଲି ଚୀନ୍ର ବୈଦେଶିକ ମନ୍ତ୍ରୀ ମଧୢ କହିଲେଣି। ଏତିକି ବେଳେ ଚୀନ୍ରେ ୨୦୧୭ରେ ପ୍ରସ୍ତୁତ ଆକ୍ସନ ଫିଲ୍ମ ‘ଉଲ୍ଫ ୱାରିୟର୍ସ-୨’ ସେହି ଦେଶରେ ପ୍ରଦର୍ଶିତ କରାଯାଉଛି ଯେଉଁଥିରେ ଚୀନ୍ର କମାଣ୍ତୋମାନେ ପାଶ୍ଚାତ୍ୟ ଜଗତ୍ର ପେସାଦାର ଯୋଦ୍ଧାମାନଙ୍କୁ ମାରି ଗଡ଼ାଇ ପକାଉଛନ୍ତି। କରୋନା ମହାମାରୀରେ ଆକ୍ରାନ୍ତ ଚୀନ୍ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ କରାଯାଇ ଦେଶପ୍ରେମ ଓ ଚୀନ୍ର ଦକ୍ଷତା ପ୍ରତି ବିଶ୍ବାସ ସୃଷ୍ଟି କରାଯିବାର ପ୍ରଚେଷ୍ଟା ଚାଲିଛି। ଚୀନ୍ରେ ଆଉ ଏକ ଫିଲ୍ମ ମଧୢ ପ୍ରଦର୍ଶିତ ହେଉଛି, ଯାହାର ନାମ ‘ଡାଇ˚ ଟୁ ସର୍ଭାଇଭ’ (ବଞ୍ଚିବା ପାଇଁ ମରିବା)। ଏହି ଚଳଚ୍ଚିତ୍ରରେ ଅଛି, ଭାରତରୁ କେମିତି ଶସ୍ତା କ୍ୟାନ୍ସର ଔଷଧ ଚୀନ୍କୁ କଳାବଜାରରେ ନିଆଯାଉଛି। ଏହି ଚଳଚ୍ଚିତ୍ରରେ ଭାରତକୁ ଚୀନ୍ର ପାରମ୍ପରିକ ‘ସଇତାନ’ ବୋଲି ଚିତ୍ରିତ କରାଯାଇଛି।
ବର୍ତ୍ତମାନ ପାଇଁ ସତ୍ୟ ଯେ, ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧ ହେତୁ ଚୀନ୍ରୁ ଅନେକ ଶିଳ୍ପ ଭାରତ ଓ ଭିଏତନାମକୁ ପଳାଇ ଆସିବେ ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଛି, ତାହା ଏତେ ଶୀଘ୍ର ଘଟିବ ନାହିଁ। ଆମେରିକା-ଚୀନ୍ର ବାଣିଜ୍ୟ ପରିଷଦ ଦ୍ବାରା କରାଯାଇଥିବା ସର୍ଭେ ଅନୁସାରେ ଚୀନ୍ରେ ଥିବା ୯୭% ବିଦେଶୀ କମ୍ପାନି ଲାଭ କରୁଛନ୍ତି। ୮୭% କମ୍ପାନି ଚୀନ ଛାଡ଼ି ଆସିବାର ଯୋଜନାରେ ନାହାନ୍ତି। ଇତି ମଧୢରେ କେବଳ ବିଶ୍ବର ସର୍ବବୃହତ କଣ୍ଢେଇ ନିର୍ମାତା କମ୍ପାନି ‘ହାରବ୍ରୋ’ ଚୀନ ଛାଡ଼ି ଆସିବାର ଘୋଷଣା କରିଛି। ବିଖ୍ୟାତ ‘ନାଇକ୍’ କମ୍ପାନିର ଯୋଗାଣକାରୀ ସ˚ସ୍ଥା ‘ଏକ୍ଲାଟ୍ ଟେକ୍ସଟାଇଲ୍’ କାମ୍ବୋଡିଆ ବା ଇଣ୍ତୋନେସିଆକୁ ଯାଇପାରନ୍ତି। କିନ୍ତୁ ଚୀନ ବର୍ଷକୁ ଚଉଦ ହଜାର କୋଟି ଡଲାରର ବିଦେଶୀ ପୁଞ୍ଜି ଆକର୍ଷଣ କରୁଛି। ଏହା ଫଳରେ ପ୍ରତି ବର୍ଷ ନୂଆ ନୂଆ ବିଦେଶୀ ଫାର୍ମ ଚୀନ୍କୁ ଆସୁଛନ୍ତି। ଚୀନ୍ରେ ଏମିତି ୫ଲକ୍ଷ ବିଦେଶୀ କମ୍ପାନି ଅଛନ୍ତି। ଚୀନ୍ରେ ସେମାନେ ଉତ୍ପାଦନ କରୁଥିବା ଦ୍ରବ୍ୟର ବିଭିନ୍ନ ଯନ୍ତ୍ରା˚ଶ ମିଳୁଛି। ହଠାତ୍ ସେମାନେ ଚୀନ ଛାଡ଼ି ଅନ୍ୟ ଦେଶକୁ ଆସିବେ, ଯେଉଁଠି ସେମାନଙ୍କୁ ଏହି ଯନ୍ତ୍ରା˚ଶ ତଥା କୁଶଳୀ ଶ୍ରମିକ ଓ ଜମି ମିଳିବ ଏହା ସହଜସାଧୢ ଓ ଲାଭପ୍ରଦ ନୁହେଁ। ଆମେରିକାର କମ୍ପାନିମାନଙ୍କୁ ଚୀନ୍ରୁ ଆମେରିକା ଫେରି ଆସିବା ପାଇଁ ଡୋନାଲ୍ଡ ଟ୍ରମ୍ପ୍ ଯେଉଁ ଆହ୍ବାନ ଦେଉଛନ୍ତି, ଆମେରିକା କମ୍ପାନିମାନେ ସେହି କଥା ଶୁଣିବେ ନାହିଁ। କାର୍ଟରପିଲାର ପରି ବିଖ୍ୟାତ ଆମେରିକା କମ୍ପାନି ଚୀନ୍ରେ ସେଠାକାର ଦେଶୀ ବଜାର ପାଇଁ ଦ୍ରବ୍ୟ ଉତ୍ପାଦନ କରୁଛି। ଆମେରିକା ‘ଆକ୍ସନ ମୋବିଲ’ ଓ ‘ବିଏଏସ୍ଏଫ୍’ ଭଳି କମ୍ପାନିମାନଙ୍କୁ ଏବେ ଚୀନ୍ରେ ଏକ ହଜାର କୋଟି ଡଲାର ପୁଞ୍ଜିରେ ପୂରାପୂରି ବିଦେଶୀ କାରଖାନା ପ୍ରତିଷ୍ଠା ପାଇଁ ଅନୁମତି ମିଳିଛି। ଚୀନ ତା’ର ବଜାରକୁ ଖୋଲି ଦେଇଛି। ସେଠାରେ ଉତ୍ପାଦନ କମ୍ ହେଲେ ବି ବହୁତ ଶୀଘ୍ର ତାହା ହେଉଛି ।
ଭାରତର ବିଖ୍ୟାତ ଔଷଧ କମ୍ପାନି ‘ସିପ୍ଲା’ ଚୀନ୍ର ‘ଜିଆନ୍ସୁ ଏସରବ୍ରାଇଟ୍ ଫାର୍ମାସିଉଟ୍କାଲ୍’ ମିଶି କମ୍ପାନି ଖୋଲିବାର ଯୋଜନା କରିଛି। ଭାରତର ‘ସନ୍ ଫାର୍ମା’ ଓ ଅରବିନ୍ଦ ଫର୍ମା ଇତ୍ୟାଦି ମଧୢ ଚୀନ୍ର କମ୍ପାନିମାନଙ୍କ ସହ ମିଶି କାମ କରୁଛନ୍ତି। ଭାରତର ଅନେକ କମ୍ପାନି ଚୀନ୍ରେ ଉତ୍ପାଦନ କରୁଛନ୍ତି ଓ ସେଠାରେ ତାଙ୍କୁ ଯନ୍ତ୍ରା˚ଶ ମିଳୁଛି। କିନ୍ତୁ ଏ ସବୁ ସତ୍ତ୍ବେ ବିଶ୍ବ ସ୍ବାସ୍ଥ୍ୟ ସମ୍ମେଳନରେ ଗତ ସପ୍ତାହରେ ଏହି ମହାମାରୀ କେମିତି ବ୍ୟାପିଲା ଓ କେଉଁଠୁ ସୃଷ୍ଟି ହେଲା ସେ ସମ୍ପର୍କରେ ତଦନ୍ତ ପାଇଁ ପ୍ରସ୍ତାବ ଗୃହୀତ ହେବା ଓ ୬୧ଟି ଦେଶ ଏହି ଧରଣର ପ୍ରସ୍ତାବ ଆଣିବା ପରୋକ୍ଷରେ ଚୀନ ବିରୋଧରେ ଯାଉଛି। ଚୀନ ‘ମେଡିକାଲ୍ କୁଟନୀତି’ ପ୍ରୟୋଗ କରି ଇଟାଲି, ଇରାକ ଓ ଇରାନ୍କୁ ଡାକ୍ତର, ଫ୍ରାନ୍ସକୁ ଭେଣ୍ଟିଲେଟର, ଫିଲିପାଇନ୍ସ ଓ କାମ୍ବୋଡିଆକୁ ପିପିଇ (ବ୍ୟକ୍ତିଗତ ସୁରକ୍ଷା ପୋଷାକ) ପଠାଇଥିଲେ ମଧୢ ଇଟାଲି ଏ ଠାରୁ ପାଇଥିବା ମାସ୍କ୍ର ମାନ ଅତି ନିମ୍ନ ଥିଲା ବୋଲି କହିଛି। ଛଅ ଲକ୍ଷ ମୁଖା ପାଇଁ ନେଦରଲାଣ୍ତସ୍, ଚୀନ୍କୁ ଦେଇଥିବା ଅର୍ଡରକୁ ଫେରାଇ ନେଲା। ସ୍ପେନ୍, ଚୀନ୍ରୁ ନେଇଥିବା ପରୀକ୍ଷା ଯନ୍ତ୍ର (ଟେଷ୍ଟି˚ କିଟ୍)ର ୩୦ ପ୍ରତିଶତ ସଫଳ ହେବାରୁ ତାହାକୁ ଫେରାଇ ଦେଲା। ଭାରତକୁ ଆସିଥିବା ସେହି କିଟ୍କୁ ମଧୢ ଫେରାଇ ଦିଆଗଲା। ଠିକ୍ ସେହି ଅବସ୍ଥା ହେଲା ସ୍ଲୋଭାକ୍ ଗଣରାଜ୍ୟର ଯିଏ ୧୭ ଲକ୍ଷ ପରୀକ୍ଷା ଯନ୍ତ୍ର ଆଣିଥିଲା। ଚେକ୍ ଗଣରାଜ୍ୟ ଚୀନ୍ରୁ କିଣିଥିବା ୩ ଲକ୍ଷ ପରୀକ୍ଷା ଯନ୍ତ୍ରର ଏକ ତୃତୀୟା˚ଶ ତ୍ରୁଟିପୂର୍ଣ୍ଣ ଥିଲା। ତୁର୍କିକୁ ପଠା ଯାଇଥିବା ଚୀନ ଦ୍ରବ୍ୟକୁ ନେଇ ସେ ଦେଶ ଅସନ୍ତୁଷ୍ଟ। ବାହାରକୁ ଯାହା ଦିଶିଲେ ମଧୢ ଚୀନ ନିଜ ସମ୍ପର୍କରେ ବିଶ୍ବରେ ପ୍ରତ୍ୟୟ ସୃଷ୍ଟି କରିନାହିଁ। ଆମେରିକାରେ ମହାମାରୀର ପ୍ରାବଲ୍ୟ ଯୋଗୁ ହୁଏତ ଏହାର ଅର୍ଥନୀତି ସ˚କୁଚିତ ହେବ। ଏହା ପୃଥିବୀର ଅତି ଧନଶାଳୀ ଦେଶ ହୋଇ ରହିନପାରେ। କିନ୍ତୁ ଏହାର ବନ୍ଧୁ ରାଷ୍ଟ୍ର ଅଷ୍ଟ୍ରେଲିଆ, ଜାପାନ, ୟୁରୋପ, ଦକ୍ଷିଣ କୋରିଆ ଆଦି ଚୀନ୍ର ବନ୍ଧୁ ନୁହନ୍ତି ଓ ରହିବେ ନାହିଁ ମଧୢ। ଚୀନ ଆଫ୍ରିକାର ଦରିଦ୍ର ଦେଶମାନଙ୍କୁ ଯେତେ ଆର୍ଥିକ ସାହାଯ୍ୟ କଲେ ମଧୢ ସୋଭିଏତ୍ ୟୁନିୟନ୍ର ଯେମିତି ଗୋଟିଏ ଅନୁଗତ ବିଶ୍ବଗୋଷ୍ଠୀ ଥିଲେ, ଚୀନ୍ର ସେମିତି ଗୋଷ୍ଠୀ ସୃଷ୍ଟି ହୋଇନାହାନ୍ତି ବା ହେବେ ମଧୢ ନାହିଁ। ଚୀନ୍ର ଏକମାତ୍ର ଅନୁଗତ ରାଷ୍ଟ୍ର ହେଲା ଉତ୍ତର କୋରିଆ, ଯାହାର ବିଶ୍ବରେ ବାସ୍ତବିକ ମୂଲ୍ୟ କିଛି ନାହିଁ।
ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆମେରିକା ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିଲା ତା’ର, ଉତ୍କର୍ଷ, ଦକ୍ଷତା, ସମାନତା ଓ ମାନବିକ ଅଧିକାର ପ୍ରତି ସମ୍ମାନ ଯୋଗୁଁ। ଚୀନ ସେମିତି କିଛି ଆକର୍ଷଣ ନିଜ ପାଇଁ ତିଆରି କରିପାରିନାହିଁ କି ପାରିବ ନାହିଁ ମଧ୍ୟ। ଭାରତ ଲାଗି ଏହା ଏକ ଅପୂର୍ବ ସୁଯୋଗ। କରୋନା ଭାରତ ପାଇଁ ଏକ ସୁଯୋଗ ସୃଷ୍ଟି କରିଛି। ବ୍ୟବସାୟର ସୁବିଧା ପାଇଁ ଭାରତ ତା’ର ଅର୍ଥନୈତିକ ସ˚ସ୍କାର କଲେ, ଶୀର୍ଷକୁ ଉଠିପାରିବ। କାରଣ ଭାରତ ପ୍ରତି ବିଶ୍ବର ଅବିଶ୍ବାସ ନାହିଁ।
ମୋ-୯୪୩୭୦୨୦୨୯୦
[email protected]