ଗୁରୁ ୟାଙ୍ଗସୁ ଗୋଟିଏ ମଣିଷ ଖପୁରିକୁ ସର୍ବଦା ପାଖରେ ରଖୁଥିଲେ। ଅନେକ ସମୟରେ ତାକୁ ଅନାଇ ରହୁଥିଲେ।
ଥରେ ଜଣେ ଲୋକ କୌଣସି କାରଣରୁ ତାଙ୍କୁ ଗାଳିମନ୍ଦ କରୁଥିବା ବେଳେ ସେ ଖପୁରିଟିକୁ ଚାହିଁ ବସିଥିବାରୁ ସେ ଲୋକଟି ଅଧାରୁ ଅଟକି ଯାଇ ଏହାର କାରଣ ପଚାରିଲା।
ୟାଙ୍ଗ ସୁ କହିଲେ- ଏଠି ବସ। ମୁଁ ତୁମକୁ ବୁଝାଇ ଦେଉଛି।
ତାଙ୍କୁ ଗାଳି ଦେଉଥିବା ଲୋକ ପାଠ ପଢ଼ିବା ଭଳି ବସି ପଡ଼ିଲା।
ୟାଙ୍ଗ ସୁ କହିଲେ- ଥରେ ମଶାଣି ଦେଇ ଯାଉଥିବା ବେଳେ ଅଲକ୍ଷ୍ୟରେ ମୋ ଗୋଡ଼ ବାଜି ସେଠି ପଡ଼ିଥିବା ଏହି ଖପୁରିଟି କିଛି ବାଟ ଗଡ଼ିଗଲା। ସେଇ କ୍ଷଣି ମୋର ଚୈତନ୍ୟ ଉଦୟ ହୋଇଗଲା। ମୁଁ ଖପୁରିଟିକୁ ଆଣି ପାଖରେ ରଖିଲି। ମୁଁ ଭାବିଲି- ଆହା, ଏ ଖପୁରିଟିରେ ଦିନେ କେତେ କ’ଣ ଭରି ହୋଇ ନ ଥିବ? ହେଲେ ଆଜି ମୋ ଠାରୁ ଗୋଇଠା ଖାଇ ବି ନିରୁତ୍ତର! ଇଏ ଖପୁରି ହେବା ପୂର୍ବରୁ ଏମିତି ଘଟିଥିଲେ ମୋ ଅବସ୍ଥା ବାର ବଜାଇ ଦେଇଥାଆନ୍ତା!
ଲୋକଟି କହିଲା- ହେଲେ ମୁଁ ଗାଳି ଦେବା ବେଳେ ତାକୁ ଅନାଇ କ’ଣ ଭାବୁଥିଲ?
ୟାଙ୍ଗ ସୁ କହିଲେ- େସଇ କଥା! ମୋ ମନରେ ଟିକିଏ କ୍ରୋଧ, ଅହଙ୍କାର, ବିରକ୍ତି ଆଦି ଆସିଲେ ଖପୁରିକୁ ଅନାଏ ଓ ଶାନ୍ତ ପଡ଼ିଯାଏ। କାରଣ ଦିେନ ମୁଁ ବି ଏମିତି ଖପୁରିଟିଏ ହୋଇଯିବି। ତୁମେ ମୋେତ ଗାଳି ଦେବା ବେଳେ ମୋ ମନରେ କ୍ରୋଧ ଉଠୁଥିବା ବେଳେ ଭାବିଲି ରାଗିବି କାହିଁକି? େସ ଦିନ ମୋ ଗୋଇଠା ଖାଇ ଖପୁରିଟି କ’ଣ ରାଗି ପାରିଲା? ପୁଣି ତୁମେ ଗାଳି କରୁଥିବା ବେଳେ ଭାବୁଥିଲି- ଏହି ଖପୁରି ବି ଦିନେ ଗାଳିମନ୍ଦ କରୁଥିବ!
ଲୋକଟି ଆଉ କିଛି ନ କହି ଉଠି ନିରବରେ ଚାଲିଗଲା।