ଥରେ ରାଜାଙ୍କ ସୈନିକମାନେ ଜଣେ କିଶୋରକୁ ଆଣି ରାଜାଙ୍କ ସମକ୍ଷରେ ଛିଡ଼ା କଲେ। କିଶୋର ବିପକ୍ଷରେ ଅଭିଯୋଗ ଥିଲା ଯେ ସେ ପ୍ରକୃତରେ ପଡ଼ୋଶୀ ରାଜ୍ୟର ଏବ˚ ସେ ନିଜ ଦେଶର ରାଜାଙ୍କ ଗୁପ୍ତଚର ଭାବେ କାମ କରୁଛି।

Advertisment

ରାଜା ପଚାରିଲେ- ତୁମ ବିରୋଧରେ ଯେଉଁ ଅଭିଯୋଗ ଆସିଛି ସେ ସବୁ କ’ଣ ସତ୍ୟ?

କିଶୋର କହିଲ - ମହାରାଜ, ସବୁ ସତ।

ରାଜା କହିଲେ- ତୁମର ଦୁର୍ଭାଗ୍ୟ ତୁମେ ଗୁପ୍ତଚର କାମ କରୁ କରୁ ଧରାପଡ଼ିଗଲ। ଏବେ ତୁମେ ଆମକୁ ତୁମ ରାଜା ଓ ରାଜ୍ୟ ସମ୍ବନ୍ଧରେ ସବୁ ଗୁପ୍ତ ତଥ୍ୟ ଦେବ। ଏବେ କୁହ କ’ଣ ଜାଣିଛ?

କିଶୋର ଅବିଚଳିତ ଭାବେ କହିଲା- ଯାହା ବି ଜାଣିଛି କିଛି କହିବି ନାହିଁ। ଆପଣ ଯେତେ ଚେଷ୍ଟା କଲେ ବି ନୁହେଁ।

ଏହା ଶୁଣି ସେନାପତି କ୍ରୋଧରେ ଅସ୍ଥିର ହୋଇ ନିଜ ତରବାରିକୁ କୋଷମୁକ୍ତ କରି ତାଙ୍କ ଆସନରୁ ଚାଲି ଆସିଲେ ଏବ˚ ସେଇ ବାଳକର ବେକରେ ଲଗାଇ କହିଲେ- ତୋର ନିରୀହ ଚେହେରା ମୋ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଆମ ରାଜାଙ୍କ ପାଇଁ ମୁଁ କାହାର ମଧୢ ପ୍ରାଣ ଅନାୟାସରେ ନେଇ ଯାଇପାରେ।

କିଶୋରଟି କହିଲା- ଆପଣ ଆଉ ମୋ ଭିତରେ ପ୍ରଭେଦଟି ହେଲା ମୁଁ ମୋ ରାଜ୍ୟ ଓ ରାଜାଙ୍କ ଲାଗି ଆନନ୍ଦରେ ପ୍ରାଣ ଦେଇ ଦେଇ ପାରେ।

ଏତିକି କଥାରେ ରାଜା ସେନାପତିଙ୍କୁ ଅଟକାଇ ଦେଲେ। ସେ କହିଲେ- ସତେ ତ! ଯେଉଁ ରାଜ୍ୟର ଜଣେ ବାଳକ ନିଜ ରାଜା ଓ ରାଜ୍ୟ ଲାଗି ଆନନ୍ଦରେ ପ୍ରାଣ ଦେଇ ଦେଇପାରେ, ସେ ରାଜ୍ୟ ଓ ରାଜା ମହାନ୍‌। ରାଜା କହିଲେ ଏ କିଶୋରକୁ ଛାଡ଼ି ଦିଅ ଏବ˚ ପଡ଼ୋଶୀ ରାଜାଙ୍କ ନିକଟକୁ ମିତ୍ରତାର ସନ୍ଦେଶ ପଠାଅ।