କରୋନା ସମୟରେ ସେବାପ୍ରଦାନକାରୀଙ୍କ ସେବା

ଦେବଶ୍ରୀ ଚୌଧୁରୀ

ମାନବ ସମାଜର ସେବା କରିବା ପାଇଁ ଆମକୁ କ୍ବଚିତ ସୁଯୋଗ ମିଳିଥାଏ ଏବ˚ ତାହା ପୁଣି ଆକସ୍ମିକ ଭାବେ। କୋଭିଡ ୧୯ ଆମ ଜୀବଦ୍ଦଶାର କେବଳ ଏକ ବିରଳ ଅନୁଭବ ନୁହେଁ,ଏହା ସମଗ୍ର ବିଶ୍ବ ପାଇଁ ଏକ ପରୀକ୍ଷାର ଘଡ଼ି। ଏହା ଆମକୁ ଅନୁଭବ କରିବାକୁ ବାଧ୍ୟ କରିଛି ଯେ ଆମମାନଙ୍କ ପ୍ରତି ଏଭଳି ବିପଦର ଆଶଙ୍କା ସଦାବେଳେ ରହିଛି ଏବ˚ ବିଶେଷ କରି ମହିଳା, ଶିଶୁ, ବୟୋଜ୍ୟେଷ୍ଠ ଏବ˚ ପଶୁପକ୍ଷୀମାନଙ୍କ ପ୍ରତି ଏହି ବିପଦର ମାତ୍ରା ଅଧିକ। ଏଭଳି ଏକ ପରୀକ୍ଷାର ଘଡ଼ିରେ ଆମମାନଙ୍କ ପ୍ରଶାସନିକ ସାମର୍ଥ୍ୟ ଏବ˚ ପ୍ରୟାସ ମଧ୍ୟ ପରୀକ୍ଷିତ ହୋଇଥାଏ। ସାହାଯ୍ୟ ଓ ସହଯୋଗ ଆବଶ୍ୟକ କରୁଥିବା ଆପଦଗ୍ରସ୍ତ ଲୋକମାନଙ୍କୁ କେତେ ଶୀଘ୍ର ଏବ˚ ନିର୍ଦ୍ଦିଷ୍ଟ ଭାବେ ଆମେ ତାହା ଯୋଗାଇ ଦେଇପାରୁଛୁ, ତାହା ଆମ ପାଇଁ ଏକ ‘ମନ୍ତ୍ର’ ପାଲଟିଥାଏ। ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏଭଳି ସମୟରେ ସମାଜର ମୂଳ ଆଧାର ଭାବେ ପରିଚିତ ମହିଳା ଓ ଶିଶୁମାନଙ୍କୁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଉଛି।

କୋଭିଡ ୧୯ ସୃଷ୍ଟ ବିଶ୍ବ ମହାମାରୀ ସ˚କଟ ଯୋଗୁ ସାରା ଦେଶରେ ଜାରି ହୋଇଥିବା ଲକ୍‌ଡାଉନ୍‌ ସମସ୍ତଙ୍କୁ ନିଜ ନିଜ ସ୍ଥାନରେ ଅଟକ ରଖିଛି ଏବ˚ ଏଭଳି ସମୟରେ ଆମେ ଅନୁଭବ କରିଛୁ ଯେ ନିଜ ନିଜର ମୌଳିକ କାର୍ଯ୍ୟକୁ ଆମେ ନିଜେ ଯଥା ସମ୍ଭବ ସାକାର କରିବା ଆବଶ୍ୟକ। ମୌଳିକ କାର୍ଯ୍ୟ କହିଲେ ଘର ସଫେଇ, ଘର ପୋଛା, ରନ୍ଧାବଢ଼ାକୁ ବୁଝାଏ। କାରଣ ଏଭଳି ସମୟରେ ଆମମାନଙ୍କ ଘରକୁ ଆସୁଥିବା ଘରୋଇ ସାହାଯ୍ୟକାରୀ ଲୋକମାନେ ମଧ୍ୟ ଲକ୍‌ଡାଉନ୍‌ରେ ଅଛନ୍ତି। ସେମାନେ କିଛି ଦିନର ବିଶ୍ରାମ ପାଇଛନ୍ତି ଯାହାକି ସେମାନଙ୍କର ପ୍ରାପ୍ୟ। ସେମାନେ ନିଜ ପରିବାର ସହ କିଛି ସମୟ ବିତାଇବାର ଅବସର ମଧ୍ୟ ପାଇଛନ୍ତି। ଏଭଳି ସମୟରେ ଆମେମାନେ ନିଜ ନିଜର ଘରୋଇ ସାହାଯ୍ୟକାରୀ ବାଈ ଓ ଅନ୍ୟ ମାନଙ୍କ ପ୍ରତି ସହାନୁଭୂତିଶୀଳ, ସମ୍ବେଦନଶୀଳ ଓ କୃତଜ୍ଞ ହେବା ଆବଶ୍ୟକ। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଇପାରେ, ଯଦି ସେମାନଙ୍କର ନିଯୁକ୍ତିଦାତାମାନେ ସେମାନଙ୍କୁ ଗତ ଦୁଇମାସର ପାଉଣା ଦେଇନଥିବେ। ବିଶ୍ବକୁ ଏବେ ଜୀବନର ‘ସହଜୀବୀ ମାର୍ଗ’କୁ ସମ୍ମାନ ଓ ପ୍ରଶ˚ସା କରିବା ଶିଖିବାକୁ ହେବ।

ଏବେ ସ୍କୁଲ୍‌ କଲେଜ ବନ୍ଦ। ତେଣୁ ମାତାପିତାମାନଙ୍କୁ ସେମାନଙ୍କ ପିଲାମାନଙ୍କ ସହ ଦୀର୍ଘ ସମୟ ଧରି ସମୟ ବିତାଇବାର ସୁଯୋଗ ମିଳିଛି। ଏହା ଦ୍ବାରା ପାରିବାରିକ ସ˚ପର୍କ ସୁଦୃଢ଼ ହୋଇଛି ଏବ˚ ପିଲାମାନେ ସେମାନଙ୍କ ମା’ବାପାମାନଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଖାଇବାର ସୁଯୋଗ ପାଇଛନ୍ତି। କିନ୍ତୁ ଅପର ପକ୍ଷରେ, ଏମିତି ବି ଅନେକ ପରିବାର ଅଛନ୍ତି ଯେଉଁମାନଙ୍କ ନିକଟରେ କିଛି ବୋଲି କିଛି ଖାଇବାକୁ ନାହିଁ। ସେମାନଙ୍କୁ ଦିନ ଦିନ ଧରି ଉପବାସ ରହିବାକୁ ପଡ଼ୁଛି ଓ ସେମାନଙ୍କ ପିଲାମାନଙ୍କ ପାଇଁ ‘ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା’ ମଧ୍ୟ ଅପହଞ୍ଚ ରହୁଛି।

ଏଭଳି ଘଟଣାଗୁଡ଼ିକ ପ୍ରତି ଆମେ କଦାପି ଆଖିବୁଜି ବସି ରହିପାରିବା ନାହିଁ। ଯେତେବେଳେ ଅନିଚ୍ଛୁକ ସହଯୋଗୀମାନଙ୍କୁ ଜୋର ଜବରଦସ୍ତ ଲକ୍‌ଡାଉନ୍‌ରେ ରଖାଯିବ ସେମାନଙ୍କ ମଧ୍ୟରେ ସୃଷ୍ଟ ହତାଶାଭାବ କ୍ରୋଧ, ଝଗଡ଼ା, ମାର୍‌ପିଟର ରୂପ ନେବ। ଏଭଳି ପରିସ୍ଥିତି ସୃଷ୍ଟି ହେବା ସ୍ବାଭାବିକ ଏବ˚ ତାହା ଆଶା ମଧ୍ୟ କରାଯାଇପାରେ। କିନ୍ତୁ ଏଥିରେ ଥିବା ସମସ୍ୟାଟି ହେଲା ଏଇଆ ଯେ ଏଭଳି ପରିସ୍ଥିତି ଯେଉଁଥିରେ ଜଣେ ନିଜର ମାନସିକ ନିୟନ୍ତ୍ରଣ ହରାଇ ବସିବାର ଆଶଙ୍କା ରହିଛି ତାହାକୁ କିଭଳି ଭାବେ ଏଡ଼ାଯାଇ ପାରିବ। ନକାରାତ୍ମକ ଭାବନାକୁ କିପରି ଭାବେ ଦୂରେଇ ଦେଇହେବ। ଆମେ ଯଦି ଅନ୍ୟମାନଙ୍କ ଭାବନା ଓ କାର୍ଯ୍ୟକୁ ସମ୍ମାନ ଦେବାନାହିଁ ଏବ˚ ଦୁର୍ବଳମାନଙ୍କ ସହ ଏଭଳି ମାରଧର ଅବସ୍ଥା ସୃଷ୍ଟି କରିବା ତା’ହେଲେ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିବ। ଏହାର ପରିଣାମ ହେବ ଯେ ଘରେ ରହୁଥିବା ପିଲାମାନେ ଆମମାନଙ୍କର ଏଭଳି ବ୍ୟବହାରକୁ ଲକ୍ଷ୍ୟ କରିବେ ଏବ˚ ସେମାନଙ୍କ ମନରେ ଏହା ପ୍ରଚ୍ଛନ୍ନ ପ୍ରଭାବ ପକାଇବ। ସେମାନେ ମଧ୍ୟ ଭବିଷ୍ୟତରେ ଏଇଭଳି ଅମାନବୀୟ କାର୍ଯ୍ୟ କରିବା ପାଇଁ ପ୍ରଭାବିତ ହୋଇପାରନ୍ତି।

ଆମେମାନେ ଘରେ ଏକତ୍ର ବାସ କରି ଅନେକ କିଛି ଉପଭୋଗ କରିବାର ସୁଯୋଗ ରହିଛି। ଏଭଳି ଲକ୍‌ଡାଉନ୍‌ ସମୟରେ ଆମେ ଚାହିଁଲେ ଗୋଟିଏ ନୂଆ ଭାଷା ଶିଖିପାରିବା କିମ୍ବା କୌଣସି ଗୋଟିଏ ନୂଆ ବାଦ୍ୟ ଯନ୍ତ୍ର ଅଭ୍ୟାସ କରିପାରିବା, ନୂଆ ନୂଆ ସିନେମା ଦେଖିପାରିବା, ରେଡିଓ ଶୁଣିପାରିବା, ପିଲାମାନଙ୍କୁ ସେମାନଙ୍କ ପଢ଼ାରେ ସାହାଯ୍ୟ କରିପାରିବା। ସେମାନଙ୍କୁ ବହି ପଢ଼ିବା, ଅନ୍ୟାନ୍ୟ ଅନଲାଇନ କୋର୍ସ ପଢ଼ିବା ଲାଗି ପ୍ରୋତ୍ସାହିତ କରିପାରିବା। ତଥାପି କିଛି ଲୋକ ଏଭଳି ଅଛନ୍ତି ସେମାନେ ଏପରି ପରିସ୍ଥିତିରେ ନିଜ ପତ୍ନୀଙ୍କ ସହ ହେଉ ଅବା ପିଲାମାନଙ୍କ ସହ ହେଉ ଗଣ୍ତଗୋଳ କରିବା, ଅଶାନ୍ତ ପରିସ୍ଥିତି ସୃଷ୍ଟି କରିବାକୁ ଶ୍ରେୟ ମଣିଥାନ୍ତି।

ଏଭଳି ଅପ୍ରତ୍ୟାଶିତ ସମୟରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ମହିଳା ଓ ଶିଶୁମାନଙ୍କୁ ସହାୟତା ପ୍ରଦାନ ସକାଶେ ସବୁମତେ ପ୍ରୟାସ ଜାରି ରହିଛି। ନିଃସନ୍ଦେହ ଯେ ମହିଳାମାନେ ସଦାବେଳେ ଏକାଧିକ କାର୍ଯ୍ୟରେ ନିୟୋଜିତ ଥାଆନ୍ତି। ସେମାନେ ଘରକାମ କରିବା ସହ ନିଜ କର୍ମକ୍ଷେତ୍ରରେ ନିଜର ଦାୟିତ୍ବ ସ˚ପାଦନ କରିଥା’ନ୍ତି। କିନ୍ତୁ ଏବେ ଯେଉଁ ନୂଆକରି ସ୍ବାଭାବିକତା ସୃଷ୍ଟି ହୋଇଛି ତାହା ହେଲା ‘ଘରେ ରହି କାର୍ଯ୍ୟ କରିବା’। ରାଷ୍ଟ୍ର ନିର୍ମାତା ମାନଙ୍କର ଏଭଳି ଦାୟିତ୍ବ ପର୍ଯ୍ୟାପ୍ତ ମାତ୍ରାରେ ବୃଦ୍ଧି ପାଇଛି ଏବ˚ ସେମାନଙ୍କ ଉପରେ ମାତ୍ରାଧିକ ଦାୟିତ୍ବ ନ୍ୟସ୍ତ ହୋଇଛି।

ଏଭଳି ଲକ୍‌ଡାଉନ୍‌ ସମୟରେ ଯଦି ଘରୋଇ ହି˚ସା ଓ ଅନାକା˚କ୍ଷିତ ଗର୍ଭଧାରଣର ମାତ୍ରା ବୃଦ୍ଧି ପାଏ, ତେବେ ଏଭଳି ପରିସ୍ଥିତିର ତୁରନ୍ତ ତଥା ସଫଳତାର ସହ ମୁକାବିଲା କରିବା ସକାଶେ ଆମ ବ୍ୟବସ୍ଥା ପ୍ରସ୍ତୁତ ଥିବା ଆବଶ୍ୟକ।

ସାକ୍ଷୀ କେନ୍ଦ୍ରମାନଙ୍କରେ ୬୮୧ଟି ୱାନ୍‌ ଷ୍ଟପ୍‌ ସେ˚ଟର (ଓଏସ୍‌ସି), ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ ୧୮୧ଟି ମହିଳା ହେଲ୍‌ପଲାଇନ, ୧୧୨ଟି ଏମର୍ଜେନ୍‌ସି ରେସ୍‌ପନ୍‌ସ ସପୋର୍ଟ ସିଷ୍ଟମ (ଇଆର୍‌ଏସ୍‌ଏସ୍‌) କାର୍ଯ୍ୟରତ ରହି ସମସ୍ତ ପ୍ରକାର ସହାୟତା, ଯଥା- ପୁଲିସ ବ୍ୟବସ୍ଥା, ମେଡିକାଲ ଓ ଆଇନଗତ ସହାୟତା, ମାନସିକ-ମନସ୍ତାତ୍ତ୍ବିକ ପରାମର୍ଶ ଓ ଅସ୍ଥାୟୀ ଆଶ୍ରୟ ଗୃହର ସେବା ଯୋଗାଇ ଦେଉଛନ୍ତି। ଲକ୍‌ଡାଉନ୍‌ ସମୟରେ ଏଭଳି ବ୍ୟବସ୍ଥା ମାଧ୍ୟମରେ ପ୍ରାୟ ୩୬,୦୦୦ରୁ ଅଧିକ ମହିଳାଙ୍କୁ ସେସବୁ ସୁବିଧା ପ୍ରଦାନ କରାଯାଇଛି।

ଉଜ୍ଜ୍ବଳା, ସୁଧାର ଗୃହ, ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକ ନିରବଚ୍ଛିନ୍ନ ଭାବେ କୋଭିଡ ମହାମାରୀ ବିରୋଧରେ ଲଢ଼େଇ ସକାଶେ ମୌଳିକ ଉପକରଣ ଯଥା- ସାବୁନ, ସାନିଟାଇଜର ଓ ମାସ୍କ୍‌ ଆଦି ଯୋଗାଇ ଦେଉଛନ୍ତି।

ମହିଳାମାନଙ୍କ ମାସିକ ଧର୍ମ ସ୍ବଚ୍ଛତା ଉପରେ ଗୁରୁତ୍ବ ଆରୋପ କରାଯିବା ଉଚିତ ଏବ˚ ଲକ୍‌ଡାଉନ୍‌ ସମୟରେ ଦେଶର ପ୍ରାୟ ୬୩୧୮ ଜନ ଔଷଧି କେନ୍ଦ୍ର ଜରିଆରେ ୪୦ ପ୍ରକାରର ମହିଳାମାନଙ୍କ ଆବଶ୍ୟକତା ସ˚ପର୍କିତ ସାମଗ୍ରୀ ‘ସୁବିଧା’ ଯୋଜନା ମାଧ୍ୟମରେ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଛି। ଗୋଟିଏ ସାନିଟାରି ନାପ୍‌କିନ୍‌କୁ ଏକଟଙ୍କାର ସୁଲଭ ମୂଲ୍ୟରେ ସାରା ଦେଶର ମହିଳାମାନଙ୍କୁ ଯୋଗାଇ ଦିଆଯାଉଛି। ଏଥିପାଇଁ ୱାନ୍ ଷ୍ଟପ୍‌ କେନ୍ଦ୍ରଗୁଡ଼ିକ ମହିଳାମାନଙ୍କ ସହିତ ସମନ୍ବୟ ରକ୍ଷା କରିବା ଭୂମିକା ଗ୍ରହଣ କରୁଛନ୍ତି।

‘ଟେକ୍‌ ହୋମ୍‌ ରାସନ’ (ଟିଏଚ୍‌ଆର୍‌) କାର୍ଯ୍ୟକ୍ରମ ମାଧ୍ୟମରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ସେମାନଙ୍କ ଦୁଆରମୁହଁରେ ହିଁ ପଡ଼ି ଯୋଗାଇ ଦିଆଯାଉଛି। ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟର ମେରୁଦଣ୍ତ ଭାବେ ସୁପରିଚିତ ଅଙ୍ଗନୱାଡ଼ି କର୍ମୀ ଓ ଅଙ୍ଗନୱାଡ଼ି ସହାୟିକାମାନେ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେମାନଙ୍କ ନିଜ ଜୀବନ ପ୍ରତି ଥିବା ସମସ୍ତ ବିପଦକୁ ପଛରେ ପକାଇ ସେମାନେ କୋଭିଡ ୧୯ ମହାମାରୀ ସ˚କ୍ରମଣକୁ ରୋକିବା ସକାଶେ ନିଜର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଚାଲିଛନ୍ତି। ଆମର କୋଭିଡ ଯୋଦ୍ଧାମାନେ ସେଇ ଦୃଷ୍ଟିରୁ ଅଶେଷ ପ୍ରଶ˚ସା ଓ ଅଭିନନ୍ଦନର ଅଧିକାରୀ।

ପ୍ରବାସୀ ମହିଳା ଶ୍ରମିକମାନଙ୍କ କଲ୍ୟାଣ ଏବ˚ ସେମାନଙ୍କର ମାସିକ ଧର୍ମ ପାଳନକାଳୀନ ପରିମଳ ରକ୍ଷା ସ˚ପର୍କିତ ଅନେକ ଗୁଡ଼ିଏ େୱବିନାର ଏବ˚ ଭିଡିଓ କନ୍‌ଫରେନ୍‌ସ ଲକ୍‌ଡାଉନ୍‌ ସମୟରେ ଅନୁଷ୍ଠିତ ହୋଇଛି। ଏଭଳି ଆହୁରି ଅଧିକ େୱବିନାର ଆୟୋଜନ କରିବା ଉପରେ ଆମେ ଗୁରୁତ୍ବ ଆରୋପ କରୁଛୁ ଯେଉଁଥିରେ ପୁରୁଷ ଓ ଛାତ୍ରଛାତ୍ରୀମାନେ ମଧ୍ୟ ଅ˚ଶଗ୍ରହଣ କରିବା ଉଚିତ। ତଦ୍ଦ୍ବାରା ସେମାନଙ୍କୁ ମଧ୍ୟ ଉଚିତ ମାର୍ଗରେ ସଚେତନ କରାଯାଇପାରିବ। ଏଭଳି ଅସ୍ବାଭାବିକ ସମୟରେ ଏକ ବିବିଧ ତଥା ସମାବେଶୀ ପରିବେଶ ସୃଷ୍ଟି କରିବାରେ ପୁରୁଷମାନଙ୍କର ବିଶେଷ ଭୂମିକା ରହିଛି ଓ ସେଥିପାଇଁ ସେମାନଙ୍କୁ ତାଲିମ ପ୍ରଦାନ କରାଯିବା ଆବଶ୍ୟକ। ‘ବିବାଦ ସମାଧାନ’ ଦିଗରେ ସେମାନଙ୍କ ହାତ ଧରି ସେମାନଙ୍କୁ ଉପଯୁକ୍ତ ମାର୍ଗରେ ପରିଚାଳନା କରାଯିବା ଉଚିତ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟଙ୍କ ଅନୁରୋଧ କ୍ରମେ ଲକ୍‌ଡାଉନ୍‌ ସମୟରେ ଅନେକ ଗୁଡ଼ିଏ ହେଲ୍‌ପଲାଇନ ନମ୍ବରକୁ ବିଭିନ୍ନ ସ˚ସ୍ଥା ପକ୍ଷରୁ ସକ୍ରିୟ କରାଯାଇଛି। ଅଧିକନ୍ତୁ, ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ର ପାଇଁ ସମର୍ପିତ ନୋଡାଲ ଅଧିକାରୀମାନଙ୍କୁ ମନୋନୀତ କରାଯାଇଛି ଯଦ୍ଦ୍ବାରା ‘ସହଭାଗୀ ସ˚ଘୀୟ ବ୍ୟବସ୍ଥା’ ସୁଚାରୁରୂପେ ତଥା ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିବ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଓଏସ୍‌ସି, ଭ୍ରାମ୍ୟମାଣ ଅଙ୍ଗନୱାଡ଼ି ଓ ଭ୍ରାମ୍ୟମାଣ ମୁକ୍ତ ଆଶ୍ରୟଗୃହଗୁଡ଼ିକୁ ସବୁ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ସେହିଭଳି ଦେଶର ୧୩.୮ ଲକ୍ଷ ଅଙ୍ଗନୱାଡ଼ି କେନ୍ଦ୍ରକୁ ଉପଯୋଗ କରାଯାଇ ପ୍ରବାସୀ ଶ୍ରମିକ, ବିଶେଷ କରି ମହିଳା ଓ ଶିଶୁମାନଙ୍କ କଲ୍ୟାଣ ନିମନ୍ତେ ଆଉଟରିଚ୍‌ ସେବା ଯୋଗାଇ ଦିଆଯାଉଛି। ଏହି ଦିଗରେ ସର୍ବତ୍ର ସାମାଜିକ ଦୂରତା ରକ୍ଷା ଏବ˚ ଅନ୍ୟାନ୍ୟ ସମସ୍ତ ନିରାପତ୍ତା ପ୍ରୋଟୋକଲ ପାଳନ କରାଯାଉଛି। ଆରଡବ୍ଲୁଏ, ପ˚ଚାୟତିରାଜ ଅନୁଷ୍ଠାନ ଏବ˚ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟମାନଙ୍କ ମଧ୍ୟରେ ଆନ୍ତ-ସେକ୍େ‌ଟାରାଲ ସମନ୍ବୟ ରକ୍ଷା ଏ ଦିଗରେ ଅଧିକତର ସହାୟକ ହୋଇପାରିବ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ପ୍ୟାକେଜ ମାଧ୍ୟମରେ ଦେଶର ୨୦ କୋଟି ମହିଳାଙ୍କୁ ସେମାନଙ୍କର ଜନ ଧନ ଯୋଜନା ଜମାଖାତାରେ ମାସିକ ୫୦୦ ଟଙ୍କା ଲେଖାଏଁ ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ମାଧ୍ୟମରେ ଦେଶର ୮ କୋଟି ଗରିବ ପରିବାରଙ୍କୁ ମାଗଣାରେ ରନ୍ଧନ ଗ୍ୟାସ୍‌ ସିଲିଣ୍ତର ଯୋଗାଇ ଦିଆଯାଇଛି ଯାହାକି ମହିଳାମାନଙ୍କ ଜୀବନଧାରଣକୁ ଅନେକା˚ଶରେ ସହଜସାଧ୍ୟ କରିପାରିଛି।

କୋଲାଟେରାଲ ମୁକ୍ତ ଋଣ ଯୋଗାଣକୁ ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯିବା ଫଳରେ ମହିଳା ସ୍ବୟ˚ ସହାୟକ ଗୋଷ୍ଠୀରେ ସାମିଲ ଦେଶର ଗରିବ ପରିବାରର ମହିଳାମାନେ ଉପଯୁକ୍ତ ଭାବେ ସଶକ୍ତ ହୋଇପାରିବେ।

ଏଭଳି ସ˚କଟର ଘଡ଼ିରେ ଯୋଗାଇ ଦିଆଯାଉଥିବା ସୁଯୋଗର ଆମେମାନେ ଉପଯୁକ୍ତ ଫାଇଦା ନେବା ଆବଶ୍ୟକ। ଏହା ଦ୍ବାରା ସମାଜ ‘ଶାନ୍ତିପୂର୍ଣ୍ଣ ସହାବସ୍ଥାନ’ର ଶିକ୍ଷା ଲାଭ କରିପାରିବ। ତଦ୍ଦ୍ବାରା ଆମ ଜୀବନକୁ ଏହି ଅସ୍ବାଭାବିକ ସମୟ ପ୍ରଭାବିତ କରିପାରିବନାହିଁ। ସାମଗ୍ରିକ ଭାବେ ଭାରତ ଏବେ ନିର୍ଣ୍ଣାୟକ ଓ ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ଗ୍ରହଣ ପୂର୍ବକ ଆଗକୁ ଅଗ୍ରସର ହେବାର ସମୟ ଉପସ୍ଥିତ। ତାହାକୁ ‘ଆତ୍ମନିର୍ଭର ଭାରତ ଅଭିଯାନ’ ସହ ଆରମ୍ଭ କରିବା ହେଉଛି ଉପଯୁକ୍ତ ଅବସର। ଆମେ ଏହି ଦିଗରେ ଆଗକୁ ପ୍ରଗତି କରିଛୁ ସତ, କିନ୍ତୁ ଆଗକୁ ଅନେକ ପଥ ଅତିକ୍ରମ କରିବାର ଅଛି।

ତେଣୁ ଆମକୁ ଅଧିକ ବିଜ୍ଞତାର ସହ ଅଣ୍ଟା ଭିଡ଼ିବାକୁ ପଡ଼ିବ। ଆମର କନ୍ୟାମାନେ, ଭଉଣୀମାନେ, ମା’ମାନେ ଏବ˚ ଆମକୁ ସେବା ଯୋଗାଇ ଦେଉଥିବା ପ୍ରତ୍ୟେକ ବ୍ୟକ୍ତି ଯେଭଳି ଆମମାନଙ୍କ ଠାରୁ ଉପଯୁକ୍ତ ସହଯୋଗ, ସମର୍ଥନ, ନିରାପତ୍ତା ଓ ସୁରକ୍ଷା ପାଇବେ ତାହା ଆମମାନଙ୍କୁ ସୁନିଶ୍ଚିତ କରିବାକୁ ହେବ। ଏହା ଏଭଳି ଲକ୍‌ଡାଉନ୍‌ ସମୟରେ ହେଉ କିମ୍ବା ଭବିଷ୍ୟତରେ ଆସିବାକୁ ଥିବା ଯେକୌଣସି ଆପଦ ସମୟରେ ହେଉ; ସେମାନଙ୍କ ମନୋବଳକୁ ସୁଦୃଢ଼ ରଖିପାରିବ।

ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ, ଭାରତ ସରକାର

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.