ରାଜା ଥିଲେ ଅତ୍ୟାଚାରୀ ଓ ଉଦ୍ଧତ; କିନ୍ତୁ ରାଣୀ ଥିଲେ ବୁଦ୍ଧିମତୀ ଓ ସୁଗୁଣ ସଂପନ୍ନା। ସେମାନଙ୍କ ଏକମାତ୍ର ପୁତ୍ର ସନ୍ତାନ ଥିଲା।
ଥରେ ରାଜା ଓ ରାଣୀଙ୍କ ଭିତରେ ଚାଲିଥିବା କଥୋପକଥନ କିଶୋର ରାଜପୁତ୍ରଙ୍କ କାନରେ ପଡ଼ିଲା। ରାଣୀ କହୁଥିଲେ- ତୁମେ ଯାହା କରୁଛ, ଟିକିଏ ଚିନ୍ତା କର। ଭବିଷ୍ୟତ ବ˚ଶଧରମାନେ ତୁମ ବାବଦରେ କଅଣ କହିବେ? ରାଜା କହୁଥିଲେ- ମୋର ପରୁଆ ନାହିଁ। ମୋର ଏଇ ଗୋଟିଏ ଜୀବନ। ତା’କୁ ଯେମିତି ମନ ସେମିତି କାଟିବି।

Advertisment

ରାଣୀ କହିଲେ- ତୁମେ ଭାବୁଛ କି ମୃତ୍ୟୁ ପରେ ତୁମେ ସରିଯିବ? ତାହା ନୁହେଁ। ତୁମେ ବଞ୍ଚି ରହିବ ଅନ୍ୟମାନଙ୍କ ମନରେ। ତେଣୁ ସାବଧାନ।

ରାଜା କିନ୍ତୁ ଏ କଥାକୁୁ ଖାତିର କଲେ ନାହିଁ। କିନ୍ତୁ ରାଜକୁମାରଙ୍କ ମନରେ ଏହା ଗଭୀର ରେଖାପାତ କଲା।

ରାଜାଙ୍କ ଅନ୍ତେ ସେ ରାଜସି˚ହାସନ ଆରୋହଣ କଲେ। କିନ୍ତୁ ସେ ବାପାଙ୍କ ଭଳି ଉଦ୍ଧତ କି ଅତ୍ୟାଚାରୀ ନ ହୋଇ ନିଜର ସମସ୍ତ ସମ୍ବଳ ଓ ଶକ୍ତିକୁ ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ଲଗାଇ ଦେଲେ। ସମସ୍ତେ ତାଙ୍କୁ ଶ୍ରଦ୍ଧା ଓ ସମ୍ମାନ କରିବା ସହିତ ତାଙ୍କର ଭୂରିଭୂରି ପ୍ରଶ˚ସା କଲେ।

ନିଜ ଜୀବନର ଶେଷ ଭାଗରେ ସେ ଦିନେ ନିଜ ପୁଅକୁ ଡାକି କହିଲେ- ମୋ’ ମାଆ କହିଥିଲେ ‘ଆମେ କେହି ମୃତ୍ୟୁ ପରେ ସରିଯାଉ ନାହିଁ।’ ମୁଁ ବି ମୋ’ ମୃତ୍ୟୁ ପରେ ବଞ୍ଚି ରହିବି, ତୁମେ ବି ତୁମ ମୃତ୍ୟୁ ପରେ। ତେଣୁ ନିଜ ମୃତ୍ୟୁ ପରେ କେମିତି ବଞ୍ଚି ରହିବା ତାହା ଆମର ଏଇ ଜୀବନର କାର୍ଯ୍ୟ ଓ ଆଚରଣ ନିର୍ଦ୍ଧାରଣ କରିବ। ଏ କଥା ସର୍ବଦା ମନେ ରଖିଥିବ।