ପ୍ରଥମରୁ କହି ରଖେ ଯେ ଲେଖକ ଅଧର୍ମୀ, ବିଧର୍ମୀ ଅଥବା ଧର୍ମେଦ୍ରାହୀ ନୁହେଁ। ଏ ପ୍ରକାର ପ୍ରାରମ୍ଭିକ ସ୍ପଷ୍ଟୀକରଣର କାରଣ ହେଲା ଆଜିକାଲି ଧର୍ମ ସମ୍ବନ୍ଧୀୟ ସମସ୍ତ ବିଚାରକୁ ଅନେକ ବନ୍ଧୁ ରାଜନୈତିକ ତୂଳିରେ ବିବର୍ଣ୍ଣ କରିଦେଉଛନ୍ତି। ନିର୍ବିବାଦରେ ତଥା ସର୍ବସମ୍ମତିେର ମନ୍ଦିର ପରିଚାଳନା ସଂସ୍କାର ହିଁ ଏହି ଲେଖାଟିର ଉଦ୍ଦେଶ୍ୟ।
Sambad is now on WhatsApp
Join and get latest news updates delivered to you via WhatsApp
ଭକ୍ତଟିଏ ଓଡ଼ିଶାର ଯେ କୌଣସି ମନ୍ଦିରରେ ପ୍ରବେଶ ମାତ୍ରକେ ଅଗଣିତ ପଣ୍ଡାଙ୍କ ଦ୍ବାରା ନିଜର ନାମ, ଗୋତ୍ର, ଜନ୍ମସ୍ଥାନ ଇତ୍ୟାଦିର ପ୍ରଶ୍ନବାଣରେ ଜର୍ଜର ହୋଇଯାଏ। ଯଦି ଏହା ବଦଳରେ ପ୍ରବେଶ ସ୍ଥାନେର ଗୋଟିଏ ଖାତାରେ ଭକ୍ତଟି ନିଜର ପରିଚୟ ଲେଖିଦିଅନ୍ତା ଏବଂ ତାହା ଆଧାରରେ ସଂପୃକ୍ତ ସେବକ ତାଙ୍କୁ ସେବା ପ୍ରଦାନ କରନ୍ତେ, ଚମତ୍କାର ହୁଅନ୍ତା। ଆହୁରି ଉନ୍ନତ ବ୍ୟବସ୍ଥା ହୁଅନ୍ତା ‘ଫାଷ୍ଟ୍ କମ୍, ଫାଷ୍ଟ ସର୍ଭ୍’ ଅର୍ଥାତ୍ ପ୍ରଥମେ ଆସିଥିବା ବ୍ୟକ୍ତି ପ୍ରଥମେ ସୁଯୋଗ ପାଇବା ଭଳି ବ୍ୟବସ୍ଥାରେ ଅେପକ୍ଷାରତ ପଣ୍ଡାମାେନ କ୍ରମାନୁଯାୟୀ ଯାତ୍ରୀ ବା ଭକ୍ତମାନଙ୍କୁ ସାଙ୍ଗେର ସେନଇ ଦର୍ଶନ କରାଇ ଦିଅେନ୍ତ। ଯଦି କୌଣସି ଭକ୍ତ େକବଳ ଦର୍ଶନ ଆକାଂକ୍ଷୀ ଏବଂ ତାଙ୍କର ପୂଜାର୍ଚ୍ଚନାର ଅଭିପ୍ରାୟ ନଥାଏ, ତେବେ ସେମାନଙ୍କୁ ନିିଃଶୁଳ୍କ ଅଥବା ସାମାନ୍ୟ ପ୍ରେବଶ ଶୁଳ୍କ ସହିତ ସ୍ବତନ୍ତ୍ର ଦର୍ଶନ କରାଇ ଦିଆଯାଇପାରନ୍ତା। ତିରୁପତିଙ୍କ ମନ୍ଦିର ପରି ବେନ୍ଦାବସ୍ତ େହାଇପାରିଲେ ଭକ୍ତ, େସବାୟତ, ପ୍ରଶାସନ ଏବଂ ହୁଏତ ଈଶ୍ୱର ମଧ୍ୟ ସ୍ବୟଂ ପ୍ରସନ୍ନ ହେବେ।
ଦ୍ବିତୀୟ ସମସ୍ୟାଟି ହେଲା ମନ୍ଦିର ପରିସର ମଧ୍ୟରେ ଭକ୍ତମାନଙ୍କ କ୍ଳେଶ ନିବାରଣ। ଏହି ନିଦାଘ ନିଷ୍ଠୁର ଗ୍ରୀଷ୍ମ କାଳେର ଅଗଣିତ ଭକ୍ତଙ୍କୁ ଖାଲି ପାଦେର ମନ୍ଦିର ପରିସରେର ଉତ୍ତପ୍ତ ପ୍ରସ୍ତର ଚଟାଣ ଉପେର ଅପେକ୍ଷାରତ ଦେଖି ସ୍ବଂୟ ଈଶ୍ୱର ମଧ୍ୟ ଅଶ୍ରୁପାତ କରୁଥିେବ। ମନ୍ଦିର ପ୍ରଶାସନ ଯଦି ସାମାନ୍ୟ ସଂବେଦନଶୀଳ ହୋଇ ଚାଲିବା ରାସ୍ତାେର ଦରିଟିଏ ଏବଂ ମୁଣ୍ଡ ଉପେର ଛାମୁଣ୍ଡିଆଟିଏ ସାମୟିକ ଭାବେର ବେନ୍ଦାବସ୍ତ କରିପାରେନ୍ତ, ଅଗଣିତ ଗ୍ରୀଷ୍ମ ଜର୍ଜର ଭକ୍ତ ଗଣ ଉପକୃତ ହୁଅେନ୍ତ। ଶୀତଳ ପାନୀୟ ଜଳ ମଧ୍ୟ ଅେନକ ଦାତାଙ୍କ ଦ୍ବାରା ପ୍ରାେୟାଜିତ ମେସିନ ମାଧ୍ୟମେର ଉପଲବ୍ଧ କରା ଯାଇପାରନ୍ତା।
ଭକ୍ତମାନଙ୍କ ମଧ୍ୟେର ଅନେକ ବୃଦ୍ଧ, ବୟସ୍କ, ବରିଷ୍ଠ ନାଗରିକ ତଥା କିଛି ଭିନ୍ନକ୍ଷମ ମଧ୍ୟ ଥାଆନ୍ତି। ନିଜ ଦୁଃଖ ଲାଘବ ନିମେନ୍ତ ପ୍ରଭୁ ଦର୍ଶନ େସମାନଙ୍କର ସର୍ବଦା କାମ୍ୟ ହୋଇ ରହିଥାଏ। କିନ୍ତୁ, ଓଡ଼ିଶାର ପ୍ରାୟତଃ କୌଣସି ମନ୍ଦିରେର େସମାନଙ୍କ ନିମେନ୍ତ ସ୍ବତନ୍ତ୍ର ଦ୍ବାର ବା ବିଶେଷ ବେନ୍ଦାବସ୍ତ ନଥାଏ। େସବକମାେନ ନିଜ ତରଫରୁ କିମ୍ବା ପ୍ରଶାସନ ମାଧ୍ୟମେର େସମାନଙ୍କ ପାଇଁ ‘ରୢାଂପ୍’, ‘ବାନିଷ୍ଟର’ ବା ପାହାଚ ବାଡ଼ ତଥା ହ୍ବିଲ୍ ଚେୟାର ବ୍ୟବସ୍ଥା ହୋଇପାରିଲେ େସମାନଙ୍କ ମଳିନ ମୁଖମଣ୍ଡଳେର ତୃପ୍ତିର ଝଲକ ପରିଲକ୍ଷିତ ହୁଅନ୍ତା ନିଶ୍ଚୟ।
ଅନ୍ୟ ଏକ ବହୁ ପ୍ରତ୍ୟାଶିତ ସଂସ୍କାର ହେଲା ସ୍ବଚ୍ଛତା; ସାଧାରଣତଃ ଆମ ଶିବାଳୟମାନଙ୍କେର ଭକ୍ତଗଣ ବେଲପତ୍ର, କଞ୍ଚା କ୍ଷୀର ଆଦି ଅର୍ପଣ କରି ଶିବ ଉପାସନା କରିଥାନ୍ତି। ଅେନକ ମନ୍ଦିରେର ଚୁଡ଼ା, କଦଳୀ, ତଥା ଅନ୍ୟ ଫଳମୂଳ ଘର୍ଷଣ କରି ପଞ୍ଚାମୃତ ଅଥବା ପ୍ରସାଦ ରୂପରେ ପ୍ରଦାନ କରାଯାଏ। ଭକ୍ତଗଣ ଭକ୍ତିପୂତ ଭାବେର ଅଧ୍ୟାତ୍ମ ଚେତନାରେ ଆତ୍ମହରା ହୋଇ ସେ ପାଦୁକା, ପ୍ରସାଦ ଅଥବା ବାସି ତୁଳସୀ ସାଦେର ଗ୍ରହଣ କରନ୍ତି। ଈଶ୍ୱରଙ୍କ କୃପାରୁ ହେଉ କିମ୍ବା ଭକ୍ତଗଣଙ୍କ ଅପାର ରୋଗ ପ୍ରତିରୋଧ ଶକ୍ତିରୁ ହେଉ; ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରସାଦ କିମ୍ବା ପାଦୁକା ସେବନ ଜନିତ ଦୁର୍ଘଟଣା ହୋଇନାହିଁ। କିନ୍ତୁ ଏ ଚିରାଚରିତ ପ୍ରଥାେର ସଂସ୍କାର ଅତ୍ୟାବଶ୍ୟକ। ଶିବଲିଙ୍ଗ ସଂଲଗ୍ନ ପରିବେଶଟିକୁ ସ୍ବଚ୍ଛ ରଖିପାରିଲେ, ପାଦୁକା ଅଥବା ଘର୍ଷଣର ପ୍ରସାଦକୁ ବିଶୁଦ୍ଧ ତଥା ସେତଜ ରଖିଲେ, ଭକ୍ତଗଣଙ୍କର କଲ୍ୟାଣ ହୁଅନ୍ତା। ସେମାନେ ନାସିକା ଓ ଭ୍ରୂକୁଞ୍ଚନ ନ କରି ସ୍ବାସ୍ଥ୍ୟକର, ଜୀବାଣୁମୁକ୍ତ ପାଦୁକା େସବନ କରି େସବକ ଏବଂ ଶାସକଙ୍କର ଜୟଗାନ କରେନ୍ତ।
ମନ୍ଦିର ସଂସ୍କାର ଏକ ଦୁରୂହ ବ୍ୟାପାର। ଯାତ୍ରୀମାନଙ୍କ ନିମେନ୍ତ ବିଶ୍ରାମ ସ୍ଥଳ, ରାତ୍ରି ରହଣିର ବେନ୍ଦାବସ୍ତ, ଗମନାଗମନର ଉନ୍ନତ ବ୍ୟବସ୍ଥା, ପ୍ରଭୁ ଦର୍ଶନର ସମୟ ବୃଦ୍ଧି, ପ୍ରଚାର ପ୍ରସାର ନିମେନ୍ତ ଫେଟା ଉତ୍ତୋଳନର ଅନୁମତି, ବିଦେଶୀ ଭକ୍ତଙ୍କ ପ୍ରବେଶ, େସବକମାନଙ୍କ ଅଧିକାର ଏବଂ ପ୍ରାପ୍ୟ, ପ୍ରସ୍ତର ମୂର୍ତ୍ତି ତଥା ମନ୍ଦିରର ରକ୍ଷଣାେବକ୍ଷଣ, ଦେବୋତ୍ତର ସମ୍ପତ୍ତି ଉଦ୍ଧାର ଆଦି ଅନେକ ଆଲୋଚ୍ୟ ତଥା ବିବାଦୀୟ ବିଷୟ ଅଛି। କିନ୍ତୁ ସ୍ଥାନାଭାବରୁ ସେ ସମସ୍ତ ଉପାଖ୍ୟାନର ଉପସ୍ଥାପନାରୁ ଅଧୁନା ବିରତ ହେବା ବିେଧୟ।
ଇସକନ୍, ସ୍ବାମୀ ନାରାୟଣ ମନ୍ଦିର ଆଦି କେବଳ ସ୍ବଚ୍ଛତା ତଥା ସୁପରିଚାଳନା ଦ୍ବାରା ଅଗଣିତ ଭକ୍ତଙ୍କୁ ଆକର୍ଷିତ କରିପାରୁଛନ୍ତି। ଆମ ପ୍ରାଚୀନ ମନ୍ଦିର, କଳା, ସ୍ଥାପତ୍ୟ, କୃତି ଓ କୀର୍ତ୍ତି ବିଶ୍ବରେ ଅତୁଳନୀୟ। ମନ୍ଦିର ପରିଚାଳନାେର ସାମାନ୍ୟ କିଛି ସଂସ୍କାର ଅଣାଯାଇପାରିଲେ, ଉତ୍କଳୀୟ ବାନା ଆହୁରି ଦର୍ପର ସହିତ ଉଡ଼ନ୍ତା।
(ଲେଖକ ପୁଡୁଚେରିର ପ୍ରାକ୍ତନ ଶାସନ ସଚିବ ଏବଂ ବର୍ତ୍ତମାନ ଓଡ଼ିଶାର ବୀମା ଲୋକପାଳ)
ମୋ: ୭୮୬୭୦୦୨୦୨୪