ଗୋଟିଏ ଗାଈ ତା’ର ଛୋଟ ବାଛୁରୀକୁ ନେଇ ଯାଉଥିଲା। ହଠାତ୍ ବାଛୁରୀ ତା’ର ମାଆକୁ କହିଲା, ମାଆ ଦେଖ କେମିତି ସୁନ୍ଦର ଖେତ। ଫସଲ କେମିତି ଛନଛନିଆ ହୋଇଛି। ଖାଇବାକୁ ଇଚ୍ଛା ହେଉଛି।
ଗାଈ କହିଲା- ସେଥିରୁ ଖାଇବା ଲାଗି ଆମକୁ ଅନୁମତି ନାହିଁ। ଏ ପଟକୁ ଅନା। ଏ ଯେଉଁ ବଡ଼ ଘାସ ପଡ଼ିଆ ଦେଖୁଛୁ ତହିଁରେ ଯେତେ ଚରିଲେ ବି କ୍ଷତି ନାହିଁ।
କିନ୍ତୁ ବାଛୁରୀ କହିଲା- ମାଆ, ଶୁଖିଲା ଓ ଟାଆଁସା ଘାସରେ କି ଲାଭ? ଏ ଯେଉଁ ଛନଛନିଆ ଫସଲ ହୋଇଛି ତାହା ସିନା ମଜାଦାର।
ଗାଈ ଏଥର ରାଗି ଯାଇ କହିଲା- ଏବେ ମୁଁ ଚାଲିଲି। ତୁ ଯଦି ସେ ଖେତରେ ପଶିବୁ ପଶ। ସ˚ଧୢା ହେବାକୁ ବସିଲାଣି। ପାଖ ଜଙ୍ଗଲରୁ ଗଧିଆ ଦଳ ଆସିଲେ ମୋତେ ଖୋଜିବୁ ନାହିଁ।
ଏହା କହି ଗାଈ ତରତର ହୋଇ ଆଗକୁ ଚାଲିଲା। ବାଛୁରୀ କିଛି ଉପାୟ ନ ପାଇ ବିଲକୁ ଚାହିଁ ଚାହିଁ ମାଆ ପଛରେ ବାଧୢ ହୋଇ ଦୌଡ଼ିଲା। ଘରେ ଗାଈ ବାଛୁରୀକୁ ବୁଝାଇ ଦେଲା ଯେ ଏମିତି ଲୋଭ କଲେ ନିଜର କ୍ଷତି ହୁଏ। ସେହି ଖେତରୁ ଫସଲ ଖାଇଥିଲେ ଲୁଚି ବସିଥିବା ଖେତ ମାଲିକ ହାତରୁ ପାହାର ଖାଇ ହାଡ଼ ଭାଙ୍ଗନ୍ତା।
କଥାଟି କହି ସାରି ଶିକ୍ଷକ ପିଲାମାନଙ୍କୁ ପଚାରିଲେ-ଏଥରୁ କ’ଣ ଶିଖିଲ?
ଜଣେ ବିଚକ୍ଷଣ ପିଲା କହିଲା- ସାର୍, ଏୟା ଶିକ୍ଷା ମିଳିଲା ଯେ ଆମେ ଆମ ନିଜର ଶତ୍ରୁ। ବାଛୁରୀଟି ମନରେ ସୃଷ୍ଟି ହୋଇଥିବା ଲୋଭ ତାକୁ ବିପଦରେ ପକାଇ ଥାଆନ୍ତା। ମାଡ଼ ଖାଇବା ପରେ ସେ ହୁଏ’ତ ଖେତ ମାଲିକକୁ ଅଭିଶାପ ଦିଅନ୍ତା, କିନ୍ତୁ ତା’ ଦଶା ଲାଗି ଯେ ସେ ନିଜେ ଦାୟୀ ତାହା ବୁଝିବା ହିଁ ଗୁରୁତ୍ବପୂର୍ଣ୍ଣ।
ଶିକ୍ଷକ କହିଲେ, ସାବାସ୍।