ଫରିଦଙ୍କ ଈଶ୍ବର ବିଶ୍ବାସ

ସନ୍ଥ ଫରିଦ ତାଙ୍କ ଜୀବନରେ ବହୁ କଷ୍ଟ ସହିଥିଲେ। କିନ୍ତୁ ତା’ ସତ୍ତ୍ବେ ସେ ଈଶ୍ବରଙ୍କୁ ଗଭୀର ଭାବେ ଭଲ ପାଉଥିଲେ ଓ ଭକ୍ତି କରୁଥିଲେ।

ଥରେ ଜଣେ ବନ୍ଧୁ ତାଙ୍କୁ କହିଲେ- ତୁମେ ଜୀବନରେ ଯେମିତି କଷ୍ଟ ସହିଲଣି, ଆଉ କେହି ହୋଇଥିଲେ ଈଶ୍ବରଙ୍କ ଉପରୁ ତାଙ୍କ ଆସ୍ଥା ଓ ଭରସା ଉଠି ସାରନ୍ତାଣି!

ଫରିଦ ଏହା ଶୁଣି କହିଲେ- ଈଶ୍ବରଙ୍କ ଉପରୁ ଆସ୍ଥା ଉଠିବାର ପ୍ରଶ୍ନ ନାହିଁ। ତା’ର ସରଳ କାରଣ ହେଲା ପୃଥିବୀରେ ଯେଉଁଠି ଯାହା ଘଟୁଛି ସବୁ ଈଶ୍ବର ହିଁ ଘଟାଉଛନ୍ତି। ଯେଉଁମାନେ ବିଚାର କରନ୍ତି ଯେ ସେମାନଙ୍କ ଜୀବନରେ ଘଟୁଥିବା ଦୁଃଖକଷ୍ଟ ଇତ୍ୟାଦିର କାରଣ ଈଶ୍ବରଙ୍କ କୋପ ଦୃଷ୍ଟି ବା ଈଶ୍ବରଙ୍କ ଅବହେଳା ସେମାନେ ଈଶ୍ବରଙ୍କୁ ଭୟ କରି ପାରନ୍ତି କିମ୍ବା ଏମିତି ଈଶ୍ବର କୌଣସି କାମର ନୁହଁ ବୋଲି ଭାବି ଆସ୍ଥା ତୁଟାଇ ଦିଅନ୍ତି। କିନ୍ତୁ ମୋ ବିଚାରରେ ସବୁ କିଛି ଈଶ୍ବରଙ୍କ ଭିଆଣ। ଯାହା ଘଟିଥାଏ, ସବୁଥିରେ ଈଶ୍ବରଙ୍କ ଇଚ୍ଛା ହିଁ ରହିଥାଏ। ଯେତେବେଳେ ଆମେ ଯେମିତି ଚାହୁଁ ସେମିତି ଘଟେ, ‌େସତିକି ବେଳେ ଆମେ ବୁଝିଯିବା ଦରକାର ଯେ ଆମ ଇଚ୍ଛା ସହିତ ଈଶ୍ବରଙ୍କ ଇଚ୍ଛା ମେଳ ଖାଇଗଲା। ଆଉ ଯେତେବେଳେ ଆମେ ଚାହୁଁଥିବା ଭଳି କିଛି ଘଟେ ନାହିଁ ବା ଆମ ପ୍ରତିକୂଳରେ କିଛି ଘଟେ, ସେତିକି ବେଳେ ବୁଝିଯିବା ଦରକାର ଯେ ଈଶ୍ବରଙ୍କ ଇଚ୍ଛା ସହିତ ଆମ ଇଚ୍ଛା ମେଳ ଖାଇଲା ନାହିଁ। ତେଣୁ ‌େଯତେବେଳେ ସବୁ କିଛି ଈଶ୍ବରଙ୍କ ଇଚ୍ଛାରେ ଘଟୁଛି, ସେତିକି ବେଳେ ତାଙ୍କ ଉପରୁ ବିଶ୍ବାସ ତୁଟାଇ ବଞ୍ଚିବି କେମିତି?

ସମ୍ବନ୍ଧିତ ଖବର