ଗୋଟିଏ ଗାଁରେ ଚୋରଟିଏ ଥିଲା। ସେ କାହାକୁ ଛାଡ଼ିଲା ନାହିଁ, ସମସ୍ତଙ୍କ ଘରୁ ଚୋରି କଲା। ଲୋକେ ଥରେ ତାକୁ ଉତ୍ତମମଧୢମ ଦେଇ ଗାଁରୁ ବିଦା କରିଦେଲେ। ସେ ବିଚରା ଯାଇ ଜଙ୍ଗଲ ପାଖରେ କୁଡ଼ିଆଟିଏ କରି ରହିଲା। ହେଲେ, ତା’ର ଚୋରି ଅଭ୍ୟାସ ଗଲା ନାହିଁ। ଏବେ ବି ଯେତେବେଳେ ଆଖପାଖ ଗାଁରେ ଚୋରିହାରି ହେଉଥିଲା, ତାକୁ ରାଜାଙ୍କ ପିଆଦା ବାନ୍ଧି ନେଉଥିଲା। କିଛି ଦିନ ଜେଲରେ ରହିବା ପରେ ସେ ଫେରୁଥିଲା।

Advertisment

ଦିନକର କଥା। ଥରେ ସେ କୌଣସି ଏକ ଦୂର ସ୍ଥାନକୁ ଯାଇ ଘୋଡ଼ାଟିଏ ଚୋରି କରି ଜଙ୍ଗଲ ରାସ୍ତା ଦେଇ ଫେରୁଥିଲା। ବାଟରେ ଦେଖିଲା ଜଣେ ସାଧୁ ଅତି ଅସହାୟ ଅବସ୍ଥାରେ ତଳେ ପଡ଼ିଛନ୍ତି। ଚୋରକୁ ଲାଗିଲା ଯେ ସାଧୁ ନିଶ୍ଚିତ ଭାବେ କୌଣସି ବ୍ୟାଧିଗ୍ରସ୍ତ ଏବ˚ ସେ ସାହାଯ୍ୟ ଚାହାଁନ୍ତି। ତେଣୁ ସେ ସାଧୁଙ୍କୁ ଉଠାଇ ଘୋଡ଼ାରେ ବସାଇଲା ଏବ˚ ନିଜେ ତଳେ ଚାଲିଚାଲି ଘୋଡ଼ାକୁ ଚଲାଇ ଆଗେଇଲା। କିଛି ସମୟ ପରେ ଅକସ୍ମାତ୍‌ ସାଧୁ ନିଜ ଲୁଗା ତଳୁ ଏକ ଠେଙ୍ଗାଟିଏ ବାହାର କରି ଚୋରକୁ ପାହାରେ ପକାଇଲେ। ଚୋରଟି ତଳେ ପଡ଼ିଗଲା। ସାଧୁ ରୂପୀ ଲୋକଟି ଏବେ କିଛି ବାଟ ଘୋଡ଼ାକୁ ଦୌଡ଼ାଇ ନେଇ ଖଣ୍ତେ ଦୂରରୁ କହିଲା- ତୁ ପରା ନିଜେ ଗୋଟିଏ ଚୋର! ତୁ ଆଉ ଗୋଟିଏ ଚୋରକୁ ଚିହ୍ନି ପାରିଲୁ ନାହିଁ?

ଚୋରଟି ଉଠି ବସି କହିଲା- ମୁଁ ଚୋର ବୋଲି ଏ ଖଣ୍ତମଣ୍ତଳରେ ସମସ୍ତେ ଜାଣନ୍ତି, ତୁମେ ବି ଜାଣିଛ। କିନ୍ତୁ ତୁମ ଭଳି ସାଧୁ ବେଶରେ ଥିବା ଚୋରକୁ ମୁଁ ଚିହ୍ନନ୍ତି ବା କିପରି? ତେବେ ଆମ ବୃତ୍ତି ସମାନ ଥିଲେ ବି ଆମେ ସମାନ ନୁହେଁ। ତୁମେ କେବଳ ଚୋର ନୁହେଁ, ଜଣେ ସୈତାନ ମଧୢ। ତୁମେ ଏ ସ˚ସାର ପ୍ରତି ଅଧିକ ବିପଦ। କାରଣ ତୁମର ମୂଳ ନୀତି ହେଉଛି ବିଶ୍ବାସଘାତକତା। ତୁମ ଭଳି ଲୋକ ହେତୁ ମଣିଷ ମଣିଷ ଭିତରେ ବିଶ୍ବାସ ହଟିଯିବ।