ଜଣେ ବ୍ୟକ୍ତି ମନ୍ଦିର ସାମନାରେ ପୂଜା ସାମଗ୍ରୀ ବିକ୍ରି କରୁଥିଲେ। ପ୍ରତିଦିନ ସକାଳୁ ସେ ମନ୍ଦିରରେ ଠାକୁର ଦର୍ଶନ କରି ଦୋକାନ ଖୋଲୁଥିଲେ। ତାଙ୍କ ମନରେ ଗୋଟିଏ ଦୁଃଖ ଥିଲା ଯେ ତାଙ୍କର ଏକମାତ୍ର ପୁଅକୁ ସେ ଯେତେ ବୁଝାଇଲେ ବି ସେ ଠାକୁର ଦର୍ଶନ କରିବାକୁ ମନ୍ଦିର ଯାଉ ନ ଥିଲା। ଦୋକାନୀ ମହାଶୟ ତାକୁ ସ˚ସ୍କାରହୀନ ବୋଲି ଗାଳିମନ୍ଦ ମଧ୍ୟ କରୁଥିଲେ।

Advertisment

ଥରେ ଦୋକାନୀ ମହାଶୟଙ୍କ ଦେହ ଖରାପ ହେବାରୁ ତାଙ୍କ ପୁଅ ଦୋକାନରେ ବସିଲା। ଏ ପର୍ଯ୍ୟନ୍ତ ଦୋକାନୀ ମହାଶୟ ଯେଉଁ କଥାଟି କେବେ ହେଲେ ତାଙ୍କ ପୁଅକୁ କହି ନ ଥିଲେ ତାହା କହିଲେ। ସେ କହିଲେ-ପୁଅ, ଘିଅ ଦୀପରେ ଖାଣ୍ଟି ଘିଅ ଦେଲେ ଆମକୁ ପୋଷାଇବ ନାହିଁ। ତେଣୁ ଘିଅରେ ମହମ ମିଶାଇ ଦେବାକୁ ପଡ଼ିବ।

ପୁଅ କହିଲା- ଆଜ୍ଞା।

ବାପା କହିଲେ- ଯେଉଁ ବଳିତା ଆମେ କିଣୁ ତାକୁ ଦୁଇ ଭାଗ କରି ଗୋଟିଏ ବିଡ଼ାକୁ ଦୁଇ ବିଡ଼ା କରିବାକୁ ହୁଏ। ତାହା ହେଲେ କଛି ଲାଭ ମିଳେ।

ପୁଅ କହିଲା- ଆଜ୍ଞା।

ବାପା ତା’ ପରେ କହିଲେ- ପୁଅ ତୁ ସବୁ କିଛି ଧୀରେ ଜାଣିଯିବୁ। ହଁ ଆଉ କେବଳ ଗୋଟିଏ କଥା। କହି କହି ଥକି ଗଲିଣି, ତୁ ଠାକୁରଙ୍କୁ ଦର୍ଶନ କରୁନାହୁଁ। ଏବେ ଦୋକାନ ଖୋଲିବା ପୂର୍ବରୁ ଠାକୁର ଦର୍ଶନ କରିବାକୁ ଯେମିତି ନ ଭୁଲୁ!

ପୁଅ କହିଲା- ଏଠି ମୋର ଟିକିଏ ସମସ୍ୟା ରହିଛି। ଆପଣ ଯଦି ଠାକୁରଙ୍କ ଆଗରେ ଦୋକାନ ଖୋଲି ଏମିତି ଅସାଧୁ କାରବାର କରୁଛନ୍ତି, ତା’ ପରେ ଠାକୁରଙ୍କୁ ମୁହଁ ଦେଖାଇବାକୁ ମାଡ଼ି ପଡୁନାହିଁ କି? ତେଣୁ ବାପା, କ୍ଷମା କରିବେ ଏଭଳି ଭାବେ ଦୋକାନ ଚଳାଇ ମୁଁ ଯାଇ ଠାକୁର ଦର୍ଶନ କରି ପାରିବି ନାହିଁ।